ଚାଣକ୍ୟ ନୀତି : କାଉର ଏହି ୫ଟି ଏବଂ କୁକୁଡାର ଏହି ୪ଟି ଅଭସ୍ୟାକୁ ଶିଖିବା ଦ୍ଵାରା ବ୍ୟକ୍ତି ଜୀବନରେ ସବୁବେଳେ ଖୁସିରେ ରହିଥାଏ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଆଚାର୍ଯ୍ୟ ଚାଣକ୍ୟ ପାଟଳିପୁତ୍ରର ମହାନ ବିଦ୍ଵାନ ଥିଲେ । ଚାଣକ୍ୟ ନିଜର ନ୍ୟାୟପ୍ରିୟ ଆଚରଣ ପାଇଁ ପ୍ରସିଦ୍ଧ ଥିଲେ । ଚାଣକ୍ୟ ନିଜ ଜୀବନରେ ମିଳିଥିବା ଅନୁଭୂତିକୁ ଚାଣକ୍ୟ ନୀତିରେ ସ୍ଥାନ ଦେଇଛନ୍ତି । ଚାଣକ୍ୟ ନୀତିରେ କିଛି ଏମିତି କଥା କୁହାଯାଇଛି ଯାହାକୁ ଯଦି କୌଣସି ବ୍ୟକ୍ତି ନିଜ ଜୀବନରେ ପାଳନ କରୁଛି ତେବେ ତାହାକୁ ସଫଳତା ନିଶ୍ଚିତ ହାସଲ ହେବ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ନୀତି ଗୁଡିକରେ କୁହାଯାଇଥିବା କଥା ଆପଣଙ୍କୁ କଡା ଲାଗିପାରେ କିନ୍ତୁ ଏହା ସତ୍ୟ ଅଟେ । ଚାଣକ୍ୟଙ୍କର ପୁସ୍ତକ “ଚାଣକ୍ୟ ନୀତି”ର ୬ର ୧୮ ଏବଂ ୧୯ ଶ୍ଳୋକରେ କାଉ ଏବଂ କୁକୁଡାର ଭଲ ଗୁଣ ବିଷୟରେ କୁହାଯାଇଛି । ଏହାକୁ ଯଦି ମନୁଷ୍ୟ ନିଜ ଜୀବନରେ ପାଳନ କରିବେ ତେବେ ତାଙ୍କୁ ନିଶ୍ଚିତ ସଫଳତା ମିଳିବ ।

ଶ୍ଳୋକ

ପ୍ରତ୍ୟୁତ୍ଥାନଂ ଚ ଯୁଦ୍ଧଂ ଚ ସଂବିଭାଗଂ ଚ ବନ୍ଧୁଷୁ ।

ସ୍ୱୟମାକ୍ରମ୍ୟ ଭୁକ୍ତଂ ଚ ଶିକ୍ଷେଚ୍ଚତ୍ୱାରି କୁକ୍କୁଟାତ୍ ॥

ଗୂଢମୈଥୁନଚାରିତ୍ୱଂ କାଲେ କାଲେ ଚ ସଙ୍ଗ୍ରହମ୍ ।

ଅପ୍ରମତ୍ତମବିଶ୍ୱାସଂ ପଞ୍ଚ ଶିକ୍ଷେଚ୍ଚ ବାୟସାତ୍ ॥

କୁକୁଡାଙ୍କ ଠାରୁ ଶିଖିବା ଦରକାର ଏହି ୪ଟି ଭଲ କଥା

ଚାଣକ୍ୟ କହିଛନ୍ତି କି ବ୍ୟକ୍ତି ନିଜ ଜୀବନରେ କୁକୁଡାର ଏହି ୪ଟି ଭଲ ଗୁଣକୁ ଆପଣାଇବା ଉଚିତ । ଏହା କରିବା ଦ୍ଵାରା ସେ କେବେ ବି ଦୁଃଖୀ ହେବେ ନାହିଁ । ଚାଲନ୍ତୁ ଜାଣିବା ।

୧. ସଠିକ ସମୟରେ ଉଠିବା

୨. ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା

୩. ପରିବାର, ବନ୍ଧୁମାନଙ୍କୁ ଏବଂ ନିଜର ସାଥିମାନଙ୍କୁ ତାଙ୍କର ଭାଗ ଦେବା

୪. ପରିଶ୍ରମ କରି ଆୟ କରିବା

କାଉ ଠାରୁ ଶିଖିବା ଦରକାର ଏହି ୫ ଟି ଭଲ ଗୁଣ

ଏହା ଛଡା ଚାଣକ୍ୟ ନୀତିରେ କାଉର ୫ଟି ଭଲ ଗୁଣ ବିଷୟରେ କୁହାଯାଇଛି । କାଉର ଏହି ଅଭ୍ୟାସ ଗୁଡିକ ଯଦି ଆପଣ ନିଜ ଜୀବନରେ ଆପଣାଇ ନେବେ ତେବେ ଆପଣ ସଫଳତା ଆଡକୁ ଅଗ୍ରସର ହେବେ । ଚାଲନ୍ତୁ ଜାଣିବା…

୧. ଲୁଚି କରି ସଂଗମ କରିବା

୨. କୌଣସି ବି ସ୍ଥିତିରେ ଧର୍ଯ୍ୟ ରଖିବା

୩. ସମୟ ନଷ୍ଟ ନ କରିବା । ଘରେ ଜୀବନ ଚଳାଇବା ପାଇଁ ସାମଗ୍ରୀ ଜମା କରିବା

୪. ସବୁବେଳେ ସତର୍କ ରହିବା

୫. କାହା ଉପରେ ବିଶ୍ଵାସ ନ ରଖିବା


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!