ଆଜି ଚନ୍ଦ୍ର ଗ୍ରହଣ, ଗୋଟେ ମାସରେ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ପଡିଥିବାରୁ 12ଟି ରାଶି ବ୍ୟକ୍ତି କରନ୍ତୁ ଏହି ପ୍ରତିକାର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଗ୍ରସ୍ତୋଦୟ ରାହୁଗ୍ରସ୍ତ ଆକାଶଗ୍ରାସ ଚନ୍ଦ୍ରଗ୍ରହଣ ଦୃଶ୍ୟ ହେତୁ ପାଳନୀୟ ତା ୮-୧୧-୨୦୨୨ରିଖ, କାର୍ତ୍ତିକମାସ ପୂର୍ଣ୍ଣିମା, ମଙ୍ଗଳବାର। ଗ୍ରହଣସ୍ପର୍ଶ- ଦିବା ଘଣ୍ଟା ୨।୩୯ ମିନିଟ୍ ସମୟେ ଚନ୍ଦ୍ର ଉଦୟ ହୋଇନଥିବାରୁ ଅଦୃଶ୍ୟ, ଗ୍ରହଣମଧ୍ୟ – ଦିବା ଘଣ୍ଟା ୪।୨୯ ମିନିଟ୍ ସମୟେ, ପୂର୍ଣ୍ଣଗ୍ରାସ ଆରମ୍ଭ – ସନ୍ଧ୍ୟା ଘଣ୍ଟା ୫।୬।୨୯ସେକେଣ୍ଡ ସମୟେ, ଗ୍ରହଣ ସର୍ବମୋକ୍ଷ – ସନ୍ଧ୍ୟା ଘଣ୍ଟା ୬।୧୯ ମିନିଟ୍ ସମୟରେ ହେବ। ପାଳନ ବିଧି – ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ୬୫ଙ୍କ ତୁଳା ଦି୨୩ନ କାର୍ତ୍ତିକ ପୂର୍ଣ୍ଣିମା, ମଙ୍ଗଳବାର ଦିନ ଗ୍ରସ୍ତୋଦୟ ରାହୁଗ୍ରସ୍ତ ଆକାଶଗ୍ରାସ ଚନ୍ଦ୍ରଗ୍ରହଣ ସଂଘଟିତ ହେବ। ଚନ୍ଦ୍ରଗ୍ରହଣ ଯୋଗୁ ଗ୍ରହଣସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ତା ୮-୧୧-୨୦୨୨ରିଖ ମଙ୍ଗଳବାର ପ୍ରାତଃ ଘଣ୍ଟା ୫।୩୯ମିନିଟ୍ ଠାରୁ ପାକତ୍ୟାଗ, ଅନ୍ନଭୋଜନାଦି ଓ ଦେବନୀତି ନିଷେଧ ହେବ। ପ୍ରତ୍ୟେକ ଗୃହୀ ଏହି ନିୟମ ମାନି ନଭେମ୍ବର ମାସ ତା୮ରିଖ ମଙ୍ଗଳବାର ପ୍ରାତଃ ଘଣ୍ଟା ୫।୩୯ମିନିଟ୍ ମଧ୍ୟେ ପାକକର୍ମାଦି, ଅନ୍ନଭୋଜନାଦି ଓ ଦେବନୀତି କରିବେ। ତା’ପରଠାରୁ ଅର୍ଥାତ୍ ପ୍ରାତଃ ଘଣ୍ଟା ୫।୩୯ମିନିଟ୍ ଠାରୁ ମଙ୍ଗଳବାର ସନ୍ଧ୍ୟା ଘଣ୍ଟା ୬।