ରାହୁଗ୍ରହଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏହି ୧୦ଟି ଉପାୟ- Jyotisha Shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବାସ୍ତୁ ପୁରୁଷ ବା ରାହୁ ମହାଗ୍ରହଙ୍କୁ ଖୁସି କରିବା ଅତ୍ୟନ୍ତ ସହଜ, କିନ୍ତୁ ଯଦି ସେ ରାଗିଯାଇଛନ୍ତି ତେବେ ପାଳନ କରିବା ଅତ୍ୟନ୍ତ କଷ୍ଟକର । ଅଷ୍ଟମୀ ତିଥିରେ କାଳ ବା ରାହୁ ମହାଗ୍ରହଙ୍କୁ ପୂଜା କରିବା ପାଇଁ କିଛି ବିଶେଷ ସରଳ ଉପାୟ ଅଛି । ଯାହାକି ନିଶ୍ଚିତ ଭାବରେ ରାହୁ ମହାଗ୍ରହଙ୍କୁ ପ୍ରସନ୍ନ କରିପାରିବେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

୧- ରବିବାର, ବୁଧବାର କିମ୍ବା ଗୁରୁବାର ଦିନ ଏକ ରୋଟି କରନ୍ତୁ । ଏହି ରୋଟିରେ ତର୍ଜନୀ ବା ମଧାମା ଆଙ୍ଗୁଠିକୁ ତେଲରେ ବୁଡାଇ ରୋଟି ଉପରେ ରେଖା ଟାଣନ୍ତୁ । ତାପରେ ଯେକୌଣସି କୁକୁରକୁ ଏହି ରୁଟି ଖାଇବାକୁ ଦିଅନ୍ତୁ ।

ଯଦି କୁକୁର ଏହି ରୁଟି ଖାଏ, ତେବେ ଜାଣିବ ଯେ ଆପଣଙ୍କୁ ରାହୁ ମହାଗ୍ରହଙ୍କ ଆଶୀର୍ବାଦ ମିଳିଲା ଓ ବାସ୍ତୁ ପୁରୁଷ ସନ୍ତୁଷ୍ଟ ହେଲେ । ଯଦି କୁକୁର ରୋଟିକୁ ଶୁଙ୍ଗି କରି ଚାଲିଯାଏ, ତେବେ ଏହି କ୍ରମକୁ ଜାରି ରଖିବାକୁ ହେବ । ମାତ୍ର ସପ୍ତାହର ଏହି ତିନି ଦିନ (ରବିବାର, ବୁଧବାର କିମ୍ବା ଗୁରୁବାର) । ଏହି ତିନି ଦିନ ରାହୁ ମହାଗ୍ରହଙ୍କୁ ଉଦ୍ଦେସ୍ୟରେ ପୂଜାର୍ଚ୍ଚନା ଓ ବ୍ରତ ଉପାସନା ରଖିଲେ ବିଶେଷ ଶୁଭଫଳ ମିଳିଥାଏ ।

୨- ଶନିବାର ରାତିରେ ହରଡ ଡାଲିରେ ପକୁଡି ତିଆରି କରି ଘୋଡାଇ ରଖନ୍ତୁ । ତା ପର ଦିନ ସକାଳୁ ଉଠି କାହା ସହିତ କିଛି କଥା ନ କହି ଘରୁ ବାହାରି ଯିବେ । ରାସ୍ତାରେ ଯିବା ସମୟରେ ମିଳୁଥିବା ପ୍ରଥମ କୁକୁରକୁ ସେହି ପକୁଡିକୁ ଖାଇବାକୁ ଦେବେ । କୁକୁର ଖାଇସାରିବା ପରେ ଘରକୁ ଫେରି ଆସିବେ, କିନ୍ତୁ ମନେରଖନ୍ତୁ ଆସିବା ବେଳେ କୁକୁରକୁ ପଛକୁ ବୁଲି ଦେଖିବେ ନାହିଁ । ଏହାକୁ କେବଳ ରବିବାର ଦିନ କରିପାରିବେ ।

୩- ଶନିବାର ଦିନ ସନ୍ଧ୍ୟାବେଳେ ଶିବ ମନ୍ଦିରରେ ରାଶିତେଲର ଦୀପଜାଳି ୧ଘଣ୍ଟା ବସନ୍ତୁ । ରବିବାର ସକାଳେ ସିନ୍ଦୁର, ତେଲ, ଚଣା ଗୁଡ ନଡିଆ ଓ ଜଲିପିନେଇ ଶିବ ମନ୍ଦିରକୁ ଯାଇ ଅତି ଶ୍ରଦ୍ଧାର ସହିତ ପୂଜା କରିବେ । ଏହା ପରେ ୫ ରୁ ୭ ବର୍ଷ ପର୍ଯ୍ୟନ୍ତ ବାଳକ ମାନଙ୍କୁ ଚଣାଗୁଡ ଓ ଆଣିଥିବା ନଡିଆ, ଜଲିପି ସବୁ ଭୋଗକୁ ବଣ୍ଟନ କରିବେ ।

୪- ପ୍ରତେକ ଗୁରୁବାର ଦିନ କୁକୁରକୁ ଗୁଡ ଖୁଆନ୍ତୁ ।

୫- ବୁଧବାର ଦିନ ଯେ କୌଣସି ଲୋକକୁ ଆମିଷ ଭୋଜନ ଦେଇ କିଛି ଦକ୍ଷିଣା ଦେଇ ଦିଅନ୍ତୁ ।

୬- ବୁଧବାର ଦିନ ନିଜର ସକ୍ଷମତା ଅନୁସାରେ କିଛି ଜଲିପି ଆଣି ଇଷ୍ଟ ଦେବଙ୍କ ନିକଟରେ ଭୋଗ ଲଗାଇବେ ଓ ସେହି ଭୋଗକୁ କୁକୁରକୁ ଖାଇବାକୁ ଦେବେ ।

୭- ଶନିବାର ରାତିରେ ପାମ୍ପଡ, ପକୁଡି, ବରାଆଦି ତିଆରି କରି ଘୋଡାଇ ରଖନ୍ତୁ । ତାପର ରବିବାର ଦିନ ଗରିବମାନଙ୍କୁ ବାଣ୍ଟି ଦିଅନ୍ତୁ ।

୮- ରବିବାର ବା ଶୁକ୍ରବାର ଦିନ ଶିବ ମନ୍ଦିରକୁ ଯାଇ ଗୋଲାପ, ଚନ୍ଦନ, ଗୋଗୁଳ ଆଦି ଦ୍ରବ୍ୟ ସମର୍ପଣ କରି ୩୩ଟି ଅଗରବତୀ ଜଳାନ୍ତୁ ।

୯- ଗୁରୁବାର ଦିନ ୫ଟି ଲେମ୍ବୁ ଦ୍ଵାର ମୁହଁରେ ଟାଙ୍ଗି ଦିଅନ୍ତୁ ।

୧୦- ବୁଧବାର ଦିନ ୧ମିଟର କଳା ରଙ୍ଗର କପଡାରେ ୧୦୦ ଗ୍ରାମ୍ କଳା ରାଶି, ୧୦୦ ଗ୍ରାମ୍ କଳା ବିରି, ୧୧୧ ଟଙ୍କାକୁ ସେହି କପଡାରେ ବାନ୍ଧି ଏକ ପୁଟୁଳି କରନ୍ତୁ । ସେହି ପୁଟୁଳିକୁ ଅସହାୟଙ୍କୁ ଦେଇ ଦିଅନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!