ବୃଷ ରାଶିର ବାର୍ଷିକ ରାଶିଫଳ, କେମିତି କଟିବ 2021- କଣ କହୁଛି ଗ୍ରହ ନକ୍ଷତ୍ର ଜାଣନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା ଇଂରାଜୀ ନବବର୍ଷ କେମିତି କଟିବ ବାରୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ, କଣରହିଛି ଗ୍ରହମାନଙ୍କର ଫଳାଫଳ, କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା ।  ଧନୁରେ ରବି, ବୁଧ, କର୍କଟରେ ଚନ୍ଦ୍ର, ମେଷରେ ମଙ୍ଗଳ, ମକରରେ ଗୁରୁ, ଶନି, ବିଛାରେ ଶୁକ୍ର, କେତୁ, ବୃଷରେ ରାହୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି । ଗୁରୁ ୨୦୨୧ମସିହା ଏପ୍ରିଲମାସ ୬ ତାରିଖରେ କୁମ୍ଭ ରାଶିକୁ ଗମନ କରିବେ । ସେପ୍ଟମ୍ବର ମାସ ୧୪ତାରିଖରେ ମକର ରାଶିକୁ ବକ୍ରୀ ହେବେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ନଭେମ୍ବର ମାସ ୨୧ ତାରିଖରେ ପୁନରାୟ କୁମ୍ଭ ରାଶିକୁ ଗମନ କରି ୨୦୨୨ ମସିହା ଏପ୍ରିଲ ମାସ ୧୩ତାରିଖ ପର୍ଯ୍ୟନ୍ତ କୁମ୍ଭ ରାଶିରେ ରହିବେ । ୨୦୨୧ ମସିହାରେ ଶନି ମକର ରାଶିରେ, ରାହୁ ବୃଷ ରାଶିରେ ଓ କେତୁ ବିଛା ରାଶିରେ ଅବସ୍ଥାନ କରିବେ ।

Image Courtesy: Google

ବୃଷ:-

୨୦୨୧ ମସିହା ଇଂରାଜୀ ନବବର୍ଷ ଆରମ୍ଭରେ ବୃଷ ରାଶି ଜାତ ମହିଳା ଓ ପୁରୁଷ ମାନଙ୍କର ରବି, ବୁଧ ଅଷ୍ଟମ ଭାବରେ, ମଙ୍ଗଳ ଦ୍ଵାଦଶ ଭାବରେ, ଗୁରୁ, ଶନି ନବମ ଭାବରେ, ଶୁକ୍ର, କେତୁ ସପ୍ତମ ଭାବରେ ଓ ରାହୁ ସ୍ଵରାଶିରେ ଅବସ୍ଥାନ କରୁଛନ୍ତି । ଯାହା ଫଳରେ ଗୁରୁ ଶୁଭଫଳ ପ୍ରଦାନ କରିବେ । ଅନ୍ୟ ଗ୍ରହମାନେ ଅଶୁଭଫଳ ପ୍ରଦାନ କରୁଥିବାରୁ ପ୍ରତିକାର କରିବା ଦ୍ଵାରା କେତେକାଂଶରେ ଶୁଭଫଳ ପାଇ ପାରିବେ । ବିଶେଷତଃ ମହାଦଶା ଅନ୍ତର୍ଦ୍ଦଶା ଶୁଭଥିଲେ ଗୋଚର ଗ୍ରହମାନଙ୍କର କୁପ୍ରଭାବ ସେତେଟା ପଡିବ ନାହିଁ ।

Image Courtesy: Google

ବୃହସ୍ପତି ମକର ରାଶିରେ ଭାଗ୍ୟ ଭାବରେ ନିଚ୍ଚରେ ଥାଇ ଶନି ମଧ୍ୟ ସେହି ସ୍ଥାନରେ ଥିବାରୁ ଏକ ନୀଚଭଙ୍ଗ ରାଜଯୋଗ ସୃଷ୍ଟି ହୋଇଛି । ଯାହା ଫଳରେ ଭାଗ୍ୟରେ ପରିବର୍ତ୍ତନ ହେବା ସହ ଅଟକି ଥିବା ଧନ ପ୍ରାପ୍ତି ହେବ । ନିଜର ସମ୍ପର୍କୀୟଙ୍କ ଠାରୁ ଭଲ ସୁଖ ପ୍ରାପ୍ତି ହେବ । ପୈତୃକ ସମ୍ପତ୍ତି ମଧ୍ୟ ପାଇବେ । ସବୁ କ୍ଷେତ୍ରରେ ଲାଭ ମିଳିବ । ପିଲାମାନଙ୍କର ମଧ୍ୟ ଶୁଭ ହେବ । ମାତୃ ସୁଖ, ସମ୍ପତ୍ତି ସୁଖ, ଯାନବାହନ ସୁଖ ପାଇବେ । ବିଦେଶ ଯାତ୍ରା କରିପାରିବେ ଓ କାର୍ଯ୍ୟରେ ବୃଦ୍ଧି ହେବ । ପରିବାର ସଦସ୍ୟଙ୍କ ସହିତ କୌଣସି ଧାର୍ମିକ ସ୍ଥାନ ବା ଆଧ୍ୟାତ୍ମିକ ସ୍ଥାନ ପରିଦର୍ଶନ କରିପାରିବେ ।