୧୯ମିନିଟ୍ ମଧ୍ୟେ କୌଣସି ପ୍ରକାର ଅନ୍ନଭୋଜନାଦି କରିବା ନିଷେଧ। ବାଳ, ବୃଦ୍ଧ, ଅସୁସ୍ଥ ଓ ଆତୁର ବ୍ୟକ୍ତିମାନଙ୍କ ପକ୍ଷେ ଉପଯୁକ୍ତ ନିୟମ ଲଂଘନୀୟ। କୌଣସି ଗର୍ଭିଣୀ ଉକ୍ତ ରାତିରେ ଗ୍ରହଣକୁ ନ ଦେଖି କୋଳରେ ଏକ ନଡିଆ ରଖି ଘର ଭିତରେ ରହି ଶ୍ରୀବିଷ୍ଣୁ ଜଗନ୍ନାଥଙ୍କୁ ମନେ ମନେ ସ୍ମରଣ କରିବା ଉଚିତ୍। ସନ୍ଧ୍ୟା ଘଣ୍ଟା ୬।୧୯ମିନିଟ୍ ପରେ ସ୍ନାନାଦି ସାରି ଦେବପୂଜା, ପାକକର୍ମାଦି, ଅନ୍ନଭୋଜନାଦି କରିବାକୁ ହେବ। ଏହି ଦିନ ଶ୍ରାଦ୍ଧ ପଡିଲେ ଆମ ଶ୍ରାଦ୍ଧ ପାକାଦି ବିନା ଦ୍ରବ୍ୟରେ ପିଣ୍ଡ ଦାନ କରଣୀୟ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଓଡିଶାର ବିଭିନ୍ନ ସ୍ଥାନ ଅର୍ଥାତ୍ କଟକ-ଭୁବନେଶ୍ଵର, ଯାଜପୁର, ବ୍ରହ୍ମପୁର, ସମ୍ବଲପୁର ଆଦି ସ୍ଥାନରେ ଏକ ସମୟରେ ଅର୍ଥାତ୍ ଗ୍ରହଣସ୍ପର୍ଶ ଦିବା ଘଣ୍ଟା ୨।୩୯ ମିନିଟ୍ ସମୟେ ଚନ୍ଦ୍ର ଉଦୟ ହୋଇନଥିବାରୁ ଅଦୃଶ୍ୟ। ଗ୍ରହଣମଧ୍ୟ – ଦିବା ଘଣ୍ଟା ୪।୨୯ ମିନିଟ୍ ସମୟେ। ପୂର୍ଣ୍ଣଗ୍ରାସ ଆରମ୍ଭ – ସନ୍ଧ୍ୟା ଘଣ୍ଟା ୫।୬।୨୯ସେକେଣ୍ଡ ସମୟେ। ଗ୍ରହଣ ସର୍ବମୋକ୍ଷ – ସନ୍ଧ୍ୟା ଘଣ୍ଟା ୬।୧୯ ମିନିଟ୍ ସମୟେ ହେବ। ଗ୍ରହଣ ଦର୍ଶନେ ରାଶିଶୁଦ୍ଧି – ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ ଓ ମୀନ ଏ ରାଶିମାନଙ୍କର ଗ୍ରହଣ ଦର୍ଶନେ ଶୁଭପ୍ରଦ। ଏତଦ୍ ଭିନ୍ନ ଅନ୍ୟ ରାଶିମାନଙ୍କର ଅଶୁଭ। ଗ୍ରହଣ ଦର୍ଶନେ ତାରାଶୁଦ୍ଧି – ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ତ୍ତରାଫାଲଗୁନୀ, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତାଭିଷା, ଉତ୍ତରଭାଦ୍ରପଦ ଏ ନକ୍ଷତ୍ରମାନଙ୍କର ଗ୍ରହଣ ଦର୍ଶନେ ଶୁଭପ୍ରଦ। ଏତଦ୍ ଭିନ୍ନ ଅନ୍ୟ ନକ୍ଷତ୍ରମାନଙ୍କର ଅଶୁଭ।

