ଶୁକ୍ର ଚଳିଲେ ବୃଷ ରାଶିକୁ, ଆଜିଠାରୁ ବଦଳିଯିବ ଏହି 4ଟି ରାଶିର ଭାଗ୍ୟ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା ମଇମାସ ୪ତାରିଖରେ ଶୁକ୍ରଗ୍ରହ ମେଷ ରାଶିରୁ ନିଜ ରାଶି ବୃଷ ରାଶିରେ ପ୍ରବେଶ କରିବେ। ମଇମାସ ୨୮ତାରିଖ ପର୍ଯ୍ୟନ୍ତ ରହିବେ। ଏହାପରେ ଶୁକ୍ର ମିଥୁନ ରାଶିରେ ପ୍ରବେଶ କରିବେ। ଶୁକ୍ରଗ୍ରହଙ୍କର ରାଶି ପରିବର୍ତ୍ତନ ହେତୁ ସବୁ ରାଶି ଉପରେ ଶୁଭ ଅଶୁଭ ପ୍ରଭାବ ପଡିବ। ତେବେ ଆସନ୍ତୁ ଜାଣିବା ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ କଲେ ସବୁ ରାଶିର ପ୍ରଭାବ କଣ ପଡିବ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଭୂଗୁସୁତ ଜନମରାଶିରେ ଶତୃନାଶ। ଦ୍ଵିତୀୟରେ ଅର୍ଥଲାଭ ହୁଅଇ ଅବଶ୍ୟ।

ତୃତୀୟରେ ସବୁମତେ ମଙ୍ଗଳ ଅଟଇ। ଚତୁର୍ଥରେ ଧନପ୍ରାପ୍ତି ନିଶ୍ଚୟ ହୁଅଇ।

ପଞ୍ଚମରେ ପୁତ୍ରଲାଭ ଷଷ୍ଠରେ ଶତୃବୃଦ୍ଧି। ସପ୍ତମେ ଶୋକ ସନ୍ତାପ ପ୍ରାପ୍ତି ଅଟେ ବିଧି।

ଅଷ୍ଟମରେ ଅର୍ଥଲାଭ ଭାଗ୍ୟୋ ବସ୍ତ୍ର ପ୍ରାପ୍ତି। ଦଶମରେ ଅମଙ୍ଗଳ ଲାଭେ ଅର୍ଥଦ୍ୟନ୍ତି।

ଦ୍ଵାଦଶରେ ବହୁରୂପେ ଧନାଗମ ହୁଏ। ଗୋଚରରେ ଭୃଗୁସୁତ ଏହୁ ଫଳ ଦିଏ।

ମେଷ ରାଶି-

୧- ମେଷ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଶୁକ୍ରଙ୍କର ରାଶି ପରିବର୍ତ୍ତନ ଶୁଭ ହେବ।

୨- ଧନ ଲାଭ ହେବାର ସମ୍ଭାବନା ରହିଛି।

୩- ଆର୍ଥିକ ପକ୍ଷ ମଜବୁତ୍ ରହିବ।

୪- ପାରିବାରିକ ଜୀବନରେ ଆନନ୍ଦ ଅନୁଭବ କରିବେ।

୫- ସ୍ୱାସ୍ଥ୍ୟର ଧ୍ୟାନ ରଖିବା ଆବଶ୍ୟକ ଅଟେ।

୬- କାହାକୁ ନିନ୍ଦା କରିବା ଅର୍ଥ ନିଜ ଭାଗ୍ୟକୁ କଷ୍ଟ ଦେବା।

୭। ଶ୍ବଶୁର ଘରର ଲୋକମାନଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ।

୮- ଘରକୁ ସଫା ସୁତୁରା ରଖନ୍ତୁ ମାତା ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ।

ବୃଷ ରାଶି-

୧- ବୃଷ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ସମୟ ବରଦାନ ଠାରୁ କମ୍ ନୁହେଁ।

