କୁଣ୍ଡଳୀରେ ବିଛା ରାଶିରେ ଥିଲେ ମଙ୍ଗଳ, କଣ ପଡେ ପ୍ରଭାବ- Jyotisha Shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବିଛା ରାଶିରେ ମଙ୍ଗଳ ରହିଲେ କଣବିଶେଷ ଫଳମିଳେ ଓ କଣ କରିବା ଉଚିତ କଣ ନକରିବା ଉଚିତ ଆସନ୍ତୁ ଜାଣିବା:- ଜ୍ୟୋତିଷ ଶାସ୍ତ୍ର ମତରେ ମଙ୍ଗଳ ଖୁସିକାରକ ଗ୍ରହ ଗ୍ରହମଣ୍ଡଳରେ ସେନାପତିତ୍ୱ ପଦ ଅଧିକାର କରିଛନ୍ତି । ରକ୍ତ ସମ୍ବନ୍ଧିୟ ଓ ପେଟ ଉପରେ ମଙ୍ଗଳଙ୍କର ବିଶେଷ ପ୍ରଭାବ ରହିଥାଏ । ମଙ୍ଗଳ ତୃତୀୟ ଭାବର କାରକ । ମେଷ ଓ ବିଛା ରାଶିର ଅଧିପତି ଗ୍ରହ । ଗହମ, ଘିଅ, ଗୁଡ, କେଶର, ଲାଲ୍‌ ଚନ୍ଦନ, ଲାଲ୍‌ ଫୁଲ, ଲାଲ୍‌ ବସ୍ତୁ, ଅଗ୍ନି, ପୃଥିବୀ, ରାଜ୍ୟ ଓ ଘରର କାରକ ଗ୍ରହ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଭୂମି ସମ୍ବନ୍ଧିତ ସମସ୍ତ ସମ୍ପତ୍ତିର ମାଲିକ । ଥାନା, ଫାଣ୍ଡି, କୋର୍ଟ, କଚେରୀ ଓ ମାଲିମୋକଦ୍ଦମାର ମଧ୍ୟ କାରକ । ଜାତକ କୁଣ୍ଡଳୀରେ ମଙ୍ଗଳ ଅଶୁଭ ଥିଲେ ବ୍ୟକ୍ତି ଜୀବନରେ କେବେବି ଗୃହସୁଖ ପାଏ ନାହିଁ । ମଙ୍ଗଳ ସାହାସ, ସୌର୍ଯ୍ୟ, ଧୈର୍ଯ୍ୟ, ଉର୍ଜା, ବଳ ବିକ୍ରମ, ଆତ୍ମବିଶ୍ୱାସ, ଉତ୍ସାହର କାରକ । ସାନ ଭାଇ, ଭଉଣୀଙ୍କ ସହ ସମ୍ବନ୍ଧର କାରକ । ତମ୍ବା, ପ୍ରବାଳ ରତ୍ନ, କ୍ରୋଧ, ହିଂସା ମଙ୍ଗଳର କାରକ । ବିଛା ରାଶିରେ ମଙ୍ଗଳ ରହିଲେ ଜାତକ:- ଶତୃଜୟୀ, ରାଜପ୍ରିୟ, ଯଶସ୍ୱୀ, କୃଷିବିଜ୍ଞାନୀ, ଭ୍ରମଣ ଦ୍ୱାରା ଧନଲାଭ, ସୈନିକ, ବ୍ୟବସାୟୀ ।

