୨୦୨୧ ମସିହା, ଅଗଷ୍ଟ ମାସ ୧୨ ତାରିଖ, ଗୁରୁବାର, କର୍କଟ ମାସ ୨୮ ଦିନ, ଶ୍ରାବଣ ମାସ, ଶୁକ୍ଳପକ୍ଷ, ଚତୁର୍ଥୀ ତିଥି, ଉତ୍ତରାଫାଲଗୁନୀ ନକ୍ଷତ୍ର, ସକାଳ ୮ଟା ୫୨ମିନିଟ୍ ଗତେ ହସ୍ତା ନକ୍ଷତ୍ର, କନ୍ୟା ରାଶିରେ ଚନ୍ଦ୍ର । ସିଦ୍ଧ ଯୋଗ, ବିଷ୍ଟି କରଣ ଦିବା ୩ଟା ୨୫ମିନିଟ୍ ଗତେ ବବ କରଣ । ତୁଳା, କୁମ୍ଭ ରାଶିର ଘାତବାର । ବୃଷ ରାଶିର ଘାତଚନ୍ଦ୍ର । ମୂଳା ନ ଖାଇଲେ ଭଲ, ଦିବା ୩ଟା ୨୫ମିନିଟ୍ ଗତେ ବେଲ, ପଣସ ନ ଖାଇଲେ ଭଲ ।
ଯୋଗିନୀ- ନୈରୁତେ ଦିବା ୩ଟା ୨୫ମିନିଟ୍ ପରେ ଦକ୍ଷିଣେ ଯାତ୍ରା ନିଷେଧ । ଶ୍ରାଦ୍ଧ ତର୍ପଣ- ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ-ଦିବା ୩ଟା ୨ମିନିଟ୍ ରୁ ଦିବା ୪ଟା ୩୮ମିନିଟ୍ । ଦିବା ୪ଟା ୩୮ମିନିଟ୍ ରୁ ସନ୍ଧ୍ୟା ୬ଟା ୧୩ମିନିଟ୍ । ରାତ୍ରି ୧୧ଟା ୫୧ମିନିଟ୍ ରୁ ରାତ୍ରି ୧ଟା ୧୬ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୩୦ମିନିଟ୍ ରୁ ୭ଟା ୧୦ମିନିଟ୍, ଦିବା ୧୦ଟା ୩୬ମିନିଟ୍ ରୁ ୧ଟା ୬ମିନିଟ୍, ରାତ୍ର ୨ଟା ୩୦ମିନିଟ୍ ରୁ ରାତ୍ର ୩ଟା ୧୩ମିନିଟ୍ । ପର୍ବଦିନ- ଜାଗ୍ରଦ୍ ଗୌରୀ ପଞ୍ଚମୀ, ଜାଗୁଳାଇ ପଞ୍ଚମୀ, ବିନାୟକ ଚତୁର୍ଥୀ, ଗୌରୀଗଣେଶ ଚତୁର୍ଥୀ ।
ମେଷ:- ବ୍ୟବସାୟୀମାନେ ଭଲ ଅର୍ଡର ପାଇବେ । ଜାଗା, ଜମି, ଗୃହ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କଲେ ସଫଳ ହେବେ । ଉଚ୍ଚାଧିକାରି ଓ ସହକର୍ମୀମାନେ କର୍ମକ୍ଷେତ୍ରରେ ସହଯୋଗ କରିବେ । ପାରିବାରିକ କ୍ଷେତ୍ରରେ ଶାନ୍ତିଶୃଙ୍ଖଳା ଦେଖା ଦେବ । ଆଶା କରୁଥିବା ଖବର ପାଇ ଖୁସୀ ହୋଇ ଯିବେ । ଆୟ ପନ୍ଥାର ପରିବର୍ତ୍ତନ ଆସିବ । ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ସଫଳ ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।
ବୃଷ:-ସରକାରୀ କ୍ଷେତ୍ରରେ ନିଜର କାର୍ଯ୍ୟକୁ ବାଦଦେଇ ପରୋପକାରରେ ଲାଗିବେ । ରାଜନୈତିକ କାର୍ଯ୍ୟରେ ନୂତନ ଲୋକଙ୍କ ସହ ସାକ୍ଷାତ ହୋଇ ସମ୍ପର୍କ ଦୃଢ ହେବ । ବ୍ୟବସାୟୀ ମାନଙ୍କ ପାଇଁ ଲାଭ ଦାୟକ ହେବ ଓ ଆୟ ଦିଗଟି ସନ୍ତୋଷ ଜନକ ରହିବ । ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରି ଖୁସିର ବାତାବରଣ ସ୍ଥାୟି ରହିବ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।
