ଦୈନିକ ରାଶିଫଳ: 24 ଅଗଷ୍ଟ 2021, ମା ମଙ୍ଗଳାଙ୍କ କୃପାରୁ ଆଜି ଏହି ରାଶିଙ୍କୁ ମିଳିବ ଆକସ୍ମିକ ଧନଲାଭ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଅଗଷ୍ଟ ମାସ ୨୪ ତାରିଖ, ମଙ୍ଗଳବାର, ସିଂହ ମାସ ୮ ଦିନ, ଭାଦ୍ରବ ମାସ, କୃଷ୍ଣପକ୍ଷ, ଦ୍ଵିତୀୟା ତିଥି, ପୂର୍ବଭାଦ୍ରପଦ ନକ୍ଷତ୍ର, କୁମ୍ଭ ରାଶିରେ ଚନ୍ଦ୍ର । ସୁକର୍ମା ଯୋଗ ସକାଳ ୬ଟା ୫୯ମିନିଟ୍ ଗତେ ଧୃତି ଯୋଗ, ଗର କରଣ ଦିବା ୪ଟା ୫ମିନିଟ୍ ଗତେ ବାଣିଜ୍ୟ କରଣ । ମକର ରାଶିର ଘାତବାର । ମିଥୁନ, ମୀନ ରାଶିର ଘାତଚନ୍ଦ୍ର ଦିବା ୧ଟା ୩୯ମିନିଟ୍ ଗତେ ଧନୁ ରାଶିର ଘାତଚନ୍ଦ୍ର । ବୋଇତିକଖାରୁ ନ ଖାଇଲେ ଭଲ, ଦିବା ୪ଟା ୫ମିନିଟ୍ ପରେ ପୋଟଳ ନ ଖାଇଲେ ଭଲ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯୋଗିନୀ- ଉତ୍ତରେ ଦିବା ୪ଟା ୫ମିନିଟ୍ ପରେ ଆଗ୍ନେୟ କୋଣେ ଯାତ୍ରା ନିଷେଧ । ଶ୍ରାଦ୍ଧ ତର୍ପଣ- ଦ୍ଵିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୧ଟା ୨୨ମିନିଟ୍ ରୁ ଦିବା ୨ଟା ୫୬ମିନିଟ୍ । ପ୍ରାତଃ ୭ଟା ୬ମିନିଟ୍ ରୁ ୮ଟା ୪୦ମିନିଟ୍ । ରାତ୍ରି ୭ଟା ୩୦ମିନିଟ୍ ରୁ ୮ଟା ୫୬ମିନିଟ୍ । ଶୁଭସମୟ-ସକାଳ ୮ଟା ୪୧ମିନିଟ୍ ରୁ ୧୦ଟା ୩୨ମିନିଟ୍, ଦିବା ୧ଟା ୫ମିନିଟ୍ ରୁ ୧ଟା ୨୧ମିନିଟ୍, ଦିବା ୪ଟା ୩୧ମିନିଟ୍ ରୁ ୫ଟା ୧୩ମିନିଟ୍, ସନ୍ଧ୍ୟା ୬ଟା ୫ମିନିଟ୍ ରୁ ୬ଟା ୪୯ମିନିଟ୍, ରାତ୍ର ୯ଟା ୯ମିନିଟ୍ ରୁ ୧୧ଟା ୨୫ମିନିଟ୍, ରାତ୍ର ୧ଟା ୪୪ମିନିଟ୍ ରୁ ରାତ୍ର ୩ଟା ୧୪ମିନିଟ୍ ।

ମେଷ:-ଜମି ଜମା ସଙ୍କ୍ରାନ୍ତିୟ ସମସ୍ୟାରେ ସଫଳତା ମିଳିବ । ବନ୍ଧୁ ଓ ସହକର୍ମୀ ମାନଙ୍କ ଦ୍ଵାରା ଲାଭବାନ ହେବେ । ବ୍ୟବସାୟ କ୍ଷେତ୍ରରେ ପୁରୁଣାପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରିବ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ । ବ୍ୟବସାୟିକ ସଫଳତା ମିଳିବ । ଦୂରଯାତ୍ରାର ସୁଯୋଗ ପାଇବେ । ବୃତ୍ତିଗତ ଦୃଷ୍ଟିରୁ ସମୟ ଅତ୍ୟନ୍ତ ଶୁଭ । ଆୟର ସ୍ରୋତ ବୃଦ୍ଧି ହେବ । ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ବୃଷ:-ଶିକ୍ଷା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ । କର୍ମକ୍ଷେତ୍ରରେ ଜବରଦସ୍ତି ଉନ୍ନତି ଓ ନ୍ୟାୟ ମିଳିବା ଫଳରେ ପଦୋନ୍ନତି ସହ ନୂତନ କର୍ମପ୍ରାପ୍ତି ହେବ । ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ରୋଜଗାର ସମସ୍ୟା ସୁଧୁରି ଯାଇ ସାମାଜିକ ଭାବମୂର୍ତ୍ତି-ସୁରକ୍ଷା ହେବ । ବ୍ୟବସାୟରେ ସାହାଯ୍ୟ ସହଯୋଗ ମିଳିବା ଫଳରେ ଆଶାତୀତ ଲାଭ ପାଇବେ । ପାରିବାରିକ କ୍ଷେତ୍ରରେ କିଛି ଅସୁବିଧା ଥିଲେ ସମାଧାନ କରିପାରିବେ । ପ୍ରତିକାର- ଧଳାବସ୍ତ୍ର ପରିଧାନ କରନ୍ତୁ । ନତୁବା ଧଳା ରୁମାଲ ଟିଏ ପାଖରେ ରଖନ୍ତୁ ।

