ବୁଧବାର ମହା ଉପାୟ: ଗଣେଶ ହେବେ ପ୍ରସନ୍ନ, ବସ କରନ୍ତୁ ଏହି ଛୋଟ ଉପାୟ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦାରିଦ୍ର୍ୟତା ଜୀବନର ସବୁଠାରୁ ଅଭିଶାପ ଅଟେ । ଧନବିନା ଜୀବନରେ କୌଣସି ମୂଲ୍ୟ ରହେ ନାହିଁ । ଗଣେଶ ସୌମ୍ୟତାର ପ୍ରତୀକ ଅଟନ୍ତି । ଶିବ ଓ ଶକ୍ତିର ପ୍ରତୀକ ଗଣେଶ ଅଟନ୍ତି । ଏହାଙ୍କର ଉପାସନାରେ ସାଧକ ବିଷ ପାନରୁ ବଞ୍ଚି ପାରିବ । ଋଣ ମଧ୍ୟ ବିଷପାନ ସଦୃଶ୍ୟ ଅଟେ । ଯେଉଁ ବ୍ୟକ୍ତି ଗଣେଶଙ୍କୁ ଉପାସନା କରନ୍ତି ତାଙ୍କର ଭାଗ୍ୟ ସୁନା କଲମରେ ଲେଖାଯାଇଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଧନ ପାଇଁ ଉପାସନା ପ୍ରତ୍ୟେକ ଯୁଗରେ ରହିଛି । ବେଳେବେଳେ ଲୋକ ଋଣରେ ଫସି ଯାଆନ୍ତି । ଦାରିଦ୍ର୍ୟତା ଯଦି ଋଣ ମୁକ୍ତ ହେବାପାଇଁ ସମସ୍ତ ଚେଷ୍ଟା ନିରର୍ଥକ ହେବ, ତେବେ ନିମ୍ନ ମନ୍ତ୍ରର ସାହାରା ନେବା ଉଚିତ୍ ।

ବୁଧବାର ଦିନ ପ୍ରାତଃ ସମୟରେ ଆମ୍ବକାଠର ପିଢା ଉପରେ ହଳଦିଆ କପଡା ବିଛେଇ, ତା ଉପରେ ଗଣେଶଙ୍କ ଫଟୋ ସ୍ଥାପନ କରିବେ । ଦୁଇଟି ଲକ୍ଷ୍ମୀ କାରକ କୌଡ଼ି ଏବଂ ଏକ ଲଘୁ ଶଙ୍ଖକୁ ନିଜ ସମ୍ମୁଖରେ ସ୍ଥାପିତ କରିବା ପରେ ଏହି ଦ୍ରବ୍ୟ ଓ ଫଟୋ ଉପରେ ଚାରୋଟି କୁଙ୍କୁମ ବିନ୍ଦୁ ଲଗାଇବେ । ଫଟୋ ପାଖରେ ଚାରୋଟି ଘିଅଦୀପ ଚାରି ଦିଗକୁ ମୁହଁ କରି ଜଳାଇବେ ଏବଂ ନିମ୍ନ ମନ୍ତ୍ରକୁ ହଳଦିମାଳାରେ ୧୨ ଦିନ ପର୍ଯ୍ୟନ୍ତ ପ୍ରତିଦିନ ୯ ମାଳା ଜପ କରିବେ ।

ଏହି ପ୍ରୟୋଗ ଦ୍ୱାରା ଆକସ୍ମିକ ଧନ ଲାଭର ସମ୍ଭାବନା ହୋଇଥାଏ ଏବଂ ଅତିଶୀଘ୍ର ଋଣମୁକ୍ତ ହେବାର ଦୃଷ୍ଟି ଗୋଚର ହୁଏ । ମନ୍ତ୍ର- ଔଁ ବକ୍ରତୁଣ୍ଡାୟ ହୁଁ । ସବୁ ପୂଜାରେ ପ୍ରଥମେ ଶ୍ରୀ ଗଣେଶଙ୍କୁ ପୂଜା କରାଯାଏ । କାରଣ ପୂଜା ସ୍ଥାନରେ ବାଧା ବିଘ୍ନ ନ ଘଟିବା ପାଇଁ ପୂଜା କରାଯାଏ । ଶ୍ରୀ ଗଣେଶଙ୍କୁ ବିଘ୍ନହର୍ତା ଓ ଋଦ୍ଧି ସିଦ୍ଧି ର ଦେବତା କୁହାଯାଏ । ଶ୍ରୀ ଗଣେଶଙ୍କୁ ବୁଧବାର ଦିନ ପୂଜା କରିବା ବିଶେଷ ଫଳଦାୟୀ ବୋଲି କୁହାଯାଏ ।

