ଘିଅ ବା ତେଲରେ ନୁହେଁ ଏଠି ପାଣିରେ ଜଳେ ଦୀପ! ଏଭଳି ଏକ ଆଶ୍ଚର୍ଯ୍ୟ ମନ୍ଦିର ଯେଉଁଠି ୫୦ ବର୍ଷରୁ ଉର୍ଦ୍ଧ ହେଲା ହେଉଅଛି ଏହି ଚମତ୍କାର। ଏହାର ରହସ୍ୟ ଏବେବି ଅଗୋଚର।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଘିଅ ବା ତେଲରେ ନୁହେଁ ପାଣିରେ ଜଳେ ଦୀପ! ଆସନ୍ତୁ ଜାଣିବା ଏହି ଚମତ୍କାରୀ ମନ୍ଦିର ସମ୍ପର୍କରେ କିଛି କଥା।

ହିନ୍ଦୁସ୍ଥାନରେ ସାଧୁ ସନ୍ଥ ବାବା ଆଦିଙ୍କର ବହୁତ ମାନ୍ୟତା ଅଛି। ଆମ ଦେଶକୁ ଏକ ଚମତ୍କାରୀ ଦେଶ ବୋଲି କୁହାଯାଏ। ଏଠାରେ ବହୁତ ମନ୍ଦିର ଏବଂ ତୀର୍ଥ ସ୍ଥଳ ଦେଖିବାକୁ ମିଳେ। ସେମାନଙ୍କ ମଧ୍ୟରୁ ଏମିତି କିଛି ମନ୍ଦିର ଅଛି ଯାହା ସାରା ଦୁନିଆରେ ପ୍ରସିଦ୍ଧ। ଏଠାରେ ଏବେବି କିଛି ନା କିଛି ଚମତ୍କାର ହେଉଛି। ଆଜିକାଲିର ଦୁନିଆ ରେ ଯେଉଁଠି ବିଜ୍ଞାନ ଏତେ ଆଗକୁ ଗଲାଣି ସେମିତିରେ ଏହି ସବୁ ଆଶ୍ଚର୍ଯ୍ୟ ଘଟନା ଉପରେ ବିଶ୍ବାସ କରିବା ଏତେ ସହଜ ନୁହେଁ। କିନ୍ତୁ ଆଜି ଆମେ ଏକ ଏଭଳି ମନ୍ଦିର ବିଷୟରେ କହିବୁ ଯେଉଁଠି ଗୋଟେ ଚମତ୍କାର ବିଗତ ୫୦ବର୍ଷ ଧରି ହୋଇଆସୁଛି।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମଧ୍ୟପ୍ରଦେଶରେ ଅଛି ଏହି ମନ୍ଦିର-

ଏହି ଚମତ୍କାରୀ ମନ୍ଦିର ମଧ୍ୟପ୍ରଦେଶର ଗଡିଆଘାଟରେ ଅଛି। ମା ଙ୍କର ଏହି ମନ୍ଦିର ଏହି ଚମତ୍କାରୀ ଘଟଣାକୁ ନେଇ ବହୁତ ପ୍ରସିଦ୍ଧ। ଏହି ମନ୍ଦିର ଏକ ନଦୀ କୂଳରେ ଅଛି। କୁହାଯାଏକି ଏହି ମନ୍ଦିରରେ ଦୀପ ଜଳାଇବା ପାଇଁ ଘିଅ ବା ତେଲର ଅବଶ୍ୟକତା ନାହିଁ, ଏଠାରେ ଦୀପ ସେହି ନଦୀର ପାଣିରେ ହିଁ ଜଳେ। ମନ୍ଦିରରେ ହେଉଥିବା ଏହି ଚମତ୍କାରକୁ ଦେଖିବା ପାଇଁ ଲୋକ ବହୁତ ଦୂରରୁ ମଧ୍ୟ ଆସିଥାନ୍ତି।

୫୦ ବର୍ଷ ଧରି ହେଉଛି ଚମତ୍କାର-

ବିଗତ ୫୦ ବର୍ଷରୁ ଏହି ମନ୍ଦିରରେ ପାଣିରେ ଦୀପ ଜଳା ଯାଉଛି। ମନ୍ଦିରରେ ହେଉଥିବା ଏହି ଚମତ୍କାରକୁ ଦେଖିବା ପାଇଁ ଦୂର ଦୁରାନ୍ତରୁ ଭକ୍ତଙ୍କ ସମାଗମ ହେଉଛି। ଏହି ମନ୍ଦିରର ଏକ Video ସୋସିଆଲ ମିଡିଆରେ ମଧ୍ୟ ବହୁତ ଚର୍ଚାରେ ଆଶି ସାରିଛି। ଏହାକୁ ଲକ୍ଷ ଲକ୍ଷ ଲୋକ ମଧ୍ୟ ଦେଖି ସାରିଛନ୍ତି। ପାଣିରେ ଦୀପ ଜଳିବାର ଏହି ଚମତ୍କାର ବହୁତ ବର୍ଷ ହେବ ଚାଲିଛି।

