ବୁଦ୍ଧ ପୂର୍ଣ୍ଣିମା ୨୦୨୧ ମସିହା : ବୈଶାଖ ପୂର୍ଣ୍ଣିମାର ବ୍ରତ ଆପଣଙ୍କୁ କରିଥାଏ ସର୍ବସୁଖ ସମ୍ପନ୍ନ ଓ ଐଶ୍ଵର୍ଯ୍ୟଶାଳି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସନାତନ ଧର୍ମରେ ବୈଶାଖ ପୂର୍ଣ୍ଣିମାକୁ ଅତ୍ୟନ୍ତ ପବିତ୍ର ତିଥି ମନାଯାଏ । ଏହି ଦିନ ଦାନ ପୂଣ୍ୟ ଓ ଧର୍ମ କର୍ମର ଅନେକ କାର୍ଯ୍ୟ କରାଯାଏ । ଏହି ପୂର୍ଣ୍ଣିମା ୨୦୨୧ ମସିହା ମଇମାସ ୨୬ ତାରିଖ ବୁଧବାର ଦିନ ପାଳନ ହେବ ।  ବୈଶାଖୀ ବା ବୈଶାଖ ପୂର୍ଣ୍ଣିମା- ସ୍ନାନ ଲାଭ ଦୃଷ୍ଟିରେ ଏହା ଏକ ମୁଖ୍ୟ ପର୍ବ ଅଟେ । ମାନ୍ୟତା ଅଛି କି ଏହି ଦିନ ମିଷ୍ଟାନ୍ନ, ଛତୁଆ, ଜଳପାତ୍ର, ବସ୍ତ୍ର ଦାନ କରିବା ଓ ପୂର୍ବପୁରୁଷଙ୍କର ତର୍ପଣ କରିବା ବହୁତ ପୂଣ୍ୟ ପ୍ରାପ୍ତି ହୋଇଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏହି ଦିନ ଭଗବାନ ବିଷ୍ଣୁଙ୍କର ନୂଆ ଅବତାର ମହାତ୍ମା ବୁଦ୍ଧ ବା ସିଦ୍ଧାର୍ଥ ଗୌତ୍ତମ ଯାହାଙ୍କୁ ଆମେ ଗୌତ୍ତମ ବୁଦ୍ଧ ନାମରେ ଜାଣିଅଛୁ । ତାଙ୍କର ଜନ୍ମଦିନ ରୂପରେ ପାଳନ କରାଯାଏ ।

ବୈଶାଖ ପୂର୍ଣ୍ଣିମାକୁ ସତ୍ୟ ବିନାୟକ ପୂର୍ଣ୍ଣିମା ମଧ୍ୟ କୁହାଯାଏ । କୁହାଯାଏ କି ଭଗବାନ ଶ୍ରୀକୃଷ୍ଣଙ୍କର ପିଲାଦିନର ମିତ୍ର ସୁଦାମା ଯେବେ ଦ୍ଵାରିକାରେ ପହଞ୍ଚିଲେ ଶ୍ରୀକୃଷ୍ଣ ତାଙ୍କୁ ସତ୍ୟ ବିନାୟକ ବ୍ରତର ବିଧାନ କହିଥିଲେ । ଏହି ବ୍ରତର ପ୍ରଭାବରେ ସୁଦାମାଙ୍କର ଦରିଦ୍ରତା ଓ କଷ୍ଟ ଦୂର ହୋଇଥିଲା ଓ ସେ ସର୍ବସୁଖ ସମ୍ପନ୍ନ ଓ ଐଶ୍ଵର୍ଯ୍ୟଶାଳୀ ହୋଇଥିଲେ ।

୨୦୨୧ ମସିହା ବୈଶାଖ ପୂର୍ଣ୍ଣିମା ବ୍ରତ ମୂହୁର୍ତ୍ତ –

୨୦୨୧ ମସିହା ମଇମାସ ୨୫ତାରିଖ ରାତି ଘଣ୍ଟା ୮ ଟା ୩୩ମିନିଟ୍ ଠାରୁ ପୂର୍ଣ୍ଣିମା ତିଥି ଆରମ୍ଭ । ଏହା ମଇମାସ ୨୬ତାରିଖ ଦିନ ଘଣ୍ଟା ୪ ଟା ୪୭ମିନିଟ୍ ପର୍ଯ୍ୟନ୍ତ ରହି ଶେଷ ହେବ ।

