୩୦ ଜାନୁୟାରୀ ବୁଧ ଧନିଷ୍ଠାନକ୍ଷତ୍ର କୁମ୍ଭ ରାଶିକୁ ଚଳିବା ଫଳରେ ବାରୋଟି ରାଶିର ବ୍ୟକ୍ତିମାନେ କଣ ଶୁଭାଶୁଭ ଫଳ ଭୋଗକରିବେ ଜାଣନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜାନୁୟାରୀ ୩୦ ତାରିଖରେ ବୁଧ ଧନିଷ୍ଠାନକ୍ଷତ୍ର କୁମ୍ଭ ରାଶିକୁ ଚଳିଲେ । ଏହା ଫଳରେ ୧୨ଟି ରାଶିର  ଶିକ୍ଷା, ସ୍ୱାସ୍ଥ୍ୟ, କର୍ମ, ବ୍ୟବସାୟ, ରାଜନୀତି ଓ ପାରିବାରିକ କ୍ଷେତ୍ରରେ କଣ ଶୁଭାଶୁଭ ଫଳ ଭୋଗକରିବେ କଣ କରିବେ ପ୍ରତିକାର ଆସନ୍ତୁ ଜାଣିବା । ଜ୍ୟୋତିଷ ଶାସ୍ତ୍ର ମତ ଅନୁସାରେ ବୁଧ ଗ୍ରହଙ୍କୁ ବୁଦ୍ଧିମତା, ବାଣୀ, ଚେତନା, ବ୍ୟାପାର ତଥା ପ୍ରଖରତାର ସ୍ୱାମୀ ବୋଲି କୁହାଯାଏ । ଯେଉଁ ଗ୍ରହଙ୍କ ସହିତ ବୁଧ ଯୁକ୍ତ ହୁଅନ୍ତି ସେହି ଅନୁସାରେ ଫଳ ପ୍ରାପ୍ତି ହୁଏ । ସେହି କାରଣରୁ ଏହି ଗ୍ରହଙ୍କୁ ବିଶେଷ ମହତ୍ୱ ଦିଆଯାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏହି ଗ୍ରହ ପ୍ରତ୍ୟେକ ରାଶିରେ ୧୮ଦିନ ପର୍ଯ୍ୟନ୍ତ ଅବସ୍ଥିତ ହୁଅନ୍ତି । ଯଦି ବୁଧ ଶୁଭ ସ୍ଥାନରେ ଅବସ୍ଥିତ ହୁଅନ୍ତି ତେବେ ବ୍ୟକ୍ତିର ବୁଦ୍ଧି ସମ୍ବନ୍ଧିତ କାର୍ଯ୍ୟରେ ବିଶେଷ ସଫଳତା ପ୍ରାପ୍ତି ହୁଏ ।

ଯଦି ଅଶୁଭ ସ୍ଥାନରେ ଅବସ୍ଥିତ ହୋଇଥାନ୍ତି ତେବେ କେତେ ପ୍ରକାର ମାନସିକ ଚିନ୍ତାର ସାମ୍ନା କରିବାକୁ ପଡିଥାଏ । ଏହି ଗ୍ରହ ସର୍ବଦା ରବି ଗ୍ରହଙ୍କ ନିକଟବର୍ତ୍ତି ହୋଇ ରହିଥାନ୍ତି । ଯଦି କୌଣସି ଗ୍ରହ ରବିଙ୍କ ସହିତ ସ୍ଥିତ ଥାନ୍ତି ତାକୁ ଅସ୍ତ ବୋଲି କୁହାଯାଏ । ସେହିପରି ବୁଧ ୧୪ଡିଗ୍ରୀ ବା ତାଠାରୁ କମ୍‌ ଡିଗ୍ରୀରେ ଅବସ୍ଥାନ କରନ୍ତି ତେବେ ମଧ୍ୟ ଅସ୍ତ ବୋଲି କୁହାଯାଏ । କିନ୍ତୁ ରବି ଗ୍ରହଙ୍କ ସହିତ ଯୁକ୍ତ ହୋଇଥିବାରୁ ବୁଧ ଗ୍ରହଙ୍କୁ ଅସ୍ତର ଦୋଷ ଲାଗେ ନାହିଁ ଓ ଅସ୍ତ ହେବାର ପରିଣାମରେ ମଧ୍ୟ ଅଧିକ ଅନ୍ତର ଦେଖାଯାଏ ନାହିଁ । ଏହା ଯୁକ୍ତ ହୋଇଥିବାରୁ ବୁଧାଦିତ୍ୟ ଯୋଗ ସୃଷ୍ଟି ହୁଏ ।

