୨୦୨୧ ମସିହା, ଅଗଷ୍ଟ ମାସ ୩୧ ତାରିଖ, ମଙ୍ଗଳବାର, ସିଂହ ମାସ ୧୫ ଦିନ, ଭାଦ୍ରବ ମାସ, କୃଷ୍ଣପକ୍ଷ, ନବମୀ ତିଥି, ରୋହିଣୀ ନକ୍ଷତ୍ର, ସକାଳ ୯ଟା ୪୩ମିନିଟ୍ ଗତେ ମୃଗଶିରା ନକ୍ଷତ୍ର, ବୃଷ ରାଶିରେ ଚନ୍ଦ୍ର । ହର୍ଷଣ ଯୋଗ ସକାଳ ୮ଟା ୪୭ମିନିଟ୍ ଗତେ ବଜ୍ର ଯୋଗ, ତୈତିଳ କରଣ ଦିବା ୩ଟା ୧୪ମିନିଟ୍ ଗତେ ଗର କରଣ । ମକର ରାଶିର ଘାତବାର । ବିଛା ରାଶିର ଘାତଚନ୍ଦ୍ର । ଲାଉ ନ ଖାଇଲେ ଭଲ । ଯୋଗିନୀ- ପୂର୍ବେ ରାତ୍ରି ୪ଟା ୨୩ମିନିଟ୍ ପରେ ଉତ୍ତରେ ଯାତ୍ରା ନିଷେଧ ।
ଶ୍ରାଦ୍ଧ ତର୍ପଣ- ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୧ଟା ୧୯ମିନିଟ୍ ରୁ ଦିବା ୨ଟା ୫୨ମିନିଟ୍ । ସକାଳ ୭ଟା ୭ମିନିଟ୍ ରୁ ୮ଟା ୪୦ମିନିଟ୍ । ସନ୍ଧ୍ୟା ୭ଟା ୨୬ମିନିଟ୍ ରୁ ରାତ୍ରି ୮ଟା ୫୩ମିନିଟ୍ । ଶୁଭସମୟ-ସକାଳ ୮ଟା ୪୧ମିନିଟ୍ ରୁ ୧୦ଟା ୩୧ମିନିଟ୍, ଦିବା ୧ଟା ୨ମିନିଟ୍ ରୁ ୧ଟା ୧୮ମିନିଟ୍, ଦିବା ୪ଟା ୨୭ମିନିଟ୍ ରୁ ୫ଟା ୮ମିନିଟ୍, ସନ୍ଧ୍ୟା ୬ଟା ରୁ ୬ଟା ୪୪ମିନିଟ୍, ରାତ୍ର ୯ଟା ୫ମିନିଟ୍ ରୁ ୧୧ଟା ୨୨ମିନିଟ୍, ରାତ୍ର ୧ଟା ୪୩ମିନିଟ୍ ରୁ ରାତ୍ର ୩ଟା ୧୪ମିନିଟ୍ । ପର୍ବଦିନ- ସର୍ବସମ୍ମତ ନନ୍ଦୋତ୍ସବ ।
ମେଷ:-ସମସ୍ତ ପ୍ରକାର ବ୍ୟବସାୟରେ ଉନ୍ନତି ଓ ଲାଭବାନ୍ ହୋଇ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ଶତୃ ବୃଦ୍ଧି ହେଲେ ମଧ୍ୟ ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ । ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ । ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।
ବୃଷ:-ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ । ଶରୀର ସୁସ୍ଥ ରହିବା ସହ ଦାମ୍ପତ୍ୟ ସୁଖରେ ଆନନ୍ଦିତ ହେବେ । ଅତ୍ୟଧିକ କଠିନ ପରିଶ୍ରମ କରିବା ଫଳରେ ବ୍ୟବସାୟରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ । ସରକାରୀ କର୍ମଚାରୀମାନେ ଗୁପ୍ତଶତୃଙ୍କ ଚକ୍ରାନ୍ତରେ ପଡ଼ିଲେ ମଧ୍ୟ ନିଜର ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।
ମିଥୁନ:-ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ । ପରୀକ୍ଷା ଓ ପ୍ରତିଯୋଗିତାରେ ସଫଳ ହେବେ । ବ୍ୟବସାୟୀଙ୍କର କଠିନ ପରିଶ୍ରମ କରିବା ଫଳରେ କାରବାରର ବୃଦ୍ଧି ହେବା ସହ ଗ୍ରାହକ ମାନଙ୍କ ସମ୍ପର୍କରେ ଉନ୍ନତି ହେବ । କର୍ମଚାରିମାନେ ନାନାପ୍ରକାର ସଙ୍ଘର୍ଷ ମଧ୍ୟରେ ବାଟ ଚାଲିବେ । ମାଲିମୋକଦ୍ଦମାରେ ସମସ୍ୟା ସମାଧାନ ହୋଇ ମାନସମ୍ମାନ, ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ଅଧିକ ପରିଶ୍ରମ କରିବା ଫଳରେ ସ୍ୱାସ୍ଥ୍ୟରେ ମନ୍ଦ ପ୍ରଭାବ ପଡିବ । ପ୍ରତିକାର:- କଦଳୀଗଛ ମୂଳରେ ଗୁଡ଼ଟିକେ ଥୋଇ ଦିଅନ୍ତୁ ।
