ଦୈନିକ ରାଶିଫଳ: 17 ଅଗଷ୍ଟ 2021, ମା’ ମଙ୍ଗଳାଙ୍କ କୃପାରୁ ଆଜି ଏହି ରାଶିଙ୍କୁ ମିଳିବ ଆକସ୍ମିକ ଧନଲାଭ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଅଗଷ୍ଟ ମାସ ୧୭ ତାରିଖ, ମଙ୍ଗଳବାର, ସିଂହ ମାସ ୧ ଦିନ, ଶ୍ରାବଣ ମାସ, ଶୁକ୍ଳପକ୍ଷ, ନବମୀ ତିଥି, ପ୍ରାତଃ ୫ଟା ୩୫ମିନିଟ୍ ଗତେ ଦଶମୀ ତିଥି କ୍ଷୟ, ଜ୍ୟେଷ୍ଠା ନକ୍ଷତ୍ର, ବିଛା ରାଶିରେ ଚନ୍ଦ୍ର । ବୈଧୃତି ଯୋଗ, କୌଳବ କରଣ ପ୍ରାତଃ ୫ଟା ୩୫ମିନିଟ୍ ଗତେ ତୈତିଳ କରଣ । ମକର ରାଶିର ଘାତବାର । ଲାଉ ନ ଖାଇଲେ ଭଲ, ସକାଳ ୫ଟା ୩୫ମିନିଟ୍ ପରେ କଳମଶାଗ ନ ଖାଇଲେ ଭଲ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯୋଗିନୀ- ପୂର୍ବେ ପ୍ରାତଃ ୫ଟା ୩୫ମିନିଟ୍ ପରେ ଉତ୍ତରେ ଯାତ୍ରା ନିଷେଧ । ଶ୍ରାଦ୍ଧ ତର୍ପଣ- ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୧ଟା ୨୫ମିନିଟ୍ ରୁ ୩ଟା । ପ୍ରାତଃ ୭ଟା ୫ମିନିଟ୍ ରୁ ୮ଟା ୪୦ମିନିଟ୍ । ରାତ୍ରି ୭ଟା ୩୫ମିନିଟ୍ ରୁ ୯ଟା । ଶୁଭସମୟ-ସକାଳ ୮ଟା ୪୧ମିନିଟ୍ ରୁ ୧୦ଟା ୩୩ମିନିଟ୍, ଦିବା ୧ଟା ୭ମିନିଟ୍ ରୁ ୧ଟା ୨୪ମିନିଟ୍, ଦିବା ୪ଟା ୩୬ମିନିଟ୍ ରୁ ୫ଟା ୧୮ମିନିଟ୍, ସନ୍ଧ୍ୟା ୬ଟା ୧୧ମିନିଟ୍ ରୁ ୬ଟା ୫୪ମିନିଟ୍, ରାତ୍ର ୯ଟା ୧୨ମିନିଟ୍ ରୁ ୧୧ଟା ୨୭ମିନିଟ୍, ରାତ୍ର ୧ଟା ୪୫ମିନିଟ୍ ରୁ ରାତ୍ର ୩ଟା ୧୪ମିନିଟ୍ । ପର୍ବଦିନ- ସିଂହ ସଂକ୍ରାନ୍ତି ।

ମେଷ:-କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବ । ଭାଗୀଦାରି ବ୍ୟବସାୟରେ ଲାଭବାନ ହେବେ କିନ୍ତୁ କାହାରିକୁ ବିଶ୍ୱାସ ଭରସା ନକରିବା ଉଚିତ୍‌ । ନିଜ ପରିଶ୍ରମ ଓ ବୁଦ୍ଧି ବଳରେ ଆୟର ସ୍ରୋତକୁ ବୃଦ୍ଧି କରିପାରିବେ । ଅନେକ ସମସ୍ୟା ଦୂର ହୋଇ ଉଚ୍ଚ ଆଶାରେ ଆଗେଇବେ । ପାରିବାରିକ, ଜମିବାଡ଼ି ସଂକ୍ରାନ୍ତୀୟ, ଧନସମ୍ପତ୍ତି ଏବଂ ଆତ୍ମୀୟ ଶତ୍ରୁତା ସହ ବ୍ୟତିବ୍ୟସ୍ତ ରହିବେ । ପୁରାତନରୋଗର ପ୍ରକୋପରେ ହଇରାଣ ହରକତ ହେବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:-ଶିକ୍ଷା କିମ୍ବା ସାଂଗଠନିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ । ଆର୍ଥିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ ଓ ମାନସିକ ସ୍ଥିରତା ଦେଖାଦେବ । କୌଣସି ଜରୁରୀ କାର୍ଯ୍ୟକୁ ମନୋଯୋଗ ଦେଇ ପୂର୍ଣ୍ଣକରିବେ । ପାରିବାରିକ ଜୀବନ ସୁଖମୟ ହେବ । ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ । ଧାର୍ମିକ କାର୍ଯ୍ୟକ୍ଷେତ୍ରରେ ଅଂଶ ଗ୍ରହଣ କରିବା ଫଳରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ପ୍ରତିକାର- ମିଶ୍ରିଟିକେ ଖାଇ ଘରୁ ବାହାରନ୍ତୁ ।

ମିଥୁନ:-ମିଷ୍ଠାନ୍ନ ଭୋଜନ, ଉଚ୍ଚ ଆଶା ପୂରଣ ହେବ । ବିଚାର ବିଭାଗ ରାୟ ସପକ୍ଷରେ ଯିବ । ବ୍ୟବସାୟରେ ସଫଳତା ଅର୍ଜନ ତଥା ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । ଦୂରଯାତ୍ରାର ସୁଯୋଗ ପାଇବେ । ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କଲେ ସୁଖ ସମୃଦ୍ଧି ବୃଦ୍ଧି ହେବ । ପ୍ରତିକାର- ସବୁଜ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ ।

କର୍କଟ:-ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । କର୍ମକ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ଉଚ୍ଚଆଶା ସଫଳ ହେବ । ବନ୍ଧୁ ମିତ୍ରଙ୍କ ସାହାଯ୍ୟରେ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ଆମଦାନୀ ରପ୍ତାନି ବ୍ୟବସାୟରେ ଲାଭଦାୟକ ହେବ । ପରିବାରରେ ମାନ ମନାନ୍ତର ଦୂର ହୋଇ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ସରକାରୀ ଚାପ ପଡିଲେ ମଧ୍ୟ ରାଜନୀତି କ୍ଷେତ୍ରରେ ଉନ୍ନତି ହେବା ସହ ସକଳ କାର୍ଯ୍ୟରେ ସଫଳହେବେ । ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ ।

ସିଂହ:-ସହକର୍ମିଙ୍କ ସହଯୋଗ ଫଳରେ ଆଶାତୀତ ଲାଭ ପାଇବେ । ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ ବିଜୟଲାଭ ହେବ । ବ୍ୟବସାୟରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଲାଭବାନ ହେବେ । ପାରିବାରିକ କ୍ଷେତ୍ରରେ ସୁଖ, ସମ୍ପତ୍ତି ଲାଭ ହେବା ଫଳରେ ଶାନ୍ତି ପାଇବେ । ରାଜନୀତି କ୍ଷେତ୍ରରେ ଅଯଥା ଦୌଡା ଝାପଟା କରିବାକୁ ପଡିବ । ଦୀର୍ଘଦିନ ଧରି ପଡିରହିଥିବା ଯୋଜନା ସାର୍ଥକହେବ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