ବୁଧଗ୍ରହ ଗଣିତଜ୍ଞ, ଲେଖକ, ଜ୍ୟୋତିଷ, ବ୍ୟାପାର, କମ୍ୟୁନିକେଶନ, ଇଲେକ୍ଟ୍ରୋନିକ୍ସ ଉପକରଣ, କମ୍ପ୍ୟୁଟର, ଇଣ୍ଟରନେଟ୍‌, ଟ୍ରେଡ୍‌ ବା ଇଣ୍ଡଷ୍ଟ୍ରି, ବିତ୍ତ, ବ୍ୟାଙ୍କ, ଉଦ୍ୟୋଗ, ଟେକ୍ନୋଲୋଜି, ଅଭିନେତା, ଶୋଧକର୍ତ୍ତା, ପ୍ରଶିକ୍ଷକ, ମାର୍କେଟିଙ୍ଗ୍‌ ବିଜ୍‌ନେସ୍‌, ବିଜ୍ଞାପନ, ନେଟୱାର୍କ, ଇଂଜିନିୟର ବିଦ୍ୟାର ପ୍ରତିନିଧିତ୍ୱ କରିଥାନ୍ତି । ଅନୁସନ୍ଧାନ, ପ୍ରଶିକ୍ଷଣ, ପ୍ରକାଶନସଂସ୍ଥା, ଲେଖନସାମଗ୍ରୀ, ସମ୍ପାଦନ, ଖବର ସଂଗ୍ରହ, ପତ୍ରକାରିତା, ଶୋସିଆଲ୍‌ ମିଡିଆ, ବ୍ୟାଙ୍କିଙ୍ଗ୍‌ ଇତ୍ୟାଦି କ୍ଷେତ୍ରରେ ବୁଧଗ୍ରହ ଯୁକ୍ତ ହୋଇଥାନ୍ତି।

ବ୍ୟାପାର ବାଣିଜ୍ୟ କାରକ ବୁଧଗ୍ରହ ମକର ରାଶିରୁ ଗୋଚର ହୋଇ ଜାନୁଆରୀ ୩୦ତାରିଖରେ କୁମ୍ଭ ରାଶିରେ ଅବସ୍ଥାନ କରିବେ । ଏହି ଗୋଚର ଫଳରେ କିଛି ରାଶିର ବ୍ୟକ୍ତିଙ୍କୁ ଆର୍ଥିକ କ୍ଷେତ୍ରରେ ଲାଭ ହେବ ଓ କିଛି ରାଶିର ବ୍ୟକ୍ତିଙ୍କୁ ଆର୍ଥିକ କ୍ଷେତ୍ରରେ କ୍ଷତି ହୋଇ ଚିନ୍ତା କରିବାକୁ ପଡିବ । ରାଶି ଚକ୍ରରେ ବୁଧଗ୍ରହ ମିଥୁନ ଓ କନ୍ୟା ରାଶିର ଅଧିପତି ଅଟନ୍ତି । କନ୍ୟା ରାଶିରେ ବୁଧଗ୍ରହ ୧୫ଡିଗ୍ରୀରେ ଉଚ୍ଚରେ ଅବସ୍ଥାନ କରି ଶୁଭଫଳ ପ୍ରଦାନ କରନ୍ତି । ଏହା ସହିତ ମୀନ ରାଶିରେ ୧୫ଡିଗ୍ରୀରେ ବୁଧଗ୍ରହ ନିଚ୍ଚରେ ଅବସ୍ଥାନ କରି ଅଶୁଭଫଳ ପ୍ରଦାନ କରନ୍ତି । ଆସନ୍ତୁ ଜାଣିବା ବୁଧ ଗ୍ରହଙ୍କ ଗୋଚର ଫଳରେ ଆପଣଙ୍କ ରାଶିରେ କଣ ପରିବର୍ତ୍ତନ ହେବ ।

