ବୃହସ୍ପତି କୁମ୍ଭ ରାଶିକୁ ଚଳିବା ଫଳରେ କଣ ରହିବ ବିଛା ଓ ଧନୁ ରାଶି ଉପରେ ଏହାର ପ୍ରଭାବ ଓ କଣ କରିବେ ପ୍ରତିକାର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବିଚ୍ଛା:-ବିଛାରାଶିଜାତ ମହିଳା ଓ ପୁରୁଷମାନଙ୍କର ବୃହସ୍ପତି ସୁଖ ସ୍ଥାନରେ ପ୍ରବେଶ କରିବେ । ଏହି ସମୟ ମଧ୍ୟରେ ଅଷ୍ଟମଭାବ, କର୍ମଭାବ ଓ ହାନୀଭାବକୁ ପ୍ରଭାବିତ କରିବେ । ଆପଣଙ୍କ ରାଶି ପାଇଁ ଗୋଚର ବୃହସ୍ପତି ପ୍ରତିକୂଳ ଫଳ ପ୍ରଦାନ କରିବେ । ତଥାପି ବୃହସ୍ପତିଙ୍କ ଶୁଭଦ୍ରୁଷ୍ଟି ଯୋଗେ ଆଶା କରୁଥିବା ଫଳ ପାଇପାରିବେ । ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ । କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ତେଜରାତି, ଲୌହ ଜାତୀୟ ଦ୍ରବ୍ୟ, କାଷ୍ଠ ଉପକରଣ ଇତ୍ୟାଦି ବ୍ୟବସାୟୀମାନେ ବିଶେଷ ଲାଭବାନ ହେବେ । କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଆନନ୍ଦିତ ହେବେ । ପ୍ରଶାସନ, ପ୍ରକାଶନ, ଅଧ୍ୟୟନ ଓ ଅଧ୍ୟାପନା, ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରୁ ଶୁଭଫଳ ମିଳିବ । ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ । ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଅଭିଳଷିତ ଜିନିଷ କ୍ରୟ କରି ପାରନ୍ତି । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ମୂଳକ କାର୍ଯ୍ୟରେ କୃତିତ୍ଵ ଲାଭ କରିବା ସହ ମିତ୍ରଙ୍କ ସାହାଯ୍ୟ ଦ୍ଵାରା କାର୍ଯ୍ୟ ହାସଲ କରିବେ ।

ଗୁରୁଜନଙ୍କ ଠାରୁ ଆଶୀର୍ବାଦ ପାଇ ମାଲିମୋକଦ୍ଦମାରେ ଜିତିବେ । ସମସ୍ତ ପ୍ରକାର ପରିବେଶ ଓ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ । କିନ୍ତୁ ଅତ୍ୟଧିକ ସାବଧାନତା ଆବଶ୍ୟକ । ଶେଷରେ ଅଧିକ ଖର୍ଚ୍ଚାନ୍ତ ହେବା ଫଳରେ ହିସାବ ପାଇବେ ନାହିଁ । ଋଣ ଭାର ବୃଦ୍ଧି ହୋଇପାରେ । ଶତୃମାନେ ମୁଣ୍ଡ ଟେକିବାକୁ ସାହସ କରିବେ । ସାଙ୍ଗସାଥୀ ଭାଗିଦାର ମାନଙ୍କ ପାଇଁ ରୋଗାଗ୍ରସ୍ତ ହୋଇ ପାରନ୍ତି । ପ୍ରତିକାର- ଗୁରୁବାର ଦିନ କଳଦୀଗଛ ମୂଳରେ ହଳଦୀପାଣି ଢ଼ାଳନ୍ତୁ । ମାଆବାପା, ଗୁରୁ ଗୁରୁଜନଙ୍କୁ ସମ୍ମାନ ଦିଅନ୍ତୁ । ପ୍ରତ୍ୟେକ ଗୁରୁବାର ଦିନ ଗାଈକୁ କଦଳୀ ଏବଂ ଗୁଡ଼ ଖାଇବାକୁ ଦେବେ । ଗୁଡ଼, କଦଳୀ, ବୁଟଡାଲି, ହଳଦୀ କୌଣସି ଏକ ଗୁରୁବାର ଦିନ ମନ୍ଦିରରେ ଦାନ କରି ଦିଅନ୍ତୁ ।

