ବିବାହିତ ମହିଳାମାନେ କାହିଁକି ପିନ୍ଧନ୍ତି ମଙ୍ଗଳସୂତ୍ର?

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବିବାହିତ ମହିଳାମାନେ କାହିଁକି ମଙ୍ଗଳସୂତ୍ର ପିନ୍ଧନ୍ତି ? ଏହି ପ୍ରଶ୍ନ ଆପଣଙ୍କ ମନରେ ମଧ୍ୟ ଆସିଥିବ । ଭାରତରେ ସଧବା ସ୍ତ୍ରୀମାନେ ମଙ୍ଗଳସୂତ୍ର ନିଶ୍ଚୟ ପିନ୍ଧନ୍ତି, କାହିଁକି ? କାହିଁକି ବିବାହ ପରେ ହିଁ ପିନ୍ଧାନ୍ତି ? ମଙ୍ଗଳସୂତ୍ର ପିନ୍ଧିବା ପଛରେ ଧାର୍ମିକ ମାନ୍ୟତା କଣ ଅଛି? କଣ ଏହାକୁ ପିନ୍ଧିଲେ କୌଣସି ବୈଜ୍ଞାନିକ ମହତ୍ଵ ରହିଛି ? କଣ ପାଇଁ ଭାରତୀୟ ମହିଳାମାନେ ମଙ୍ଗଳସୂତ୍ର ପିନ୍ଧାନ୍ତି ? ଏହି ପ୍ରଶ୍ନର ଉତ୍ତର ଜିଜ୍ଞାସାର ସମାଧାନ କଣ ଆସନ୍ତୁ ଦେଖିବା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମଙ୍ଗଳସୂତ୍ର ପିନ୍ଧିବାର ଧାର୍ମିକ ମାନ୍ୟତା

ଭାରତରେ ବିବାହ ସମୟରେ ମହିଳାମାନେ ମଙ୍ଗଳସୂତ୍ର ପିନ୍ଧିବାର ପରମ୍ପରାର ବିଶେଷ ମହତ୍ଵ ରହିଛି । ବିବାହ ବେଳେ ମଙ୍ଗଳସୂତ୍ର ପିନ୍ଧେଇବା ନିତ୍ୟାନ୍ତ ଜରୁରୀ ଅଟେ । ମଙ୍ଗଳସୂତ୍ର ପିନ୍ଧେଇବାର ଧାର୍ମିକ ମାନ୍ୟତା ଅଛି କି ଏହା ବିବାହ କରିଥିବାର ପ୍ରତୀକ ଅଟେ । ସେଥିପାଇଁ ବିବାହ ପରେ ମହିଳାମାନେ ମଙ୍ଗଳସୂତ୍ର ପିନ୍ଧନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୁନା ଗୁରୁଗ୍ରହଙ୍କ ପ୍ରଭାବରେ ରହିଥାଏ ।

ଗୁରୁ ଗ୍ରହ ବୈବାହିକ ଜୀବନରେ ଖୁସି, ସମ୍ପତ୍ତି ଓ ଜ୍ଞାନର ପ୍ରତୀକ କୁହାଯାଏ । ସେହିପରି ମଙ୍ଗଳସୂତ୍ରରେ ଦିଆଯାଇଥିବା କଳା ରଙ୍ଗର ମାଳି ବା ମୋତି ଶନି ଗ୍ରହଙ୍କ ପ୍ରତୀକ କୁହାଯାଏ । ଶନି ସ୍ଥାୟିତ୍ଵ ତଥା ନିଷ୍ଠାର ପ୍ରତୀକ ଅଟନ୍ତି । କୁହାଯାଏ କି ଗୁରୁ ଓ ଶନି ଗ୍ରହ ମିଶି ବୈବାହିକ ଜୀବନରେ ସୁଖ ସମୃଦ୍ଧି ଓ ସ୍ଥାୟିତ୍ଵ ଆଣିଦିଅନ୍ତି ।

ମଙ୍ଗଳସୂତ୍ର ପିନ୍ଧିବାର ବୈଜ୍ଞାନିକ ମହତ୍ଵ-

ମଙ୍ଗଳସୂତ୍ର ପିନ୍ଧିବା ଧାର୍ମିକ ମାନ୍ୟତା ହେବା ସହିତ ବୈଜ୍ଞାନିକ ମହତ୍ଵ ରହିଛି । ବୈଜ୍ଞାନିକ ଦୃଷ୍ଟିରେ ସୁନା ଶରୀରରେ ବଳ ବୃଦ୍ଧି କରାଇଥାଏ । ସେଥିପାଇଁ ଏହା ଶାରୀରିକ ଊର୍ଜାକୁ କ୍ଷୟ ନ ହେବାକୁ ସାହାଯ୍ୟ କରିଥାଏ । ସୁନାର ମଙ୍ଗଳସୂତ୍ର ପିନ୍ଧିଲେ ମହିଳାମାନଙ୍କର ଶାରୀରିକ ଊର୍ଜା ମିଳିଥାଏ ଓ ସୁନ୍ଦରତା ମଧ୍ୟ ଦେଖାଯାଆନ୍ତି ।

ବିବାହିତ ମହିଳାମାନେ ଏଥିପାଇଁ ମଙ୍ଗଳସୂତ୍ର ପିନ୍ଧାନ୍ତି

ବିବାହ ସମୟରେ କନ୍ୟା ବହୁତ ସୁନ୍ଦରୀ ଦେଖାଯାଏ ଓ ସମସ୍ତେ କନ୍ୟାକୁ ହିଁ ଦେଖନ୍ତି । ତେଣୁ କାହାର ଖରାପ ନଜର ବା ଦ୍ରୁଷ୍ଟି ନ ପଡିବା ପାଇଁ ମଙ୍ଗଳସୂତ୍ର ପିନ୍ଧାଯାଏ । ମଙ୍ଗଳସୂତ୍ରରେ ଦିଆଯାଇଥିବା କଳା ମାଳି ବା ମୋତି ଖରାପ ନଜରରୁ କନ୍ୟାକୁ ରକ୍ଷା କରିଥାଏ ।

କୁହାଯାଏ କି ଏହି ମଙ୍ଗଳସୂତ୍ରରେ ଏତେ ଶକ୍ତି ଥାଏ ଯେ ସେଥିରେ ସ୍ତ୍ରୀର ସ୍ଵାମୀ ଉପରେ ଆସୁଥିବା ବିପତ୍ତି ଦୂର ହୋଇଯାଏ । ମଙ୍ଗଳସୂତ୍ରକୁ ପ୍ରେମର ପ୍ରତୀକ କୁହାଯାଏ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଦୃଢ ରହିବା ପାଇଁ ମଙ୍ଗଳସୂତ୍ର ପିନ୍ଧାଯାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!