ମେଷ ରାଶିରେ ବୁଧ ଗ୍ରହଙ୍କ ଗୋଚର ଫଳ-

ମେଷ ରାଶି ବ୍ୟକ୍ତିଙ୍କ ପାଇଁ ବୁଧଗ୍ରହ ଏକାଦଶ ଭାବରେ ଅବସ୍ଥାନ କରିବେ । ଏହି ସମୟରେ ଆପଣଙ୍କ ବ୍ୟାପାରରେ ଲାଭପ୍ରାପ୍ତି, ଆୟରେ ବୃଦ୍ଧି, ଭାଇ-ଭଉଣୀଙ୍କ ସହିତ ସମ୍ବନ୍ଧ ଭଲ ରହିବ । ଏହି ଗୋଚର ଫଳରେ ଚାକିରୀ କରୁଥିବା ବ୍ୟକ୍ତିମାନଙ୍କର ଭଲ ଫଳ ପ୍ରାପ୍ତି ହେବ । ଆୟରେ ବୃଦ୍ଧି ଓ ପଦୋନ୍ନତି ମଧ୍ୟ ହୋଇପାରେ । ଯଦି ପୂର୍ବରୁ କିଛି କରଜ ବା ଋଣ କରିଥାନ୍ତି ତେବେ ସେଥିରେ ମଧ୍ୟ ଶୁଭପ୍ରାପ୍ତି ହେବ । ସାମାଜିକ ସ୍ତରରେ ବର୍ଚସ୍ୱ ବୃଦ୍ଧି ଓ ଛାତ୍ରଙ୍କ ଏକାଗ୍ରତାରେ ଭଲ ଫଳ ପ୍ରାପ୍ତି ହେବ । ଯେଉଁ କାର୍ଯ୍ୟରେ ଦୁର୍ବଳ ଅଛନ୍ତି ସେହି କାର୍ଯ୍ୟରେ ମଧ୍ୟ ଭଲଫଳ ପ୍ରାପ୍ତି ହେବ । କିଛି ନୂଆ ଜିନିଷ ଶିଖିବା ପାଇଁ ଆଗ୍ରହ ବୃଦ୍ଧି ପାଇବ । ଜୀବନ ସାଥୀଙ୍କ ସହିତ ଭଲରେ ଦିନ ବିତାଇବେ ।

ଉପାୟ- ‘ଓଁ ନମୋ ଭଗବତେ ବାସୁଦେବାୟ’ ଏହି ମନ୍ତ୍ରକୁ ଜପ କରନ୍ତୁ । ବୁଧବାର ଦିନ ଗୋମତାକୁ କଞ୍ଚାଘାସ ଖାଇବାକୁ ଦିଅନ୍ତୁ ।

ବୃଷ ରାଶିରେ ବୁଧ ଗ୍ରହଙ୍କ ଗୋଚର ଫଳ-

ବୃଷ ରାଶି ବ୍ୟକ୍ତିଙ୍କ ପାଇଁ ବୁଧଗ୍ରହ ଦଶମ ଭାବରେ ଅବସ୍ଥାନ କରିବେ । ଏହି ସମୟରେ ଚାକିରୀ କ୍ଷେତ୍ରରେ ସଫଳତା ମିଳିବ, ବିଜିନେସ୍‌ ଆରମ୍ଭ କଲେ ଲାଭ ହେବ । ଏହି ଗୋଚର ଫଳରେ ବ୍ୟାପାରରେ ବିଦେଶରୁ ଲାଭପ୍ରାପ୍ତ ହୋଇପାରେ । ସାମାଜିକ ସ୍ତରରେ ନିଜର ଭାଷା ଶୈଳୀ ମାଧ୍ୟମରେ ଲୋକମାନଙ୍କୁ ପ୍ରଭାବିତ କରିବାରେ ସଫଳ ହେବେ । ଉଚ୍ଚାଧିକାରୀଙ୍କ ସାହାଯ୍ୟ ମିଳିବ । ଯଦି ଆପଣ ବିବାହିତ କରିଛନ୍ତି ତେବେ କିଛି ଚିନ୍ତାର ସାମ୍ନା କରିବାକୁ ପଡିବ । ପାରିବାରିକ ଜୀବନରେ ମନୋମାଳିନ୍ୟ ଦେଖାଦେଇପାରେ । ସମସ୍ୟା ସମାଧାନ କରିବାକୁ ପ୍ରୟାସ କରନ୍ତୁ । ଜୀବନସାଥୀଙ୍କ ସହିତ ବଚସା ଓ ତାଙ୍କ ଶରୀର ଖରାପ ହୋଇପାରେ ।

ଉପାୟ- ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ । ଶାଗୁଆ ରଙ୍ଗର ବସ୍ତ୍ର ଓ କଞ୍ଚାମୁଗ ଜଗନ୍ନାଥଙ୍କ ମନ୍ଦିରରେ ଦାନ କରନ୍ତୁ ।

ମିଥୁନ ରାଶିରେ ବୁଧ ଗ୍ରହଙ୍କ ଗୋଚର ଫଳ-

ମିଥୁନ ରାଶି ବ୍ୟକ୍ତିଙ୍କ ପାଇଁ ବୁଧଗ୍ରହ ନବମ ସ୍ଥାନରେ ଅବସ୍ଥାନ କରିବେ । ଏହି ସମୟରେ ଧର୍ମ ଓ ଆଧ୍ୟାତ୍ମ୍ୟ କ୍ଷେତ୍ରରେ ରୁଚି ବୃଦ୍ଧି ପାଇବ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଏହି ଗୋଚର ଫଳରେ ବିଦେଶ ଯାତ୍ରାରେ ଲାଭ ପ୍ରାପ୍ତି ହେବ । ପାରିବାରିକ ଓ ବ୍ୟକ୍ତିଗତ ଜୀବନରେ ଶାନ୍ତିପୂର୍ଣ୍ଣ ଓ ସଦ୍‌ଭାବ ରହିବ । ପରିଜନଙ୍କ ମାଧ୍ୟମରେ ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । ବହୁତ ଲମ୍ବା ଦୂରଯାତ୍ରା ମଧ୍ୟ କରିବେ । ସାଙ୍ଗ ସାଥୀମାନେ ମଧ୍ୟ ସାହାଯ୍ୟ ସହଯୋଗ କରିବେ । ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଅନୁକୁଳ ଅଟେ, ଶିକ୍ଷା କ୍ଷେତ୍ରରେ ଭଲ ପରିଣାମ ମିଳିବ । ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ ଓ ଯେଉଁ ପାଠ ପଢ଼ିବାକୁ ଚାହୁଁଥିବେ ସେହି ପାଠ ପଢ଼ିପାରିବେ । ପ୍ରେମ ସମ୍ବନ୍ଧିୟ ପାଇଁ ଏହି ସମୟ ଅତି ଉତ୍ତମ ଅଟେ ।

