ଭୁଲରେ ବି ଏହି ଦିନ ଛିଡାନ୍ତୁ ନାହିଁ ତୁଳସୀ ପତ୍ର, ଦେଖନ୍ତୁ ତୁଳସୀ ପତ୍ର ତୋଳିବାର ନିୟମ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ନମସ୍କାର ବନ୍ଧୁଗଣ । ଆମେ ମାନେ ତୁଲସୀ ଗଛକୁ ନେଇ ବହୁତ କିଛି ପ୍ରସନ୍ନ ମନରେ ଭାବିଥାଉ । କେଉଁ ସମୟରେ ତୁଳସୀ ପତ୍ର ତୋଳିବା , ତୁଳସୀ ଗଛ ମୂଳରେ ପାଣି ଦବାକୀ ନାହିଁ ଯଦି ଦବା କେଉଁ ସମୟର ଦବା, ଆସନ୍ତୁ ଆଜି ଏହି ସବୁ ପ୍ରସନ୍ନର ଉତ୍ତର ଜାଣିବା । ଆପଣମାନଙ୍କୁ ପ୍ରଥମେ ଆମେ ଜଣେଇବୁ ତୁଳସୀ ମହାରାଣୀ କଣ ଅଟେ । ତୁଳସୀ ପାଇଁ ଏକ ମନ୍ତ୍ର ଅଛି ଯାହାକି ପ୍ରତ୍ୟକଦିନ ସକାଳେ ସମସ୍ତେଏହି ମନ୍ତ୍ରକୁ ଉଚ୍ଚାରଣ କରି ତୁଳସୀ ଗଛ ମୂଳରେ ପାଣି ଦେଇଥାନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସେହି ମନ୍ତ୍ରଟି ହେଲା || ବୃନ୍ଦାୟ ତୁଲସି ଦେବାୟ,ପ୍ରିୟାୟ କେସବ ବସିଚା ,କ୍ରିଷ୍ଣ ଭକ୍ତି ପ୍ରଦେ ଦେବୀ ସତଗ୍ଵତେ ନମ ନମଃ|| ତୁଳସୀ ମହାରଣୀଙ୍କୁ ଲକ୍ଷ୍ମୀଙ୍କ ଅବତାର ବୋଲି କୁହାଯାଏ । ତୁଳସୀଙ୍କ ସହ ଶାଳଗ୍ରାମଙ୍କର ବିବାହ ହୋଇଥାଏ । ଲୋକମାନେ ଭାବନ୍ତି ରବିବାର ଦିନ ତୁଳସୀ ଗଛ ମୂଳରେ ପାଣି ଦେଇପାରିବେ କି ନାହିଁ ।

ତୁଳସୀ ମହାରଣୀଙ୍କୁ ଆପଣ କେବେ ଉପବାସରେ ରଖିବେ ନାହିଁ ପ୍ରତ୍ୟକ ଦିନ ସକାଳୁ ସ୍ନାନ ସାରି ତୁଳସୀ ଗଛମୂଳରେ ପାଣି ଦେବେ, ଏକାଦଶୀ ହଉକି ଦ୍ଵାଦଶୀ ହଉ ପ୍ରତ୍ୟକ ଦିନ ତୁଳସୀ ମୂଳରେ ଜଳ ଦେବେ । ତୁଳସୀ ଯେବେ ତୋଳୁଛନ୍ତି ତାହାକୁ ବହୁତ ଜୋରେ ନ ତୋଳି ଧୀରେ ତୋଳିବେ । ଏକାଦଶୀ ଦ୍ଵାଦଶ ଓ ରବିବାର ଦିନ ଜଳ ଦେବେ ।

ଥଣ୍ଡା ଦିନେ ତୁଳସୀ ଗଛମୂଳରେ ଅଳ୍ପ ପାଣି ଦେବେ । ଯେପରି ଆମେ ଥଣ୍ଡା ଦିନେ କମ ପାଣି ପିଥାଉ ସେହି ପରି ତୁଳସୀ ମଧ୍ୟ କମ ପାଣି ପିଇଥାନ୍ତି । ଗରମ ଦିନେ ଯେମିତି ଆପଣ ଅଧିକ ପାଣି ପିଇଥାନ୍ତି ସେହି ପରି ତୁଳସୀ ଗଛ ମୂଳରେ ଅଧିକ ପାଣି ଦେବେ । ସେହି ସମୟରେ ତୁଳସୀ ଗଛର ମାଟିକି ଛୁଇଁବେ ଯେମିତି ସେହି ମାଟି ନରମ ଥିବ ଟାଣ ନଥିବ ।

ଏହା ପରେ ଭାବୁଥିବେ କେଉଁ ଦିନ ତୁଳସୀ ଛିଣ୍ଡେଇବା ଓ କେଉଁ ଦିନ ତୁଳସୀ ଛିଣ୍ଡେଇବା ନାହିଁ । ଦ୍ଵାଦଶୀ ଦିନ ତୁଳସୀ ମହାରଣୀଙ୍କୁ ଛିଣ୍ଡେଇବେ ନାହିଁ । କାରଣ ସେହି ଦିନ ତୁଳସୀ ମହାରାଣୀଙ୍କର ଜନ୍ମ ଦିବସ ହୋଇଥାଏ । ସେହିଦିନ ତୁଳସୀ ମହାରାଣୀ ଧ୍ୟାନରେ ବସି ରୁହନ୍ତି ସେଥିପାଇଁ ତୁଳସୀ ମହାରଣୀଙ୍କୁ କଷ୍ଟ ଦିଆଯାଏ ନାହିଁ ।

ସେଥିପାଇଁ ଦ୍ଵାଦଶୀ ଦିନ ତୁଳସୀକୁ ଛିଣ୍ଡାଜାଏ ନାହିଁ ଓପ୍ରତ୍ୟକ ଦିନ ତୁଳସୀ ଗଛ ମୂଳରେ ପାଣିଦେବେ । ତୁଳସୀ ଗଛର ଜଟକୁ ଆପଣ ଛିଡାଇ ଦେବେ । ଦେଖିବେ ଯେତେବେଳେ ତୁଳସୀ ଗଛରଜଟ ଶୁଖିଯାଇଥିବ ସେହି ସମୟରେ ସେହି ଜଟକୁ ଛିଡାଇ ଦେବେ କାରଣ ଯେତେ ଅଧିକ ଦିନ ସେହି ଜଟ ରହିବ ସେତେ ଦିନ ତୁଳସୀ ମହାରଣୀଙ୍କୁ କଷ୍ଟ ଲାଗିବ ।

ତେଣୁ ସେହି ଜଟ ସୁଖିବା ମାତ୍ରେ ଛିଡାଇଦେବେ । ତୁଳସୀ ପତ୍ରକୁ ଦୁଇଟି ଆଙ୍ଗୁଠିରେ ତୋଳିବେ । ଯଦି ତୁଳସୀ ପତ୍ର କମ ଥିବ ତାହାଲେ ୨ଭାଗ କରି ପୂଜା କରି ପାରିବେ । ତେଣୁ ପ୍ରତ୍ୟକ ଦିନ ତୁଳସୀ ଗଛ ମୂଳରେ ପାଣିଦିଅନ୍ତୁ ଓ ତୁଳସୀ ପତ୍ରକୁ ଭଗବାନଙ୍କ ପୂଜାରେ ଅର୍ପିତ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!