ଅକ୍ଷୟ ତୃତୀୟାରେ କଣ ଆଣିବେ ଘରକୁ କେଉଁ କାର୍ଯ୍ୟ କରିବା ଉଚିତ୍…. ଦେଖନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସବୁତିଥି କ୍ଷୟ ବୃଦ୍ଧିହେଲେ ମଧ୍ୟ ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥି କ୍ଷୟ ହୁଏନାହିଁ ତେଣୁ ଏହାକୁ ଅକ୍ଷୟ ତୃତୀୟା କୁହାଯାଏ । ଅକ୍ଷୟ ତୃତୀୟା ତିଥିରେ ରବି, ଚନ୍ଦ୍ର ଉଚ୍ଚରାଶିରେ ଅବସ୍ଥାନ କରିଥିବାରୁ ଶାସ୍ତ୍ରମତରେ ଅକ୍ଷୟ ତୃତୀୟାକୁ ସ୍ଵୟଂସିଦ୍ଧ ମୂହୁର୍ତ୍ତ ବୋଲି ଧରି ନିଆଯାଇଛି । ଏହିଦିନ ପଞ୍ଜିକା ନଦେଖି ତୃତୀୟା ତିଥି ଭୋଗ ହେଉଥିବା ଯାଏ ସମସ୍ତ ମାଙ୍ଗଳିକ କାର୍ଯ୍ୟ ନିର୍ବିଘ୍ନରେ କରିପାରିବେ । ଏବର୍ଷ ବୈଶାଖମାସ ଶୁକ୍ଳପକ୍ଷ ତୃତୀୟାତିଥି ରବିବାର ପ୍ରାତଃ ଘ୭ଟା ୪୮ମିନିଟ୍ ପର୍ଯ୍ୟନ୍ତ ରହିବ ଏହିସମୟ ମଧ୍ୟରେ ଭୂମିପୂଜନ, ଗୃହାରମ୍ଭ, ଗୃହପ୍ରବେଶ, ବିବାହ, ବ୍ୟବସାୟ ଆରମ୍ଭ, ଉଦ୍ଦୋଗ ଆରମ୍ଭ, ପଦଭାରଗ୍ରହଣ, ଜାଗା, ଜମି, ଗୃହ, ବାହନ ଆଦି କ୍ରୟ ବିକ୍ରୟ କରି ପାରିବେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏହିଦିନ ଭଲକାମକଲେ ଫଳ କେବେବି ସମାପ୍ତ ହେବନାହିଁ କିନ୍ତୁ ମନ୍ଦକାର୍ଯ୍ୟ କଲେ ଏହାର ପରିଣାମ ଜୀବନସାରା ଭୋଗିବାକୁ ପଡିବ । କାରଣ ବୈଶାଖ ମାସ ସମାନ ମାସନାହିଁ ସତ୍ୟଯୁଗ ସମାନ ଯୁଗନାହିଁ ବେଦସମାନ ଶାସ୍ତ୍ରନାହିଁ ଗଙ୍ଗାସମାନ ତୀର୍ଥନାହିଁ ଅକ୍ଷୟ ତୃତୀୟା ସମାନ ତିଥିନାହିଁ । ମତ୍ସ୍ୟପୁରାଣ, ଭବିଷ୍ୟ ପୁରାଣ, ନାରଦୀୟ ପୁରାଣ, ବ୍ରହ୍ମପୁରାଣ ଓ ବିଷ୍ଣୁ ଧର୍ମସୂତ୍ରରେ ଉଲ୍ଲେଖ ଅଛି ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାଦିନ ପୃଥିବୀ ମଧ୍ୟରେ ଜନାର୍ଦ୍ଦନଙ୍କ ଅବତାର ଓ ସତ୍ୟଯୁଗ ଆରମ୍ଭ ହୋଇଥିଲା । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ଷଷ୍ଠ ଅବତାର ନରନାରାୟାଣ ପର୍ଶୁରାମ ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇଥିଲେ । ଏହିଦିନ ଶଙ୍କର ଘରଣୀ ଗଙ୍ଗାଙ୍କୁ ରାଜା ଭଗିରଥ ସ୍ୱର୍ଗରୁ ହିମାଳୟ ଶିଖରକୁ ଆଣିଥିବାର କିମ୍ବଦନ୍ତୀ ଅଛି ।

ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ଶ୍ରୀହରିଙ୍କର ଚନ୍ଦନଯାତ୍ରା ଆରମ୍ଭ ହୁଏ । ଜଗତରନାଥ ଜଗନ୍ନାଥଙ୍କ ରଥଅନୁକୂଳ କରାଯାଏ ଓ ମୁଠିଅନୁକୂଳ ବା ଶସ୍ୟଉତ୍ପାଦନ ପାଇଁ ଅନୁକୂଳ ମଧ୍ୟ କରାଯାଏ । ଏହି ତିଥିରେ ସୁର୍ଜ୍ୟୋଦୟ ପୂର୍ବରୁ ଉଠି ସ୍ନାନ ଦାନ ଜପ ଧର୍ମଶାସ୍ତ୍ର ପଠନ କଲେ ଶୁଭ ଫଳଦାୟୀ ହେବ । ଅକ୍ଷତ, ଧଳା ହଳଦିଆ ଫୁଲ, ଧୂପ, ଦୀପ, ଚନ୍ଦନ ଇତ୍ୟାଦି ଦ୍ଵାରା ଲକ୍ଷ୍ମୀ ନାରାୟଣଙ୍କୁ ପୂଜାର୍ଚ୍ଚନା କଲେ ସନ୍ତାନ ମାନଙ୍କର ବିଦ୍ୟାବୁଦ୍ଧି ଯଶ ପ୍ରାପ୍ତି ହୋଇ ଥାଏ । କଳିଯୁଗରେ ନକରାତ୍ମକ ପ୍ରଭାବରୁ ରକ୍ଷା ପାଇବା ପାଇଁ ନିଜର ଶକ୍ତି ଅନୁସାରେ ଏହିଦିନ ନଦୀସ୍ନାନ, ତର୍ପଣ, ଶୋଷୀଙ୍କୁ ଓ ବୃକ୍ଷରେ ଜଳ ଦାନ, ଅସହାୟଙ୍କୁ ଓ ପଶୁପକ୍ଷିଙ୍କୁ ଖାଦ୍ୟଦାନ, ପିତୃ ପୁରୁଷଙ୍କ ଉଦ୍ୱେଶ୍ୟରେ ପିଣ୍ଡଦାନ, ଶ୍ରାଦ୍ଧ କାର୍ଯ୍ୟମାନ ଶ୍ରଦ୍ଧାଯୁକ୍ତ ହୋଇ କଲେ ଅନନ୍ତ କଳ୍ପିତ ଫଳଲାଭ ହୁଏ ।

ବିଶେଷତଃ ହୋମଯଜ୍ଞ, ଅସହାୟଙ୍କୁ ଖାଦ୍ୟଦାନ, ଜଳପାତ୍ର, ଦହି, ଫଳ, ଛତା, ବିଞ୍ଚଣା ବା ପଙ୍ଖା ଦାନକଲେ ଅଗ୍ନିତାପ ନିବାରିତ ହେବାସହ ଶରୀର ସୁସ୍ଥରହି ଦୁଖଃ ଦାରିଦ୍ର୍ୟ ଦୂର ହୋଇଥାଏ । ଏହି ଦିନରେ ଅସହାୟଙ୍କୁ ଓ ପଶୁପକ୍ଷିଙ୍କୁ ଅନ୍ନଦାନ କଲେ ମା’ ସରସ୍ୱତୀ ପ୍ରସନ୍ନ ହୁଅନ୍ତି ଓ ସନ୍ତାନମାନେ ସୂର୍ଯ୍ୟଙ୍କଭଳି ତେଜିୟାନ ହୋଇ ଥାଆନ୍ତି । ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିବର୍ତିତ କରିବାପାଇଁ ଏହିଦିନ ସର୍ବଶ୍ରେଷ୍ଠ ଦିନବୋଲି ବିବେଚନା କରାଯାଇଛି । ବୈଶାଖ ଶୁକ୍ଳତୃତୀୟାତିଥିରେ କୃତ୍ତିକା ନକ୍ଷତ୍ର ହେଲେ ସେ ତିଥି ବିଶେଷ ଫଳପ୍ରଦ ହୁଏ ।

ଏହିତିଥିରେ ରୋହିଣୀ ନକ୍ଷତ୍ର ଯୁକ୍ତ ହେଲେ ସେ ତିଥିରେ ଅକ୍ଷୟ ପୁଣ୍ୟଫଳ ଲାଭହୁଏ । ଏବର୍ଷ ବୈଶାଖମାସ ଶୁକ୍ଳପକ୍ଷ ତୃତୀୟାତିଥି ରବିବାର ରୋହିଣୀ ନକ୍ଷତ୍ର ଯୁକ୍ତ ହେଉ ଥିବାରୁ କୃଷକ ମାନଙ୍କର ଆଶା ଅଭିଳାଷ ନିଶ୍ଚୟ ପୂରଣ ହେବ । ଏଦିନ ଦାନପୁଣ୍ୟ କଲେ ତାହା ଖର୍ଚହୁଏ ନାହିଁ ବରଂ ଅଜାଣତରେ କରିଥିବା ପାପ ନାସହୋଇ ଭବିଷ୍ୟତ ବଂଶଧରଙ୍କ ପାଇଁ ଅକ୍ଷୁର୍ଣ୍ଣ ଫଳମିଳେ । ଅକ୍ଷୟ ତୃତୀୟା ଦିନ ସୁର୍ଜ୍ୟୋଦୟ ପୂର୍ବରୁ ଉଠି ନିତ୍ୟକର୍ମ ସମାପନ କରିତମ୍ବାପାତ୍ରରେ ଶୁଦ୍ଧଜଳନେଇ ପୂର୍ବ ମୁଖହୋଇ ସୂର୍ଯ୍ୟଙ୍କୁ ଚାହିଁ ଔଁ ଭାସ୍କରାୟ ଦିଦ୍ମହେ ମହାତେଜାୟ ଧୀମହୀ ତନ୍ନୋସୂର୍ଯ୍ୟ ପ୍ରଚ୍ଚୋଦୟାତ୍ ଏହି ମନ୍ତ୍ରରେ ସାତଥର ଅର୍ଘ୍ୟ ଦେବେ । ପ୍ରତ୍ୟେକ ଦିନ ଏହିପରି କରିଚାଲିଲେ ଦୁଖଃ ଦୁର୍ଦଶା ଦୁରହୋଇ ସୁଖ ଶାନ୍ତି ପାଇ ପାରିବେ । ଏଦିନ ଯବଦ୍ୱାରା ହୋମ କଲେ ବିଷ୍ଣୁଲୋକ ପ୍ରାପ୍ତ ହୁଅନ୍ତି । ଯବାନ୍ନ ବ୍ରାହ୍ମଣଙ୍କୁ ଭୋଜନ ଦେଲେ ଅନନ୍ତ ଫଳ ଲାଭହୁଏ । ଏ ଦିନ ବିଶେଷତଃ ସାଗର ତୀରେ ଉପରୋକ୍ତ କାର୍ଯ୍ୟକଲେ ଅକ୍ଷୟ ଫଳ ମିଳେ । ସେ ବ୍ରତୀ ନରଶ୍ରେଷ୍ଠ ବୋଲାଏ । ଅକ୍ଷୟ ତୃତୀୟାରେ ଧାନ, ଗହମ, ବିରି ମୁଗ ବା ଡାଲିଜାତୀୟ ଦ୍ରବ୍ୟ କିଛି ଘରକୁ ଆଣନ୍ତୁ । ଧାତୁପଦାର୍ଥ କିଛି ନିଜର ଶକ୍ତି ଅନୁସାରେ କ୍ରୟ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!