ଅକ୍ଷୟ ତୃତୀୟା: ଏହି ଦିନ ବନୁଛି ମହା ସଂଯୋଗ! କରନ୍ତୁ ଏହି ସହଜ ଉପାୟ, ତା ପରେ ଦେଖନ୍ତୁ ଚମତ୍କାର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା ମଇମାସ ୧୫ ତାରିଖରେ ଅକ୍ଷୟ ତୃତୀୟା ପାଳନ କରାଯିବ । ଏହି ଦିନ ପର୍ଶୁରାମ ଜୟନ୍ତୀ ମଧ୍ୟ ପାଳନ କରାଯିବ । ତୃତୀୟା ତିଥି ଶନିବାର ଦିନ ସୂର୍ଯ୍ୟ ଉଦୟ ବେଳକୁ ରହୁ ଥିବାରୁ ଏହି ଦିନ ଅକ୍ଷୟ ତୃତୀୟା ବ୍ରତ ପାଳନ କଲେ ବିଶେଷ ଶୁଭଦାୟକ ହେବ । ଏହିଦିନ ବୃଷ ସଙ୍କ୍ରାନ୍ତି ମଧ୍ୟ ପଡୁଛି ଯାହା ଫଳରେ ରବି, ବୁଧ, ଶୁକ୍ର, ରାହୁ ମଧ୍ୟ ବୃଷ ରାଶିରେଏକତ୍ର ହେଉଛନ୍ତି ଅନେକ ରାଜଯୋଗ ସୃଷ୍ଟି ହେଉ ଥିବାରୁ ଏହିଦିନ ଗୃହରମ୍ଭ, ଗୃହ ପ୍ରତିଷ୍ଠା, ବିବାହାଦି ଶୁଭ କର୍ମ କରି ପାରିବେ । ତିନି ରଥର ନିର୍ମାଣ ପାଇଁ ଅନୁକୂଳ ମଧ୍ୟ ହେବ । ଚାଷୀମାନେ ମୁଠି ଅନୁକୂଳ ବା ହଳକରି ବା ଭୂମି ଖନନ କରି ବିହନ ବିଲରେ ବୁଣିଥାନ୍ତି । ଏହି ଦିନ ଠାରୁ ଶ୍ରୀକ୍ଷେତ୍ରରେ ଜଗନ୍ନାଥ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା ଆରମ୍ଭ ହେବ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏହି ଦିନ କରାଯାଉଥିବା ଜପ, ତପ, ସ୍ନାନ, ଦାନ, ହୋମ ଆଦି ଅକ୍ଷୟ ରହିଥାଏ । ତେଣୁ ଏହାକୁ ଅକ୍ଷୟ ତୃତୀୟା କୁହାଯାଏ । ଜ୍ୟୋତିର୍ବିଦମାନେ ଏହାକୁ ଅଜ୍ଞାତ ମୂହୁର୍ତ୍ତ ମଧ୍ୟ ସଜ୍ଞା ଦେଇଥିଲେ । ଏହି ଦିନ ଭଗବାନ ପର୍ଶୁରାମଙ୍କର ଜନ୍ମ ହୋଇଥିଲା । ଭଗବାନ ନର ନାରାୟଣ ମଧ୍ୟ ଏହି ଦିନ ଅବତାର ନେଇଥିଲେ ।

ପିତୃପୁରୁଷଙ୍କ ତୃପ୍ତି ପର୍ବ-

ଏହି ଦିନ ଶ୍ରୀ ବଦ୍ରିନାରାୟଣଙ୍କର ବାଟ ଖୋଲାଯାଏ । ଅକ୍ଷୟ ତୃତୀୟା ଦିନ ରାଶି ସହିତ କୁଶ ଦ୍ଵାରା ଜଳ ପୂର୍ବପୁରୁଷମାନଙ୍କୁ ଦାନ କଲେ ସେମାନେ ତୃପ୍ତି ହୋଇଥାନ୍ତି ।  ଏହି ଦିନଠାରୁ ଗୌରୀ ବ୍ରତ ଆରମ୍ଭ ହୁଏ । ଏହି ବ୍ରତ ପାଳନ କଲେ ଅଖଣ୍ଡ ସୌଭାଗ୍ୟ ଓ ସମୃଦ୍ଧି ମିଳିଥାଏ । ଅକ୍ଷୟ ତୃତୀୟାରେ ଗଙ୍ଗା ସ୍ନାନ କରିବା ମଧ୍ୟ ବିଶେଷ ମହତ୍ଵ ରହିଛି । ଏହି ଦିନ ଗଙ୍ଗା ସ୍ନାନ କରିବା ବା ଘରେ ପାଣିରେ ଗଙ୍ଗାପାଣି ମିଶାଇ ସ୍ନାନ କରିଲେ ସବୁ ପାପ ଶେଷ ହୋଇଯାଏ ।

ଘରେ ଗଙ୍ଗାଜଳ ମିଶାଇ ସ୍ନାନ କରିବା ସହିତ ଦାନ କରିବାର ସଂକଳ୍ପ କରନ୍ତୁ-

ବର୍ତ୍ତମାନ ସମୟରେ ମହାମାରୀ କାରୋନା ସଂକ୍ରମଣ ହେତୁ ଶ୍ରଦ୍ଧାଳୁମାନେ ଗଙ୍ଗା ସ୍ନାନ କରିବାକୁ ଯାଇପାରିବେ ନାହିଁ । ତେଣୁ ଘରେ ଗଙ୍ଗାଜଳ ମିଶାଇ ସ୍ନାନ କରିଲେ ମଧ୍ୟ ପୂଣ୍ୟ ପ୍ରାପ୍ତି ହେବ । ସେହିପରି ଦାନ କରିବାକୁ ଧର୍ମସ୍ଥଳକୁ ଯାଇପାରୁ ନଥିବାରୁ ଯାହା ଦାନ କରିବାକୁ ଚାହୁଁଛନ୍ତି ତାର ସଂକଳ୍ପ କରନ୍ତୁ ଓ ସମୟ ସୁବିଧା ଦେଖି ଧର୍ମ ସ୍ଥାନରେ ଦାନ କରିବେ ।

ଦାନ ମାଧ୍ୟମରେ ଅକ୍ଷୟ ପୂଣ୍ୟ ମିଳିଥାଏ-

ଅକ୍ଷୟ ତୃତୀୟା ଦିନ ଘଡି, କଳସ, ପଙ୍ଖା, ଛତା, ଚାଉଳ, ଡାଲି, ଘିଅ, ଚିନି, ଫଳ, ବସ୍ତ୍ର, ଛତୁଆ, କାକୁଡି, ତରଭୁଜ ଆଦି ଦକ୍ଷିଣା ସହିତ ଧର୍ମସ୍ଥାନ ବା ବ୍ରାହ୍ମଣଙ୍କୁ ଦାନ କରିଲେ ଅକ୍ଷୟ ପୂଣ୍ୟ ଫଳ ମିଳିଥାଏ । ନୂତନ ଗୃହ ନିର୍ମାଣ, ଗୃହ ପ୍ରବେଶ, ଦେବ ପ୍ରତିଷ୍ଠା ଆଦି ଶୁଭ କାମ ପାଇଁ ଅକ୍ଷୟ ତୃତୀୟା ଦିନ ଆଜ୍ଞତ ମୂହୁର୍ତ୍ତ ହେତୁ ବିଶେଷ ଗୁରୁତ୍ଵ ବୋଲି କୁହାଯାଏ ।

ଏହିଭଳି ଅନେକ ଜ୍ଯୋତିଷ ସମ୍ବନ୍ଧିତ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!