ଉପାୟ- ଗଣେଶଙ୍କୁ ପୂଜା ଅର୍ଚନା କରି ଦୂବ ଅର୍ପଣ କରନ୍ତୁ । ପୂଜା ସ୍ଥାନରେ ବୁଧଯନ୍ତ୍ର ସ୍ଥାପନା କରନ୍ତୁ । ଶାଗୁଆ ରଙ୍ଗର ବସ୍ତ୍ର କିନ୍ନରଙ୍କୁ ଦାନ କରନ୍ତୁ ।

କର୍କଟ ରାଶିରେ ବୁଧ ଗ୍ରହଙ୍କ ଗୋଚର ଫଳ-

କର୍କଟ ରାଶି ବ୍ୟକ୍ତିଙ୍କ ପାଇଁ ବୁଧଗ୍ରହ ଅଷ୍ଟମ ସ୍ଥାନରେ ଅବସ୍ଥାନ କରିବେ । ଏହି ସମୟରେ ଉତ୍ଥାନ ପତ୍ତନର ସାମ୍ନା କରିବାକୁ ହେବ । ଆର୍ଥିକ କ୍ଷେତ୍ରରେ ଲାଭ ମିଳିବ, କିନ୍ତୁ ଅନ୍ୟ କ୍ଷେତ୍ରରେ ବାଧାର ସମ୍ମୁଖୀନ ହେବେ । ସ୍ୱାସ୍ଥ୍ୟ ସମ୍ବନ୍ଧିତ ଚିନ୍ତା କରିବାକୁ ପଡିବ । ପେଟରୋଗ ଓ ଲିଭର୍‌ ର ଧ୍ୟାନ ରଖନ୍ତୁ । ଶାରୀରିକ  କ୍ଷେତ୍ରରେ ସକ୍ରିୟ ହେବାକୁ ପଡିବ । ପାରିବାରିକ ଜୀବନରେ ଯେ କୌଣସି ବାଧା ଦେଖାଦେବ । ଆପଣଙ୍କ ଭାଇ ଭଉଣୀଙ୍କୁ କିଛି ସମସ୍ୟା ଭୋଗ କରିବାକୁ ହେବ । ଯାନ ବାହନ ପ୍ରତି ସାବଧାନ ରହିବେ । ବୈବାହିକ ଜୀବନରେ ଜୀବନସାଥୀ ଠାରୁ କୌଣସି ଶୁଭ ସମାଚାର ପ୍ରାପ୍ତ ହୋଇପାରେ । ଯେ କୌଣସି ପ୍ରକାରର ଲାଭ ପ୍ରାପ୍ତି ହେବେ । ଅଟକି ଥିବା କାର୍ଯ୍ୟ ପୂରଣ ହେବ ଓ କୌଣସି ନୂତନ କାର୍ଯ୍ୟର ଉଦ୍‌ଘାଟନ ମଧ୍ୟ ହୋଇପାରେ ।

ଉପାୟ- ଦକ୍ଷିଣାବର୍ତ୍ତୀ ଶଙ୍ଖ ପୂଜା କରନ୍ତୁ ଓ ‘ଓଁ ନମଃ ଶିବାୟ’ ଜପ କରନ୍ତୁ । ନିୟମିତ ଶିବଲିଙ୍ଗ ଉପରେ ବେଲପତ୍ର ଅର୍ପଣ କରନ୍ତୁ ।

