ଚାଣକ୍ୟ ନୀତି କହିଥାଏ! ଭୁଲ ଉପାୟରେ ଅର୍ଜନ କରିଥିବା ଧନ କେତେ ଦିନ ରହିଥାଏ ଓ କେଉଁ ପ୍ରକାରେ ଖର୍ଚ୍ଚ ହୋଇଥାଏ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜୀବନରେ ଧନ ଅର୍ଜନ କରିବାକୁ ସମସ୍ତେ ଚାହାନ୍ତି, କେତେଲୋକ ସତ୍ ଉପାୟରେ ଧନ ଅର୍ଜନ କରନ୍ତି ତ କେତେ ଲୋକ ଅସତ୍ ଉପାୟରେ । ତେବେ ଯେଉଁମାନେ ଅସତ୍ ଉପାୟରେ ଧନ ଅର୍ଜନ କରନ୍ତି କିମ୍ବା ସଞ୍ଚୟ କରନ୍ତି ସେମାନଙ୍କର ଧନ କେଉଁ ଉପାୟରେ ଖର୍ଚ୍ଚ ହୁଏ ବା କେତେଦିନ ସେମାନେ ସେହି ଧନ ବ୍ୟବହାର କରିପାରନ୍ତି ଆଜି ଆମେ ଆପଣଙ୍କୁ ଏହି ଆର୍ଟିକ୍ଲ ରେ କହିବୁ । ତେବେ ଚାଣକ୍ୟ ହେଉଛନ୍ତି ଏକ ଜ୍ଞାନୀ ଲୋକ ଯିଏ ଆମ ସମାଜ ପାଇଁ ବହୁତ କିଛି ଶିକ୍ଷଣୀୟ କଥା କହି ଯାଇଛନ୍ତି। ଯାହାକୁ ଚାଣକ୍ୟ ନୀତି ବୋଲି କୁହାଯାଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସେହି ଚାଣକ୍ୟ ନୀତିରେ ଲେଖା ଅଛି କି ଭୁଲ ଉପାୟରେ ପଇସା ଅର୍ଜନ କରିବା କଥା ନୁହେଁ । ଏହି ପ୍ରକାରେ ଅର୍ଜନ କରିଥିବା ପଇସା ଅଧିକ ଦିନ ପର୍ଯ୍ୟନ୍ତ ରୁହେ ନାହିଁ । ଚାଣକ୍ୟ କହିଛନ୍ତି କି କୌଣସି ମଣିଷକୁ ଧୋକା ଦେଇ ବା ବଳ ପୂର୍ବକ ବା ଜବରଦସ୍ତି ବା ଲୋଭ ଦେଇ ଅର୍ଜନ କରାଯାଇଥିବା ପଇସା ଅଧିକ ଦିନ ପର୍ଯ୍ୟନ୍ତ ରୁହେ ନାହିଁ । ଏହି ଉପାୟରେ ମିଳିଥିବା ପଇସା ଶାରୀରିକ ଓ ମାନସିକ ସମସ୍ୟା ଦେଇଥାଏ । ଏହି ପ୍ରକାରର ପଇସାରେ ଜୀବନରେ ଅଶାନ୍ତି ରହିଥାଏ । ଏମିତି ଲୋକ ନିଜ ସହିତ ଅନ୍ୟର ସମସ୍ୟା ମଧ୍ୟ ବଢାଇଥାନ୍ତି ।

ଚାଣକ୍ୟ ନୀତିର ଶ୍ଳୋକ

ଅନ୍ୟାୟୋପାର୍ଜିତ ଦ୍ରବ୍ୟଙ୍ଗ ଦଶ ବର୍ଷଣି ତିଷ୍ଟତି ।
ପ୍ରାପ୍ତେ ଏକାଦଶେ ବର୍ଷେ ସମୁଲଙ୍ଗ ଚ ବିନଷ୍ୟତି ।

ଏହି ଶ୍ଳୋକ ର ଅର୍ଥ ଏହା କି ଅନ୍ୟାୟ ଓ ଭୁଲ କାର୍ଯ୍ୟରେ ଅର୍ଜନ କରାଯାଇଥିବା ଧନ ଅତି ବେଶିରେ ଦଶ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ପାଖରେ ରହିଥାଏ । ୧୧ ବର୍ଷ ଠାରୁ ସେହି ବ୍ୟକ୍ତିର ଧନର ବିନାଶ ଆରମ୍ଭ ହୋଇଯାଏ । ଚାଣକ୍ୟ ନୀତି ଅନୁସାରେ ପାପ କର୍ମ ଦ୍ଵାରା ବା କାହାକୁ କଷ୍ଟ ଓ ଦୁଃଖ ଦେଇ ଅର୍ଜିତ ପଇସା ଅଭିଶାପିତ ହୋଇ ମଣିଷର ନାସ କରିଥାଏ ।

ଏହି ଧନର ପ୍ରଭାବରେ ଭଲ ମଣିଷ ବି ପାପ ଆଡକୁ ବଢି ଥାଆନ୍ତି । ଏଥିପାଇଁ ଏମିତି ପାଇସା ଠୁ ବଞ୍ଚିକି ରହିବା ଦରକାର, ନତୁବା ଜଲଦି ସେହି ବ୍ୟକ୍ତିର ବଂଶ ନାସ ହୋଇଥାଏ । ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି କି ଏହି ଧନ ଦଶ ବର୍ଷରୁ ଅଧିକ ରହି ପାରେ ନାହିଁ । ତାହା ପରେ ଦୁଇ ଗୁଣା ଖର୍ଚ୍ଚ ବା କ୍ଷତି ହୋଇ ସେହି ପଇସା ଚାଲିଯାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!