ଏହି ଦିନ ଭଗବାନ ବିଷ୍ଣୁଙ୍କୁ ସତ୍ୟନାରାୟଣ ସ୍ଵରୂପ ପୂଜା କରାଯାଏ । ଏହା ବ୍ୟତୀତ ଧର୍ମରାଜଙ୍କ ପୂଜା କରିବାର ବିଧାନ ଅଛି । କୁହାଯାଏ କି ଏହି ବ୍ରତରେ ଧର୍ମରାଜ ପ୍ରସନ୍ନ ହୁଅନ୍ତି ଓ ଅକାଳ ମୃ-ତ୍ୟୁର ଭ-ୟ ମଧ୍ୟ ଦୂର ହୋଇଯାଏ ।

ଏହି ଦିନ ଭଗବାନ ବିଷ୍ଣୁଙ୍କର ନୂଆ ଅବତାର ଗୌତ୍ତମ ବୁଦ୍ଧଙ୍କ ରୂପରେ ହୋଇଥିଲା । ଏହି ଦିନ ଗୌତ୍ତମ ବୁଦ୍ଧଙ୍କର ଜନ୍ମ ହୋଇଥିଲା । ତେଣୁ ଏହି ଦିନକୁ ଖୁସି ମନରେ ପାଳନ କରନ୍ତି ।

୧- କୁହାଯାଏ କି ଏହି ଦିନ ଅଲଗା ଅଲଗା ପୂଣ୍ୟ କର୍ମ କଲେ ଅଲଗା ଅଲଗା ଫଳ ମଧ୍ୟ ମିଳିଥାଏ ।

୨- ଧର୍ମରାଜଙ୍କ ପାଇଁ ଜଳପୂର୍ଣ୍ଣ କଳସ ଓ ଖାଦ୍ୟ ଦାନ କରିଲେ ଗୋଦାନ ସମାନ ଫଳ ପ୍ରାପ୍ତି ହୁଏ ।

୩- ୫ ବା ୭ ଜଣ ବ୍ରାହ୍ମଣଙ୍କୁ ମିଠାତିଳ ଦାନ କରିଲେ ସବୁ ପା-ପ କ୍ଷୟ ହୋଇଯାଏ ।

୪- ଯଦି ତିଳ ଜଳରେ ମିଶାଇ ସ୍ନାନ କରି, ଘିଅ, ଚିନି ଓ ତିଳ ଏକ ପାତ୍ରରେ ଭର୍ତ୍ତି କରି ଭଗବାନ ବିଷ୍ଣୁଙ୍କୁ ସମର୍ପଣ କରି,  ଔଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ରରେ ଅଗ୍ନିରେ ଆହୁତି ଦେଇ ଦେବେ ତେବେ ବ୍ୟକ୍ତିର ସବୁ ପା-ପ ନା-ଶ ହୋଇଯିବ ।

୫-ତିଳ ଓ ମହୁ ଦାନ କରିବେ, ଗୃହର ପୂଜା ସ୍ଥାନରେ ରାଶିତେଲର ଦୀପ ଜଳାଇ ନାରାୟଣଙ୍କ ଆରାଧନାରେ ବସିବେ ତେବେ ସବୁ ପା-ପ ନା-ଶ ହୋଇ ଶରୀର ସୁସ୍ଥ ରହିବ ।

୬- ଗଙ୍ଗା ଆଦିରେ ସ୍ନାନ କରି ପିତୃ ପୁରୁଷଙ୍କ ଉଦ୍ଯେଶ୍ୟରେ ପାଣିରେ କଳାରାଶି ମିଶେଇ ତର୍ପଣ କରିବେ ତେବେ ସବୁ ପ୍ରକାର ପା-ପ ବା ରୋ-ଗ ନା-ସ ହୋଇ ଯିବ ।

୭- ଏହି ଦିନ ଶୁଦ୍ଧ ଭୂମି ଉପରେ ରାଶି ବିଛାଇ କଳା ରଙ୍ଗର ବସ୍ତ୍ର ବିଛାଇବେ ଓ ତାକୁ ସବୁ ପ୍ରକାର ବସ୍ତ୍ର ସହିତ ଦାନ କରିବେ ତେବେ ଅନନ୍ତ ଫଳପ୍ରାପ୍ତ ହୋଇଥାଏ ।

୮- ସେହିପରି ଏହି ଦିନ ଗୋଟିଏ ଥର ଭୋଜନ କରି ପୂର୍ଣ୍ଣିମାବ୍ରତ ପାଳନ, ଚନ୍ଦ୍ରମା ବା ସତ୍ୟନାରାୟଣ ବ୍ରତ ଯଦି କରନ୍ତି ତେବେ ସବୁ ପ୍ରକାର ସୁଖ, ସମ୍ପଦ ଓ ଶ୍ରେୟ ପ୍ରାପ୍ତି ହେବା ସହିତ ସବୁ କ-ଷ୍ଟ ନିବାରଣ ହୋଇଥାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!