ମହାଭାରତରେ ଭୀଷ୍ମ ପିତାମହ ଯୁଧିଷ୍ଠିର ଙ୍କୁ କହିଥିଲେ ନାରୀଙ୍କ ବିଷୟରେ କିଛି ମହତ୍ଵପୂର୍ଣ୍ଣ କଥା।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଭୀଷ୍ମ ପିତାମହ ଯୁଧିଷ୍ଠିର ଙ୍କୁ କହିଥିଲେ ନାରୀଙ୍କ ବିଷୟରେ କିଛି ମହତ୍ଵପୂର୍ଣ୍ଣ କଥା

ଆଜିର ସମୟରେ ମହିଳା ମାନଙ୍କୁ ନିଜର ଆତ୍ମସମ୍ମାନ ରକ୍ଷକରିବା ପାଇଁ ଓ ନିଜର ଅଧିକାର ପାଇଁ ନିଜେ ହିଁ ଲଢିବାକୁ ପଡୁଛି । ବହୁତ କମ ଲୋକ ଏଇ ସଂସାରରେ ଅଛନ୍ତି ଯେଉଁମାନେ ମହିଳାଙ୍କ ଅଧିକାର ବିଷୟରେ ଆଲୋଚନା କରନ୍ତି ବା ସେମାନଙ୍କ ସାଥ ଦିଅନ୍ତି । ନଚେତ କିଛି ଲୋକ ନାରୀଙ୍କୁ କେବଳ ବସ୍ତୁ ଭାବନ୍ତି ତ କିଛି ଲୋକ ଏମାନଙ୍କୁ କାମ କରିବାର ମେଶିନ । ନାରୀର ନିଜର କିଛି ଅସ୍ତିତ୍ଵ ଅଛି ବୋଲି ଏହା ବହୁତ କମ ଦେଖିବାକୁ ମିଳେ । ଭାରତରେ ଯେଉଁଠି ଗୋଟେ ପଟେ ଝିଅ ବଞ୍ଚାଅ ଝିଅ ପଢାଅର ନାରା ଦିଆ ଯାଉଛି ସେଇଠି ଅନ୍ୟ ପଟରେ ଛୋଟ ଛୋଟ ଛୁଆଙ୍କର ଇଜ୍ଜତ ସହ ମଧ୍ୟ ଖେଳିବାକୁ ପଛଉ ନାହାନ୍ତି କିଛି ରାକ୍ଷସ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

କିନ୍ତୁ ଇତିହାସ ସାକ୍ଷୀ ଅଛି ଯେବେ ଯେବେ ମହିଳା ମାନଙ୍କଇଜ୍ଜତ ସହ ଖେଳିବାକୁ ଚେଷ୍ଟା କରାଯାଇଛି ସେବେ ସର୍ବନାଶ ହିଁ ହୋଇଛି । ଉଦାହରଣ ପାଇଁ ଆପଣ ରାମାୟଣ ନିଅନ୍ତୁ, ବା ମହାଭାରତର ଦ୍ରୌପଦୀଙ୍କ କଥା ନିଅନ୍ତୁ । ଯେଉଁଥିରେ ଭୀଷ୍ମ ପିତାମହ ଯୁଧିଷ୍ଠିରଙ୍କୁ  କହିଥିଲେ ନାରୀ ମାନଙ୍କ ବିଷୟରେ କିଛି ମହତ୍ଵ ପୂର୍ଣ୍ଣ କଥା ।

