ଡିସେମ୍ବର 20 ରୁ 26 ତାରିଖ ସାପ୍ତାହିକ ରାଶିଫଳ, ଏହି 3 ଟି ରାଶିର ରାଜଯୋଗ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଯେ କୌଣସି କାମରେ ହାତ ଦେଲେ, ସେଥିରେ ସଫଳତା ପାଇବେ। ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟସ୍ଥିରେ ସମାଧାନ ହେବ। ନୂତନ କର୍ମନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ ଉତ୍ତିର୍ଣ୍ଣ ହେବେ। ନିଜଲୋକମାନେ ସାହାଯ୍ୟ ସହଯୋଗ କରିବା ଫଳରେ ବ୍ୟବସାୟରେ ପ୍ରବଳ ଉନ୍ନତି ହେବ। ରାଜନୀତିରେ ଲୋକପ୍ରିୟତା ହାସଲ କରି ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ। ସହକର୍ମୀ ମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇ ନୂତନ ଯୋଜନାକୁ କ୍ରିୟାନ୍ୱିତ କରିବେ। ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ। ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନଦେଇ କାର୍ଯ୍ୟ କରନ୍ତୁ ନତୁବା ଦୂରଯାତ୍ରା କରି ନିଜକୁ ଅସୁସ୍ଥ ମନେକରିବେ। ପ୍ରତିକାର:- ଶିବ ଦର୍ଶନ କରି ପାଦୁକ ସେବନ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଋଣ ପରିଶୋଧ କରିବାର ସୁଯୋଗ ପାଇବେ। କର୍ମ ଯୋଗକୁ ଅଧିକ ମହତ୍ତ୍ୱ ଦେଇ ତଳୁ ଉପର ସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ। ଅଧ୍ୟୟନ, ଅଧ୍ୟାପନ, ଓ ଅନୁସନ୍ଧାନପରି କାର୍ଯ୍ୟରେ ସଫଳତା ଅର୍ଜନ କରି ଆନନ୍ଦିତ ହେବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ମିତ୍ରମାନଙ୍କ ଦ୍ଵାରା ଲାଭ ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବା ଫଳରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ପାଇବେ। କର୍ମାନୁଯାୟୀ ଫଳପ୍ରାପ୍ତି ହେତୁ କର୍ତ୍ତବ୍ୟ ପରାୟଣତା ରକ୍ଷା କରି ପାରିବେ। ଛାତ୍ରଛାତ୍ରୀମାନେ ପ୍ରତି ଯୋଗିତା ମୂଳକ କାର୍ଯ୍ୟରେ କୃତିତ୍ଵ ଲାଭ କରିବା ସହ ଉଚ୍ଚଶିକ୍ଷା ପ୍ରଚେଷ୍ଟାରେ ସାଫଲ୍ୟ ପ୍ରାପ୍ତି ହେବେ। କୋର୍ଟ କଚେରୀ ଧନ୍ଦା ମଧ୍ୟରେ ଅସ୍ୱସ୍ତି ମିଳିବ ଓ ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ। ପରିବାରରେ ଅଶାନ୍ତି ଦେଖା ଦେଇପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ସାମାଜିକ କଲ୍ୟାଣ ଓ ଜୀବନସ୍ତର ପରିବର୍ତ୍ତନର ଉଦ୍ୟମ କରିବେ। ବକେୟା ଅର୍ଥ କିଛି ମିଳିବା ସହ ଆୟ ଉପାର୍ଜ୍ଜନର ବୃଦ୍ଧି ହେବ।ଶତ୍ରୁମାନେ ମଥାନତ କରିବେ ଓ ମାନସମ୍ମାନ ବୃଦ୍ଧିହେବ। ମାନସିକଶାନ୍ତି ଓ ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବ। ଦାମ୍ପତ୍ୟ କଳହର ଅବସାନ ହୋଇ ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ। ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ବୃତ୍ତିଗତ ଦୃଷ୍ଟିରୁ ଅତ୍ୟନ୍ତ ଶୁଭ। ଦୂରଯାତ୍ରାର ସୁଯୋଗ ପାଇବେ। କରଜର ମାତ୍ରା ହ୍ରାସ ପାଇବ। ସ୍ୱାର୍ଥ ପ୍ରବୃତ୍ତିର ଶୀକାର ହୋଇ ସମ୍ପର୍କର ମଧୁରସ୍ୱାଦ ପାଇବେ। ବ୍ୟବସାୟରେ ଆଶାତୀତ ଲାଭମିଳିବ। ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

