ଶାସ୍ତ୍ରରେ କୁହାଯାଇଛି ଯେ ନିଜେ ଭୋଜନ କରିବା ପୂର୍ବରୁ ଭଗବାନଙ୍କୁ ପ୍ରଥମେ ଭୋଗ ଲଗାଇବା ଉଚିତ୍ । ଏହା କେବଳ ଧାର୍ମିକ ମାନ୍ୟତା ନୁହେଁ ଏହା ବୈଜ୍ଞାନିକ ଆଧାରରେ ମଧ୍ୟ ଅଛି । ଯଦି ଆପଣ କ୍ରୋଧ ବା ଚଞ୍ଚଳତା ଭାବରେ ଖାଦ୍ୟ ଖାଉଛନ୍ତି ତେବେ ତାର ପ୍ରଭାବ ନକରାତ୍ମକ ହୋଇଥାଏ । ଅନେକ ଲୋକମାନଙ୍କ ଘରେ ଖାଇବା ପୂର୍ବରୁ ପ୍ରଥମେ ଭଗବାନଙ୍କୁ ଭୋଗ ପରମ୍ପରା ଅଛି । ଶାସ୍ତ୍ରରେ ଏହି କଥାକୁ ଧ୍ୟାନ, ଦୋଷ ଓ ଅନ୍ନର କୁପ୍ରଭାବ ଦୂର କରିବା ପାଇଁ ଅନେକ ଉପାୟ ମଧ୍ୟ ରହିଛି । ଭାବ ଶୁଦ୍ଧି ପାଇଁ ମଧ୍ୟ ଜରୁରୀ ଅଟେ । ଏହାର ଉଦାହରଣରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ବହୁତ ସରଳ ଭାବରେ ବୁଝାଇ କହିଛନ୍ତି ।
ଦିନେ ଧାର୍ମିକ କାର୍ଯ୍ୟରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଜଣେ ବ୍ୟକ୍ତି ପ୍ରଶ୍ନ କରିଲେ ଯେ ଆମ୍ଭେ ଭଗବାଙ୍କୁ ଭୋଗ କାହିଁକି ଲଗାଇଥାଉ ? ଆମେ ଯେଉଁ ଭୋଗ ଲଗାଉ ତାହା କଣ ଭଗବାନ ଖାଉଛନ୍ତି ବା ପିଉଛନ୍ତି? କଣ ଲଗାଇଥିବା ଭୋଗର ରୂପ ରଙ୍ଗ ବା ସ୍ଵାଦରେ କିଛି ପରିବର୍ତ୍ତନ ହେଉଛି? ଯଦି ଏହା ହେଉ ନାହିଁ ତେବେ ଆମେ କାହିଁକି ଭୋଗ ଲଗାଉଛୁ । କଣ ଏହା ଅନ୍ଧବିଶ୍ଵାସ ନୁହେଁ ? ଯଦି ଏହା ଅନ୍ଧବିଶ୍ଵାସ ତେବେ ଆମେ ଭୋଗ ଲଗେଇବାକୁ ଦେଖେଇ ହେଉଛୁ କାହିଁକି ।
ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସେହି ବ୍ୟକ୍ତିର ପ୍ରଶ୍ନକୁ ଭଲ ମନରେ ଶୁଣିଲେ ଓ ବହୁତ ଶାନ୍ତ ଚିତ୍ତରେ ସେହି ବ୍ୟକ୍ତିକୁ ଉତ୍ତର ଦେଲେ । ଜଗଦଗୁରୁ ଶଙ୍କରାଚାର୍ଯ୍ୟ କହିଲେ ଯେବେ ଆମେ ଭଗବାନକୁ ଭୋଗ କରିଥାଉ ତେବେ ସେଥିରୁ କଣ ଗ୍ରହଣ କରୁଛନ୍ତି । ସେ କହିଲେ ଯଦି ଆପଣ ଲଡୁ ନେଇ ଭଗବାନଙ୍କୁ ଭୋଗ କରିବା ପାଇଁ ମନ୍ଦିରକୁ ଯାଉଛନ୍ତି ତେବେ ସେହି ସମୟରେ ଯଦି ଜଣେ କେହି ଆସି ଆପଣଙ୍କୁ ପଚାରିବେ ଯେ ଏହା କଣ, ତେବେ ଆପଣ କହିବେ ଯେ ଏହା ଲଡୁ ଅଟେ ।
ପୁଣି ସେହି ବ୍ୟକ୍ତି କହିବେ ଯେ ଲଡୁ କାହାର ? ସେତେବେଳ ଆପଣ କହିବେ ଯେ ଏହା ମୋର । ପୁଣି ଆପଣ ସେହି ଲଡୁକୁ ଭଗବାନଙ୍କ ପାଖରେ ସମର୍ପଣ କରିବେ ଓ ସେହି ଲଡୁକୁ ନେଇ ଘରକୁ ଫେରିବା ବେଳେ ପୁଣି କେହି ଜଣେ ପଚାରିବେ ଏହା କଣ ? ସେତେବେଳେ ଆପଣ କହିବେ ଯେ ଏହା ଭଗବାନଙ୍କ ପ୍ରସାଦ ଅଟେ । ଏବେ ବୁଝିବାକୁ ହେବ ଯେ ଏହା ସେହି ଲଡୁ ଅଟେ । ତାହାର ରୂପ, ରଙ୍ଗ ଓ ସ୍ଵାଦର ପରିମାଣରେ କିଛି ପରିବର୍ତ୍ତନ ହୋଇନାହିଁ, ତେବେ ଭଗବାନ ସେଥିରୁ କଣ ଗ୍ରହଣ କଲେ ଯେ ତାହାର ନାମ ବଦଳି ଗଲା ।
ବାସ୍ତବରେ ଭଗବାନ ମନୁଷ୍ୟର ମନକାରକୁ ବଦଳାଇ ଦେଲେ । ଏହା ମୋର ଅଟେ ର ଯେଉଁ ଭାବ ରହିଥିଲା ତାହା ଅହଂକାର ଭାବ ଥିଲା । ଭଗବାନଙ୍କ ପାଖରେ ସମର୍ପିତ ହେବା ପରେ ସେହି ଭାବ ବଦଳି ଗଲା । ଭଗବାନଙ୍କ ପାଖରେ ଭୋଗ କରିଲେ ଲୋକମାନଙ୍କର ସ୍ଵଭାବ ବଦଳିଥାଏ ଓ ଶୀଳବାନ ହୋଇଥାଏ । ଅହଂକାର ସହିତ ସ୍ଵଚ୍ଛ ଓ ନିର୍ମଳଚିତ୍ତ ମନରେ ଜାତ ହୁଏ । ଏହା ସହିତ ତ୍ୟାଗ ଓ ଦାନର ଭାବନା ମଧ୍ୟ ଜାତ ହୁଏ ।
ଆପଣ ସେହି ଲଡୁକୁ ନିଜେ ଖାଉଛନ୍ତି ଓ ଅନ୍ୟମାନଙ୍କୁ ମଧ୍ୟ ଖାଇବାକୁ ଦେଉଛନ୍ତି, ଯାହାକି ସେହି ଲଡୁକୁ ପ୍ରସାଦ କୁହାଯାଏ । ତେବେ ଆପଣ ଖୋଜି ବୁଲି ଅଧିକ ଲୋକଙ୍କୁ ସେହି ଭୋଗକୁ ଖାଇବାକୁ ଦେବା ପାଇଁ ଚେଷ୍ଟା କରୁଛନ୍ତି । ସେଥିପାଇଁ ଏହାକୁ ଅନ୍ଧବିଶ୍ଵାସ କଦାପି କୁହାଯିବ ନାହିଁ ।