ସିଂହ ରାଶିରେ ବୁଧ ଗ୍ରହଙ୍କ ଗୋଚର ଫଳ-

ସିଂହ ରାଶି ବ୍ୟକ୍ତିଙ୍କ ପାଇଁ ବୁଧଗ୍ରହ ସପ୍ତମ ଭାବରେ ଅବସ୍ଥାନ କରିବେ । ଏହି ସମୟରେ ଜୀବନସାଥୀଙ୍କ ସହିତ ମଧୁର ସମ୍ପର୍କ ରହିବ । ପ୍ରେମ ସମ୍ବନ୍ଧ କ୍ଷେତ୍ରରେ ମଧ୍ୟ ଶୁଭଫଳ ପ୍ରାପ୍ତି ହେବ ।  ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ଭଲ ପରିଣାମ ମିଳିବ । ଚାକିରୀରେ ପ୍ରମୋଶନ ହେବ, ଆୟରେ ବୃଦ୍ଧି ହେବ । ସାମାଜିକ କ୍ଷେତ୍ରରେ ସକ୍ରିୟ ରହିବେ । ବ୍ୟାପାର କରୁଥିବା ବ୍ୟକ୍ତିଙ୍କୁ ଭଲ ଲାଭ ହେବ । ଯଦି ଆପଣ ପାର୍ଟନର ହୋଇ ବିଜିନେସ୍‌ କରୁଛନ୍ତି ତେବେ ସାବଧାନ ରହିବାକୁ ହେବ, କାରଣ ପାର୍ଟନରଙ୍କ ଠାରୁ ଧୋକା ପାଇପାରନ୍ତି । ବିଜିନେସ୍‌ ସମ୍ବନ୍ଧିତ ପ୍ରତ୍ୟେକ କାର୍ଯ୍ୟ ବୁଝିବିଚାରୀ କରିବେ ।

ଉପାୟ- ପ୍ରତିଦିନ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ । ଗୋମାତାଙ୍କ ସେବାକରି କଞ୍ଚାଘାସ ଖାଇବାକୁ ଦିଅନ୍ତୁ ।

କନ୍ୟା ରାଶିରେ ବୁଧ ଗ୍ରହଙ୍କ ଗୋଚର ଫଳ-

କନ୍ୟା ରାଶି ବ୍ୟକ୍ତିଙ୍କ ପାଇଁ ବୁଧଗ୍ରହ ଷଷ୍ଠ ଭାବରେ ଅବସ୍ଥାନ କରିବେ । ଏହି ସମୟରେ ଉନ୍ନତିର କ୍ଷମତା ଆପଣଙ୍କ ବିରୋଧୀମାନେ ଆପଣଙ୍କ ସାମ୍ନାକୁ ଆସିବାକୁ ଦେବେ ନାହିଁ । ଯେକୌଣସି କ୍ଷେତ୍ରରେ ଭଲ ଫଳ ପାଇବା ପାଇଁ ବହୁତ ପରିଶ୍ରମ କରିବାକୁ ପଡିବ । ଆର୍ଥିକ କ୍ଷେତ୍ର ମଧ୍ୟ ସାମାନ୍ୟ ରହିବ । ଯଦି କୌଣସି ପ୍ରତିଯୋଗୀ ପରୀକ୍ଷାରେ ସାମିଲ ହେବାକୁ ଯାଉଛନ୍ତି ସେଥିରେ ସଫଳ ପାଇବା ପାଇଁ ଆପଣଙ୍କୁ ବହୁତ ପରିଶ୍ରମ କରିବାକୁ ହେବ । ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖିବାକୁ ହେବ । ଶତୃମାନଙ୍କ ଠାରୁ ଦୂରେଇ ରହିବା ଉଚିତ୍‌ । କାରଣ ଶତୃମାନେ କ୍ଷତି କରିପାରନ୍ତି । ଅଯଥା ଖର୍ଚ୍ଚ କରି ଆପଣଙ୍କୁ ମାନସିକ ଚିନ୍ତା କରିବାକୁ ହେବ ।

ଉପାୟ- ଚାରିମୂଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ । ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜା କରନ୍ତୁ ଓ ମାଖନ, ମିଶ୍ରି ଭୋଗ କରନ୍ତୁ ।

ତୁଳା ରାଶିରେ ବୁଧ ଗ୍ରହଙ୍କ ଗୋଚର ଫଳ-

ତୁଳା ରାଶି ବ୍ୟକ୍ତିଙ୍କ ପାଇଁ ବୁଧଗ୍ରହ ପଞ୍ଚମ ଭାବରେ ଅବସ୍ଥାନ କରିବେ । ଏହି ସମୟରେ କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ, ଆୟରେ ବୃଦ୍ଧି ହେବ । ପରିବାରର ସଦସ୍ୟଙ୍କ ସହିତ ସମୟ ବିତାଇବେ । ଶିକ୍ଷା କ୍ଷେତ୍ରରେ ଭଲଫଳ ମିଳିବ, ଉଚ୍ଚଶିକ୍ଷା ପ୍ରାପ୍ତ କରିବା ପାଇଁ ଯେଉଁମାନେ ବିଦେଶ ଯିବାକୁ ଚାହୁଁଛନ୍ତି ସେମାନେ ଏକାଗ୍ରତା ରଖନ୍ତୁ । ଅବିବାହିତ ଯୁବକ ଯୁବତୀମାନଙ୍କ ପାଇଁ ସମୟ ଭଲ ରହିବ, ଏହି ସମୟରେ ଅଧିକରୁ ଅଧିକ ସମୟ ପ୍ରେମୀଙ୍କ ସହିତ ଦିନ କାଟିବାକୁ ଇଛା କରିବେ । ବୈବାହିକ ଜୀବନ ଭଲରେ କଟିବ । ଯେଉଁ ଛାତ୍ର ଛାତ୍ରୀମାନେ ଗଣିତ ବିଷୟ ଅଧ୍ୟୟନ କରୁଛନ୍ତି, ସେମାନେ ବିଶେଷ ସଫତଳା ପାଇବେ । ସ୍ୱାସ୍ଥ୍ୟ ପ୍ରତି ସାବଧାନ ରହିବା ଉଚିତ୍‌ । ଆର୍ଥିକ କ୍ଷେତ୍ରରେ ମଧ୍ୟ ଭଲ ରହିବ ।

