ଦକ୍ଷିଣଦ୍ଵାର ଥିବା ବାସଗୃହ– ଦକ୍ଷିଣ ଦିଗରେ ମୁଖ୍ୟଦ୍ଵାର ଠିକ ନା ଭୁଲ ? କଣ କରିବେ ପ୍ରତିକାର- Vastu Tips

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦକ୍ଷିଣଦ୍ଵାର ଥିବା ବାସଗୃହ– ଦକ୍ଷିଣ = ୧-ବାୟୁ- ବାୟୁ ଭୟ । ୨-ପୁଷା- କଷ୍ଟ । ୩-ବିତଥ- ଶୁଭ । ୪-ଗୃହକ୍ଷତ- ଯଶ । ୫-ଯମ- ମହାଦୁଃଖ । ୬-ଗନ୍ଧର୍ବ- ମାଧ୍ୟମ । ୭-ଭୃଙ୍ଗରାଜ- ମଧ୍ୟମ । ୮-ମୃଗ- ମାଧ୍ୟମ । ୯- ପିତୃ- ମାଧ୍ୟମ । ଦକ୍ଷିଣ ଦିଗରେ ସଡ଼କ ଥିଲେ ଗୃହ ଦକ୍ଷିଣାଭିମୁଖୀ ହୁଏ । ଏଭଳି ଭୂଖଣ୍ଡର ଗୃହନିର୍ମାଣ କରିବା ବେଳେ ବାସ୍ତୁ ନିୟମ ପାଳନ କରିବା ଉଚିତ ଶୁଭ-ଅଶୁଭ କଥାକୁ ମଧ୍ୟ ବିଚାରକୁ ନେବା ଉଚିତ୍ । ଦକ୍ଷିଣଭାଗ ନୀଚ୍ଚ ରଖିଲେ ଗୃହରେ ବାସ କରୁଥିବା ଲୋକଙ୍କର ସ୍ୱାସ୍ଥ୍ୟହାନୀ, ଧନହାନୀ ଓ ଆକସ୍ମିକ ରୋଗଭୟ ଦେଖାଯିବ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଦକ୍ଷିଣ ଭାଗ ବାରଣ୍ଡା, କିମ୍ବା କାନ୍ଥ ନୀଚ୍ଚା ରହିବ ନାହିଁ । ଦକ୍ଷିଣ ଭାଗରେ ନିର୍ମିତ ସବୁ କିଛି ପୂର୍ବ, ଉତ୍ତର ଓ ଐଶାନ୍ୟ କୋଣର ନିର୍ମାଣ ଅପେକ୍ଷା ଉଚ୍ଚା ରହିବା ଦରକାର । ଦକ୍ଷିଣଦ୍ୱାର ମୁଖ୍ୟ ହେଲେ, ଅନ୍ୟ ସବୁ ଗୃହର ଦ୍ୱାର ସର୍ବଦା ପୂର୍ବ, ଉତ୍ତର ଦିଗ ଆଡ଼କୁ କରିବ । ଆବଶ୍ୟକତା ଥିଲେ ସ୍ୱଳ୍ପମାତ୍ର ଛାଡ଼ିପାର । ଦକ୍ଷିଣ ଭାଗରେ କୂଅ, ନଳକୂଅ ଆଦି କୌଣସି ନିର୍ମାଣ ପାଣିପାଇଁ କରିବ ନାହିଁ । ଏଭଳି କରାଇଲେ ଧନହାନୀ, ଆକସ୍ମିକ ଦୁର୍ଘଟଣା ଭୟ ଦେଖାଯିବ । ଗୃହ ସମ୍ମୁଖ ଦକ୍ଷିଣଭାଗ ଉଚ୍ଚା କରିବ । ଏଭଳି କଲେ ସେ ଗୃହର ବାସିନ୍ଦା ସୁସ୍ଥ ଓ ସୁଖସମ୍ପନ୍ନ ରହିବେ ।

