ବୃଷ ରାଶିରେ ମଙ୍ଗଳ ରହିଲେ କଣ ପଡେ ପ୍ରଭାବ- Jyotisha Shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବୃଷ ରାଶିରେ ମଙ୍ଗଳ ରହିଲେ କଣବିଶେଷ ଫଳମିଳେ ଓ କଣ କରିବା ଉଚିତ କଣ ନକରିବା ଉଚିତ ଆସନ୍ତୁ ଜାଣିବା:- ଜ୍ୟୋତିଷ ଶାସ୍ତ୍ର ମତରେ ମଙ୍ଗଳ ଖୁସିକାରକ ଗ୍ରହ ଗ୍ରହମଣ୍ଡଳରେ ସେନାପତିତ୍ୱ ପଦ ଅଧିକାର କରିଛନ୍ତି । ରକ୍ତ ସମ୍ବନ୍ଧିୟ ଓ ପେଟ ଉପରେ ମଙ୍ଗଳଙ୍କର ବିଶେଷ ପ୍ରଭାବ ରହିଥାଏ । ମଙ୍ଗଳ ତୃତୀୟ ଭାବର କାରକ । ମେଷ ଓ ବିଛା ରାଶିର ଅଧିପତି ଗ୍ରହ । ଗହମ, ଘିଅ, ଗୁଡ, କେଶର, ଲାଲ୍‌ ଚନ୍ଦନ, ଲାଲ୍‌ ଫୁଲ, ଲାଲ୍‌ ବସ୍ତୁ, ଅଗ୍ନି, ପୃଥିବୀ, ରାଜ୍ୟ ଓ ଘରର କାରକ ଗ୍ରହ । ଭୂମି ସମ୍ବନ୍ଧିତ ସମସ୍ତ ସମ୍ପତ୍ତିର ମାଲିକ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଥାନା, ଫାଣ୍ଡି, କୋର୍ଟ, କଚେରୀ ଓ ମାଲିମୋକଦ୍ଦମାର ମଧ୍ୟ କାରକ । ଜାତକ କୁଣ୍ଡଳୀରେ ମଙ୍ଗଳ ଅଶୁଭ ଥିଲେ ବ୍ୟକ୍ତି ଜୀବନରେ କେବେବି ଗୃହସୁଖ ପାଏ ନାହିଁ । ମଙ୍ଗଳ ସାହାସ, ସୌର୍ଯ୍ୟ, ଧୈର୍ଯ୍ୟ, ଉର୍ଜା, ବଳ ବିକ୍ରମ, ଆତ୍ମବିଶ୍ୱାସ, ଉତ୍ସାହର କାରକ । ସାନ ଭାଇ, ଭଉଣୀଙ୍କ ସହ ସମ୍ବନ୍ଧର କାରକ । ତମ୍ବା, ପ୍ରବାଳ ରତ୍ନ, କ୍ରୋଧ, ହିଂସା ମଙ୍ଗଳର କାରକ ।

ବୃଷ ରାଶିରେ ମଙ୍ଗଳ ରହିଲେ ଜାତକ- ସୁନ୍ଦର ବେଶଧାରୀ, ଗୃହ, ଧନଆଦିରେ ସୁଖପାଆନ୍ତି, ସତ୍‌ କର୍ମରେ ଖର୍ଚ୍ଚକରନ୍ତି, ଦେବତା ବ୍ରାହ୍ମଣଙ୍କୁ ଆଦର କରନ୍ତି ଓ ଦାମ୍ପତ୍ୟସୁଖ ସାମାନ୍ୟ ପାଇଥାନ୍ତି । କିନ୍ତୁ ମଙ୍ଗଳ ଯଦି ଶନି କିମ୍ବା ରାହୁଯୁକ୍ତ ହୋଇ ଥାନ୍ତି ମଙ୍ଗଳଦଶା, ଅନ୍ତର୍ଦ୍ଦଶା ଭୋଗ ହେଲାବେଳେ ସେ ଜାତକ ପରଘରେ ରୁହନ୍ତି, ସନ୍ତାନରେ ଦୁଖି, ଶତୃଦ୍ୱାରା ପୀଡିତ, ଜୀବନସାଥୀ ଦୁଃଖ ପାଆନ୍ତି, ବନ୍ଧୁକପଟୀ, ପୁତ୍ରଦ୍ୱେଷୀ, ସୁଖହୀନ, ପ୍ରବାସୀ, କର୍କଶ ବଚନ, ଠକ ପ୍ରବୃତି ଓ ଭାତୃବିରୋଧୀ ହୋଇଥାନ୍ତି ।

ଜୀବନର ୬, ୧୫, ୨୪, ୩୩, ୪୨, ୫୧ ଓ ୬୦ ବର୍ଷ ବୟସ ମାନଙ୍କରେ ଅଶୁଭଫଳ ଭୋଗ କରିବା ସହ ସଙ୍କଟମୟ ପରିସ୍ଥିତି ସୃଷ୍ଟିହୁଏ । ୧- ଅଶୁଭ ଫଳ ଭୋଗ ହେଉଥିଲେ ସେଥିରୁ ରକ୍ଷା ପାଇବା ପାଇଁ ନିଜର ଭାଇମାନଙ୍କୁ ଅଶୁଭ ବଚନ କୁହନ୍ତୁ ନାହିଁ ଓ ଆଦର ସମ୍ମାନ ଦିଅନ୍ତୁ । ୨- ପ୍ରତିବର୍ଷ ଜନ୍ମଦିନରେ ଅରୁଆଚାଉଳ, ରୂପା, କ୍ଷୀର, ନାଲିବସ୍ତ୍ର ମନ୍ଦିରରେ ଦାନ କରନ୍ତୁ । ୩- ମଙ୍ଗଳବାର ବ୍ରତ ପାଳନ କରନ୍ତୁ । ଗ୍ରାମଦେବତୀଙ୍କ ପାଖରେ ଖିରୀ ଭୋଗ ଲଗେଇ ଅସହାୟ ମାନକୁ ଖାଇବାକୁ ଦିଅନ୍ତୁ ।

୪- ମାଆବାପା, ଜେଜେ ଜେଜେମାଙ୍କ ସେବା କରନ୍ତୁ । ୫- ରୂପା ପଇସା ପକେଟରେ ରଖନ୍ତୁ । ୬- ସୋମବାର ଦିନ ବ୍ରତ ପାଳନ କରନ୍ତୁ । ଭଗବାନ ଶିବଙ୍କୁ ଜଳ ଅର୍ପଣ କରନ୍ତୁ ଓ ଖିରୀ ତିଆରି କରି ଅନ୍ୟମାନକୁ ଖାଇବାକୁ ଦିଅନ୍ତୁ । ୭- ଯାତ୍ରା କରିବା ପୂର୍ବରୁ ମାତାଙ୍କ ହାତରୁ ଦହିଭାତ ଖାଇକରି ଯାଆନ୍ତୁ । ୮- ପ୍ରତିଦିନ ବରଗଛରେ ଜଳ ଦିଅନ୍ତୁ ଓ ଯେ କୌଣସି ମନ୍ଦିରରେ ଗୋଟାମୁଗ କିଛି ଦାନ କରନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!