Image Courtesy: Google

ଅବିବାହିତମାନେ ବିବାହ କରିବାର ସୁଯୋଗ ପାଇବେ । ଶକ୍ତି ବୃଦ୍ଧି ହେବ, କଳ୍ପନା ଶକ୍ତି ମଧ୍ୟ ଆଶ୍ଚର୍ଯ୍ୟଜନକ ହୋଇପାରେ । ଅନେକ ପ୍ରକାର ଯୋଜନା କରିବେ । ଦୀର୍ଘ ଦିନ ଧରି ଯେଉଁ ଯୋଜନା ମନରେ ଥିଲା ତାହା ପୂରଣ କରିପାରିବେ । ଇଲୋକଟ୍ରୋନିକ୍ସମିଡିଆ ଓ ପ୍ରିଣ୍ଟ ମିଡିଆ ଦ୍ୱାରା ଲୋକସଂପର୍କ ବୃଦ୍ଧିହେବ । ଶତୃମାନଙ୍କ ଠାରୁ ସତର୍କ ରହିବା ଉଚିତ୍ । ନିଜର ମନର ଯୋଜନା ବିଷୟରେ କାହା ସହିତ ଆଲୋଚନା ନ କରିବା ଉଚିତ୍ । ଛାତ୍ରଛତ୍ରୀମାନେ କଠିନ ପରିଶ୍ରମ କରିବା ସହିତ ପଢ଼ା ପଢ଼ିରେ ମନଯୋଗ ଦେବେ ।

Image Courtesy: Google

ଶିକ୍ଷା କ୍ଷେତ୍ରରେ ମାନସିକ ଏକାଗ୍ରତା ବଜାୟ ରହିବା ଯୋଗେ ଆନନ୍ଦିତ ହେବେ । ରାଜନୀତି କ୍ଷେତ୍ରରେ ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଯଶ ମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିଷ୍କାର କରିବେ । କେତୁଙ୍କ ଯୋଗେ ହଠାତ୍ ଧନ ପ୍ରାପ୍ତି ହୋଇପାରେ ଗୁପ୍ତ ଧନ ବା ପୈତୃକ ସମ୍ପତ୍ତି ମିଳି ଯାଇ ପାରେ । ସମାଜସେବା କାର୍ଯ୍ୟରେ ଯୋଗ ଦେଇ ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସ ରତ ହେବେ । ଅତି ଶୀଘ୍ର କୌଣସି ପଦକ୍ଷେପ ଗ୍ରହଣ କରନ୍ତୁ ନାହିଁ ।

Image Courtesy: Google

ରାହୁ ଜନ୍ମରାଶିରେ ଥିବାରୁ ନକରାତ୍ମକ ପ୍ରଭାବ ସୃଷ୍ଟି ହୋଇ ପାରେ । ସ୍ୱାସ୍ଥ୍ୟ ଖରାପ ହୋଇପାରେ ଓ ବର୍ଷ ଶେଷକୁ ମିଶ୍ରିତ ଫଳ ଲାଭ ହେବ । ଶନି ନବମ ଭାବରେ ଥିବାରୁ ଆପଣ ସମ୍ମାନ ଓ ପ୍ରତିଷ୍ଠା ହରାଇ ପାରନ୍ତି । କର୍ମ କ୍ଷେତ୍ରରେ ମଧ୍ୟ ହାନି ହୋଇପାରେ । ସରକାରୀ କର୍ମଚାରୀମାନେ ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁ ଏବଂ କଠିନ ପରିଶ୍ରମ ହେତୁ ଶାରିରୀକ ଓ ମାନସିକ କଷ୍ଟ ଭୋଗି ପାରନ୍ତି । ଜାଗା ଜମିବାଡ଼ି ନେଇ କେତେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି, କିନ୍ତୁ ଏହାକୁ ମୁକାବିଲା କରିବାର ସାହସ ମଧ୍ୟ ପାଇବେ ।

Image Courtesy: Google

ଅଶୁଭ ଗ୍ରହମାନଙ୍କ ପାଇଁ ପ୍ରତିକାର କରିଚାଲିଲେ କୌଣସି ବିପଦ ପାଖ ମାଡିବନି । ୧- ପ୍ରାଣପ୍ରତିଷ୍ଠିତ ସମ୍ପୂର୍ଣ୍ଣ ସର୍ବକଷ୍ଟ ନିବାରଣ ମହା ଯନ୍ତ୍ର ପୂଜା କରିବା ସହ ନିମ୍ନ ବୀଜମନ୍ତ୍ରକୁ ପ୍ରତିଦିନ ୧ ମାଳା ଜପ କରନ୍ତୁ ଔଁ ଦ୍ରାଂ ଦ୍ରୀଂ ଦ୍ରୌଂ ସଃ ଶୁକ୍ରାୟ ନମଃ । ୨- ପ୍ରତ୍ୟେକଦିନ ପକ୍ଷୀମାନଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ । ୩- ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ଓ କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!