କିଛି ଅଶୁଭ ଘଟିବା ପୂର୍ବରୁ ଆମକୁ ମିଳିଥାଏ ଏହି ୧୦ ଟି ସଂକେତ, ଭୁଲରେ ବି କରନ୍ତୁ ନାହିଁ ଅଣଦେଖା

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଆମ ଦେଶରେ ସମସ୍ତେ ଜ୍ୟୋତିଷ ବିଦ୍ୟାକୁ ବିଶ୍ଵାସ କରିଥାନ୍ତି । କିଛି ଲୋକମାନେ ନୂଆ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଜ୍ୟୋତିଷ ବିଦ୍ୟା ଦ୍ଵାରା ଭଲ ଭାବରେ ବୁଝି ସୁଝି କାର୍ଯ୍ୟ ଆରମ୍ଭ କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ନକ୍ଷତ୍ରର ଗଣନା କାଲେ ବ୍ୟକ୍ତିର ଭବିଷ୍ୟତ ବିଷୟରେ ଜାଣିହୁଏ । କେତେ ବ୍ୟକ୍ତି ଏହି ଜ୍ୟୋତିଷ ବିଦ୍ୟାକୁ ବିଶ୍ଵାସ କରନ୍ତି ଓ ଆଉ କିଛି ଲୋକ ଏହାକୁ ବିଶ୍ଵାସ କରନ୍ତି ନାହିଁ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଜୀବନରେ କିଛି ଶୁଭଫଳ ପ୍ରାପ୍ତି ହୁଏ ଓ କିଛି ଅଶୁଭ ଫଳ ମିଳିଥାଏ । ଭବିଷ୍ୟତରେ କଣ ହେବ ଏହା ଜାଣିବା ପାଇଁ ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତି ।

ଆସନ୍ତୁ ଜାଣିବା ବ୍ୟକ୍ତିର କେତେବେଳେ ଖରାପ ସମୟ ଆରମ୍ଭ ହୁଏ ଓ ହେବାକୁ ଥିବା ଅଶୁଭ ଘଟଣା ବିଷୟରେ ଜାଣିବା ପାଇଁ କେଉଁ ସଙ୍କେତ ମାଧ୍ୟମରୁ ଜାଣିପାରିବା ।

୧- ଯଦି କାହାର ଅଳଙ୍କାର ଯାହା ସୁନା, ରୂପା ଆଦି ହଜିଯାଏ ତେବେ ଏହାକୁ ଅଶୁଭ ମନାଯାଏ । ଏହି ଜିନିଷ ହଜିଲେ ବ୍ୟକ୍ତିର ଜୀବନରେ ବହୁତ ବଡ ବିପତ୍ତି ହେବାର ସଂକେତ ଦେଇଥାଏ ।

୨-ଯଦି ଆପଣଙ୍କ ଘରେ ପଶୁ ବା ପକ୍ଷୀ ପାଳନ କରୁଥାନ୍ତି  ଓ ଅଚାନକ ଭାବରେ ସେହି ପଶୁର ମୃତ୍ୟୁ ହୋଇଯାଏ, ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ କୌଣସି ବଡ ସମସ୍ୟା ଆସିପାରେ ।

୩-ଯଦି ହାତର ଅନାମିକା ଆଙ୍ଗୁଠିର ତଳଭାଗରେ କୌଣସି ଚିହ୍ନ ଦେଖାଦେବ, ତେବେ ନିଜ ଲୋକମାନେ ଆପଣଙ୍କୁ ଧୋଖା ଦେବାର ସଂକେତ ଦେଇଥାଏ ।

4-ଯଦି ଅଚାନକ ଭାବରେ ଜୀବନସାଥୀଙ୍କ ସହିତ ଯୁକ୍ତି-ତର୍କ ବୃଦ୍ଧି ପାଏ ଓ ଆପଣଙ୍କ ବୈବାହିକ ଜୀବନରେ ଅଶାନ୍ତି ବୃଦ୍ଧି ପାଏ, ତେବେ ଏହା ଧନ ହାନି ହେବାର ସଂକେତ ଦେଇଥାଏ ।

5-ବେଳେବେଳେ ବହୁତ ଚେଷ୍ଟା ବା ପରିଶ୍ରମ କରିବା ପରେ ମଧ୍ୟ କୌଣସି କାମରେ ସଫଳତା ମିଳେ ନାହିଁ ତେବେ ଏହା ଧନ ନଷ୍ଟ ହେବାର ସଂକେତ ଦେଇଥାଏ ।

6-ଯଦି କୌଣସି ବ୍ୟକ୍ତିକୁ ପେଟ ରୋଗ ବୃଦ୍ଧି ପାଏ ଓ ସବୁବେଳେ ବିରକ୍ତି ଭାବ ପ୍ରକାଶ ପାଏ ତେବେ ଜାଣିବାକୁ ହେବ ଯେ ତାର ଜୀବନରେ ବଡ ଦୁର୍ଘଟଣା ଘଟିବ । ଏହି ଦୁର୍ଘଟଣା ଆର୍ଥିକ ଓ ଶାରୀରିକ ଦୁଇ ପ୍ରକାର ହୋଇପାରେ ।

7-ଯଦି ଅଚାନକ ଭାବରେ କିଛି କଥା କହିବା ବେଳେ କଥା ବିଗିଡିଯାଏ ଓ ପାଟିରୁ ଅଧିକ ଲାଳ ବାହାରେ ତେବେ ଏହି ସଂକେତ ଆସନ୍ତା ସମୟରେ ଧନ ନଷ୍ଟ କରିଥାଏ ଓ କୋର୍ଟ-କଚେରୀ ମାମଲାରେ ଫଶିବାର ଆଶଙ୍କା ମିଳିଥାଏ ।

୮-ଯଦି ଆପଣଙ୍କ ଘରେ ପାଣି ଟାଙ୍କି ଥାଏ ଓ ସେଥିରୁ ଅଚାନକ ଭାବରେ ପାଣି ଟପଟାପ ହୋଇ ପଡେ ତେବେ ବୁଝିବାକୁ ହେବ ଯେ କୌଣସି ବଡ ଆର୍ଥିକ ସମସ୍ୟା ଦେଖାଦେବ ।

୯-ଯଦି ଘରର ମୁଖ୍ୟ ଦ୍ଵାରରେ ତେଲ ପଡିଥିବାର ଦେଖନ୍ତି ତେବେ ଏହା ପରିବାରରେ କୌଣସି ବଡ ବିପତ୍ତି ପଡିବାର ସଂକେତ ହୋଇଥାଏ ।

୧୦-ଯଦି ଗୃହରେ ଅଚାନକ ଭାବରେ ଇଲେକ୍ଟ୍ରି ସାମଗ୍ରୀ ବାରମ୍ବାର ଖରାପ ହୁଏ ତେବେ ଏହି ସଂକେତ ଧନ ହାନି ହେବାର ସୂଚନା ମିଳିଥାଏ । ଏହିପରି ହେଲେ ଭବିଷ୍ୟତରେ ଆପଣଙ୍କୁ ବଡ ଆର୍ଥିକ କ୍ଷେତ୍ରରେ ହାନି ହୋଇଥାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!