୨- ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିବ।

୩- ସବୁ କାର୍ଯ୍ୟରେ ସଫଳତା ମିଳିବାର ଯୋଗ ସୃଷ୍ଟି ହେଉଛି।

୪- ଘରର ଖରାପ ପ୍ରଭାବକୁ ଦୂରକରନ୍ତୁ।

୫- ମାଂସ, ମଦ୍ୟପାନ ଓ ବ୍ୟଭିଚାରରୁ ଦୂରେଇ ରୁହନ୍ତୁ।

୬- ମାଆ, ବାପା, ଗୁରୁଙ୍କୁ କେବେବି ଅପମାନ କରନ୍ତୁ ନାହିଁ।

୭- ଘରକୁ ସଫା ସୁତୁରା ରଖିବା ସହ ମହୁ, ଘିଅ, ରୂପାଚେନ୍ କିମ୍ବା ଗୁଡ ଉପଯୋଗ କରନ୍ତୁ।

ମିଥୁନ ରାଶି-

୧- ମିଥୁନ ରାଶିର ବ୍ୟକ୍ତି ମାନଙ୍କ ପାଇଁ ସ୍ୱାସ୍ଥ୍ୟର ଧ୍ୟାନ ରଖିବା ଆବଶ୍ୟକ ଅଟେ।

୨- ପରିବାର ସଦସ୍ୟଙ୍କ ସହିତ ଭଲ ବ୍ୟବହାର ରଖନ୍ତୁ, ନଚେତ୍ ସମ୍ପର୍କ ବିଗିଡିଯାଇପାରେ।

୩- ଅଧିକ ଧନ ଖର୍ଚ୍ଚ କରିବା ଠାରୁ ଦୂରେଇ ରୁହନ୍ତୁ।

୪- ଯେ କୌଣସି ପରିସ୍ଥିତରେ ମଧ୍ୟ ନାରୀମାନଙ୍କୁ ଅପମାନ କରନ୍ତୁ ନାହିଁ।

୫- ଦୁରାଚାରୀ ହେଲେ ବଦନାମ ହୋଇପାରନ୍ତି।

୬- ନିଜ ଖାଦ୍ୟରୁ କିଛି ଅଂଶ ଗାଈ, କୁକୁର ବା କାଉ ମାନଙ୍କୁ ଖାଇବାକୁ ଦିଅନ୍ତୁ।

୭- ମାଂସ, ମଦ୍ୟପାନ ଓ ମିଛ କହିବା ଠାରୁ ଦୂରେଇ ରୁହନ୍ତୁ।

୮- ଶୁକ୍ରବାର ଦିନ ଖଟା ଖାଆନ୍ତୁ ନାହିଁ। ଘରକୁ ସଫା ସୁତୁରା ରଖିବା ସହ ନିଜ ଶରୀରକୁ ସଫା ସୁତୁରା ରଖି ସଫା ବସ୍ତ୍ର ପିନ୍ଧନ୍ତୁ।

କର୍କଟ ରାଶି-

୧- କର୍କଟ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଶୁଭ ଫଳ ପ୍ରାପ୍ତି ହେବ।

୨- ଧନ ଲାଭ ହେବାର ସମ୍ଭାବନା ରହିଛି।

୩- ପରିବାର ସଦସ୍ୟଙ୍କ ସହଯୋଗ ମିଳିବ।

୪- ଶିକ୍ଷା କ୍ଷେତ୍ରରେ ଜଡିତ ଥିବା ବ୍ୟକ୍ତିମାନଙ୍କ ପାଇଁ ଏହି ସମୟ ବରଦାନ ଠାରୁ କମ୍ ନୁହେଁ।

୫- ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି, କିନ୍ତୁ ନିର୍ନାୟ ନେବାରେ ବିଳମ୍ବ କରନ୍ତୁ ନାହିଁ।

୬- ବିବାହ ଯୋଗ ସୃଷ୍ଟି ହେଉଛି।

୭- ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ ପାଇଁ ଘରର ଛାତକୁ ସଫା ସୁତୁରା ରଖନ୍ତୁ।

୮- ଅନ୍ୟର ମନ୍ଦପଣକୁ କୁହନ୍ତୁ ନାହିଁ ଓ ଭଉଣୀ, ପିଉସୀଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ।