ଉପାୟ- ବୁଧଗ୍ରହଙ୍କୁ ପୂଜା କରନ୍ତୁ ଓ ଓଁ ବ୍ରାଂ ବ୍ରୀଂ ବ୍ରୌଂ ସଃ ବୁଧାୟ ନମଃ ଏହି ମନ୍ତ୍ରକୁ ପ୍ରତିଦିନ ୧୦୮ଥର ଜପ କରନ୍ତୁ । କିନ୍ନରଙ୍କୁ ଶାଗୁଆ ରଙ୍ଗର ଚୁଡି ଦାନ କରିଲେ ଲାଭ ହେବ ।

ବିଛା ରାଶିରେ ବୁଧ ଗ୍ରହଙ୍କ ଗୋଚର ଫଳ-

ବିଛା ରାଶି ବ୍ୟକ୍ତିଙ୍କ ପାଇଁ ବୁଧଗ୍ରହ ଚତୁର୍ଥ ଭାବରେ ଅବସ୍ଥାନ କରିବେ । ଏହି ସମୟରେ ଶୁଭ ଅଶୁଭ ମିଶ୍ରିତଫଳ ପ୍ରଦାନ କରିବେ । କ୍ୟାରିଅରରେ ଭଲ ଫଳ ପ୍ରାପ୍ତ ହେବ, କାର୍ଯ୍ୟକ୍ଷମତାରେ ବୃଦ୍ଧି ପାଇବ । ସହକର୍ମୀଙ୍କ ସହଯୋଗ ମଧ୍ୟ ପ୍ରାପ୍ତ ହେବ ଓ ବ୍ୟପାର ମଧ୍ୟ ଭଲ ରହିବ । ନୂତନ ଗୃହ କ୍ରୟ କରିବାକୁ ଇଛା କରିବେ । ମାତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଦାମ୍ପତ୍ୟ ଜୀବନରେ ବଚସା ହୋଇପାରେ, ଯାହା ପରିବାରରେ ମଧ୍ୟ ଅଶାନ୍ତି ଦେଖାଦେବ । ଯାନ ବାହନ ମଧ୍ୟ କ୍ରୟ କରିପାରିବେ । ମାତାଙ୍କ ସୁଖ ଓ ସମ୍ପତ୍ତିରେ ଲାଭ ପ୍ରାପ୍ତି ହୋଇପାରେ ।

ଉପାୟ- ବୁଧବାର ଦିନ ଶିବଲିଙ୍ଗରେ ମହୁରେ ଅଭିଷେକ କରିଲେ ଭଲ ହେବ ।

ଧନୁ ରାଶିରେ ବୁଧ ଗ୍ରହଙ୍କ ଗୋଚର ଫଳ-

ଧନୁ ରାଶି ବ୍ୟକ୍ତିଙ୍କ ପାଇଁ ବୁଧଗ୍ରହ ତୃତୀୟ ସ୍ଥାନରେ ଅବସ୍ଥାନ କରିବେ । ଏହି ସମୟରେ ଚାକିରୀ ଓ ବ୍ୟବସାୟରେ ସଫଳତା ପାଇବେ । କର୍ମଭାବକୁ ବୁଧଙ୍କ ଦୃଷ୍ଟି ପଡୁଥିବାରୁ କ୍ୟାରିଅରରେ ସଫଳତା ମିଳିବ, ଏହା ସତ୍ତ୍ୱେ କାର୍ଯ୍ୟରେ ଧୈର୍ଯ୍ୟର ସହିତ କାମ କରିବା ଭଲ ହେବ । ଆପଣଙ୍କ ଜୀବନ ସାଥୀଙ୍କୁ ବଡ଼ ଉପଲବ୍ଧି ପ୍ରାପ୍ତ ହୋଇପାରେ । ଜୀବନସାଥୀଙ୍କ ସହିତ ଭଲରେ ଦିନ ବିତିବ । ଦୂରଯାତ୍ରା କରିବେ ଯାହା ଆପଣଙ୍କୁ ଲାଭ ଓ ଆନନ୍ଦ ଅନୁଭବ କରିପାରିବେ । ଛୋଟ ଭାଇ ଭଉଣୀଙ୍କ ସହିତ କୌଣସି କଥାକୁ ନେଇ ଝଗଡ଼ା ସୃଷ୍ଟି ହେବାର ସମ୍ଭାବନା ଅଛି, କିନ୍ତୁ ସମ୍ବନ୍ଧରେ ଖୁବ୍‌ ଶୀଘ୍ର ଝଗଡ଼ା ମେଣ୍ଟିଯିବ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ନିଜ ପରିଶ୍ରମରେ ବ୍ୟବସାୟରେ ସଫଳତା ପ୍ରାପ୍ତ କରିବେ । ସ୍ୱାସ୍ଥ୍ୟପ୍ରତି ବିଶେଷ ଧ୍ୟାନ ରଖିବା ଜରୁରୀ ଅଟେ ।