ଗୃହ ସମ୍ମୁଖସ୍ଥ ଦକ୍ଷିଣ ଦିଗରେ ପାହାଡ଼, ଉଚ୍ଚ ଜାଗା ବା ଉଚ୍ଚ ପ୍ରାସାଦ ରହିବା ମଧ୍ୟ ଶୁଭପ୍ରଦ । ଏଭଳି ଗୃହର ଜଳ ଉତ୍ତରଦିଗ ପଟେ ବାହାରକୁ ଗଲେ ଗୃହଲୋକଙ୍କର ସ୍ୱାସ୍ଥ୍ୟ ଭଲ ରୁହେ ଓ ଧନଲାଭ ହୁଏ । ଏହି ଗୃହର ଜଳ ପୂର୍ବଦିଗ ପଟେ ବାହାରକୁ ଗଲେ ପୁରୁଷ ଲୋକଙ୍କୁ ସ୍ୱାସ୍ଥ୍ୟ ଓ ଯଶ ଲାଭହୁଏ । ଏଭଳି ଭୂଖଣ୍ଡରେ ଗୃହନିର୍ମାଣ ଦକ୍ଷିଣଭାଗ ସୀମାରୁ କରିବ । ଖାଲିଜାଗା ଛାଡ଼ିବେ ନାହିଁ । ଏହା ନିଶ୍ଚିତ ଭାବରେ ସତ୍ୟଯେ, କ୍ଷେତ୍ରର ଉତ୍ତର, ଦକ୍ଷିଣ, ଓ ପୂର୍ବଦିଗରେ ରାସ୍ତାର ସ୍ଥିତି କ୍ଷେତ୍ରପ୍ରତି ମଙ୍ଗଳ ଦାୟକ । ଶାସ୍ତ୍ରରେ ଅଛି –ଦକ୍ଷିଣ ଦରଜା ରଜା, ଉତ୍ତର ତାହାର ପ୍ରଜା, ପୂରୁବେ ପାଇବ ମଜ୍ଜା, ପଶ୍ଚିମେ ଭୋଗିବ ସଜ୍ଜା । କିନ୍ତୁ, ସବୁ କ୍ଷେତ୍ର ପାଇଁ ଏହା ସମ୍ଭବ ନୁହେଁ । ପଶ୍ଚିମ ଦିଗରେ ରାସ୍ତାଥିଲେ, ବାସ୍ତୁ ନିତି ନିୟମ ପ୍ରତି ଯଥେଷ୍ଟ ସଚେତନ ହେବା ଆବଶ୍ୟକ ।

ଗୃହର ମୁଖ୍ୟ ପ୍ରବେଶ ଦ୍ୱାରକୁ, ଦକ୍ଷିଣ ଦିଗରେ ନୈଋତ କୋଣରୁ ଅଗ୍ନି କୋଣ ପର୍ଯ୍ୟନ୍ତ ଫିତା ପକାଇ ମାପି ଯେତେ ଫୁଟ ହେବ ତାହାକୁ ନ ଭାଗ କଲା ପରେ ଚତୁର୍ଥ ଓ ପଞ୍ଚମ ଭାଗରେ ବାସ ଗୃହର ମୁଖ୍ୟ ଦ୍ୱାର କଲେ ଅତ୍ୟନ୍ତ ଶୁଭ ଫଳ ମିଳିଥାଏ । ଅନ୍ୟ ଭାଗ ମାନଙ୍କରେ ଯଦି ମୁଖ୍ୟ ଦ୍ୱାର କରନ୍ତି ତେବେ ନୈଋତ କୋଣର ପ୍ରଥମ ଭାଗରେ କର୍ତ୍ତା ଆକସ୍ମିକ ଦୁର୍ଘଟଣାର ଶିକାର ହୁଅନ୍ତି, ଦ୍ୱତୀୟରେ ଆକସ୍ମିକ ଦୁଃଖକଷ୍ଟ ଭୋଗ କରନ୍ତି, ତୃତୀୟରେ ମାଙ୍ଗଳିକ କାର୍ଯ୍ୟ ଗୃହରେ ହୋଇପାରେ ନାହିଁ ।

ସନ୍ତାନମାନେ ଉତ୍ସୃଙ୍ଖଳ ବିପଥ ଗାମୀ ହୋଇଥାନ୍ତି, ଚତୁର୍ଥ ଭାଗରେ ବିଦ୍ୟା, ବୁଦ୍ଧି, ଯଶ ମାନ , ପ୍ରତିଷ୍ଠା, ପତିପ୍ରତି, ଧନରତ୍ନ ଆଦି ଲାଭ ହୁଏ, ପଞ୍ଚମରେ ସନ୍ତାନ ମାନଙ୍କର ଉନ୍ନତି ଧନ, ଜନ, ଗୋପଲକ୍ଷ୍ମୀ ପ୍ରାପ୍ତି ଓ ସୁଖ, ଶାନ୍ତି ସେ ଗୃହରେ ବିରାଜ ମାନ କରେ । ଷଷ୍ଠରେ ଶତୃ ବୃଦ୍ଧି, ରୋଗ ଋଣରେ ପୀଡ଼ିତ ହୁଅନ୍ତି । ସପ୍ତମରେ ବ୍ୟବସାୟ ନାଶ, ପତି-ପତ୍ନୀରେ ଦ୍ୱନ୍ଦ, ଅମଙ୍ଗଳର ସୂଚନା ମିଳେ । ଅଷ୍ଟମରେ ଶୋକାତୁର, ଅନାଟନ ଦୁଃଖ ଦୈନତା ଭିତରେ ଦିନ କାଟିବାକୁ ପଡ଼େ । ନବମରେ ଭାଗ୍ୟ ହୀନ, ବଂଶନାଶ, ଦୁଃଖ ଶୋକରେ ଦିନ କଟେ । ବ୍ୟବସାୟ ଗୃହ ନିର୍ମାଣ କଲେ ଏଭଳି ସ୍ଥଳେ ହୋଟେଲ, ଅଫିସ୍, ହାଡ଼ୱୟାର ଓ ବିୟୁଟି ପାର୍ଲର ପାଇଁ ଉପଯୁକ୍ତ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!