ଦୈନିକ ରାଶିଫଳ: 05 ଡିସେମ୍ବର 2021, ସୂର୍ଯ୍ୟଦେବଙ୍କ କୃପାରୁ ଆଜି ଏହି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଡିସେମ୍ବର ମାସ ୫ ତାରିଖ, ରବିବାର, ବିଛାମାସ ୨୦ ଦିନ, ମାର୍ଗଶୀର ମାସ, ଶୁକ୍ଳପକ୍ଷ, ପ୍ରତିପଦା ତିଥି ସକାଳ ୯ଟା ୨୭ମିନିଟ୍ ଗତେ ଦ୍ଵିତୀୟା ତିଥି କ୍ଷୟ, ଜ୍ୟେଷ୍ଠା ନକ୍ଷତ୍ର, ବିଛା ରାଶିରେ ଚନ୍ଦ୍ର ସକାଳ ୭ଟା ୪୭ମିନିଟ୍ ଗତେ ମୂଳା ନକ୍ଷତ୍ର, ଧନୁ ରାଶିରେ ଚନ୍ଦ୍ର । ଶୂଳଯୋଗ । ବବ କରଣ, ସକାଳ ୯ଟା ୨୭ମିନିଟ୍ ଗତେ ବାଳବ କରଣ । ମେଷ ରାଶିର ଘାତବାର । ସକାଳ ୭ଟା ୪୭ମିନିଟ୍ ଗତେ ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର । ପାଣିକଖାରୁ ନ ଖାଇଲେ ଭଲ ସକାଳ ୯ଟା ୨୭ମିନିଟ୍ ପରେ ବୋଇତି କଖାରୁ ନ ଖାଇଲେ ଭଲ । ଯୋଗିନୀ- ପୂର୍ବେ ସକାଳ ୯ଟା ୨୭ମିନିଟ୍ ପରେ ଉତ୍ତରେ ଯାତ୍ରା ନିଷେଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରାଦ୍ଧ ତର୍ପଣ- ଦ୍ଵିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୧୦ଟା ୧୫ମିନିଟ୍ ରୁ ଦିବା ୧୧ଟା ୩୭ମିନିଟ୍, ଦିବା ୧୧ଟା ୩୭ମିନିଟ୍ ରୁ ୧୨ଟା ୫୮ମିନିଟ୍, ରାତ୍ରି ୧ଟା ୧୬ମିନିଟ୍ ରୁ ୨ଟା ୫୪ମିନିଟ୍ । ଶୁଭସମୟ- ସକାଳ ୬ଟା ୫୫ମିନିଟ୍ ରୁ ୯ଟା ୪ମିନିଟ୍, ଦିବା ୧୨ଟା ୫୯ମିନିଟ୍ ରୁ ୨ଟା ୫୧ମିନିଟ୍, ଦିବା ୩ଟା ୩୭ମିନିଟ୍ ରୁ ୩ଟା ୪୦ମିନିଟ୍, ରାତ୍ର ୭ଟା ୪୧ମିନିଟ୍ ରୁ ରାତ୍ର ୯ଟା ୨୫ମିନିଟ୍, ରାତ୍ର ୧୨ଟା ୪ମିନିଟ୍ ରୁ ୧ଟା ୧୫ମିନିଟ୍, ରାତ୍ର ୨ଟା ୫୫ମିନିଟ୍ ରୁ ୬ଟା ୧୦ମିନିଟ୍ । ପର୍ବଦିନ- ଦ୍ଵିତୀୟା ଚନ୍ଦ୍ର ଦର୍ଶନ ପୂଜା ଓ ଅର୍ଘ୍ୟ ଦାନ ।