ଉପାୟ- ଭଗବାନ ବିଷ୍ଣୁଙ୍କ ପୂଜା ଆରଧନା କରନ୍ତୁ, ନିଷ୍ଠାର ସହିତ ‘ଓଁ ନମୋ ଭଗବତେ ବାସୁଦେବାୟ ’ ଏହି ମନ୍ତ୍ରକୁ  ଜପ କରନ୍ତୁ ।

ମକର ରାଶିରେ ବୁଧ ଗ୍ରହଙ୍କ ଗୋଚର ଫଳ-

ମକର ରାଶି ବ୍ୟକ୍ତିଙ୍କ ପାଇଁ ବୁଧଗ୍ରହ ଦ୍ୱିତୀୟ ସ୍ଥାନରେ ଅବସ୍ଥାନ କରିବେ । ଏହି ସମୟରେ ଆର୍ଥିକ ସ୍ଥିତି ଭଲ ରହିବ । ବାଣୀର କାରକ ବୁଧ ଧନଭାବରେ ସ୍ଥିତହେବା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭକାରକ ହେବ । ଧନଲାଭ ହେବ, ଆତ୍ମବିଶ୍ୱାସରେ ମଧ୍ୟ ବୃଦ୍ଧି ହେବ, ବିଭିନ୍ନ ସ୍ରୋତରେ ଧନପ୍ରାପ୍ତ ହେବ । କଳା ବିକଶିତ ହେବ, ନିଜର ବଚନରେ ଆକର୍ଷଣ ରହିବାର ଅନୁଭୂତି କରିବେ, ଯାହାଦ୍ୱାରା ଆପଣଙ୍କ କଥାବାର୍ତ୍ତାରେ ଲୋକମାନେ ବଶୀଭୂତ ହେବଫଳରେ ଆପଣଙ୍କ କାମ ପୂରଣ ହୋଇଯିବ । ବୈବାହିକ ଜୀବନରେ ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ରହିବ । ସନ୍ତାନଙ୍କ ତରଫରୁ କୌଣସି ଶୁଭଖବର ଆସିବ, ଯାହାଦ୍ୱାରା ପରିବାରର ପରିସ୍ଥିତିରେ ପରିବର୍ତ୍ତନ ହେବ । ଏହା ବ୍ୟତୀତ ସୁଖ ବୃଦ୍ଧି ହେବ ଓ ଭାଗ୍ୟ ଆପଣଙ୍କ ସପକ୍ଷ ଦେବ ।

ଉପାୟ- ପିଲାମାନଙ୍କୁ ବହି ବା ଖାଦ୍ୟ ସାମଗ୍ରୀ ଦାନ କରନ୍ତୁ । ଶନିବାର ଦିନ ପିମ୍ପୁଡି ଗାତପାଖରେ କିଛି ଅଟା ରଖନ୍ତୁ ।