ଶ୍ରୀ ଗଣେଶଙ୍କୁ ଦୂବ ଚଢେଇବାର ମଧ୍ୟ ବିଶେଷ ମହତ୍ଵ ରହିଛି । ଶ୍ରୀ ଗଣେଶଙ୍କୁ ସ୍ମରଣ କରି ଶୁଦ୍ଧ ମନରେ ପୂଜା କରିଲେ ବାଧା ବିଘ୍ନ ଦୂର ହୋଇ ନିଜର ମନୋକାମନା ପୂରଣ ହୁଏ । ଶ୍ରୀ ଗଣେଶ ତାଙ୍କ ପୂଜାରେ ଶୀଘ୍ର ପ୍ରସନ୍ନ  ହୋଇ ଆଶୀର୍ବାଦ ଦେଇଥାନ୍ତି । ଏହି ଦିନ ପୂଜା କରିଲେ ଜୀବନର ସବୁ ବିଘ୍ନ, ସଙ୍କଟ ଦୂର ହେବା ସହିତ ନିଜର ସ୍ଵପ୍ନ ଓ ଇଛା ପୂରଣ ହୋଇଥାଏ । ଆସନ୍ତୁ ଜାଣିବା ସବୁଦିନ ବା ବୁଧବାର ଦିନ ଶ୍ରୀ ଗଣେଶଙ୍କୁ ମନ୍ତ୍ର ଦ୍ଵାରା କିପରି ପୂଜା କରିବେ ।

୧- ସକାଳ ସମୟରେ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ପ୍ରଥମେ ଗାଧୋଇବେ ।

୨- ଘରେ ବା ମନ୍ଦିରରେ ଗାଧୋଇସାରିବା ପରେ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧି ଶ୍ରୀ ଗଣେଶଙ୍କର ପୂଜା ସିନ୍ଦୁର, ଗନ୍ଧ, ଅକ୍ଷତ, ଅବୀର, ଦୂବ, ଫୁଲ, ଗୁଆ, ପାନ, ଫଳ ଓ ଲଡୁ ଭୋଗ କରି ପୂଜା କରିବେ ।

୩- ପୂଜା କରିବା ପରେ ହଳଦିଆ ରଙ୍ଗର ଆସନ ଉପରେ ବସି ଶ୍ରୀ ଗଣେଶଙ୍କ ଗାୟତ୍ରୀ ମନ୍ତ ଦ୍ଵାରା ପୂଜା ସମ୍ପନ୍ନ କରିବେ ।

ଶ୍ରୀ ଗଣେଶଙ୍କ ଗାୟତ୍ରୀ ମନ୍ତ୍ର –

ଏକଦନ୍ତାୟ ବିଦ୍ମହେ, ବକ୍ରତୁଣ୍ଡାୟ ଧୀମହି, ତନ୍ନୋ ଦନ୍ତୀ ପ୍ରଚୋଦୟାତ୍ ।

ମହାକର୍ଣ୍ଣାୟ ବିଦ୍ମହେ, ବକ୍ରତୁଣ୍ଡାୟ ଧୀମହି, ତନ୍ନୋ ଦନ୍ତୀ ପ୍ରଚୋଦୟାତ୍ ।

ଗଜାନନାୟ ବିଦ୍ମହେ, ବକ୍ରତୁଣ୍ଡାୟ ଧୀମହି, ତନ୍ନୋ ଦନ୍ତୀ ପ୍ରଚୋଦୟାତ୍ ।

ଏହି ମନ୍ତ୍ରରେ ବୁଧବାର ଦିନ ପୂଜା କରିଲେ ସବୁ ସଙ୍କଟ ଦୂର ହୋଇ ସୁଖ ପ୍ରାପ୍ତି ହେବ । ସୂଚନା- ଏହାକୁ ବିଶ୍ଵାସ କରିବା ପାଠକ ପାଠିକାଙ୍କ ବିବେକ ଉପରେ ନିର୍ଭର କରେ ।  ଆଚାର୍ଯ୍ୟ ବରାହମିହିର ତାଙ୍କ ପ୍ରସିଦ୍ଧ “ବରାହ ସଂହିତା”ରେ ଗ୍ରହ ପୀଡା ନିବାରଣ ପାଇଁ ପ୍ରତିକାର କରିବା ବିଷୟରେ ଉଲ୍ଲେଖ କରିଛନ୍ତି । ଅସାଧ୍ୟ ରୋଗ ପାଇଁ “ରୁଦ୍ରସୂକ୍ତ” ପାଠ ବା ମହାମୃତ୍ୟୁଞ୍ଜୟ ଜପ କରିଲେ ଶୁଭଫଳ ପ୍ରାପ୍ତି ହୋଇ ଥାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!