ଗ୍ରହଣସ୍ପର୍ଶେ ସ୍ନାନ ମନ୍ତ୍ର – ସ୍ଵସ୍ଥାନଂ ଗମ୍ୟତାଂ ରାହୋତ୍ୟଜ୍ୟତାଂ ଚନ୍ଦ୍ରସଙ୍ଗମଃ । କର୍ମଚଣ୍ଡାଳ ଯୋନେସ୍ଥ ମମ ପାପକ୍ଷୟଂ କୁରୁ ॥

ଅର୍ଘ୍ୟ ଦାନ ମନ୍ତ୍ର – ଶଶ ଲାଞ୍ଛନ ଭୂଚନ୍ଦ୍ର ସୈଂହିକେୟରିପୋପ୍ରଭୋ ଅର୍ଘ୍ୟ ଦଦାମି ଦେବେଶ ରାହୁଗ୍ରହ ବିମୋଚନାତ୍ ॥

ମୁକ୍ତୌ ସ୍ନାନ ମନ୍ତ୍ର -ଯଥାପଦୋ ବିମୁକ୍ତସି ରାହୋଗ୍ରହ ସଙ୍କଟାତ୍ । ତଥାତ୍ଵଂ ରୋହିଣୀକାନ୍ତ ଆପଦୋମା ବିମୋଚୟ ॥

ନିଜ ରାଶି ଅନୁସାରେ ଜାଣନ୍ତୁ ଗ୍ରହଣ ସମୟରେ କଣ କରିବେ ଉପାୟ ?

ମନୁଷ୍ୟ ଜୀବନରେ ଆସିଥାଏ ବହୁତ କିଛି ପରିବର୍ତ୍ତନ। ମସ୍ତିଷ୍କ ଉପରେ ଗ୍ରହଣର ସିଧା ପ୍ରଭାବ ପଡିଥାଏ। ନିଜ ରାଶି ଅନୁସାରେ ନିମ୍ନୋକ୍ତ ମନ୍ତ୍ରକୁ ଗ୍ରହଣ ସମୟରେ ସ୍ପଟିକମାଳା କିମ୍ବା ରୁଦ୍ରାକ୍ଷମାଳରେ ୧୦୮ ଥର ଜପକଲେ ବିଦ୍ୟା, ବୁଦ୍ଧି, ଯଶ, ମାନ ପ୍ରତିଷ୍ଠା ଓ ସୌଭାଗ୍ୟ ପ୍ରାପ୍ତିହେବ। ମେଷ- ଓଁ ଐଂ ହ୍ରୀଂ ଶଶାଙ୍କାୟ ନମଃ। ବୃଷ- ଓଁ ଐଂ ହ୍ରୀଂ ସୋମାୟ ନମଃ। ମିଥୁନ- ଓଁ ଐଂ ହ୍ରୀଂ ମୃଗାଙ୍କାୟ ନମଃ। କର୍କଟ- ଓଁ ଐଂ ହ୍ରୀଂ ଚନ୍ଦ୍ରମାୟ ନମଃ। ସିଂହ- ଓଁ ହ୍ରୀଂ ଐଂ ହ୍ରୀଂ ହିମାଂଶୁ ଶେଖରାୟ ନମଃ। କନ୍ୟା- ଓଁ ଐଂ ହ୍ରୀଂ ବିଧୁ ଦେବାୟ ନମଃ। ତୁଳା- ଓଁ ଐଂ ହ୍ରୀଂ ଶଶାଲାଞ୍ଛନାୟ ନମଃ। ବିଛା- ଓଁ ଐଂ ହ୍ରୀଂ ଶୀତରଶ୍ମୀ ଦେବାୟ ନମଃ। ଧନୁ- ଓଁ ଐଂ ହ୍ରୀଂ ରୋହିଣୀନାଥାୟ ନମଃ। ମକର- ଓଁ ଐଂ ହ୍ରୀଂ ନିଶାକରାୟ ନମଃ। କୁମ୍ଭ- ଓଁ ହ୍ରୀଂ ଐଂ ହ୍ରୀଂ ଇନ୍ଦୁଦେବାୟ ନମଃ। ମୀନ- ଓଁ ହ୍ରୀଂ ଐଂ ହ୍ରୀଂ ଚନ୍ଦ୍ରମାୟନମଃ। ବିଶେଷତଃ:- ଗ୍ରହଣ ସମୟରେ ମନ୍ତ୍ର ଜପ କରିବା ଦ୍ଵାରା ଶହେଗୁଣ ଫଳ ପ୍ରାପ୍ତି ହେବ।