କର୍କଟ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଘର ସାଜସଜ୍ଜାରେ ବ୍ୟସ୍ତ ରହିବେ। ସମସ୍ତ ଆଶା ପୂରଣ ହେବା ସହ ଆର୍ଥିକସ୍ଥିତି ଭଲ ରହିବ। କର୍ମକ୍ଷେତ୍ରରେ ସୁସ୍ଥ ବାତାବରଣ ସୃଷ୍ଟିହେବ। ଆୟ ଉତ୍ତମ, ଶରୀର ସୁସ୍ଥରହିବ ନିର୍ମାଣାଧିନ କାମ ପୂର୍ଣ୍ଣାଙ୍ଗହେବ। କ୍ରୀଡ଼ା, କଳା, ସଂସ୍କୃତି, ବାଦବିବାଦ, ମାଲିମୋକଦ୍ଦମା କ୍ଷେତ୍ରରେ ବିଜୟୀହେବେ। ମିତ୍ରମାନେ ପରାମର୍ଶ ଦେଇ ଲାଭଦାୟକ କାମପ୍ରତି ପ୍ରଲୋଭିତ କରିବେ। ପରିବାରରେ ସାଧାରଣ ବାତାବରଣ ଜାରିରହିବ। ସମ୍ପର୍କୀୟଙ୍କ ଶୁଭ ସୂଚନା ଶୁଣି ଖୁସି ହେବେ। ବ୍ୟବସାୟରେ ସଫଳତା ଅର୍ଜନ କରିବା ସହ ବିଶେଷ ଲାଭବାନ ହେବେ। ଦୂରଯାତ୍ରାର ସୁଯୋଗ ପାଇ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ରାଜନୀତିରେ ସଫଳତା ସହ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ପ୍ରେମିକ ପ୍ରେମିକାମାନେ ବୁଲିଯିବାର ସୁଯୋଗ ପାଇବେ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ପରିବାରର ଉନ୍ନତି ପାଇଁ ପ୍ରୟାସରତ ହେବେ। ନିଜକୁ ମଧ୍ୟ ଖୁସି ଓ ସୁରକ୍ଷିତ ଅନୁଭବ କରିବେ। ଋଣ ଭାରରୁ ମୁକ୍ତି ପାଇବେ। ଆର୍ଥିକସ୍ଥିତି ଆବଶ୍ୟକଠାରୁ ଅଧିକ ବିସ୍ତାରିତ ହେବ। ସନ୍ତାନ ସମ୍ବନ୍ଧିୟ କୌଣସି ମହତ୍ଵପୂର୍ଣ୍ଣ କାମ ଆପଣଙ୍କ ଦ୍ଵାରା ହୋଇପାରେ। ବ୍ୟବସାୟରେ ଉନ୍ନତି ହେବା ଫଳରେ ଖୁସି ରହିବେ। କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହେବେ। ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପ୍ରାପ୍ତ ହେବ। ସେୟାର ବଜାରରେ ପୁଞ୍ଜି ନିବେଶ କରିଲେ ବହୁତ ଧନ ପ୍ରାପ୍ତ ହେବ। ରାଜନୀତି ମାମଲାରେ ସଫଳତା ମିଳିବ। କୌଣସି ମହତ୍ତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହେବ। କୌଣସି କାମରେ ବିଶେଷ ଜ୍ଞାନ ହାସିଲ କରିବେ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ସବୁ କିଛି ସୁନ୍ଦର ହିଁ ସୁନ୍ଦର ଦେଖା ଦେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କନ୍ୟା:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ। ସମସ୍ତ ପ୍ରକାର ପ୍ରତିଯୋଗିତାରେ ସଫଳ ହୋଇ ମାନସିକ ଶାନ୍ତି ଓ ମନସ୍କାମନା ପୂର୍ଣ୍ଣ ହେବ। ବିଦେଶ ଯାତ୍ରା କଲେ ନିଶ୍ଚୟ ଭାଗ୍ୟୋଦୟ ହେବା ସହ ଅଭିଳାଷ ପୂର୍ଣ୍ଣ ହେବ। ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ବୁଡ଼ି ଯାଉଥିବା ପଇସା କିମ୍ବା ଆପଣଙ୍କଠାରୁ କେହି ଅର୍ଥ ନେଇ ଦେଉନଥିଲେ କଳେବଳେ କୌଶଳେ ପ୍ରାପ୍ତି ହେବ। ପଡୋଶୀଙ୍କ ସହିତ ମଧୁର ସଂପର୍କ ସ୍ଥାପନ ହୋଇ ମହତ୍ ଉଦ୍ଦେଶ୍ୟ ଓ ଉଚ୍ଚ ଆକାଂକ୍ଷା ପୂର୍ଣ୍ଣ ହେବ। ପରିବାର ଓ ମିତ୍ରଙ୍କ ସହିତ ସମୟ ବିତେଇବେ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ବନ୍ଧୁ ମିତ୍ରମାନେ ସହଯୋଗ କରିବେ। ରାଜନୀତି କ୍ଷେତ୍ରରେ କୂଟନୀତିର ପ୍ଲାନ୍ ଚଳାଇ ସ୍ଥାନ ଓ ସ୍ଥିତି ଅଟଳ ରଖି ପାରିବେ। ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