କର୍କଟ:-ସାମାଜିକ କାର୍ଯ୍ୟରେ ରୁଚି ବଢିବ । ଧନ ପାଇଁ କରୁଥିବା କାର୍ଯ୍ୟରେ ସଫଳତା ମିଳିବ । ଦୂରଯାତ୍ରାର ସୁଯୋଗ ପାଇ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କାର୍ଯ୍ୟାଳୟ ଏବଂ ଘରେ ଦ୍ୱାୟିତ୍ୱ ବଢିଯିବ । କର୍ମଚାରୀ ଓ ଶ୍ରମିକମାନେ ଅଳ୍ପ ପରିଶ୍ରମ କରି ବେଶୀ ଉପକୃତ ହେବେ । ଜମିବାଡ଼ି ସଂକ୍ରାନ୍ତୀୟ, ମାଲିମୋକଦ୍ଦମାରେ ଭୟ ଆଶଙ୍କା ଦୂରେଇ ଯିବା ଫଳରେ ସମ୍ମାନର ସହିତ ଦିନ ବିତାଇବେ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା, ପ୍ରତିପତ୍ତି ବୃଦ୍ଧି ପାଇବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।
ସିଂହ:-ଶତ୍ରୁହାନୀ, ମିତ୍ରଲାଭ, ମନରେ ଉତ୍ସାହ, ସହଯୋଗ ପ୍ରାପ୍ତି, ଉଚ୍ଚସମ୍ମାନ ଲାଭ, ଋଣପ୍ରାପ୍ତି ଓ କର୍ମତତ୍ପରତା ଦେଖାଦେବ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ସାଂଗଠନିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ । କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ ଓ ଆକସ୍ମିକ ଧନ ପ୍ରାପ୍ତି ହେବ । ପାରିବାରିକ ସ୍ନେହ ସହାନୁଭୂତି ପ୍ରାପ୍ତି ହେବ । ଶତ୍ରୁମାନେ ମଥାନତ କରିବେ । ପ୍ରତିକାର- ଆମିଷ ସେବନ କରନ୍ତୁ ନାହିଁ ।
କନ୍ୟା:-ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । କାର୍ଯ୍ୟ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧିହୋଇ ସଫଳତା ପାଇବେ । ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ରାଜନୀତି କ୍ଷେତ୍ରରେ ଧାର୍ମିକ କ୍ରିୟାକଳାପ ପ୍ରତି ଆକୃଷ୍ଟ ହେବେ । ଏକ ସମୟରେ ଅନେକ ଗୁଡ଼ିଏ କାର୍ଯ୍ୟବ୍ୟସ୍ତତା ଭିତରେ ରହି ହଇରାଣ ହରକତ ହେବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।
ତୁଳା:-ବ୍ୟବସାୟରେ ସଫଳତା ଅର୍ଜନ ତଥା କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ଧନ ସମ୍ବନ୍ଧୀୟ ମାମଲାରେ ଶତ୍ରୁର ଶରଣାପନ୍ନ ହେବାକୁ ପଡିବ । ରାଜନୀତି କ୍ଷେତ୍ରରେ କୂଟନୀତିର ପ୍ଲାନ୍ ଚଳାଇ ସ୍ଥାନସ୍ଥିତି ଅଟଳ ରଖି ପାରିବେ । ଖାଇବା ପିଇବା ପ୍ରତି ସତର୍କ ନହେଲେ ଶାରୀରିକ ପୀଡା ଭୋଗକରିବେ । ବାଦବିବାଦ, ମାଲିମକଦ୍ଦମା ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।
ବିଚ୍ଛା:-ବ୍ୟବସାୟୀ ମାନଙ୍କ ପାଇଁ ଲାଭ ଦାୟକ ହେବ । ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ । ରାଜନୀତିରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ବିଦ୍ୟାକ୍ଷେତ୍ରରେ ମନସନ୍ତୋଷ ହେବ ଓ ପ୍ରଶଂସିତ ହେବେ । ଆର୍ଥିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ କୌଣସି ଜରୁରୀ କାର୍ଯ୍ୟକୁ ମନୋଯୋଗ ଦେଇ ପୂର୍ଣ୍ଣକରିବେ । ପାରିବାରିକ ଜୀବନ ସୁଖମୟ ହେବ । ଧନସମ୍ପତ୍ତି ଏବଂ ଆତ୍ମୀୟ ଶତ୍ରୁତା ସହ ବ୍ୟତିବ୍ୟସ୍ତ ରହିବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।
