ଦୈନିକ ରାଶିଫଳ: 23 ଡିସେମ୍ବର 2021, ମା’ଲକ୍ଷ୍ମୀଙ୍କ କୃପାରୁ ଆଜି ଏହି ରାଶିଙ୍କୁ ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଡିସେମ୍ବର ମାସ ୨୩ ତାରିଖ, ଗୁରୁବାର, ଧନୁ ମାସ ୮ ଦିନ, ପୌଷ ମାସ, କୃଷ୍ଣପକ୍ଷ, ଚତୁର୍ଥୀ ତିଥି, ଅଶ୍ଳେଷା ନକ୍ଷତ୍ର, କର୍କଟ ରାଶିରେ ଚନ୍ଦ୍ର । ବୈଧୃତି ଯୋଗ ଦିବା ୧୨ଟା ୧୧ମିନିଟ୍ ଗତେ ବିଷ୍କୁମ୍ଭ ଯୋଗ । ବାଳବ କରଣ, ସନ୍ଧ୍ୟା ୬ଟା ୨୭ମିନିଟ୍ ଗତେ କୌଳବ କରଣ । ତୁଳା, କୁମ୍ଭ ରାଶିର ଘାତବାର । ମୂଳା ନ ଖାଇଲେ ଭଲ ସନ୍ଧ୍ୟା ୬ଟା ୨୭ମିନିଟ୍ ପରେ ବେଲ, ପଣସ ନ ଖାଇଲେ ଭଲ । ଯୋଗିନୀ- ନୈଋତେ ସନ୍ଧ୍ୟା ୬ଟା ୨୭ମିନିଟ୍ ପରେ ଦକ୍ଷିଣେ ଯାତ୍ରା ନିଷେଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରାଦ୍ଧ ତର୍ପଣ- ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୨ଟା ୨୭ମିନିଟ୍ ରୁ ଦିବା ୩ଟା ୪୮ମିନିଟ୍, ଦିବା ୩ଟା ୪୮ମିନିଟ୍ ରୁ ୫ଟା ୯ମିନିଟ୍, ରାତ୍ରି ୧୧ଟା ୪୫ମିନିଟ୍ ରୁ ୧ଟା ୨୪ମିନିଟ୍ । ଶୁଭସମୟ- ସକାଳ ୬ଟା ୨୨ମିନିଟ୍ ରୁ ୭ଟା ୪୬ମିନିଟ୍, ସନ୍ଧ୍ୟା ୬ଟା ୩ମିନିଟ୍ ରୁ ରାତ୍ର ୯ଟା ୩୨ମିନିଟ୍, ରାତ୍ର ୧ଟା ୨୫ମିନିଟ୍ ରୁ ରାତ୍ର ୩ଟା ୪୨ମିନିଟ୍, ରାତ୍ର ୪ଟା ୩୭ମିନିଟ୍ ରୁ ୬ଟା ୨୦ମିନିଟ୍ ।

ମେଷ:-କର୍ମ କ୍ଷେତ୍ରରେ ନ୍ୟାୟମାର୍ଗ ଓ ମିଷ୍ଟ ବଚନ କୁ ନିଜର ଭୂଷଣଭାବି କର୍ମ କରିଲେ ଲାଭବାନ ହେବେ । ବ୍ୟବସାୟରେ ସଫଳତା ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ପରିବାରର ପରିସ୍ଥିତି ସମାଧାନ କରିବେ । କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଆଗ୍ରହ ବଢିବ । ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ବୃଷ:-କର୍ମକ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ ଓ ଅଧିକାରୀ ଖୁସିହେବେ । ବ୍ୟବସାୟରେ ଆଶାତୀତ ଲାଭ ପାଇବେ ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ । ନୂଆ ଯୋଜନାରେ ସଫଳହେବେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ପରିବାରରେ ସମସ୍ତ ପରିସ୍ଥିତି ସମାଧାନ ହୋଇ ଖୁସିର ବାତାବରଣ ସ୍ଥାୟି ରହିବ । ନୂତନ ସମ୍ବନ୍ଧ ସୃଷ୍ଟିହେବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ମିଥୁନ:-ଶୁଭ ସମାଚାର ମିଳିବ ଓ ନିଜଲୋକ ସାହାଯ୍ୟ କରିବେ । କେତେକ ଦୀର୍ଘ ଯୋଜନା ସଫଳ କାରଣରୁ ମନ ଭଲ ରହିବ । ପରିବହନ ବ୍ୟବସାୟରେ ସମସ୍ୟା ସମାଧାନ ହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ରାଜନୀତି କ୍ଷେତ୍ରରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ଆର୍ଥିକସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ । ବିରୋଧିମାନେ ଦୂରେଇ ଯିବେ । ପ୍ରିୟଜନ ଙ୍କସହ ମିଳନ ହେବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:-ଶତୃମାନେ ପରାଜିତ ହେବେ । ଦୂରଯାତ୍ରାରେ ସଫଳତା ଓ ଲାଭପାଇବେ । ଅଟକିଥିବା କାର୍ଯ୍ୟ ଚାଲୁ ହେବ । ଉତ୍ତରଦାୟିତ୍ୱ ବଢ଼ିବ । ବିଦ୍ୟାରେ ଉନ୍ନତିହେବ । ଆଶାଜନକ ଫଳ ପ୍ରାପ୍ତିହେବ । ବ୍ୟବସାୟିକକ୍ଷେତ୍ରରେ ଉନ୍ନତିହେବ । ପ୍ରଶାସନିକ ସ୍ତରରେ ପରିଚାଳନା ଦାୟିତ୍ୱ ବୃଦ୍ଧି ପାଇବ । ଧାତୁ ବା ଅଳଙ୍କାରାଦି କ୍ରୟ କରିବେ । ମନୋବିଜ୍ଞାନ ସମ୍ବନ୍ଧରେ ବିଶେଷ ରୁଚି ରହିବ । ବ୍ୟବସାୟ ପାଇଁ ଦୂରଯାତ୍ରାର ସୁଯୋଗ ପାଇବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ସିଂହ:-ଧନ ଲାଭ ହେବାରୁ ମନଖୁସି ରହିବ । ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବ । ବନ୍ଧୁ ମିତ୍ରଙ୍କର ସହଯୋଗ ପାଇବେ । ବ୍ୟବସାୟ କ୍ଷେତ୍ରରେ ନୂଆ ଯୋଜନା ଉପରେ କାର୍ଯ୍ୟ କରିବେ । ସ୍ଥଗିତ ଥିବା ଧନ ମିଳିଯିବ । ସାମ୍ବାଦିକତାରୁ ଲାଭ ଓ ଶୁଭ ସମାଚାର ମିଳିବ । ପରୀକ୍ଷା ଓ ସାକ୍ଷାତ କାରରେ ସଫଳତା ମିଳିବ । ରାଜନୀତି ଓ ସାମାଜିକ କାର୍ଯ୍ୟରେ ସଫଳ ସିଦ୍ଧହେବେ । କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

କନ୍ୟା:-ପରିବାରରେ ଅପ୍ରିତିକର ପରିସ୍ଥିତିକୁ କୌଶଳକ୍ରମେ ସମାଧାନ କରିବେ । ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ବନ୍ଧୁ ଓ ମିତ୍ରଙ୍କଠାରୁ ସାହାଯ୍ୟ ସହଯୋଗମିଳିବ । ସନ୍ତାନଙ୍କ ପାଇଁ ଶୁଭସମ୍ବାଦ ପାଇବେ । ପୁରାତନ ରୋଗର ଉପଶମ ପରିଲକ୍ଷିତ ହେବ । ରାଜନୀତି କ୍ଷେତ୍ରରେ ନିଜର ଲୋକମାନେ ସାହାଯ୍ୟ ସହଯୋଗର ହାତ ବଢେଇବେ । ସମସ୍ତ ଚେଷ୍ଟା ସଫଳ ହେବ । ନୂତନ କାର୍ଯ୍ୟରେ ଉନ୍ନତି ହେବା ସହ ଶାନ୍ତିପାଇବେ । ପ୍ରତିକାର- ମହୁଟିକେ ଖାଇ ଘରୁ ବାହାରନ୍ତୁ ।

ତୁଳା:-ବ୍ୟବସାୟରେ ବିଭିନ୍ନ ପ୍ରକାରର ସମସ୍ୟା ସମାଧାନ ହେବ । କର୍ମ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍ବ୍ୟବହାର କରିବା କଷ୍ଟ ହେବ । ମାନସିକ ଚାପବୃଦ୍ଧି ଓ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି ହେବ । କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ । ପାରିବାରିକ କ୍ଷେତ୍ରରେ ଗୋଟିଏ ପାଖରେ ଶ୍ଣେହ ଶ୍ରଦ୍ଧାର ସ୍ରୋତ ଛୁଟୁଥିଲାବେଳେ ଅନ୍ୟ ପାଖରେ ଉପେକ୍ଷା ଓ ଅଶାନ୍ତିର ନିଆଁ କୁହୁଳି ପାରେ । କ୍ରୀଡ଼ାବିଦ୍ ମାନେ ପ୍ରଶଂସିତ ହେବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗୀତାପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ରାଜନୀତିରେ ପ୍ରଶଂସିତ ହେବେ । ପରିଶ୍ରମ କାର୍ଯ୍ୟ କରି ପ୍ରଶଂସିତ ହେବେ । ଅଭାବ ଅନାଟନ ପାଇଁ ବ୍ୟୟ ସଂକୋଚନ ହେବ । ମାନସିକ ଅସ୍ଥିରତା ଦେଖାଦେବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ଧନୁ:-ସତସଙ୍ଗ ଓ ମନୋରଞ୍ଜନ ପାଇଁ ସମୟ ଅନୁକୂଳ ରହିବ । ସାମାଜିକ ପତିଆରା ଅମଳିନ ରହିବ । ବ୍ୟବସାୟିକ କ୍ଷେତ୍ରରେ ଉନ୍ନତିହେବ । ଚିକିତ୍ସକ, ରସାୟନଜ୍ଞ, କେମିକାଲ୍, ଔଷଧନିର୍ମାଣ ଓ ବିକ୍ରୟ କରୁଥିବା ବ୍ୟକ୍ତିମାନେ ବିଶେଷ ଲାଭାନ୍ୱିତ ହେବେ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗୀତାପରୀକ୍ଷା ଓ ସାକ୍ଷାତକାରରେ ଜୟଲାଭ ହେବ । ସ୍ୱାସ୍ଥ୍ୟରେ ଅବନ୍ନତି, ମାନସିକ ଅସ୍ଥିରତା, ରାତ୍ରିକାଳୀନ ଦୁଃସ୍ଵପ୍ନ ଦେଖି ମନ ଉତ୍ତେଜିତ ରହିବ । ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:-ଶିଳ୍ପ, ବାଣିଜ୍ୟ ଓ ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ଗୃହ ନିର୍ମାଣ କରିବେ । ବ୍ୟବସାୟ ପାଇଁ ଦୂରଯାତ୍ରାର ସୁଯୋଗ ପାଇ ସଫଳତା ଅର୍ଜନ କରିବେ । କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ । ଆର୍ଥିକ କ୍ଷେତ୍ରରେ ଉନ୍ନତିହେବ । ମିଷ୍ଟାନ ଭୋଜନ, ଉଚ୍ଚଆଶା ପୂରଣ ହେବ । ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ, ଉଚ୍ଚ ସମ୍ମାନ ପାଇବେ । ସୁଖ, ସମ୍ପତ୍ତି ଲାଭ ଓ ସାହାଯ୍ୟ ପ୍ରାପ୍ତି । ଗୃହବାହନ ପ୍ରାପ୍ତି । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କୁମ୍ଭ:-କର୍ମକ୍ଷେତ୍ରରେ କିଛି ନୂଆସୁଯୋଗ ଆସିବ । ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ । ବିଦ୍ୟା କ୍ଷେତ୍ରରେ ପ୍ରତିକୁଳ ପରିସ୍ଥିତି ଦୂରେଇଯାଇ ମାନସିକ ସୁସ୍ଥତା ଅନୁଭବ କରିବେ । ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ରାଜନୀତିରେ ସମାଲୋଚିତ ହୋଇ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେବ । ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହୋଇପାରେ । ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ପାଇବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:-ଶୁଭ ସମାଚାର ମିଳିବ । ବ୍ୟବସାୟିକ କ୍ଷେତ୍ରରେ ଉନ୍ନତିହେବ । ପାରିବାରିକ ସ୍ତରରେ କିଛି କୁହୁଳା ଆଶାନ୍ତି ଦୂରେଇ ଯିବ । ଲେଖକ, ପତ୍ରକାର, ରାଜନୈତିକ, ସଙ୍ଗୀତଜ୍ଞ, ଠିକାଦାର ଓ ସରକାରୀ କର୍ମରତଥିବା ବ୍ୟକ୍ତିମାନଙ୍କର ଅନେକ ଶୁଭହେବ । ଦୂରଯାତ୍ରା କରି ନିଜକୁ ସୁସ୍ଥ ମନେକରିବେ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ପ୍ରସଙ୍ଗରେ ମଧୁରତା ଆସିବ । ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କଠାରୁ ସାହାଯ୍ୟ ପାଇ ଧନ୍ୟ ହେବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!