ତୁଳା:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରିବେ। ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ବିଶେଷ ଲାଭବାନ୍ ହେବେ। ଶତୃମାନେ ତଳମୁହାଁ ହେବେ। ସମସ୍ତ ସମସ୍ୟା ଅପସରି ଯାଇ ସନ୍ତାନ ଯୋଗେ ଆନନ୍ଦିତ ହେବେ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତ୍କାରରେ ସଫଳହେବେ। ଉଚ୍ଚାଧିକାରୀ, ସହକର୍ମୀ, ଭାଇ ବନ୍ଧୁ ବା କୌଣସି ବିଶିଷ୍ଠ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢ଼େଇ ଦେବ। ନିଜର ବୁଦ୍ଧି, ବିବେକ ଖଟାଇ ସମସ୍ୟାର ସମାଧାନ କରିପାରିବେ। ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ, ଦଳ ସମର୍ଥନ ବଢିବା ସହ ମୁଖ୍ୟନେତାଙ୍କର ପ୍ରିୟପାତ୍ର ହେବେ। କଳକାରଖାନା, କୋଇଲା ଖଣି, ରେଳବିଭାଗ, ଡାକ, ତାର ବିଭାଗ, ଟ୍ରାନ୍ସପୋର୍ଟ ବିଭାଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଅଧିକ ପରିଶ୍ରମ କରି ପ୍ରଶଂସା ପାଇବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବିଚ୍ଛା:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ପୁରୁଣା ରୋଗର ପ୍ରକୋପ ବୃଦ୍ଧି ପାଇବା ଯୋଗୁ ଚିନ୍ତିତ ରହିବେ। ବ୍ୟବସାୟୀମାନେ ଆବଶ୍ୟକତା ଠାରୁ ଅଧିକ ଆଦାନ-ପ୍ରଦାନ କରି ଉଚିତ ଲାଭ ପାଇବେ। ଉଚ୍ଚଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମକ୍ଷେତ୍ରରେ ପ୍ରଶଂସା ପାଇବା ଫଳରେ ଦେହମନ ଭଲ ରହିବ। ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବା ଯୋଗେ ଗୃହରେ ଥିବା କଳହ, ପତି-ପତ୍ନୀଙ୍କ ମଧ୍ୟରେ ମତଭେଦ, ବିରୋଧଭାବ ଓ ତିକ୍ତତା ଭାବର ସମାଧାନ ହେବ। ବିଦ୍ୟାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ସମୟ ଭୋଗ ହେଉ ଥିଇବାରୁ ଶିକ୍ଷାପ୍ରତି ରୁଚି ବୃଦ୍ଧି ପାଇବ। ଅତ୍ୟଧିକ ସାବଧାନତା ଆବଶ୍ୟକ। ଅନାବଶ୍ୟକ ଖର୍ଚ୍ଚ ଅଧିକରୁ ଅଧିକ ହେବାଫଳରେ ମାନସିକ ଦୁଃଶ୍ଚିନ୍ତା ବଢ଼ିଯିବ। ଖାଇବା ପିଇବାରେ ସତର୍କ ନରହିଲେ ଉଦରପୀଡ଼ା ଭୋଗିପାରନ୍ତି। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସାମାଜିକ ପତିଆରା ଅମଳିନ ରହିବ। ଅଚାନକ ଧନ ପ୍ରାପ୍ତି ହେବା ଫଳରେ ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରି ପାରନ୍ତି। ଅଶାନ୍ତି ଅସନ୍ତୋଷ ଦୂରହେବ। ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ। ଖଣିଜ ବ୍ୟବସାୟ, ଯାନବାହନ ବ୍ୟବସାୟ, ଯାତାୟତ ବ୍ୟବସାୟ, ବାୟୁଯାନ, ରେଳବିଭାଗର ଟିକେଟ ବିକ୍ରି, ଭୂ-ଜାତ ଦ୍ରବ୍ୟ ବ୍ୟବସାୟ, ସାନିଟାରୀ, ଇଟା, କୋଇଲା, ହାଡୱାର, ମହମବତୀ ଓ ଶ୍ରମିକ ବ୍ୟବସାୟରେ ଅତ୍ୟଧିକ ଲାଭପାଇବେ। ଆର୍ଥିକ ଉନ୍ନତି ହେବା ସହ ଶତୃ ପରାଜିତ ହେବେ। ଧୈର୍ଯ୍ୟ, ସାହସ ଓ ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରି ପାରିବେ। ସ୍ଵାସ୍ଥ୍ୟରେ ଉନ୍ନତି, ମାନସିକ ସ୍ଥିରତା ଓ ସମାଜ ସେବାରେ ସ୍ଵନାମ ଅର୍ଜନ କରି ପାରିବେ। ଦାମ୍ପତ୍ୟସୁଖ ଓ ପାରିବାରିକ ସ୍ତରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମକର:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ। ମାନସିକ ଦୁଶ୍ଚିନ୍ତା, ଶତୃବଧା ଦୂରେଇ ଯିବ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ନିର୍ମାଣ, ଯୋଗାଯୋଗ, ସଭାସମିତି ପାଇଁ ଅଧିକ ସମୟ ଦେବାକୁ ପଡିବ। ବ୍ୟବସାୟରେ ଇଚ୍ଛା ମୁତାବକ ଲାଭପାଇବେ ଓ ଧନନିବେଶ ପାଇଁ ଉପଯୁକ୍ତ ସମୟ। ଅନେକ ଶୁଭ କର୍ମର ସୁଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ। ସରକାରୀ କର୍ମଚାରୀମାନେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ। ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ। ଶତୃମାନେ ମଥାନତ କରିବେ। ପୁରାତନ ରୋଗର ଉପସମ ଓ ବନ୍ଧୁ ସମାଗମ ହେବ। ଉଚ୍ଚପଦସ୍ଥ ବ୍ୟକ୍ତି ଓ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ନିବିଡ ହେବ। ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

କୁମ୍ଭ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସରକାରୀ କାମରେ ସଫଳତା ମିଳିବ। ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ସମାଜ ସେବାରେ ସ୍ଵନାମ ଅର୍ଜନ କରି ପାରିବେ। ବ୍ୟୟ ଅପେକ୍ଷା ଆୟ ଅଧିକ ହେବା ଫଳରେ ନୂତନ ସଂସ୍ଥାର ଆୟୋଜନ କରିବେ। କର୍ମକ୍ଷେତ୍ରରେ ବନ୍ଧୁମାନଙ୍କ ସାହାଯ୍ୟ ପାଇ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ପରିବାର ରେ ଅପ୍ରୀତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଜୟଯୁକ୍ତ ହେବେ। ବିଦ୍ୟାକ୍ଷେତ୍ରରେ କଠିନ ପରିଶ୍ରମ କରିବେ। ପ୍ରତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ପ୍ରତିକାର- ପ୍ରତ୍ୟେକ ଦିନ କଦଳୀଗଛ ମୂଳରେ ହଳଦୀ ପାଣି ଦିଅନ୍ତୁ।

ମୀନ:- ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଧନ ଲାଭ ହେବାରୁ ମନ ଖୁସି ରହିବ। ନୂତନ କର୍ମନିଯୁକ୍ତି, ନୂତନ ବ୍ୟବସାୟ ଆରମ୍ଭ, ଯାନ, ବାହନ, ଜାଗା, ଜମି, ଗୃହପୋକରଣ ଆଦି କ୍ରୟ କରିବା ପାଇଁ ସୁଯୋଗ ପାଇବେ। ପଡିରହିଥିବା କାର୍ଯ୍ୟକୁ ପୂର୍ଣ୍ଣକରି ବାର ଦୃଢ଼ତା ଆସିବ। ସାଧୁ, ସତ୍ୟବାଦୀ, ଧର୍ମାତ୍ମା, ଗୁରୁବ୍ରାହ୍ମଣଙ୍କ ସହ ସମ୍ପର୍କ ସ୍ଥାପନହେବ। କର୍ମକ୍ଷେତ୍ରରେ ଆତ୍ମସନ୍ତୋଷ ମିଳିବା ସହ ଉପରିସ୍ଥ କର୍ମି ଓ ସହକର୍ମୀଙ୍କ ସହ ବିବାଦ ମେଣ୍ଟିଯିବା ଫଳରେ ଆନନ୍ଦିତ ହେବେ। ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ସାମ୍ବାଦିକ, ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ବ୍ୟବସାୟର ଉନ୍ନତି ଓ ଅଗ୍ରଗତିର ସୁଯୋଗ ପାଇବେ। ପ୍ରତିକୂଳ ପରିସ୍ଥିତି ଦୂରେଇଯାଇ ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବ। ମାଲିମୋକଦ୍ଦମାରେ ପୂର୍ଣ୍ଣ ସଫଳତା ପ୍ରାପ୍ତିହେବ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!