ଭୁଲରେ ବି ଠାକୁର ଘରେ ରଖନ୍ତୁ ନାହିଁ ଏହି 6ଟି ମୂର୍ତ୍ତି, ନଚେତ ହେବ ସମସ୍ତ କାର୍ଯ୍ୟରେ ବିଘ୍ନ- Vastu Tips

ଶେୟାର କରନ୍ତୁ ଅନ୍ୟମାନକ ସହିତ

ନମସ୍କାର ବନ୍ଧୁଗଣ । ହିନ୍ଦୁ ଧର୍ମରେ ସମସ୍ତଙ୍କ ଘରେ ପ୍ରଥମେ ଠାକୁର ଘରଟିଏ କରିଥାନ୍ତି । ଠାକୁର ଘରେ ଅନେକ ଦେବା ଦେବିଙ୍କ ଫଟୋ ଚିତ୍ର ଓ ମୂର୍ତ୍ତୀଆଦି ଆମେ ପୂଜା କରିଥାଉ । କିନ୍ତୁ ଭଲ ଭାବରେ ଜାଣି ରଖନ୍ତୁ ବନ୍ଧୁଗଣ ଠାକୁର ଘରେ ନିମ୍ନ ଲିଖିତ ଏହି ଛଅଟି ମୂର୍ତ୍ତିକୁ ରଖି କେବେବି ପୂଜା କରିବେ ନାହିଁ । ଏହି ଛଅଟି ମୂର୍ତ୍ତିକୁ ଠାକୁର ଘରେ ରଖି ପୂଜା କଲେ ଆପଣଙ୍କର ଘରେ ବହୁତ ସମସ୍ଯା ଦେଖା ଦବ । ଆସନ୍ତୁ ଜାଣିବା ସେହି ମୂର୍ତ୍ତିକୁ ଗୁଡିକ କଣ ଅଟେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଇଶାନ କୋଣରେ ଠାକୁର ଘର ରଖିବା ଶୁଭ ହୋଇଥାଏ । 1-ରେ ଆପଣ ମାନେ ମାତା ଲକ୍ଷ୍ମୀଙ୍କର ଠିଆ ହବା ମୂର୍ତ୍ତିକୁ ଘରେ କେବେବି ରଖନ୍ତୁ ନାହିଁ । ଘରେ ଆପଣ କେବଳ ଲକ୍ଷ୍ମୀଙ୍କର ବସିଥିବାର ମୂର୍ତ୍ତିକୁ ରଖି ପାରିବେ । ଏବଂ ଏହିମୁର୍ତ୍ତି ନଅ ଇଞ୍ଚ ତଳକୁ ହୋଇଥିବା ଉଚିତ୍ ଏହି ପ୍ରକାରର ମୂର୍ତ୍ତୀ ଘରେ ବା ଠାକୁର ଘରେ ରଖିଲେ ଆପଣଙ୍କର ଅତ୍ୟନ୍ତ ଶୁଭ ହୋଇଥାଏ ।

ଆପଣଙ୍କର ଗୁପ୍ତସ୍ରୋତରୁ ଧନର ଆଗମନ ହୋଇଥାଏ । ଘରେ ସୁଖ ଶାନ୍ତି ଦେଖା ଯାଏ । 2-ରେ ଘରେ କେବେବି ମା ଦୂର୍ଗାଙ୍କର ଉଗ୍ର ରୂପର ଫଟୋ କି ମୂର୍ତ୍ତିକୁ ରଖିବେ ନାହିଁ । ଏହା ରଖିବା ଦ୍ଵାରା ଘରେ ସର୍ବଦା ଅଶାନ୍ତି ଦେଖା ଦବ । ପରିବାରରେ ଝଗଡା ଝାଣ୍ଟି ଲାଗି ରହିବ । ଘରର ସୁଖ ଶାନ୍ତି ନଷ୍ଟ ହୋଇ ଯାଇ ଥାଏ ।

3-ରେ ଘରେ ଆପଣ ନଟରାଜଙ୍କ ମୂର୍ତ୍ତିକୁ ରଖିବେ ନାହିଁ ନଟରାଜ ହେଉଛନ୍ତି ମହାଦେବଙ୍କର ତାଣ୍ଡବ ରୂପର ମୂର୍ତ୍ତି ଏହି ମୂର୍ତ୍ତିକୁ ଘରେ ରଖିଲେ ଘର ସଦସ୍ୟ ମାନଙ୍କର କ୍ରୋଧ ବଢି ଥାଏ । ଘରେ ଝଗଡା ସୃଷ୍ଟି ହୂଏ । ଘରେ ଅଶାନ୍ତି ଅସନ୍ତୋଷ ଲାଗି ରହେ । ତେଣୁ ଘରେ ନଟରାଜ ମୂର୍ତ୍ତିକୁ ଭୁଲରେ ବି ରଖିବେ ନାହିଁ ।

4-ରେ ଭୈରବ ନାଥଙ୍କ ମୂର୍ତ୍ତି ଘରେ ରଖିବେ ନାହିଁ । କାରଣ ଭୈରବ ନାଥଙ୍କ ମୂର୍ତ୍ତି ସ୍ମସାନ୍ନରେ ପୂଜା କରାଯାଇଥାଏ । ଏହି ମୂର୍ତ୍ତିକୁ ଘରେ ରଖି ପୂଜା କଲେ ଘରେ ଆପଣଙ୍କର ଅସାନ୍ତି ଦେଖା ଦବ । ଝଗଡା ଲାଗି ରହିବ । ତେଣୁ ଆପଣ ଘରେ କେବେବି ଏହି ମୂର୍ତ୍ତିକୁ ରଖିବେ ନାହିଁ ।

5-ରେ ଘରେ କେବେବି ଶନିଦେବଙ୍କ ମୂର୍ତ୍ତି ରଖିବେ ନାହିଁ । ଏହି ପୂଜା କେବଳ ଶନି ମନ୍ଦିର ଯାଇ କରିବେ କାରଣ ଏହି ପୂଜା କରିବାର ଅନେକ ବିଧି ବିଧାନ ଅଛି ତେଣୁ ଘରେ କେବେବି ଶନି ଦେବଙ୍କ ମୂର୍ତ୍ତି ରଖିବେ ନାହିଁ ।

6-ରେ ଘରେ କେବେବି ଗୋଟିଏ ଠାକୁରଙ୍କର ଦୁଇଟି ମୂର୍ତ୍ତି କିମ୍ବା ଗୋଟିଏ ଠାକୁରଙ୍କର ଏକରୁ ଅଧିକ ମୂର୍ତ୍ତୀ ରଖିବେ ନାହିଁ । ଏହା ରଖିବା ଦ୍ଵାରା ଘରେ ପତି ପତ୍ନୀଙ୍କ ମଧ୍ୟରେ ଦୂରତା ଦେଖା ଦବ । ଝଗଡା ସୃଷ୍ଟି ହେବ ତେଣୁ ଘରେ କେବେବି ଏକରୁ ଅଧିକ ମୂର୍ତ୍ତୀ ରଖିବେ ନାହିଁ । ବନ୍ଧୁଗଣ ଆପଣ ମାନେ ଜାଣିଲେ ତ ଘରେ ଏହି ଛଅଟି ମୂର୍ତ୍ତୀ କେବେବି ରଖନ୍ତୁ ନାହିଁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!