ସିଂହ ରାଶି-

୧- ଚାକିରୀ ବା ବ୍ୟବସାୟରେ ଲାଭ ହେବାର ଯୋଗ ସୃଷ୍ଟି ହେଉଛି।

୨- ଜମି ଓ ସମ୍ପତ୍ତି ମାମଲା ସମସ୍ୟା ଦୂର ହେବ।

୩- ଘର ବା ଯାନବାହାନ କ୍ରୟ କରିପାରିବେ।

୪- ବ୍ୟବସାୟୀ ମାନଙ୍କ ପାଇଁ ସମୟ ବହୁତ ଭଲ ରହିବ।

୫- ନିଜ ଚରିତ୍ରକୁ ଉତ୍ତମ ରଖନ୍ତୁ।

୬- ନିଶା ଦ୍ରବ୍ୟ, ମଦ ସେବନ କରନ୍ତୁ ନାହିଁ ଓ ମିଛ କଥା କୁହନ୍ତୁ ନାହିଁ।

୭- ଶୁକ୍ରବାର ବ୍ରତ ପାଳନ କରନ୍ତୁ ଓ ଶୁକ୍ରବାର ଖଟା ଖାଆନ୍ତୁ ନାହିଁ।

୮-ସାଧୁ ଆଚରଣ କଲେ ଶୁଭ ଫଳ ମିଳିବ। ପରିଷ୍କାର ପରିଛନ୍ନତାର ଯତ୍ନ ନିଅନ୍ତୁ।

କନ୍ୟା ରାଶି-

୧- ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ଭାଗ ନେଇପାରନ୍ତି।

୨- ଦାନ ପୂଣ୍ୟ କରିବା ପାଇଁ ସମୟ ପାଇବେ।

୩- କରିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ।

୪- ବିବାହ ଯୋଗ ସୃଷ୍ଟି ହେଉଛି।

୫- ପରିବାରରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ।

୬ – କୁସଙ୍ଗତଙ୍କ ଠାରୁ ଦୂରେଇ ରହିବା ଉଚିତ୍।

୭- ନିସାଯୁକ୍ତ ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ। ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ମନ୍ଦିରରେ ପଦ୍ମ ଫୁଲ ଅର୍ପଣ କରନ୍ତୁ।

୮- ଯେ କୌଣସି କାର୍ଯ୍ୟ ଅଧାରୁ ଛାଡନ୍ତୁ ନାହିଁ। ପରିଷ୍କାର ସଫା ସୁତୁରା ପ୍ରତି ଧ୍ୟାନ ଦିଅନ୍ତୁ।

ତୁଳା ରାଶି-

୧- ଏହି ରାଶିର ଜାତକକୁ ଶୁଭ ଅଶୁଭ ପରିଣାମ ମିଳିବ।

୨- ମାନ ସମ୍ମାନ, ପଦ ପ୍ରତିଷ୍ଠାରେ ବୃଦ୍ଧି ହୋଇପାରେ।

୩- ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖିବା ଆବଶ୍ୟକ ଅଟେ।

୪- କର୍ମ କ୍ଷେତ୍ରରେ ଅନ୍ୟମାନଙ୍କ ଉପରେ ଭରସା କରନ୍ତୁ ନାହିଁ।

୫- କୋର୍ଟ କଚେରୀ ମାମଲାକୁ ବାହାରେ ମେଣ୍ଟେଇ ଦିଅନ୍ତୁ।

୬- ଖର୍ଚ୍ଚରେ ବୃଦ୍ଧି ହୋଇପାରେ।

୭- ଅଜଣା ଲୋକଙ୍କ ସହିତ ସମ୍ବନ୍ଧ ରଖନ୍ତୁ ନାହିଁ।

୮- କାହାରୀକୁ କୌଣସି ପରିସ୍ଥିତିରେ ଅପମାନ କରନ୍ତୁ ନାହିଁ। ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ।

ବିଛା ରାଶି-

୧- ବିଛା ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ସମୟ ବରଦାନ ଠାରୁ କମ୍ ନୁହେଁ।

୨- ବ୍ୟବସାୟରେ ଲାଭ ହେବ।

୩- ଦାମ୍ପତ୍ୟ ଜୀବନରେ ପ୍ରେମ ବଢିବ।

୪- ଶିକ୍ଷା କ୍ଷେତ୍ରରେ ଜଡିତ ଥିବା ବ୍ୟକ୍ତିମାନଙ୍କ ପାଇଁ ଏହି ସମୟ ଭଲ ରହିବ।

୫- ପରିବାର ସଦସ୍ୟଙ୍କ ସହଯୋଗ ମିଳିବ।

୬ – ଯେ କୌଣସି ବସ୍ତୁ ଦାନ ରୂପରେ ଗ୍ରହଣ କରନ୍ତୁ ନାହିଁ।

୭- ଅନ୍ୟ ମାନଙ୍କ ପାଇଁ ମାନିଜମିନି ହୁଅନ୍ତୁ ନାହିଁ କି ଶପଥ କରନ୍ତୁ ନାହିଁ।

୮- ମାଆ, ଭାଇ ଓ ଭଉଣୀଙ୍କ ଆଶୀର୍ବାଦ ନିଅନ୍ତୁ ଓ ଜୀବନସାଥିଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ।

