ଚୈତ୍ର ନବରାତ୍ରି 2021- ବନୁଛି ମହାସଂଯୋଗ, ବଦଳିବ ଏହି 3ଟି ରାଶିର ଭାଗ୍ୟ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବିଧାନ ଅନୁସାରେ ଚୈତ୍ର ନବରାତ୍ରି ବା ବାସନ୍ତିକ ଦୁର୍ଗାପୁଜା ୨୦୨୧ମସିହା ଅପ୍ରେଲମାସ୧୨ତାରିଖ ସୋମବାରଠାରୁ ଆରମ୍ଭ ହେବ । ଏହି ନବରାତ୍ରର ତୃତୀୟ ଦିନରେ ରବି ଗ୍ରହ ମେଷରାଶିରେ ପ୍ରବେଶ କରୁଛନ୍ତି । ମଙ୍ଗଳ, ଶୁକ୍ର ଓ ଚନ୍ଦ୍ର ଗ୍ରହ ମଧ୍ୟ ମେଷ ରାଶିରେ ରହିଛନ୍ତି । ନବରାତ୍ରରେ ଚାରି ଗ୍ରହଙ୍କ ଏକତ୍ରଯୋଗ କଣାକୁଜାଯୋଗ ଯାହାକି ଉଭୟଯୋଗ ବିରାଟ ରାଜଯୋଗ ମଧ୍ୟ ସୃଷ୍ଟି ହେଉଛି । ଆସନ୍ତୁ ଜାଣିବା ନବରାତ୍ରରେ ଗ୍ରହ ନକ୍ଷତ୍ରର ରାଶି ଉପରେ କଣ ପ୍ରଭାବ ରହିବ –

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ- ମେଷରାଶି ମହିଳା ଓ ପୁରୁଷ ମାନଙ୍କର ବିବାହ ଯୋଗ ସୃଷ୍ଟି ହେଉଛି । ପ୍ରେମ କ୍ଷେତ୍ରରେ ସଫଳତା ମିଳିବ । ନବରାତ୍ରିରେ ନଅ ଦିନ ପର୍ଯ୍ୟନ୍ତ ମାତା ଦୂର୍ଗା ଦେବୀଙ୍କ ପୂଜା ଆରାଧନା କରନ୍ତୁ ।

ବୃଷ- ବୃଷରାଶି ମହିଳା ଓ ପୁରୁଷ ମାନଙ୍କର ଶତୃମାନଙ୍କ ଠାରୁ ବୀଜୟ ପ୍ରାପ୍ତି ହେବ । ଶତୃନାଶ, ଋଣନାଶ ଓ ପୁରାତନ ରୋଗପୀଡ଼ାର ଉପଶମ ହୋଇ ରୋଗରୁ ମୁକ୍ତି ମିଳିବ । ନବରାତ୍ରିରେ କଳସ ସ୍ଥାପନା କରି ନଅ ଦିନ ପର୍ଯ୍ୟନ୍ତ ମାତା ଦୂର୍ଗା ଦେବୀଙ୍କ ପୂଜା ଆରାଧନା କରନ୍ତୁ ।

ମିଥୁନ- ମିଥୁନରାଶି ମହିଳା ଓ ପୁରୁଷ ମାନଙ୍କର ସନ୍ତାନ ସୁଖ ମିଳିବ । ଚାକିରୀରେ ପ୍ରମୋଶନ ହେବ ଓ ଧନ ଲାଭ ହୋଇପାରେ । ଯଦି ପାରୁଛନ୍ତି ନବରାତ୍ରି ବ୍ରତ ପାଳନ କରନ୍ତୁ ।

କର୍କଟ- କର୍କଟରାଶି ମହିଳା ଓ ପୁରୁଷ ମାନଙ୍କର ମାଆଙ୍କ ଠାରୁ ସୁଖ ମିଳିବ । କାର୍ଯ୍ୟରେ ସଫଳତା ମିଳିବା ସହ ସମ୍ମାନ ମିଳିବ । ମାତୃଭୂମି ସୁଖ, ଜାଗାଜମିସୁଖ, ଗୃହସୁଖ, ବାହନସୁଖ ମିଳିବ । ମାତା ଦୂର୍ଗା ଦେବୀଙ୍କ ଚାଳିଶା ସକାଳେ ଓ ସନ୍ଧ୍ୟା ସମୟରେ ପାଠ କରନ୍ତୁ ।

ସିଂହ- ସିଂହରାଶି ମହିଳା ଓ ପୁରୁଷ ମାନଙ୍କର ବଳ ବିକ୍ରମ ପରାକ୍ରମ ବୃଦ୍ଧି ପାଇବ । ଆଶା କରୁଥିବା ଫଳ ପ୍ରାପ୍ତି ହେବ । ଭାଇଙ୍କ ଠାରୁ ସାହାଯ୍ୟ ସହଯୋଗ ମିଳିବ । ନବରାତ୍ରିରେ ମାତା ଦୂର୍ଗା ଦେବୀଙ୍କ ଚାଳିଶା ସକାଳେ ଓ ସନ୍ଧ୍ୟା ସମୟରେ ପାଠ କରନ୍ତୁ ।

କନ୍ୟା- କନ୍ୟାରାଶି ମହିଳା ଓ ପୁରୁଷ ମାନଙ୍କର ସ୍ଥାଇ ସମ୍ପତ୍ତି ଲାଭ ହୋଇପାରେ । ଧନ ବୃଦ୍ଧି ହେବାର ସମ୍ଭାବନା ରହିଛି । ନବରାତ୍ରିରେ କନ୍ୟାମାନଙ୍କୁ ପୂଜା କରନ୍ତୁ ଓ ଶାଗୁଆ ରଙ୍ଗର ଫଳ ଦାନ କରନ୍ତୁ ।

