ବିବାହରେ ହେଉଅଛି ବିଳମ୍ବ? ତେବେ କରନ୍ତୁ ଏହି ସବୁ ଉପାୟ – ମିଳିବ ସୁନ୍ଦର ଓ ଯୋଗ୍ୟ ଜୀବନସାଥି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଯଦି କେଉଁ ଝିଅ ବା ପୁଅ ସୁଯୋଗ୍ୟ ଅଟନ୍ତି କିନ୍ତୁ ତାର ବିବାହ ହୋଇପାରୁ ନାହିଁ ତେବେ ଏହାର କାରଣ କୁଣ୍ଡଳୀରେ ଥିବା ଦୋଷରୁ ହୋଇଥାଇ ପାରେ । ଜ୍ଯୋତିଷରେ କୁଣ୍ଡଳୀ ସମ୍ବନ୍ଧିତ କିଛି ଏମିତି ଯୋଗ କୁହାଯାଇଛି ଯାହା ପାଇଁ ବିବାହରେ ବିଳମ୍ବ ହୋଇଥାଏ। ସେହି ସବୁ କାରଣରୁ ଯୋଗ୍ୟ ପୁଅ ବା ଝିଅ ମାନଙ୍କର ବିବାହରେ ବହୁତ ବିଳମ୍ବ ହୁଏ ବା ବହୁତ ପ୍ରକାର ସମସ୍ଯା ଦେଖା ଦିଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ଦୋଷକୁ ଖଣ୍ଡନ କରିବା ପାଇଁ ଉପାୟ ମଧ୍ୟ ଦିଆ ଯାଇଛି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

 

କୁଣ୍ଡଳୀରେ ଏହିସବୁ ଯୋଗ ଥିଲେ ବିବାହରେ ଦେଖାଦିଏ ବିଳମ୍ବ-

କୁଣ୍ଡଳୀର ସପ୍ତମ ଭାବରେ ବୁଧ ଓ ଶୁକ୍ର ଦୁଇଜଣ ଥିଲେ ବିବାହ ବିଷୟରେ ଆଲୋଚନା ବହୁତ ହୁଏ କିନ୍ତୁ ବିବାହ ବହୁତ ବିଳମ୍ବ ହୁଏ ।

ଚତୁର୍ଥ ଭାବରେ ବା ଲଗ୍ନ ଭାବରେ ମଙ୍ଗଳ ଏବଂ ସପ୍ତମ ଭାବରେ ଶନି ରହିଲେ ବ୍ଯକ୍ତିର ରୁଚି ବିବାହରେ ନ ଥାଏ ।

ସପ୍ତମ ଭାବରେ ଗୁରୁ ବା ଶନି ଥିଲେ ବିବାହରେ ବିଳମ୍ବ ହୁଏ ।

ଚନ୍ଦ୍ର ରାଶି କର୍କଟ ଠାରୁ ଗୁରୁ ସପ୍ତମରେ ଥିଲେ ବିବାହରେ ବହୁତ ବାଧା ଆସିଥାଏ।

ଲଗ୍ନରେ, ସପ୍ତମରେ ଏବଂ ଦ୍ଵାଦଶ ଭାବରେ ଗୁରୁ ବା ଶୁଭ ଗ୍ରହ ଯୋଗକାରକ ନଥିଲେ ଏବଂ ଚନ୍ଦ୍ର ଦୁର୍ବଳ ଥିଲେ ବିବାହରେ ବହୁତ ବାଧା ଆସିଥାଏ।

ଶୀଘ୍ର ବିବାହ ହେବା ପାଇଁ କରନ୍ତୁ ଏହି ଉପାୟ-

ଶିବଙ୍କ ସହ ମାତା ପାର୍ବତୀଙ୍କର ମଧ୍ୟ ପୂଜା କରନ୍ତୁ। ମାତା ପାର୍ବତୀଙ୍କର ପୂଜା ବିଶେଷ ଭାବେ ଝିଅମାନଙ୍କୁ ହିଁ କରିବା ଆବଶ୍ୟକ । ପୂଜାରେ ମା ପାର୍ବତୀଙ୍କୁ ସଧବା ମାନଙ୍କର ଜିନିଷ ଅର୍ପଣ କରନ୍ତୁ । ଏହା ଦ୍ଵାରା ବିବାହ ସହ ଜଡିତ ବାଧା ଦୂର ହେବ ।

ସବୁଦିନ ସକାଳେ ଗଣେଶ ଏବଂ ରିଦ୍ଧି-ସିଦ୍ଧି ଙ୍କର ପୂଜା କରନ୍ତୁ । ଗଣେଶ ଭଗବାନ ପରିବାରର ଦେବତା । ତାଙ୍କର ପୂଜା କଲେ ଘର ପରିବାର ସହ ଜଡିତ ସମସ୍ତ ଇଚ୍ଛା ପୂର୍ଣ୍ଣ ହୋଇପାରେ ।

ଭଗବାନ ବିଷନ୍ନୁ ଏବଂ ମା ଲକ୍ଷ୍ମୀଙ୍କର ପୂଜା ଏକା ସହ କରନ୍ତୁ । ବିବାହ ସମ୍ବନ୍ଧୀୟ ମନୋକାମନା ଥିଲେ ଏମାନଙ୍କ ପୂଜା ଗୁରୁବାର ଦିନ ନିଶ୍ଚୟ କରନ୍ତୁ।

ବିବାହରେ ଗୁରୁ, ମଙ୍ଗଳ ଏବଂ ଶନିଙ୍କ କାରଣରୁ ବିଶେଷ ବାଧା ଦେଖାଦିଏ । ସେଥିପାଇଁ ଏହି ସବୁ ଗ୍ରହଙ୍କର ଉପାୟ କରିବା ଆବଶ୍ୟକ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!