ଗ୍ରହଣ ସମୟରେ ଭୋଜନ କିମ୍ବା ଦର୍ଶନକଲେ ସର୍ବୌଷଧି ଜଳରେ ସ୍ନାନ କରିଦାନ ଦକ୍ଷିଣାଦେଇ ଶାନ୍ତି କରିବେ। ଯେଉଁଦ୍ରବ୍ୟ ମିଶିଲେ ସର୍ବୌଷଧି ହେବ ତାହା ଜାଣି ରଖିବା ନିତ୍ୟାନ୍ତ ଆବଶ୍ୟକ। ୧-ଶ୍ଵେତ ସୋରିଷ, ୨- ହରିଦ୍ରା, ୩-ଜଟାମାଂସୀ ୪-ପ୍ରିୟଙ୍କୁ, ୫-ବେଣା, ୬-ଲୋଧ୍ର, ୭-ବଚ, ୮-ମୁଥା, ୯-ଦାରୁ, ଓ ୧୦-ଧନିଆ ଏହିସବୁ ଦ୍ରବ୍ୟ ୧୦ ଗ୍ରାମ୍ ହିସାବରେ ଏହି ଦଶଦ୍ରବ୍ୟ ସମ ପରିମାଣ ଗୁଣ୍ଡ କରି ଜଳପୂର୍ଣ୍ଣ ମାଟି ମାଠିଆରେ ରାତିରେ ପକେଇ ଦେବ। ପରଦିନ ସୂର୍ଯ୍ୟଦୟ ପୂର୍ବରୁ ଉଠିବ ମାଠିଆରେଥିବା ଜଳରେ ସ୍ନାନ କରିବେ।

ଗ୍ରହଣ ସମୟରେ ଭୋଜନ କିମ୍ବା ଦର୍ଶନକଲେ ମାତୃକଷ୍ଟ, ମାନସିକ ବିକୃତି, ଦୁର୍ବଳତାଯୋଗେ ଶରୀର କ୍ଷୀଣ। ବଡରୋଗ, ଅର୍ଥାଭାବ, ଥଣ୍ଡାଜ୍ଵର ଆଦି ରୋଗରେ ପୀଡିତ ହେବେ। ରୂପାର ଅର୍ଦ୍ଦଚନ୍ଦ୍ରାକୃତି ତିଆରିକରି ଶିବଲିଙ୍ଗରେ ସମର୍ପଣ କରି ପୂଜକଙ୍କୁ ଯଥାବିଧି ଦକ୍ଷିଣା ଦେଲେ ପ୍ରତିକାର ହୋଇଯିବ। ପାଣି କିମ୍ବା ଦୁଗ୍ଧପୂର୍ଣ୍ଣ ପାତ୍ର ମୁଣ୍ଡଊପରେ ଶୋଇଲାବେଳେ ସାତରାତି ପର୍ଯ୍ୟନ୍ତ ରଖିବେ ପରଦିନ ଶେଜରୁ ଉଠି ଜଳ କ୍ଷୀର ନେଇ କ୍ଷୀର କୋଳି ଗଛମୂଳେ ଢାଳିଦେବେ।