ମେଷ:-ସହକର୍ମୀମାନଙ୍କ ସହ ବାଦବିବାଦର ଅବସାନ ଘଟିବ । ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ସମସ୍ୟାକୁ ସୁଧାରିବା ପାଇଁ ଚେଷ୍ଟା କରି କୌଶଳକ୍ରମେ ସମାଧାନ କରିବେ । ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବ ନାହିଁ । ଆଧ୍ୟାତ୍ମିକ ଭାବଧାରରେ ଉଦବୁଦ୍ଧ ହୋଇ ସତସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳେଇବେ । ବରିଷ୍ଠ କର୍ମୀଙ୍କ ପ୍ରିୟ ପାତ୍ର ହେବେ । ପ୍ରେମ କ୍ଷେତ୍ରରେ ସଫଳ ହେବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ବୃଷ:-ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ । ପ୍ରତେକ କ୍ଷେତ୍ରରେ ମାନସିକସ୍ଥିତି ସୁଦୃଢ ରହିବ । ଉଚ୍ଚ ଶିକ୍ଷାପାଇଁ ସୁଯୋଗ ପାଇବେ । ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ପ୍ରେମ କ୍ଷେତ୍ରରେ ସଫଳ ହେବେ । ନିର୍ମାଣ, ଯୋଗାଯୋଗ, ସଭାସମିତି ପାଇଁ ଅଧିକ ସମୟ ଦେବାକୁ ପଡିବ । ପରିବାରରେ କୌଣସି ଜଟିଳ ସମସ୍ୟାର ସମାଧାନ ହୋଇ ଶାନ୍ତି ଦେଖା ଦେବ । କାର୍ଯ୍ୟକ୍ଷେତ୍ରରେ ଦାୟିତ୍ଵ ବଢିବା ଯୋଗେ ଅନ୍ୟମନସ୍କ ରହିବେ । ପ୍ରତିକାର:- ଷଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ:-ସହକର୍ମୀ ମାନଙ୍କ ଦ୍ୱରା ବହୁ ସୁବିଧା ସୁଯୋଗ ପାଇବା ସହ କେତେକ କ୍ଷେତ୍ରରେ ଉଚ୍ଚପଦ ପଦବି ପ୍ରାପ୍ତି ହେବ । ନୂତନ କର୍ମପ୍ରାପ୍ତିର ସୁଯୋଗ ପାଇବେ । ଆର୍ଥିକସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ । ମାନସିକ ଓ ଶାରିରୀକ ସୁସ୍ଥତା ଅନୁଭବ କରିବେ । ନୂତନ ଯୋଜନା ପ୍ରସ୍ତୁତ କରି ବ୍ୟବସାୟର ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ଜାଗା, ଜମି, ଗୃହପୋକରଣ କ୍ରୟ କରିବେ । ଦୂରଯାତ୍ରାର ସୁଯୋଗ ପାଇବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

କର୍କଟ:-ସ୍ୱାସ୍ଥ୍ୟଗତ ସମସ୍ୟାରେ ଉନ୍ନତି ହେବ । ପ୍ରତିଷ୍ଠା, ପ୍ରତିପତ୍ତି ମାନସମ୍ମାନ ଓ କ୍ଷାତି ବଢିବ । କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବେ । ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସଫଳତା ଲାଭ କରିବେ । ନୂତନ ନିଯୁକ୍ତି କ୍ଷେତ୍ରରେ ସଫଳତା ଦେଖାଦେବ । ଯେ କୌଣସି କାମରେ ହାତ ଦେଲେ, ସଫଳତା ପାଇବେ । ବନ୍ଧୁ ବାନ୍ଧବଙ୍କଦ୍ଵାରା ସମସ୍ୟାର ସମାଧାନ ହୋଇ ଶତୃ, ରୋଗ, ଋଣରୁ ମୁକ୍ତି ହେବା ସହ ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ସିଂହ:-ସନ୍ତାନ ପକ୍ଷର ଚିନ୍ତା ଦୂର ହେଇଯିବ । ସମସ୍ତ କର୍ମ ସହଜ ସରଳରେ ହିଁ ସମ୍ପନ୍ନ ହେବ । ସ୍ୱାସ୍ଥ୍ୟ ଠିକ୍ ରହିବ । ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ପୂରଣ କରିବା ପାଇଁ ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ମିଳିବ । ପ୍ରେମୀକ ପ୍ରେମିକାଙ୍କ ମିଳନ ହେବ । ବନ୍ଧୁ ମିତ୍ର ନିକଟ ସମ୍ପର୍କୀୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିବେ । ନୂଆ ଜ୍ଞାନର ବୃଦ୍ଧି ହେବ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

କନ୍ୟା:-ବାସସ୍ଥାନ ବା ଯାନବାହାନ ପାଇଁ ଖର୍ଚାନ୍ତ ହୋଇ ପାରନ୍ତି । ପରିବାରର କେତେକ ସମସ୍ୟା ସମାଧାନ ହୋଇ ବନ୍ଧୁଙ୍କ ସହଯୋଗ ପାଇ ସୁଖପ୍ରାପ୍ତି ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ । ବିଦେଶ ଯାତ୍ରାରେ ସଫଳ ହେବେ । ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ । ପଢ଼ାପଢ଼ିରେ ମନଦେବେ ଉଚ୍ଚଶିକ୍ଷା ସମ୍ମିଳନୀରେ ଯୋଗ ଦେବେ । ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