ତୁଳା- ତୁଳାରାଶି ମହିଳା ଓ ପୁରୁଷ ମାନଙ୍କର ନୂତନ ଆଶା ଓ ଉର୍ଜା ଦ୍ଵାରା ପ୍ରସନ୍ନତା ମିଳିବ । ଚିନ୍ତା କରୁଥିବା କାର୍ଯ୍ୟଟି ପୂରଣ ହେବ । କୋର୍ଟକଚେରୀ ମାଲିମକଦ୍ଦମାର ମାମଲାରେ ବିଜୟୀ ହେବେ । ନବରାତ୍ରିର ବ୍ରତ ପାଳନ କରନ୍ତୁ ଓ ୩ବର୍ଷର କନ୍ୟା ମାନଙ୍କୁ ପୂଜା କରନ୍ତୁ । ଦେବୀ ଦୂର୍ଗାଙ୍କୁ ନାଲି ରଙ୍ଗର ଫୁଲ ଅର୍ପଣ କରନ୍ତୁ ।

ବିଛା- ବିଛାରାଶି ମହିଳା ଓ ପୁରୁଷ ମାନଙ୍କର ଅଯଥା ଖର୍ଚ୍ଚ ହେବ । ଲାଭ ଖୁବ୍ କମ୍ ହେବ । ଘର ପରିବାର ସମ୍ବନ୍ଧିତ ଚିନ୍ତାଜନକ ସମାଚାର ମିଳିପାରେ । ଦେବୀ ଦୂର୍ଗାଙ୍କୁ ମହୁ ଅର୍ପଣ କରନ୍ତୁ ଓ ୮ବର୍ଷର କନ୍ୟା ମାନଙ୍କୁ ପୂଜା କରନ୍ତୁ ।

ଧନୁ- ଧନୁରାଶି ମହିଳା ଓ ପୁରୁଷ ମାନଙ୍କର ନୂତନ ଓ ପୁରାତନ ଯୋଜନା ଫଳପ୍ରସୂ ହେବା ସ୍ୱାସ୍ଥ୍ୟସମସ୍ୟା ସୁଧୁରିଯିବା ଫଳରେ ବ୍ୟବସାୟରେ ପୁଞ୍ଜି ନିବେଶ ପାଇଁ ଆଶା କରିବେ । ବିଶେଷ ଲାଭଦାୟକ ହେବ । ଆୟରେ ବୃଦ୍ଧି ହେବ । ଦେବୀ ଦୂର୍ଗାଙ୍କୁ ଅରଖଫୁଲ ମାଳ ଚଢାନ୍ତୁ ଓ ୩ବର୍ଷର କନ୍ୟା ମାନଙ୍କୁ ପୂଜା କରନ୍ତୁ ଏବଂ କଳା ପିମ୍ପୁଡି ଗାତପାଖରେ ମିଶ୍ରି ରଖନ୍ତୁ ।

ମକର- ମକରରାଶି ମହିଳା ଓ ପୁରୁଷ ମାନଙ୍କର ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, କର୍ମୋନ୍ନତି ହୋଇପାରେ । ଅନେକ ପ୍ରକାର ଉଲ୍ଲେଖନୀୟ ପରିବର୍ତ୍ତନ ଦେଖାଦେବ । ଅତ୍ୟନ୍ତ ଶୁଭ ଫଳ ମିଳିବ । ଦେବୀ ଦୂର୍ଗାଙ୍କୁ ପାଞ୍ଚ ପ୍ରକାରର ଫଳ ଚଢାନ୍ତୁ ଓ ୭ବର୍ଷର କନ୍ୟା ମାନଙ୍କୁ ପୂଜା କରନ୍ତୁ ।

କୁମ୍ଭ- କୁମ୍ଭରାଶିର ମହିଳା ଓ ପୁରୁଷ ମାନଙ୍କର ଭାଗ୍ୟ ବୃଦ୍ଧି ହେବ । ସାଥୀଙ୍କ ସାହାଯ୍ୟ ମିଳିବ । ନିର୍ମାଣ ମୂଳକ ଯୋଜନାରେ ଆଗେଇ ପାରିବେ । ସବୁ କାର୍ଯ୍ୟ ପୂରଣ ହେବ । ସଫଳତାର ସମାଚାର ମିଳିବ । ସକାଳେ ଓ ସନ୍ଧ୍ୟା ସମୟରେ ଦେବୀ ଦୂର୍ଗାଙ୍କର ୩୨ଟି ନାମ ପଢନ୍ତୁ ଓ ୫ବର୍ଷର କନ୍ୟା ମାନଙ୍କୁ ପୂଜା କରନ୍ତୁ ।

ମୀନ- ମୀନରାଶିର ମହିଳା ଓ ପୁରୁଷ ମାନେ ବାହନ ପ୍ରତି ସାବଧାନ ରହିବାକୁ ହେବ । ଦୁର୍ଘଟଣା ହବାର ସମ୍ଭାବନା ରହିଛି । ଶତୃମାନଙ୍କ ଦ୍ଵାରା ଚିନ୍ତା ବୃଦ୍ଧି ପାଇବ । ଦେବୀ ଦୂର୍ଗାଙ୍କୁ ଓଢଣୀ ଓ ପତାକା ଅର୍ପଣ କରନ୍ତୁ ଓ ୩ବର୍ଷର କନ୍ୟା ମାନଙ୍କୁ ପୂଜା କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!