ଧନୁ:-ଧନୁରାଶିଜାତ ମହିଳା ଓ ପୁରୁଷମାନଙ୍କର ବୃହସ୍ପତି ତୃତୀୟ ବା ପରାକ୍ରମ ସ୍ଥାନରେ ପ୍ରବେଶ କରିଛନ୍ତି । ଏହି ଭାବରେ ବୃହସ୍ପତି ପ୍ରବେଶ କରିବା ଫଳରେ ସପ୍ତମ ଭାବ, ନବମଭାବ ଓ ଲାଭଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଆପଣ ବୃହସ୍ପତିଙ୍କ ଯୋଗେ ଅତି ଉତ୍ତମ ଫଳ ଭୋଗ କରିବେ । ଘର, କାର୍ଯ୍ୟାଳୟ, ବ୍ୟବସାୟିକସ୍ଥଳ ନିର୍ମାଣ, ସାଜ୍ଜସଜାରେ ପରିବର୍ତ୍ତନ ହେବ । ଗୃହପୋକରଣ କ୍ରୟ କରିବେ । ଆୟ ଅତି ମାତ୍ରାରେ ବୃଦ୍ଧି ହେବ । ବହୁତ ଦିଗରୁ ଧନ ଉପାର୍ଜନ ହେବ । ପରିବାର, ପ୍ରିୟଜନଙ୍କ ପାଇଁ ଅର୍ଥ ବ୍ୟୟ ହେବ ।

ସ୍ୱାସ୍ଥ୍ୟ ଅନେକାଂଶରେ ଭଲ ରହିବ । ପରହାତରେ ଥିବା ଧନ ସହଜରେ ଆଦାୟ ହୋଇଯିବ । ଆପଣଙ୍କ ବ୍ୟବସାୟରେ ସର୍ବଦା ଉନ୍ନତୀ ଓ ଲାଭ ପ୍ରାପ୍ତି ହେବ । ସନ୍ତାନମାନେ ଉଚ୍ଚଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ । ଦୀର୍ଘଦିନ ଧରି ଚନ୍ତା କରୁଥିବା ନୂତନ କାର୍ଯ୍ୟ ଏବଂ ନୂତନ ବ୍ୟବସାୟ ଅତି ସହଜରେ ଆରମ୍ଭ କରିପାରିବେ । ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କଠାରୁ ଅକସ୍ମାତ୍ ସାହାଯ୍ୟ ପାଇ ଧନ୍ୟ ହେବେ । ସାଂସାରିକ ଜୀବନ ସୁଖମୟ ହେବ । କିନ୍ତୁ ଗୁରୁଙ୍କର ନକରାତ୍ମକ ପ୍ରଭାବ ଫଳରେ ଯାହାର ବେଶି ଉପକାର କରିଥିବେ ତାହାଦ୍ୱାରା ବେଶି ଆଘାତ ପାଇବେ ।

ସୁଯୋଗ ହାତପାହାନ୍ତାରେ ଥିଲେ ମଧ୍ୟ ଶେଷ ସମୟରେ ହରାଇ ମନ ବ୍ୟସ୍ତ ହେବ । ବ୍ୟବସାୟ ବାଣିଜ୍ୟ କାରବାର ଯୋଗେ ବହୁତ ଚିନ୍ତିତ ରହି ପାରନ୍ତି । ସତର୍କତା ଅବଲମ୍ବନ ନକଲେ ଆର୍ଥିକ କ୍ଷେତ୍ରରେ ଅବନତି ଦେଖାଦେବା ସହ ଜାଗା ଜମିବାଡ଼ି ନେଇ ସମସ୍ୟା ଦେଖା ଦେଇପାରେ । ପ୍ରତିକାର- ପ୍ରତିଦିନ ଏକମାଳା ଏହିମନ୍ତ୍ର ଜପ କରିବା ଉଚିତ୍‌ । ମନ୍ତ୍ର- ଓଁ ଗ୍ରାଂ ଗ୍ରୀଂ ଗ୍ରୌଂ ସଃ ଗୁରବେ ନମଃ । ପ୍ରତ୍ୟେକ ଗୁରୁବାର ଦିନ ଗାଈକୁ କଦଳୀ ଏବଂ ଗୁଡ଼ ଖାଇବାକୁ ଦେବେ । ଗୁଡ଼, କଦଳୀ, ବୁଟଡାଲି, ହଳଦୀ କୌଣସି ଏକ ଗୁରୁବାର ଦିନ ମନ୍ଦିରରେ ଦାନ କରି ଦିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!