ଏହି ୩ ପ୍ରକାରରେ କରିଲେ ପୂଜା ମିଳିବ ଭଗବାନଙ୍କର ଆଶିଷ, ନିଶ୍ଚୟ ପଢନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ପୂଜା ହେଉଛି ସନାତନ ଧର୍ମର ଏକ ଅଭିନ୍ନ ଅଙ୍ଗ । ଇଶ୍ଵର ଆମକୁ ଜୀବନ ଦେଇଛନ୍ତି, ସେଥିପାଇଁ ଆମେ ତାଙ୍କୁ କିପରି ଧନ୍ୟବାଦ ଦେବା ? ଏହାର ସମାଧାନ ପାଇଁ ଆମ ଶାସ୍ତ୍ରରେ ଦୈନିକ ପୂଜାର ବିଧାନ କୁହାଯାଇଛି । ପୂଜା କରିବାର ଅଲଗା ଅଲଗା ଉଦେଶ୍ୟ ଥାଏ, ତା ମଧ୍ୟରୁ ସବୁଠୁ ସର୍ବ ଶ୍ରେଷ୍ଠ ଉଦେଶ୍ୟ ହେଉଛି ଇଶ୍ଵରଙ୍କ ପ୍ରତି ନିଜର ପ୍ରେମ ବା କୃତଜ୍ଞତା ଜ୍ଞାପନ କରିବା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ପୂଜାର ବିଧି ବ୍ଯକ୍ତିର ଶ୍ରଦ୍ଧା ଉପରେ ନିର୍ଭର କରେ, କିନ୍ତୁ ଆମ ଶାସ୍ତ୍ରରେ ପୂଜା କରିବାର କିଛି ଅନିବାର୍ଯ୍ୟ ଅଙ୍ଗ କୁହାଯାଇଛି ଯାହାକୁ ” ପଂଚୋପଚାର, ଦଶୋପଚାର ଏବଂ ଷୋଡଷୋପଚାର” ପୂଜା କୁହାଯାଏ । ଆସନ୍ତୁ ଜାଣିବା ଏହି ଉପଚାର ପୂଜା ଅନ୍ତର୍ଗତ କଣ ସବୁ ଅନିବାର୍ଯ୍ୟ ।

ପଂଚୋପଚାର ପୂଜା-

ଗନ୍ଧ, ପୁଷ୍ପ, ଧୂପ, ଦୀପ ଓ ନୈବେଦ୍ୟ ଏହି ପାଞ୍ଚୋଟି ଦ୍ରବ୍ଯ ଏହି ପୂଜାରେ ଅନିବାର୍ଯ୍ୟ ।

ଦଶୋପଚାର ପୂଜା-

ପାଦ୍ୟ, ଅର୍ଘ୍ୟ, ଆଚମନ, ସ୍ନାନ, ବସ୍ତ୍ର, ଗନ୍ଧ, ପୁଷ୍ପ, ଧୂପ, ଦୀପ ଓ ନୈବେଦ୍ୟ । ଏହା ହେଉଛି ଦଶୋପଚାର ପୂଜାରେ ଲାଗିବା ସାମଗ୍ରୀ । ଏହା ବ୍ଯତୀତ ଦଶୋପଚାର ପୂଜା ସମ୍ଭବ ନୁହେଁ ।

ଷୋଡଷୋପଚାର ପୂଜା-

ପାଦ୍ୟ, ଅର୍ଘ୍ୟ, ଆଚମନ, ସ୍ନାନ, ବସ୍ତ୍ର, ଅଭୂଷଣ, ଗନ୍ଧ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ, ଆଚମନ, ତାମ୍ବୂଳ, ସ୍ତବନ ପାଠ, ତର୍ପଣ ଏବଂ ନମସ୍କାର ।

ଭଗବାନଙ୍କ ପୂଜାର ଏହି ତିନିପରକାର ଶାସ୍ତ୍ରୋକ୍ତ ଅଟେ । ଏହି ପୂଜା ଦ୍ଵାରା ଆରାଧନା କଲେ ମନବାଞ୍ଚିତ ବରଦାନ ପ୍ରାପ୍ତି ହୁଏ । ଅକ୍ଷତ ସମସ୍ତ ପୂଜାରେ ଅନିବାର୍ଯ୍ୟ ଅଟେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!