ମିଥୁନ:-ଆତ୍ମବିଶ୍ଵାସ ବୃଦ୍ଧି ପାଇବ । ବ୍ୟବସାୟରେ ଉନ୍ନତି କରିବେ । ବନ୍ଧୁଙ୍କ ଆଗମନ ହେବ । ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ ଓ ପରୀକ୍ଷାରେ ଉଚ୍ଚ ଶ୍ରେଣୀ ମିଳିବ । କଳା, ସଙ୍ଗୀତ, ସାହିତ୍ୟ ପ୍ରତି ରୁଚି ବୃଦ୍ଧିହେବ । ପ୍ରତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ଯେତେ ଜଟିଳ ସମସ୍ୟା ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:-ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ସହ କଷ୍ଟ ଅନୁଭବ କରିବେ । ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ରାଜନୀତିରେ ସଫଳତା ମିଳିବା ସହ ବନ୍ଧୁମିତ୍ରଙ୍କ ସହ ହସଖୁସିର ବାତାବରଣ ସୃଷ୍ଟି ହେବ । ଆମୋଦ ପ୍ରମୋଦ, ମନୋରଞ୍ଜନ, ଛୋଟ ବଡ ମିଟିଙ୍ଗରେ ଯୋଗ ଦେବେ । କର୍ମକ୍ଷେତ୍ରଟି ସୁଦୃଢ ହେବା ଫଳରେ ମନ ଖୁସି ରହିବ । କେହି କୌଣସି କ୍ଷତି କରିପାରିବେ ନାହିଁ । ପଢିବା, ପଢେଇବାରେ ସଫଳତା ମିଳିବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ସିଂହ:- ଅନେକ କ୍ଷେତ୍ରରେ ପୂର୍ବ ଯୋଜନା ସଫଳ ହେବ । କର୍ମକ୍ଷେତ୍ରରେ କର୍ତ୍ତୁତ୍ଵ ଜାରି ରଖି ଶ୍ରମିକ ଓ କର୍ମଚାରୀଙ୍କୁ ପ୍ରଭାବିତ କରିବା ଫଳରେ, ପ୍ରଗତିର ବେଗ ତ୍ଵରାନ୍ୱିତ ହେବ । ନୂଆ ନିଯୁକ୍ତି ପାଇବାର ସମ୍ଭାବନା ଅଛି । ଉଚ୍ଚାଧିକାରୀ, ସହକର୍ମୀଙ୍କ ସହଯୋଗରେ ଯଶକୀର୍ତ୍ତୀ, ମାନସମ୍ମାନ, ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ହେବ । ଜମି ଜମା ସଙ୍କ୍ରାନ୍ତିୟ ପଟ୍ଟା, ଦସ୍ତାବେଜ ଏବଂ ଅନୁବନ୍ଧନ ଆଦିରେ ସଫଳତା ମିଳିବ । ଯାତ୍ରାଫଳରେ ଉତ୍ସାହିତ ହେବେ । ପ୍ରତିକାର- କମଳାରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

କନ୍ୟା:-ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ । ସକରାତ୍ମକ ଚିନ୍ତା ଆଗକୁ ବଢିବାରେ ସାହାଯ୍ୟ କରିବ । ପାରିବାରିକ କ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧି ହେବ । ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ । କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢେଇଦେବ । ଉଚ୍ଚଶିକ୍ଷା ପ୍ରଚେଷ୍ଟାରେ ସାଫଲ୍ୟ ପ୍ରାପ୍ତି ହେବ । କାର୍ଯ୍ୟକ୍ଷେତ୍ରରେ ମାନସିକ ଶାନ୍ତି ମିଳିବ । ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ ।

ତୁଳା:-ଉଚିତ୍ ପନ୍ଥା ଗ୍ରହଣ କରି ବ୍ୟବସାୟରେ ସଫଳତା ଅର୍ଜନ କରିବେ । ବାକ୍ୟ ସଂଯମତା ନରଖିଲେ କର୍ମଜୀବିମାନେ ଅସୁବିଧାର ସମ୍ମୁଖୀନ ହେବେ । ମାଲିମୋକଦ୍ଦମାର ଭୟ ରହିବ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ । ଅନେକ ସମସ୍ୟାର ସମାଧାନ ହୋଇ ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ । ଗୃହୋପକରଣ କ୍ରୟ କରିବେ । ବିଦ୍ୟାରେ ଉନ୍ନତି କରିବେ । ଶର୍ଦ୍ଦି ଓ ପିତ୍ତ ଦୋଷ ରୋଗ ସୃଷ୍ଟି ହେବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ବିଚ୍ଛା:- ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ପରିବାରର ମାମଲା ଘରୋଇ ସମସ୍ୟାର