ଯେଉଁ ମାନଙ୍କ ଜାତକ ଲଗ୍ନରେ ପାପଚନ୍ଦ୍ର ଥିବ ସେମାନଙ୍କର ନିଶ୍ଚୟ ସ୍ୱାସ୍ଥ୍ୟ ଖରାପ ହେବ। ଯେଉଁ ମାନଙ୍କ ଜାତକରେ ଅଷ୍ଟମ ଚନ୍ଦ୍ରଦୋଷ ଥିବ ସେମାନେ ଗ୍ରହଣସମୟରେ ଅରୁଆଚାଉଳ, ଜଳ, ରୂପା, ଶ୍ଵେତଲୁଗା, ଗାଈକ୍ଷୀର ବ୍ରାହ୍ମଣଙ୍କୁ ଦାନ ଦେଇ ଦକ୍ଷିଣା ଦେବେ। ସବୁଠାରୁ କଷ୍ଟରିଷ୍ଟ ହୋଇଥିବାରୁ ମଶାଣି କୂଅରୁ ପାଣିଆଣି ଘରେ ରଖିଲେ ରିଷ୍ଟ ଭୋଗ କରିବାକୁ ପଡିବ ନାହିଁ।

ଗ୍ରହଣ ସମୟରେ ସ୍ପଟିକ ମାଳରେ ନିମ୍ନୋକ୍ତ ମନ୍ତ୍ରକୁ ୧୦୮ ଥର ଜପକଲେ ଅଶୁଭ ଚନ୍ଦ୍ର ମହାଦଶା, ଅନ୍ତର୍ଦଶା, ପ୍ରତ୍ୟନ୍ତରର୍ଦଶା ଖଣ୍ଡନ ହୋଇ ବିଦ୍ୟା, ବୁଦ୍ଧି, ଯଶ, ମାନ ପ୍ରତିଷ୍ଠା ଓ ସୌଭାଗ୍ୟ ପ୍ରାପ୍ତିହେବ। ଔଁ ଶ୍ରାଂ ଶ୍ରୀଂ ଶ୍ରୌଂ ସଃ ଚନ୍ଦ୍ରମାୟ ନମଃ।

ଗ୍ରହଣ ସମୟରେ ଗୋମୁତ୍ରରେ ଦାନ୍ତଘଷି ସଫା କରିବେ। ଗ୍ରନ୍ଥିରୋଗ ଦେଖାଦେଲେ ଗୋମୁତ୍ର ଓ ଫିଟିକିରି ବୋତଲ କିମ୍ବା ଟିଣ ଡବାରେ ମୁହଁ ବନ୍ଦକରି ଶୋଇବା ଗୃହରେ ରଖିବେ। ଗ୍ରହଣ ସମୟରେ ସ୍ପଟିକ ବା ରୁଦ୍ରାକ୍ଷ ମାଳରେ ନିମ୍ନୋକ୍ତ ମନ୍ତ୍ରକୁ ୧୦୮ ଥର ଜପକଲେ ବିଦ୍ୟା, ବୁଦ୍ଧି, ଯଶ, ମାନ ପ୍ରତିଷ୍ଠା ଓ ସୌଭାଗ୍ୟ ପ୍ରାପ୍ତିହେବ। ଔଁ ଭ୍ରା ଭ୍ରିଂ ଭ୍ରୌଂ ସଃ ରାହବେ ନମଃ।

୧। ଗ୍ରହଣ ସମୟରେ କୁକୁରକୁ ଖାଦ୍ୟ ଦେଲେ ପୁତ୍ରର ବାଧାବିଘ୍ନ ଦୂର ହେବ।

୨। ଶରୀର ଅସୁସ୍ଥ ହୋଇ ଥିଲେ ଗ୍ରହଣ ସମୟରେ ନିଜଓଜନର ଗୋଖାଦ୍ୟ ଦାନକଲେ ଦୋଷ ଶାନ୍ତିହେବ।

୩। ଚନ୍ଦ୍ର କେତୁଯୁକ୍ତ ହେଲେ କେତୁଙ୍କ ଶାନ୍ତି ପାଇଁ ଗ୍ରହଣ ସମୟରେ ରୂପା, ଅରୁଆ ଚାଉଳ, କର୍ପୁର, ଚାମେଲୀତେଲ, ଧଲାଲୁଗା ଶକ୍ତି ଅନୁସାରେ ଦାନ କରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!