ଧନୁ:-ସୁଖ ସମୃଦ୍ଧି ବୃଦ୍ଧିହେବା ସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ଶରୀର ସୁସ୍ଥରହିବା ସହ ସମସ୍ତ କାର୍ଯ୍ୟ ସିଦ୍ଧି ହେବ । ଛାତ୍ରଛାତ୍ରୀ ମାନଙ୍କର ଶ୍ରମ ସାର୍ଥକ ହେବା ସହ ସୁସଂବାଦ ଶ୍ରବଣରେ ଆନନ୍ଦିତ ହେବେ । ନୂତନ କାର୍ଯ୍ୟାରମ୍ଭ, ଉଚ୍ଚପ୍ରଶଂସା ଲାଭ, ମାଲିମକଦ୍ଦମାରେ ଜୟ, ଦମ୍ଭ,ସାହାସବୃଦ୍ଧି, କ୍ଷମାଗୁଣରେ ଯଶପ୍ରାପ୍ତି ହେବ । ଜମିବାଡ଼ି ସଂକ୍ରାନ୍ତୀୟ ସମସ୍ୟା ସମାଧାନ କରି ଚିତ୍ତ ପ୍ରସନ୍ନ ରହିବ । ଆତ୍ମୀୟ ଲୋକଙ୍କୁ ବିଶ୍ୱାସ ଭରସା କଲେ କାର୍ଯ୍ୟ ସିଦ୍ଧି ହେବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।
ମକର:-ଧାର୍ମିକ କାର୍ଯ୍ୟକ୍ଷେତ୍ରରେ ଅଂଶ ଗ୍ରହଣ କରି ଉଚିତ୍ ପରାମର୍ଶ ପାଇବା ଫଳରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ । ମିଷ୍ଠାନ୍ନ ଭୋଜନ ପ୍ରାପ୍ତି, ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ ସଫଳତା ପ୍ରାପ୍ତି ହେବ । ରାଜନୀତିରେ ପଦ ପଦବୀ ଲାଭ । ନିଜ ପରିଶ୍ରମ ଓ ବୁଦ୍ଧି ବଳରେ ଆୟର ସ୍ରୋତକୁ ବୃଦ୍ଧି କରିପାରିବେ । ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ ।
କୁମ୍ଭ:-ବନ୍ଧୁମିତ୍ର ମାନଙ୍କ ଗତିବିଧିକୁ ଲକ୍ଷକରି ଊତ୍ସାହିତ ହେବେ । ଭାଗୀଦାରି ବ୍ୟବସାୟରେ ଲାଭବାନ ହେବେ । ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂରହୋଇ ଉଚ୍ଚ ଆଶାରେ ଆଗେଇବେ । ଦୂରଯାତ୍ରାର ସୁଯୋଗ ପାଇ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ଆର୍ଥିକ କ୍ଷେତ୍ରରେ ଉନ୍ନତିହୋଇ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।
ମୀନ:-ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ବିଦେଶ ଯାତ୍ରାରେ ଲାଭବାନ୍ ହେବେ । ନକାରାତ୍ମକ ଭାବନା ଦୂରହୋଇ ସକାରାତ୍ମକ ଭାବନା ସୃଷ୍ଟିହେବ । ସୁଖ, ସମ୍ପତ୍ତି ଲାଭ ଓ ସକଳ କାର୍ଯ୍ୟରେ ସଫଳ ହେବା ସହ ଗୃହବାହାନ ପ୍ରାପ୍ତି ହେବ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ । ନୂତନପନ୍ଥା ଅନୁସରଣ କରିବା ଫଳରେ ସୁଖ ସମୃଦ୍ଧି ବୃଦ୍ଧିହେବା ସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ପ୍ରତିକାର- ମହୁଟିକେ ଖାଇ ଘରୁ ବାହାରନ୍ତୁ ।
Jyotirbid Dr. Pramod Satapathy
Jantra Jyotisha, Cuttack
For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674