ଧନୁ ରାଶି-

୧- ଧନୁ ରାଶିର ବ୍ୟକ୍ତି ମାନଙ୍କ ପାଇଁ ସାବଧାନ ରହିବା ଆବଶ୍ୟକ ଅଟେ।

୨- ଏହି ସମୟରେ ଉତ୍ଥାନ ପତ୍ତନ ଲାଗିରହିବ।

୩- ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖିବା ଆବଶ୍ୟକ ଅଟେ।

୪- ଦେବା ନେବା ମାମଲାରେ ସାବଧାନ ରହିବା ଉଚିତ୍।

୫- ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ।

୬- ନିଜର ସ୍ଵଭାବକୁ ଉତ୍ତମ ରଖନ୍ତୁ ଓ ନିଶାଯୁକ୍ତ ଦ୍ରବ୍ୟ ସେବନ କରନ୍ତୁ ନାହିଁ।

୭- ଶୁକ୍ରବାର ଦିନ ବ୍ରତ ପାଳନ କରନ୍ତୁ ଓ ଖଟା ଖାଆନ୍ତୁ ନାହିଁ।

ମକର ରାଶି-

୧- ମକର ରାଶିର ବ୍ୟକ୍ତି ମାନଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ଜଡିତ ଥିବା ବ୍ୟକ୍ତିମାନଙ୍କ ପାଇଁ ଏହି ସମୟ ବରଦାନ ଠାରୁ କମ୍ ନୁହେଁ।

୨- ଦାମ୍ପତ୍ୟ ଜୀବନରେ ପ୍ରେମ ବଢିବ।

୩- ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ଭାଗ ନେଇପାରନ୍ତି।

୪- ପରିବାର ସଦସ୍ୟଙ୍କ ସହଯୋଗ ମିଳିବ।

୫- ପାରିବାରିକ ଜୀବନ ମଧୁରମୟ ହେବ।

୬ – ମଦ ଓ ଆମିଷ ଦ୍ରବ୍ୟ ଭୋଜନ କରନ୍ତୁ ନାହିଁ।

୭- ଟଙ୍କା ସୁଧ ଲଗେଇବା କାର୍ଯ୍ୟ କରନ୍ତୁ ନାହିଁ।

୮- ଘରର ମୁଖ୍ୟ ଦ୍ଵାରରେ ରୂପା ଖଣ୍ଡେ ଓ ମହୁ ପୋତି ଦିଅନ୍ତୁ।

କୁମ୍ଭ ରାଶି-

୧- କୁମ୍ଭ ରାଶିର ବ୍ୟକ୍ତି ମାନଙ୍କ ପାଇଁ ମାନ ସମ୍ମାନ, ପଦ ପ୍ରତିଷ୍ଠା ବୃଦ୍ଧି ହେବ।

୨- ଘର ବା ଯାନବାହାନ କ୍ରୟ କରିପାରିବେ।

୩- ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖିବା ଆବଶ୍ୟକ ଅଟେ।

୪- ସରକାରୀ ଚାକିରୀ ପାଇବାର ଯୋଗ ସୃଷ୍ଟି ହେଉଛି।

୫- ମିତ୍ର ତଥା ପରିବାର ସଦସ୍ୟଙ୍କ ଠାରୁ ସୁଖ ସମାଚାର ମଧ୍ୟ ପ୍ରାପ୍ତ ହେବ।

୬ -ମିଛ କହିବା ଓ ମିଛ ସାକ୍ଷୀ ଦେବାରୁ ଦୂରେଇ ରୁହନ୍ତୁ।

୭- ଶ୍ଵଶୁର ଘର ସହିତ ଝଗଡା କରନ୍ତୁ ନାହିଁ।

୮- ନିଜ ମଥାରେ କେଶରର ତିଳକ ଲଗାନ୍ତୁ।

ମୀନ ରାଶି-

୧- ମାନସମ୍ମାନରେ ବୃଦ୍ଧି ହେବ। ପୂର୍ବରୁ ଅଟକିଥିବା କାର୍ଯ୍ୟକୁ ଶୀଘ୍ର ପୂରଣ କରିପାରିବେ।

୨- ଦାମ୍ପତ୍ୟ ଜୀବନର ଅଶାନ୍ତି ଦୂର  ହୋଇ ପାରିବାରିକ ଜୀବନ ମଧୁରମୟ ହେବ।

୩- କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ ଓ ସେଥିରେ ଲାଭ ମଧ୍ୟ ହେବ ।

୪- ପ୍ରତି ଶୁକ୍ରବାର ଦିନ ବିଷ୍ଣୁ ଲକ୍ଷ୍ମୀଙ୍କ ମନ୍ଦିରକୁ ଯାଆନ୍ତୁ।

୫- ଶୁକ୍ରବାର ବ୍ରତ ପାଳନ କରନ୍ତୁ ଓ ଖଟା ଖାଆନ୍ତୁ ନାହିଁ।

୬- ଜୀବନସାଥିଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ।

୭- ମିଛ କୁହନ୍ତୁ ନାହିଁ କି ଟଙ୍କା ସୁଧ ଲଗେଇବା କାର୍ଯ୍ୟ କରନ୍ତୁ ନାହିଁ।

ଆଗକୁ ମଧ୍ୟ ଏହିଭଳି ଜ୍ଯୋତିଷ ସମ୍ବନ୍ଧୀୟ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ?


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!