ବୈବାହିକ ଜୀବନରେ ଥିବା ଚିନ୍ତାକୁ ଦୂର କରିବା ପାଇଁ, କରନ୍ତୁ ଏହି ଗୋଟେ ଛୋଟିଆ ଉପାୟ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଯଦି ପତି-ପତ୍ନୀଙ୍କ ମଧ୍ୟର ତାଳ-ମେଳ କମିଯାଏ ତେବେ ବୈବାହିକ ଜୀବନରେ ଚିନ୍ତା ବଢିବାକୁ ଲାଗେ। ସମସ୍ତ ଚିନ୍ତା ଦୂର କରିବା ପାଇଁ ବେଡରୁମ୍ ବା ଶୋଇବା ଘରେ ରାଧା-କୃଷ୍ଣଙ୍କ ଫଟୋ ଲଗେଇବା ପାଇଁ ଅନୁମତି ଦିଆଯାଉଛି। ଏହାର ପଛରେ ଧାର୍ମିକ ଓ ବୈଜ୍ଞାନିକ ଦୁଇଟିର କାରଣ ଥାଏ। ଜ୍ୟୋତିଷଚାର୍ଯ୍ୟଙ୍କ ଅନୁସାରେ ଜାଣନ୍ତୁ ଏହି ଫଟୋ ପତି-ପତ୍ନୀଙ୍କ ଭିତରେ ଥିବା ଝଗଡା ବା ଚିନ୍ତାକୁ କିପରି ଦୂର କରିଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏହି ସବୁ କଥାପ୍ରତି ଧ୍ୟାନ ରଖନ୍ତୁ

୧। ରାଧା-କୃଷ୍ଣଙ୍କ ପ୍ରେମ

ରାଧା-କୃଷ୍ଣଙ୍କ ପ୍ରେମକୁ ଆଦର୍ଶ ମନା ଯାଇଛି । ସେଥିପାଇଁ ମନ୍ଦିରରେ ରାଧା-କୃଷ୍ଣଙ୍କ ମୂର୍ତ୍ତି ପୂଜା କରାଯାଏ । ଯଦି କୌଣସି ବ୍ୟକ୍ତି ସବୁବେଳେ ରାଧା-କୃଷ୍ଣଙ୍କ ମୂର୍ତ୍ତି ବା ଫଟୋକୁ ଦେଖନ୍ତି, ତେବେ ସେହି ବ୍ୟକ୍ତିର ମନରେ ମଧ୍ୟ ନିଜର ଜୀବନ ସାଥୀ ପ୍ରତି ପ୍ରେମ ବୃଦ୍ଧି ପାଇଥାଏ । ରାଧା-କୃଷ୍ଣଙ୍କ ପ୍ରେମ ନିସ୍ଵାର୍ଥ ପ୍ରେମର ପ୍ରତୀକ ଅଟେ । ଯଦି ଏହିପରି ପ୍ରେମ ପତି-ପତ୍ନୀ କରିବେ ତେବେ ବୈବାହିକ ଜୀବନରେ ଥିବା ସମସ୍ତ ଚିନ୍ତା ଦୂର ହୋଇଯାଏ।

୨। କେଉଁଠାରେ ଫଟୋ ଲଗେଇବା ଉଚିତ୍

ପତି-ପତ୍ନୀ ପ୍ରେମର ପ୍ରତୀକ ରାଧା-କୃଷ୍ଣଙ୍କ ସୁନ୍ଦର ଫଟୋ ନିଜର ବେଡରୁମ୍ ବା ଶୋଇବା ଘରର କାନ୍ଥରେ ଲଗେଇବା ଉଚିତ୍ । ଯଦି ଫଟୋ ନାଲି ରଙ୍ଗର ଫ୍ରେମ୍ ରେ ହୋଇଥାଏ ତେବେ ବହୁତ ଭଲ ହେବ। ନାଲି ରଙ୍ଗ ମଧ୍ୟ ପ୍ରେମର ପ୍ରତୀକ ଅଟେ । ଏହାଦ୍ଵାରା ପତି-ପତ୍ନୀଙ୍କ ମଧ୍ୟରେ ଥିବା ସମସ୍ତ ଚିନ୍ତା ଦୂର ହୋଇପାରେ।

 

ରାଧା-କୃଷ୍ଣଙ୍କ ଫଟୋ ନିଜର ବେଡରୁମ୍ ବା ଶୋଇବା ଘରର ଏପରି ଜାଗାରେ ଲଗେଇବା ଉଚିତ୍, ଯାହା ସର୍ବଦା ସେହି ଫଟୋ ଉପରେ ନଜର ପଡିଥିବ । ସେଥିରେ ପତି-ପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ପାଏ । ଧ୍ୟାନ ରଖିବାକୁ ହେବ ଯେ ରାଧା-କୃଷ୍ଣଙ୍କ ପ୍ରେମ ପ୍ରତୀକ ଫଟୋ କେବଳ ନିଜର ଶୋଇବା ଘରେ ଲଗେଇବ, ଯେଉଁଥିରେ ରାଧା- କୃଷ୍ଣଙ୍କ ବ୍ୟତୀତ ଅନ୍ୟ ଗୋପୀମାନେ ନଥିବେ।

୩। ପତି-ପତ୍ନୀଙ୍କୁ ଏହି କଥା ପ୍ରତି ମଧ୍ୟ ଧ୍ୟାନ ରଖିବାକୁ ହେବ

ସୁଖୀ ବୈବାହିକ ଜୀବନ ପାଇଁ ପତି-ପତ୍ନୀ ପରସ୍ପର ମଧ୍ୟରେ ଭରସା ବା ବିଶ୍ଵାସକୁ ଦୂର କରିବ ନାହିଁ । ପୁରୁଣା ଭୁଲ୍ କାମକୁ ବାରମ୍ବାର ପରସ୍ପର ମଧ୍ୟରେ ଆଲୋଚନା କରିବ ନାହିଁ । ନିଜର ଶୋଇବା ଘରେ ତୃତୀୟ ବ୍ୟକ୍ତିଙ୍କ କଥା ନ କହିବା ଉଚିତ୍ । ପରସ୍ପର ମଧ୍ୟରେ ସମ୍ମାନ କରିବା ଉଚିତ୍ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!