କୁମ୍ଭ ରାଶିରେ ବୁଧ ଗ୍ରହଙ୍କ ଗୋଚର ଫଳ-

କୁମ୍ଭରାଶି ବ୍ୟକ୍ତିଙ୍କ ପାଇଁ ବୁଧଗ୍ରହ ପଞ୍ଚମ ଓ ଅଷ୍ଟମ ଭାବର ଅଧିପତି ହୋଇ ସେହି ରାଶିରେ ଅବସ୍ଥାନ କରିବେ । ଏହି ସମୟରେ ଆପଣଙ୍କ ଜ୍ଞାନ ଓ ମାନସମ୍ମାନରେ ବୃଦ୍ଧି ହେବ, ଆପଣଙ୍କ ବ୍ୟକ୍ତିତ୍ୱ ସମସ୍ତଙ୍କ ସାମ୍ନାକୁ ଆସିବ । ବିଜିନେସ୍‌ କରୁଥିବା ବ୍ୟକ୍ତିକୁ ସଫଳତା ମିଳିପାରେ । ଆର୍ଥିକସ୍ଥିତିରେ ଉନ୍ନତି ହେବ, ଯଦି  କୌଣସି କାର୍ଯ୍ୟ ବା ଶିକ୍ଷାକ୍ଷେତ୍ର ଅଟକିଥାଏ ତେବେ ତାହା ମଧ୍ୟ ପୂର୍ଣ୍ଣ ହେବ । ନୂତନ ନିଯୁକ୍ତି ପାଇଁ ସମୟ ଉତ୍ତମ ଅଟେ । ଧନଲାଭ ହେବାର ଯୋଗ ସୃଷ୍ଟି ହେବ । କାହାଠାରୁ ଧନନେବା ବା  ଋଣ କରିବାପାଇଁ ଭଲ ସମୟ ଅଟେ । ଅବିବାହିତ ଯୁବକ ଯୁବତୀମାନଙ୍କ ପାଇଁ ବିବାହ କରିବାର ଯୋଗ ଅଛି । ସ୍ୱାସ୍ଥ୍ୟ ଭଲ ରହିବ ।

ଉପାୟ- ମାତା ଦୁର୍ଗାଙ୍କ ପୂଜା କରି ଶାଗୁଆ ରଙ୍ଗର ଚୁଡି ଅର୍ପଣ କରନ୍ତୁ । ପ୍ରତି ଶନିବାର ଦିନ କଳା ଗାଈକୁ କିଛି ଖାଇବାକୁ ଦିଅନ୍ତୁ । ଏକ ଘଡିରେ ବା ପାତ୍ରରେ ପାଣି ଭର୍ତ୍ତିକରି ପକ୍ଷୀମାନେ ପିଇବା ପାଇଁ ଏକ ସ୍ଥାନର ରଖନ୍ତୁ ।

ମୀନ ରାଶିରେ ବୁଧ ଗ୍ରହଙ୍କ ଗୋଚର ଫଳ-

ମୀନରାଶି ବ୍ୟକ୍ତିଙ୍କ ପାଇଁ ବୁଧଗ୍ରହ ଚତୁର୍ଥ ଓ ସପ୍ତମ ଭାବର ଅଧିପତି ହୋଇ ଦ୍ୱାଦଶ ଭାବରେ ଅବସ୍ଥାନ କରିବେ । ବ୍ୟବସାୟ ସମ୍ବନ୍ଧରେ ବିଦେଶ ଯାତ୍ରା କଲେ ଆର୍ଥିକ କ୍ଷେତ୍ରରେ ଆଶାତୀତ ଉନ୍ନତି ହେବ । ଜୀବନସାଥୀଙ୍କ ସ୍ୱାସ୍ଥ୍ୟପ୍ରତି ଧ୍ୟାନ ରଖିବାକୁ ହେବ । କାରଣ ରୋଗର ସାମ୍ନା କରିବାକୁ ପଡିପାରେ । ଆଇନ୍ କାନୁନ୍‌ ଓ ପୁରୁଣା ଅଦାଲତର ବିବାଦରୁ ମୁକୁଳି ପାରିବେ । ଗୃହ ବା ବାହନ କ୍ରୟ କରିବାର ସୁଯୋଗ ପାଇବେ । ଯାତ୍ରାରେ ଅଧିକ ଖର୍ଚ୍ଚ ମଧ୍ୟ ହୋଇପାରେ । ଯେତିକି ସମ୍ଭବ ହେବ ଅନାବଶ୍ୟକ ଖର୍ଚ୍ଚରୁ ରକ୍ଷା ପାଇବା ପାଇଁ ପ୍ରୟାସ କରନ୍ତୁ । କାରଣ ଖର୍ଚ୍ଚରେ ବୃଦ୍ଧି ହୋଇପାରେ, ନିଜର ସୁଖ ସୁବିଧାପାଇଁ ଏହି ଖର୍ଚ୍ଚ କରିବେ । ସବୁପ୍ରକାର ମାମଲାରୁ ଦୂର ହୁଅନ୍ତୁ ଓ ବିବେକପୂର୍ଣ୍ଣ ଫୈସଲା କରନ୍ତୁ ।

ଉପାୟ- ଶ୍ରୀ ବିଷ୍ଣୁ ସହସ୍ରନାମ ସ୍ତୋତ୍ର ପାଠ କରନ୍ତୁ । ଗୋମତାର ସେବା କରି କିଛି ଖାଇବାକୁ ଦିଅନ୍ତୁୂ ଲାଭ ହେବ । ନିଜର ପୂଜାସ୍ଥଳରେ ବୁଧଯନ୍ତ୍ର ସ୍ଥାପନା କରି ପୂଜା କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!