ଛୋଟ ଭାଇଭଉଣୀ ପ୍ରେମୀ, ବୈଜ୍ଞାନିକ, ଡାକ୍ତର, ଯାନ୍ତ୍ରୀକ, ପୁଲିସ୍‌, ଅସ୍ତିଶଲ୍ୟ ଚିକିତ୍ସକ, ଅପରେସନ୍‌ ଇତ୍ୟାଦିର ଚିକିତ୍ସକ ହୋଇ ଥାଆନ୍ତି । କୃଷିଜାତ ବ୍ୟବସାୟରୁ ପ୍ରଚୁର ଲାଭ କରିଥାଆନ୍ତି, ସନ୍ତାନ ଓ ଦାମ୍ପତ୍ୟ ସୁଖ ପାଇଥାଆନ୍ତି, ରାଜ ସେବକ ବା ରାଜକର୍ମଚାରୀ ହୋଇଥାଆନ୍ତି । କିନ୍ତୁ ମଙ୍ଗଳ ଯଦି ଶନି କିମ୍ବା ରାହୁଯୁକ୍ତ ହୋଇ ଥାନ୍ତି ତେବେ ସେ ଜାତକ ମଙ୍ଗଳଦଶା, ଅନ୍ତର୍ଦ୍ଦଶା ଭୋଗ ହେଲାବେଳେ ବିଷ, ଅଗ୍ନି ତଥା ଅସ୍ତ୍ର ଭୟ, ରାଜାଙ୍କ ଠାରୁ ଧନଲାଭ, ଶଠ, ଦୁରାଚାରୀ, ଚୋରଙ୍କ ନେତା ହୋଇଥାଆନ୍ତି ।

ଜୀବନର ୮, ୧୭, ୨୬, ୩୫, ୪୪, ୫୩ ଓ ୬୨ ବର୍ଷ ବୟସ ମାନଙ୍କରେ ଅଶୁଭଫଳ ଭୋଗ କରିବା ସହ ସଙ୍କଟମୟ ପରିସ୍ଥିତି ସୃଷ୍ଟିହୁଏ । ଅଶୁଭ ଫଳ ଭୋଗ ହେଉଥିଲେ ସେଥିରୁ ରକ୍ଷା ପାଇବା ପାଇଁ ରୂପାରେ ତିଆରି ମୁଦି ବା ଚେନ୍‌ ଧାରଣ କରନ୍ତୁ । ୨- ବୃଦ୍ଧା ବା ବିଧବା ସ୍ତ୍ରୀଙ୍କ ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ । ୩- ଘରର ମୁଖ୍ୟଦ୍ୱାର ପୂର୍ବ ପଟକୁ ରଖନ୍ତୁ । ୪- ବାପା ଅଥବା ବଡ଼ଭାଇଙ୍କ ଆଜ୍ଞାକୁ କଦାପି ଉଲଙ୍ଘନ କରନ୍ତୁ ନାହିଁ । ୫- ଜନ୍ମ ଦିନରେ ରୁଟି ତିଆରି କରିସାରିବା ପରେ ସେହି ତାୱାରେ ମାଟିରେ ଏକ ରୋଟି ତିଆରି କରି ଭୂମିରେ ଗାତ ଖୋଳି ପୋତି ଦିଅନ୍ତୁ ।

ଏହିପରି ଏକ ସପ୍ତାହ କରନ୍ତୁ । ୬- ମଙ୍ଗଳବାରରେ ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ ଓ ହନୁମାଙ୍କୁ ବସ୍ତ୍ର ଦିଅନ୍ତୁ । ୭- ଧଳା ବା କଳା ରଙ୍ଗରେ ସୁରମା ଆଖିରେ ଲଗାନ୍ତୁ । ୮- ଘରୁ ବାହାରକୁ ଯିବା ସମୟରେ କିଛି ଗୁଡ ଖାଇ କରି ଯାଆନ୍ତୁ । ୯- ଭାଇ ଓ ମିତ୍ରଙ୍କ ସହିତ ଭଲ ସମ୍ପର୍କ ରଖିବା ଉଚିତ୍ ଓ କ୍ରୋଧ ଭାବ କରନ୍ତୁ ନାହିଁ । ୧୦- ବେଳେବେଳେ ଗୋଲାପି ବା ଲାଲ୍ ରଙ୍ଗର ଚଦର ପକାଇ ଶୁଅନ୍ତୁ । ଅନ୍ତନଳୀ ଓ ଦାନ୍ତକୁ ସଫା ରଖନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!