କନ୍ୟା:-ଶତ୍ରୁନାଶ, ଧନପ୍ରାପ୍ତି, ମିତ୍ରଲାଭ, ଉଚ୍ଚ ସମ୍ମାନ ପାଇବେ । କାର୍ଯ୍ୟକ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ । ବିଦେଶ ଯାତ୍ରାରେ ଲାଭବାନ୍ ହେବେ । ଶିକ୍ଷା କ୍ଷେତ୍ରରେ ନକାରାତ୍ମକ ଦ୍ରବ୍ୟକୁ ତ୍ୟାଗକରି ସକାରାତ୍ମକ ଦ୍ରବ୍ୟକୁ ଗ୍ରହଣକରି ଆଗକୁ ବଢିବାର ପ୍ରୟାସ କରିବେ । ବ୍ୟବସାୟିକ କ୍ଷେତ୍ରରେ ସଫଳତା ପାଇବା ସହ ଆର୍ଥିକ କ୍ଷେତ୍ରରେ ଉନ୍ନତିି ହେବ ଓ ନୂତନ ଦ୍ରବ୍ୟ କ୍ରୟ କରି ପାରନ୍ତି । ଦେହମନ ଭଲ ରହିବ । ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ତୁଳା:-ଆତ୍ମବିଶ୍ୱାସ ବୃଦ୍ଧି ପାଇବା ଫଳରେ ପ୍ରତିଦ୍ୱନ୍ଦିତାରେ ସଫଳ, ବିଦ୍ୟାକ୍ଷେତ୍ରରେ ଶୁଭଯୋଗ, ରାଜନୀତିରେ ଉଚ୍ଚପ୍ରଶଂସିତ, ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚ ରହିବ । କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି ହେବା ସହ ଆର୍ଥିକ କ୍ଷେତ୍ରରେ ଅଚାନକ ପରିବର୍ତ୍ତନ ହେବ । ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟରେ ଟଙ୍କା ନିବେଶ କରିପାରନ୍ତି । ଲୋକମାନଙ୍କୁ ସାହାଯ୍ୟ କରିବା ଦ୍ୱାରା ନିଜ ମନର ବୋଝ ଦୂର ହେବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ବିଚ୍ଛା:- ବାଣିଜ୍ୟ କର୍ମରେ ଅସ୍ଥିରତା ଦୂର ହୋଇ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ବନ୍ଧୁ ମିତ୍ରଙ୍କର ସହଯୋଗ, ଜ୍ଞାନୀ ବ୍ୟକ୍ତିଙ୍କର ପ୍ରେରଣା ଓ ସରକାରୀ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ପଢ଼ାପଢ଼ିରେ ମାନସିକ ଶାନ୍ତିି ମିଳିବା ସହ ପୂର୍ଣ୍ଣ ସଫଳତା ପ୍ରାପ୍ତିହେବ । କର୍ମକ୍ଷେତ୍ରରେ ଦୂର ଯାତ୍ରାର ସୁଯୋଗ ପାଇ ପଦୋନ୍ନତି ଓ ନୂତନ ବନ୍ଧୁ ଲାଭ ହୋଇ ପାରିବ । ଦୃଢମନବଳ ଓ ଉତ୍ସାହର ସହିତ କାର୍ଯ୍ୟ କରିବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ଧନୁ:-ଧାର୍ମିକ କାର୍ଯ୍ୟରେ ମନ ଲଗାଇବେ । ସମାଜର ଗୁରୁତ୍ଵପୂର୍ଣ୍ଣ ଲୋକଙ୍କ ସହିତ ଆପଣଙ୍କର ସମ୍ପର୍କ ମଜବୁତ ହେବ । ଗୁରୁଜନଙ୍କ ମାର୍ଗଦର୍ଶନ ହେତୁ କର୍ମକ୍ଷେତ୍ରରେ ଲାଭ ମିଳିବ । ଅଚଳ ସମ୍ପତ୍ତି କିଣି ପାରିବେ । ସବୁ କ୍ଷେତ୍ରରେ ଶୁଭଫଳ ମିଳିବ । ବ୍ୟବସାୟରେ ଗ୍ରାହକ ମାନଙ୍କ ସହିତ ସମ୍ପର୍କ ଭଲ ରହିବ । ପ୍ରେମୀକ ପ୍ରେମିକାମାନଙ୍କ ବିବାହ କରିବା ପାଇଁ ପ୍ରସ୍ତାବ ଆସିବ । ନିଜକୁ ଦୁର୍ବଳ ଓ ଅସହାୟ ମନେ କରି ପାରନ୍ତି । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ମକର:-ଭାଗୀଦାରମାନଙ୍କ ସହିତ ଭୁଲ୍‌ ବୁଝାମଣା ସମାଧାନ ହୋଇଯିବ । ଜୀବନରେ ସକାରାତ୍ମକ ପରିବର୍ତ୍ତନ ହୋଇପାରେ । କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ । ସାଙ୍ଗମାନଙ୍କ ଠାରୁ ଉପହାର ପାଇବାର ସମ୍ଭାବନା ଅଛି । ପରିବାର ସହିତ ଯାତ୍ରା କରିବାକୁ ଯୋଜନା କରିବେ । ବିଦ୍ୟାର୍ଥୀମାନଙ୍କର ଉଚ୍ଚ ଶିକ୍ଷାରେ ବାଧା ଦୂର ହେବ । କର୍ମକ୍ଷେତ୍ରରେ ବିରୋଧ, ବୈଚାରିକ ମତଭେଦ, ବିବାଦର ସାମ୍ନା କରିବାକୁ ପଡିପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କୁମ୍ଭ:-ରୋଗୀମାନଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ । ମାର୍କେଟିଂ ସହିତ ଜଡିତ ଲୋକମାନେ ଭଲ ଆର୍ଥିକ ଲାଭ ପାଇବେ । ଆପଣଙ୍କ ମତାମତ ଅନ୍ୟମାନଙ୍କ ପାଇଁ ବହୁତ ସହାୟକ ହେବ । ବ୍ୟବସାୟରେ ବଡ ନିବେଶ କରିପାରିବେ । ସରକାରଙ୍କ ଠାରୁ ସମ୍ମାନ ମିଳିପାରେ । ଅଳ୍ପ ଦୂରତା ଯାତ୍ରା କରିବାର ସମ୍ଭାବନା ଅଛି । କର୍ମକ୍ଷେତ୍ରରେ ଯଶ ବଢିବ । ପୈତୃକ ବ୍ୟବସାୟରେ ଉନ୍ନତି ହେବ । ପୂର୍ବରୁ କରିଥିବା ପରିଶ୍ରମର ଫଳ ସ୍ୱରୂପ ଉପଯୁକ୍ତ ପରିଣାମ ମିଳିପାରେ । ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ମୀନ:-ଧାର୍ମିକ କାର୍ଯ୍ୟକ୍ଷେତ୍ରରେ ଅଂଶ ଗ୍ରହଣ କରି ନୂଆ ସମ୍ଭାବନାକୁ ଖୋଜିବେ । ଏକାଥରକେ ଅନେକ ଚିନ୍ତାଧାରାରେ ହତାଶ ହୁଅନ୍ତୁ ନାହିଁ । କର୍ମକ୍ଷେତ୍ରରେ ନିଜ ଇଛାକୁ ଅନୁସରଣ କରିବେ । ଭବିଷ୍ୟତକୁ ଚିନ୍ତା କରି ନିଜ କ୍ୟାରିୟର ପାଇଁ ଯୋଜନା କରିବେ । ବୌଦ୍ଧିକ ଆଲୋଚନାରେ ଭାଗ ନେଇପାରନ୍ତି । ପ୍ରୋଫେଶନାଲ ମାମଲାକୁ ନେଇ ଭାଗ୍ୟବାନ ହେବେ । ନିଜର ନୈତିକ ମୂଲ୍ୟବୋଧ ହେତୁ ସମ୍ମାନ ପ୍ରାପ୍ତ ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!