ମହାଭାରତରେ ହୋଇଥିବା ଯୁଧ୍ୟର କାରଣ ତ ସମସ୍ତେ ଜାଣିଛନ୍ତି, ଯେତେବେଳେ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ଏକ ବଡ ଯୁଦ୍ଧ ହୋଇଥିଲା ।   ସଭା ମଧ୍ୟରେ ଯେତେବେଳେ ସମସ୍ତଙ୍କ ସମ୍ମୁଖରେ ଦ୍ରୌପଦୀଙ୍କ ଚିର ହରଣ ହେଉଥିଲା ସେତେବେଳେ ତାଙ୍କ ସ୍ଵାମୀ ମଧ୍ୟ କିଛି କରିପାରିଲେ ନାହିଁ । ତାହା ପରେ ଦ୍ରୌପଦିଙ୍କ ସହ ହୋଇଥିବା ସେହି ଅତ୍ୟାଚାର ପାଇଁ ମହାଭାରତ ଯୁଦ୍ଧ ଆରମ୍ଭ ହୋଇଥିଲା । ଏହି ଯୁଦ୍ଧରେ ଅର୍ଜୁନଙ୍କ ତିର ଦ୍ଵାରା ଆଘାତ ପାଇଥିବା ଭୀଷ୍ମ ପିତାମହ ଯେତେବେଳେ ତୀର ଶଯ୍ୟାରେ ନିଜ ମୃତ୍ୟୁ ପାଇଁ ଅପେକ୍ଷା କରିଥାନ୍ତି ସେତେବେଳେ ସେ ନିଜର ସବୁ ଭଲ ଓ ଖରାପ କର୍ମ ବିଷୟରେ ଭାବୁଥାନ୍ତି ।

ସେହି ସମୟରେ ସେ ଭାବିଲେ ସେ ତାଙ୍କ ଜୀବନରେ ବହୁତ କିଛି ଭୁଲ କରିଛନ୍ତି, ସେଥିପାଇଁ ସେ ଯୁଧିଷ୍ଠିରଙ୍କୁ ତାଙ୍କ ପାଖକୁ ଡାକି ନିଜ ଜୀବନରୁ ମିଳିଥିବା କିଛି ଅନୁଭୂତି ଓ କିଛି ଜ୍ଞାନ ତାଙ୍କୁ ଦବାକୁ ଲାଗିଲେ । ସେ କହିଲେ କି ପୁରୁଷ ମାନଙ୍କୁ ନାରୀ ମାନଙ୍କର ସମ୍ମାନ କରିବା ଉଚିତ, ଘରେ ହେଉ ଅବା ବାହାରେ ସମସ୍ତ ନାରୀଙ୍କର ସମ୍ମାନ କରିବା ଏକ ସଚ୍ଚୋଟ ପୁରୁଷର ଲକ୍ଷଣ ।

ଭୀଷ୍ମ ପିତାମହ କହିଥିଲେ ଯେଉଁ ଘରେ ମହିଳା ମାଙ୍କର ସମ୍ମାନ , ଆଦର ସତ୍କାର କରାଯାଏ ସେହି ଘରେ ଲକ୍ଷ୍ମୀ ବାସ କରନ୍ତି । କିନ୍ତୁ ଯେଉଁ ଘରେ ନାରୀକୁ ଅସମ୍ମାନ କରାଯାଏ ସେଠି ଦେବତା ମାନେ ଥିଲେ ମଧ୍ୟ ଫେରି ଆସନ୍ତି । ସେହି ଘରେ ସର୍ବଦା ଦୁଃଖ ଓ ବିବାଦର ସ୍ଥିତି ଲାଗି ରୁହେ ।

ଭୀଷ୍ମ ପିତାମହ ଯୁଧିଷ୍ଠିରଙ୍କୁ କହିଲେ ଯେଉଁ ପରିବାରରେ ନିଜ ଝିଅ ଓ ପର ଝିଅ ମାନେ ବୋହୂ ମଧ୍ୟରେ ଅନ୍ତର କରାଯାଏ ତେବେ ତାଙ୍କ ଝିଅ ମଧ୍ୟ ତା ଶାଶୁଘରେ ସମ୍ମାନ ପାଏ ନାହିଁ । ତେଣୁ ଯେତେ ଭଲ ପାଇବା ଓ ସମ୍ମାନ ଆପଣ ନିଜ ବୋହୁକୁ ଦେବେ ସେତିକି ମାନ ସମ୍ମାନ ଆପଣଙ୍କ ଝିଅକୁ ମଧ୍ୟ ମିଳିବ । ବୋହୂ ଓ ଝିଅର ସମ୍ମାନ ସମସ୍ତଙ୍କୁ କରିବା ଆବଶ୍ୟକ, ଯାହା ଦ୍ଵାରା କାହାକୁ କିଛି ସମସ୍ୟା ହେବ ନାହିଁ ।

ନାରୀଙ୍କ ସମ୍ମାନ ପାଇଁ ଗୋଟିଏ ଶେୟାର ନିଶ୍ଚୟ କରନ୍ତୁ


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!