ଗୁରୁବାର ଦିନ ବୃହସ୍ପତି ଓ ବିଷ୍ଣୁଙ୍କ ପୂଜା କରିଲେ ସମ୍ପତ୍ତି ପ୍ରାପ୍ତି ସହ ଋଣରୁ ମଧ୍ୟ ମୁକ୍ତି ମିଳେ, ଜାଣନ୍ତୁ ଏହି ପୂଜାର ଲାଭ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବୁଧବାର ଦିନ ମଧ୍ୟ ଭଗବାନ ବିଷ୍ଣୁଙ୍କ ପୂଜା କରିବାର ମହତ୍ତ୍ଵ ଅଛି। ଏହିଦିନ ଭଗବାନ ବିଷ୍ଣୁଙ୍କୁ ହଳଦିଆ ବସ୍ତ୍ର ଧାରଣ କରାଇ ସ୍ଥାପିତ କରାଯାଏ ଓ ହଳଦୀ, ଚାଉଳରେ ବିଧି ପୂର୍ବକ ପୂଜା କରାଯାଏ । ଗୁରୁବାର  ଦିନ ଭଗବାନ ବୃହସ୍ପତିଙ୍କ ପୂଜା କରିବାର ବିଧାନ ଅଛି। ଏହି ଦିନ ଭଗବାନ ବିଷ୍ଣୁ ଓ ବୃହସ୍ପତିଙ୍କ ପୂଜା କରିଲେ ଋଣରୁ ମୁକ୍ତି, ଶୀଘ୍ର ବିବାହ ଓ  ସମ୍ପତ୍ତି ପ୍ରାପ୍ତି ହୁଏ। ବୃହସ୍ପତି ଦେବଙ୍କୁ ବୁଦ୍ଧିର କାରକ ମଧ୍ୟ କୁହାଯାଏ, ଅତଃ ଏହି ପୂଜାରେ ଜ୍ଞାନରେ ମଧ୍ୟ ବୃଦ୍ଧି ହୋଇଥାଏ। ଏହା ବ୍ଯତୀତ ଭଗବାନ ବିଷ୍ଣୁଙ୍କ ପୂଜା କରିଲେ ମନୋକାମନା ପୂରଣ ହୋଇଥାଏ ଓ ଶରୀର ସୁସ୍ଥ ରହେ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏହିଭଳି କରନ୍ତୁ ପୂଜା  :

ଗୁରୁବାର ଦିନ କଦଳୀ ଗଛକୁ ମଧ୍ୟ ପୂଜା କରାଯାଏ। ଏହି ଦିନ ପୂଜା ଓ ବ୍ରତ କରୁଥିବା ବ୍ୟକ୍ତି ସକାଳୁ ଉଠି ସ୍ନାନ କରି ହଳଦିଆ ବସ୍ତ୍ର ଧାରଣ କରିବା ଉଚିତ୍। ଏହି ପୂଜାରେ ହଳଦିଆ ବସ୍ତୁ ଯେପରି କି ହଳଦିଆ ଫୁଲ, ଚନା ଡାଲି, ହଳଦିଆ ମିଠା, ହଳଦିଆ ଚାଉଳ ଓ ହଳଦି ଚଢାଇବାର ପ୍ରୟୋଗ କରାଯାଏ। କଦଳୀ ଗଛକୁ ମଧ୍ୟ ପୂଜା କରିବାର ବିଶେଷ ମହତ୍ଵ ରହିଛି। ପୂଜା ପରେ ବୃହସ୍ପତିଙ୍କ କଥା ଶ୍ରଦ୍ଧା ପୂର୍ବକ ପାଠ କରିବା ଉଚିତ୍। ଏଥିରେ ମନୋକାମନା ପୂରଣ ହୁଏ। ଏହା ପରେ ଛୋଟ-ଛୋଟ କନ୍ୟାମାନଙ୍କୁ ଭୋଜନ କରାଇବ ଓ ହଳଦିଆ ଓଢଣୀ ବା ରୁମାଲ ଦାନ କରିବ। ଶରୀର ସ୍ୱାସ୍ଥ୍ୟ ଓ ପାରିବାରିକ ସୁଖ ଶାନ୍ତି ପାଇଁ ଭଗବାନ ବିଷ୍ଣୁଙ୍କୁ ଚଣା ଡାଲି ଦିଆଯାଏ। ଯଦି ବିବାହରେ କୌଣସି ପ୍ରକାର ସମସ୍ୟା  ଦେଖାଦିଏ ତେବେ  ଗୁରୁବାର ବ୍ରତ କରିବା ଉଚିତ୍ ଏବଂ ବିଷ୍ଣୁଙ୍କୁ ଫଳ ଭୋଗ ଲଗାଇବ।

ଗୁରୁ ଗ୍ରହଙ୍କୁ ମଜବୁତ୍ କରନ୍ତୁ

ଗୁରୁ ଗ୍ରହ ସୁଦୃଢ ହେଲେ ଜୀବନରେ ସୁଖ ଶାନ୍ତି ଆସେ ଓ ଧନ ଲାଭ ହୁଏ। ଜାଣନ୍ତୁ ନିମ୍ନରେ ଦିଆଯାଇଥିବା ଉପାୟ।

୧। ଗୁରୁବାର ବ୍ରତ କରନ୍ତୁ। ଏହି ଦିନ ହଳଦିଆ ବସ୍ତ୍ର ପିନ୍ଧନ୍ତୁ ଓ ଅଲଣା ହଳଦିଆ ଖାଦ୍ୟ ଭୋଜନ କରନ୍ତୁ , ଯେପରି କି ବେସନ ର ଲଡୁ, ବେଶନରେ ତିଆରି ରୋଟି ଆଦି।

୨। ବୃହସ୍ପତିଙ୍କୁ ପଞ୍ଚୋପଚାରରେ ପୂଜା କରନ୍ତୁ। ଏଥିରେ କେସର ଚନ୍ଦନ, ହଳଦିଆ ଚାଉଳ, ହଳଦିଆ ଫୁଲ, ହଳଦିଆ ଫଳ ଓ ହଳଦିଆ ଖାଦ୍ୟ ଭୋଗ ଲଗାନ୍ତୁ। ଶେଷରେ ଆଳତି କରନ୍ତୁ।

୩। ଗୁରୁ ମନ୍ତ୍ର ଓଁ ବୃଂ ବୃହସ୍ପତେ ନମଃ – ୧୦୮ ଥର ଜପ କରନ୍ତୁ।

୪। ହଳଦିଆ ବସ୍ତୁ ଦାନ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!