ଚାଣକ୍ୟ ନୀତି ଅନୁସାରେ ଭୋଜନ ଓ ଧନ ଯେତିକି ଅଛି ସେହିଥିରେ ସନ୍ତୁଷ୍ଟ ହେବା ଆବଶ୍ୟକ, ନଚେତ ସମସ୍ୟା ବଢିପାରେ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜୀବନରେ ଅଧିକାଂଶ ସମସ୍ୟାର କାରଣ ହୋଇଥାଏ ଅସନ୍ତୋଷ । ଯେଉଁ ବସ୍ତୁ ବା ସୁଖ ସୁବିଧା ଆମକୁ ମିଳିଥାଏ, ଆମକୁ ସେଥିରେ ସନ୍ତୁଷ୍ଟ ହେବା ଦରକାର । ଯଦି ଅସନ୍ତୋଷ ଲାଗିରହେ ତେବେ ଦୁଖ ଓ ସମସ୍ୟା ଜନ୍ମିଥାଏ । ଆଚାର୍ଯ୍ୟ ଚାଣକ୍ୟ ଏପରି ତିନିଟି ସମସ୍ୟା ବିଷୟରେ କହିଛନ୍ତି, ଯେଉଁଥିରେ ବ୍ୟକ୍ତିକୁ ସନ୍ତୁଷ୍ଟ ହେବା ଦରକାର । ସେ ଚାଣକ୍ୟ ନୀତିରେ କହିଛନ୍ତି କି ଆମକୁ କେଉଁ ଜିନିଷରେ ସନ୍ତୁଷ୍ଟ ହେବା ଦରକାର କେଉଁଥିରେ ନୁହେଁ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଚାଣକ୍ୟ ନୀତିରେ ଲେଖା ଅଛି କି

ନ୍ତୋଷଷସ୍ତ୍ରୀଷୁ କର୍ତ୍ତବ୍ୟଃ ସ୍ଵଦାରେ ଭୋଜନେ ଧନେ ।
ତ୍ରିଷୂ ଚୈବ ନ କର୍ତ୍ତବ୍ୟୋ ଅଧ୍ୟୟନେ ଜପଦାନୟୋ ॥

-ଆମକୁ ତିନିଟି କଥାରେ ସନ୍ତୁଷ୍ଟ ହେବା ଆବଶ୍ୟକ ନତୁବା କଷ୍ଟ ଭୋଗିବାକୁ ପଡିବ । ଏହି ତିନିଟି କଥା ହେଲା ପତ୍ନୀଙ୍କ ସୁନ୍ଦରତା ବିଷୟରେ, ଭୋଜନ ବିଷୟରେ, ଧନ ବିଷୟରେ ।

-ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ପତ୍ନୀ ଯଦି ସୁନ୍ଦର ନ ହୋଇଥାଏ ତେବେ ବ୍ୟକ୍ତିକୁ ସନ୍ତୁଷ୍ଟ ହୋଇଯିବା ଆବଶ୍ୟକ । ବିବାହ ପରେ କୌଣସି ବି ପରିସ୍ଥିତିରେ ଅନ୍ୟ ସ୍ତ୍ରୀ ଙ୍କ ପଛରେ ଯିବା ଉଚିତ ନୁହେଁ । କାରଣ ଏମିତି ହେବା ଦ୍ଵାରା ବ୍ଯକ୍ତିର ଜୀବନରେ ବହୁତ ପ୍ରକାରର ସମସ୍ୟା ଆରମ୍ଭ ହୋଇଯାଏ । ଅତଃ ଏହି ଦୁଖଃରୁ ବଞ୍ଚିବା ପାଇଁ ଏହି କଥାର ଧ୍ୟାନ ରଖିବା ଆବଶ୍ୟକ ।

-ଭୋଜନ ଯେମିତିକା ମିଳୁ, ଖୁସିରେ ଗ୍ରହଣ କରିବା ଆବଶ୍ୟକ । ବ୍ୟକ୍ତି ପାଖରେ ଯେତିକି ପଇସା ଥାଉ, ଯେତିକି ତାର ଆୟ ହୋଇଥାଉ ସେହିଥିରେ ତାକୁ ଖୁସିରେ ରହିବା ଆବଶ୍ୟକ ।

-ଏହି ତିନିଟି କଥା ଯେଉଁଥିରେ ବ୍ୟକ୍ତିକୁ ସନ୍ତୁଷ୍ଟ ହେବା ଆବଶ୍ୟକ । ଚାଣକ୍ୟଙ୍କ ଅନୁସାରେ ଅଧ୍ୟୟନ, ଦାନ ଓ ଜପରେ ସନ୍ତୁଷ୍ଟ ହେବା ଆବଶ୍ୟକ ନୁହେଁ । ଏହି ତିନିଟି କର୍ମ ଆପଣ ଯେତିକି ଅଧିକ କରିବେ ଆପଣଙ୍କ ପୂର୍ଣ୍ଣ୍ୟରେ ସେତିକି ବୃଦ୍ଧି ହେବ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକ୍ଲ ପସନ୍ଦ ଆସିଥିବ । ପସନ୍ଦ ଆସିଲେ ଗୋଟେ ଶେୟାର କରିବେ ଓ ଆମ ପେଜକୁ ଲାଇକ ନିଶ୍ଚୟ କରିବେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!