ଗଡିଆ ଗାଁରେ ଅଛି ମାଙ୍କର ମନ୍ଦିର-

ମଧ୍ୟପ୍ରଦେଶ ର କାଲିଶିଙ୍ଗ ନଦୀ ତଟରେ ଥିବା ଏହି ମନ୍ଦିର ଆଗର-ମାଲବାର ନଲଖେଡ଼ା ଗାଁଠୁ ୧୫ କିଲୋମିଟର ଦୂର ଗଡିଆ ଗାଁରେ ଉପସ୍ଥିତ। ଗଡିଆଘାଟ ମାତାଜୀ ନାମରେ ଏହି ମନ୍ଦିର ସେଠାକାର ଲୋକ ମାନଙ୍କ ମଧ୍ୟରେ ବହୁତ ଚର୍ଚାର ବିଷୟ ଅଟେ। ମନ୍ଦିରରେ ଥିବା ଏକ ପୂଜାରୀଙ୍କୁ ଦେଖା ଯାଇଥିବା ସ୍ଵପ୍ନ ହେଉଛି ପାଣିରେ ଦୀପ ଜଳାଇବା ପଛର ରହସ୍ୟ।

ସ୍ଵପ୍ନରେ କଣ ଦେଖିଥିଲେ ପୂଜାରୀ-

ମନ୍ଦିରରେ ପୂଜା କରୁଥିବା ପୂଜାରୀ ସିଧୁ ସିଂହଙ୍କ କହିବା ଅନୁସାରେ ପ୍ରଥମେ ଏହି ମନ୍ଦିରରେ ତେଲର ଦୀପ ହିଁ ଜଳୁଥିଲା। କିନ୍ତୁ କିଛି ବର୍ଷ ତଳେ ତାଙ୍କୁ ମା ସ୍ଵପ୍ନରେ ଦର୍ଶନ ଦେଇ ପାଣିରେ ଦୀପ ଜଳାଇବାର କଥା କହିଲେ। ସକାଳୁ ଉଠି ଯେତେବେଳେ ସେ ମନ୍ଦିର ପାଖରେ ଥିବା ନଦୀରୁ ପାଣି ଆଣି ଦୀପରେ ଦେଇ ତାକୁ ଲଗାଇଲେ ତାହା ସାଙ୍ଗେ ସାଙ୍ଗେ ଜଳିବାକୁ ଲାଗିଲା। ପ୍ରଥମେ ସେ ନିଜେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଥଲେ କିନ୍ତୁ ପରେ ସେ ଏହି ବିଷୟରେ ସମସ୍ତ ଗାଁ ଲୋକଙ୍କୁ ଜଣାଇଥିଲେ।

ବର୍ଷାଦିନେ ପାଣିରେ ଦୀପ ଜଳେ ନାହିଁ-

କୁହାଯାଏ କି ପାଣିରେ ଜଳଯାଉଥିବା ଏହି ଦୀପ ବର୍ଷା ଦିନେ ଜଳେ ନାହିଁ। ବର୍ଷା ଦିନେ କାଳିଶିଙ୍ଗ ନଦୀର ଜଳ ବହୁତ ବଢି ଯାଏ ଓ ଏହି ମନ୍ଦିର ପାଣିରେ ବୁଡିରୁହେ। ଯାହାଦ୍ୱାରା ଏଠାରେ ପୂଜା କରିବା ଅସମ୍ଭବ ହୋଇପଡେ। ଏହା ପରେ ସେପ୍ଟେମ୍ବର- ଅକ୍ଟୋବରରେ ପୁନଶ୍ଚ ନବରାତ୍ରି ସମୟରେ ମାଙ୍କର ଘଟସ୍ଥାପନା କରାଯାଏ ଓ ଏହି ଦୀପ ଲଗାଯାଏ। ବର୍ଷା ଦିନ ପର୍ଯ୍ୟନ୍ତ ସେହି ଅଖଣ୍ଡ ଦୀପ ସେମିତି ସେଠାରେ ଜଳୁଥାଏ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!