ସମାଧାନ ହେବ । ସନ୍ତାନର ଶିକ୍ଷା ପାଇଁ ଦୂର ଯାତ୍ରା କରିବାକୁ ପଡ଼ିବ । ପାଖରେ ଥିବା ସାଥୀ ଓ ପ୍ରିୟଜନଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ କରିବାକୁ ବାଧ୍ୟ ହେବେ । ସୁବିଧା ବାଦକୁ ଆପଣେଇ ନେଇ ମନବିକାର ଦୂରହେବ । ଛାତ୍ରଛାତ୍ରୀମାନଙ୍କର ଶିକ୍ଷକ ଓ ସହପାଠୀମାନଙ୍କ ମଧ୍ୟରେ ସମନ୍ଵୟ ରହି ବନ୍ଧୁତ୍ଵ ବୃଦ୍ଧି ପାଇବ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ଧନୁ:-ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ ଓ ଉଚ୍ଚ ସମ୍ମାନ ପାଇବେ । ସମସ୍ତ ବାଧାକୁ ଭ୍ରୂକ୍ଷେପ ନକରି ସଂଘର୍ଷ କରି ଆଗକୁ ବଢି ପାରିବେ । ନୂତନ ଯୋଜନା ପ୍ରସ୍ତୁତ କରି ବ୍ୟବସାୟରେ ଆୟ ଉପାର୍ଜ୍ଜନର ବୃଦ୍ଧି ହେବ । କର୍ମ କ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହଯୋଗରେ ଉନ୍ନତି ହେବ । ଦାମ୍ପତ୍ୟ ସୁଖରେ ପ୍ରସନ୍ନତା ଅନୁଭୂତି ହେବ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ପରିବାରରେ ମାନ ମନାନ୍ତର ଦୂର ହେବ । ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ମକର:-ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ଶାନ୍ତି ଅନୁଭବ କରିବେ । ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ । ବ୍ୟବସାୟରେ ବାଧା ଉପୁଜିବା ସହ ସଂଘର୍ଷ ମଧ୍ୟ ଦେଇ ଗତି କରିବେ । ଯେତେ ଜଟିଳ ସମସ୍ୟା ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା, ପ୍ରତିଯୋଗିତାରେ ସଫଳତା ମିଳିବ । ପୁରୁଣା ରୋଗ ବୃଦ୍ଧିକାରଣରୁ ସାଧାରଣ ଚଳଣିରେ ବ୍ୟାଘାତ ଘଟିବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କୁମ୍ଭ:- ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସହ ମାନସିକ ଶାନ୍ତି ପାଇବେ । ବ୍ୟବସାୟୀକ ସଫଳତା ଆତ୍ମସନ୍ତୋଷ ବଢେଇବ । ଖେଳ, କୁଦ ପ୍ରତିଯୋଗିତାରେ ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ । ଦାମ୍ପତ୍ୟ କଳହର ଅବସାନ ଘଟିବ । ମାନସିକ ଶାନ୍ତି ମିଳିବ । ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ ହେଲେ ଆଗେଇ ନବା ଉଚିତ୍ । ନୂତନ ଦ୍ରବ୍ୟ କ୍ରୟ କରିବେ । ଶତୃମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ମୀନ:-ସରକାରୀ କ୍ଷେତ୍ରରେ ସଫଳତା ମିଳିବ । ନିଜର ଇଛା ପୂରଣ ପାଇଁ କୌଣସି କର୍ମକରି ପ୍ରଶଂସା ପାଇବେ । କମିଶନ କାର୍ଯ୍ୟରେ ଲାଭ ହେବାର ସମ୍ଭାବନା ଅଛି । ପାରିବାରିକ ମାମଲା ବହୁତ ଶାନ୍ତି ପୂର୍ଣ୍ଣ ରହିବ । ଶତୃପକ୍ଷ ଦୁର୍ବଳ ହୋଇ ଗୋଡ ଟାଣିବାର ପ୍ରଚେଷ୍ଠା ଆରମ୍ଭ କରିପାରନ୍ତି । ସନ୍ତାନ ଯୋଗେ ଚିନ୍ତିତ ରହିବେ । ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ଲଢିପାରନ୍ତି । ଭାବନାର ବଶୀଭୂତ ହୋଇ ଜାମିନି, ମଧ୍ୟସ୍ଥତା ଠିକ୍ ହେବ ନାହିଁ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!