ତୁଳା:-ସାମାଜିକକ୍ଷେତ୍ରରେ ନିଜର ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ । ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ଆଧ୍ୟାତ୍ମିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟ ସଂସ୍ଥାରେ ସାମିଲ ହେବେ । କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-ସାଂଗଠନିକ କାର୍ଯ୍ୟରେ ଅଂଶ ଗ୍ରହଣ କରି ପ୍ରଶଂସା ପାଇବେ । ଆର୍ଥିକ କ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ । ପାରିବାରିକ ଜୀବନ କ୍ଷେତ୍ରରେ ଆନନ୍ଦମୟ ପରିସ୍ଥିତି ସୃଷ୍ଟିହେବ । ନ୍ୟାୟମାର୍ଗ ଓ ମିଷ୍ଟ ବଚନ କୁ ନିଜର ଭୂଷଣଭାବି କର୍ମ କରିଲେ ଲାଭବାନ ହେବେ । ରାଜନୀତି କ୍ଷେତ୍ରରେ ସହଯୋଗୀ ବା ଭାଇଭଳି ଚଳୁଥିବା ବ୍ୟକ୍ତିମାନେ ପୂର୍ଣ୍ଣ ସହଯୋଗ କରିବେ । ଭଲମନ୍ଦ ବିଚାର କରି ଯେ କୌଣସି କାର୍ଯ୍ୟକଲେ ଆୟ ବୃଦ୍ଧି ହେବ । ପ୍ରତିକାର- ମହୁଟିକେ ଖାଇ ଘରୁ ବାହାରନ୍ତୁ ।

ଧନୁ:-ଶତୃନାଶ, ଋଣନାଶ ଓ ପୁରାତନ ରୋଗପୀଡ଼ାର ଉପଶମ ହେବ । ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ । ଶିକ୍ଷାର୍ଥୀମାନେ ଉଚ୍ଚଶିକ୍ଷା ପାଇବାର ସୁଯୋଗ ପାଇବେ । ଉଚ୍ଚମାନ୍ୟତା ରକ୍ଷା କରି ଆର୍ଥିକ ସ୍ଥିତିକୁ ସୁଦୃଢ କରି ପାରିବେ । କର୍ମସଂଧାନୀ ମାନେ ପ୍ରତିଯୋଗୀତା କ୍ଷେତ୍ରରେ ସଫଳ ହେବେ । ନିଜର କ୍ଷମତା ଓ ଯୋଗ୍ୟତାକୁ ବହୁତ ଉପଯୋଗ କରିବେ । ନୂତନ ବସ୍ତୁ କ୍ରୟ କରି ପାରିବେ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ମକର:-ଧାତୁ ପଦାର୍ଥ କ୍ରୟ ବିକ୍ରୟ କରୁଥିବା ବ୍ୟବସାୟୀମାନେ ଅଧିକ ଲାଭବାନ ହେବେ । ରାଜନୀତି କ୍ଷେତ୍ରରେ ସହଯୋଗୀ ମାନଙ୍କର ପୂର୍ଣ୍ଣ ସହଯୋଗ ପାଇ କୌଣସି ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି । ଛାତ୍ର ଛାତ୍ରୀମାନଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତିହେବ । ଦାମ୍ପତ୍ୟ ସୁଖରେ ଆନନ୍ଦିତ ହେବେ । ପ୍ରେମିକ ପ୍ରେମିକାମାନଙ୍କର ମନଖୁସି ରହିବ । ଉତ୍ତମ ରୋଜଗାର ହେଲେ ମଧ୍ୟ ଆୟ ତୁଳନାରେ ବ୍ୟୟ ଅଧିକ ହେବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କୁମ୍ଭ:-ଧାର୍ମିକ କାର୍ଯ୍ୟରେ ରୁଚିବୃଦ୍ଧି ପାଇବ । ପାରିବାରିକ ଅଶାନ୍ତି ଦୂର ହେବ ଓ ଦାମ୍ପତ୍ୟ ସୁଖ ପ୍ରାପ୍ତି ହେବ । ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ । କେତେକ ନୂଆ ସମସ୍ୟାର ସମ୍ମୁଖୀନ ହେଲେବି ନିଜର ବୁଦ୍ଧି, ବିବେକ ଖଟାଇ ସମାଧାନ କରି ପାରିବେ । କୌଣସି କ୍ଷେତ୍ରରେ ଆଗକୁହା ନ ହୋଇ କର୍ମନିଷ୍ଠା ମଧ୍ୟରେ ନିଜକୁ ସୀମିତ ରଖିବା ହିତକର । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:-ଶାରିରୀକ ସୁସ୍ଥତା ଦେଖା ଦେବ । ଅଧୁରା କାର୍ଯ୍ୟ ପୂରଣ କରି କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ପ୍ରତିଯୋଗୀତା ପରୀକ୍ଷାରେ ଯଶରସହ ଉତ୍ତୀର୍ଣ୍ଣ ହୋଇ ପ୍ରଶଂସିତ ହେବେ । ଆର୍ଥିକ ସ୍ଥିତି ସୁଦୃଢ଼ ହେବା ଫଳରେ ଋଣ ପରିଶୋଧ କରିବାର ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ଓ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!