ମିଥୁନ:-ଗୃହରେ ଥିବା କଳହ, ପତିପତ୍ନୀଙ୍କ ମଧ୍ୟରେ ମତଭେଦ, ବିରୋଧଭାବ ଏବଂ ତିକ୍ତତା ଭାବର ସମାଧାନ ହେବ । ବ୍ୟବସାୟରେ ମନ ଲଗେଇ କାମକଲେ ସାମାନ୍ୟ ଲାଭହେବ । ରାଜନୀତି କ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବେ ଓ ପ୍ରତିଷ୍ଠା, ପ୍ରତିପତ୍ତି ବୃଦ୍ଧି ପାଇବ । ଧନଦାୟକ ଅନେକ ଶୁଭକର୍ମର ସୁଯୋଗ ପାଇବେ । ଇଲେକ୍ଟ୍ରୋନିକ୍ ସରଞ୍ଜାମ, କମ୍ପୂଟର, ମୋବାଇଲ ଆଦି କ୍ରୟ କରିବେ । ଅନ୍ୟର ଚିନ୍ତାଧାରାକୁ ଧ୍ୟାନ ଦିଅନ୍ତୁ ନାହିଁ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।
କର୍କଟ:-ସାମାଜିକ କାର୍ଯ୍ୟରେ ସଫଳ ହେବେ । ଜାଗା, ଜମି, ଗୃହ ବାହନ ଆଦି ପାଇଁ ଚୂକ୍ତିପତ୍ର ହେବ । କର୍ମକ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପ ନେଇ ସଫଳତା ଅର୍ଜନ କରିବେ । ପ୍ରଶାସନିକ ସ୍ତରରେ ପରିଚାଳନା ଦାୟିତ୍ୱ ବୃଦ୍ଧି ପାଇବ । ବ୍ୟବସାୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ । ରାଜନୀତି କ୍ଷେତ୍ରରେ ଦୂରଯାତ୍ରାର ସୁଯୋଗ ପାଇବେ । ଛାତ୍ର ଛାତ୍ରୀ ମାନଙ୍କର ମନୋବିଜ୍ଞାନ ସମ୍ବନ୍ଧରେ ବିଶେଷ ରୁଚି ରହିବ । ପ୍ରତିକାର- ମହୁଟିକେ ଖାଇ ଘରୁ ବାହାରନ୍ତୁ ।
ସିଂହ:-ସ୍ୱାସ୍ଥ୍ୟ ଠିକ୍ ରହିବ । ପୂର୍ବରୁ ଥିବା ପାରିବାରିକ ସମସ୍ୟା ଗୁଡ଼ିକ ସମାଧାନ ହେବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ବ୍ୟବସାୟରେ କମ୍ ପରିଶ୍ରମରେ ଆଶାତୀତ ଲାଭ ପାଇବେ । ଦାମ୍ପତ୍ୟ ଜୀବନରେ ଭରପୁର ଆନନ୍ଦ ପାଇଲାଭଳି ଫାଇଦା ଉଠେଇବେ । ପ୍ରେମିକ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳ ହେବେ । ସରକାରୀ କର୍ମଚାରୀମାନେ ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁ ଓ କଠିନ ପରିଶ୍ରମ ହେତୁ ପ୍ରଶଂସା ପାଇବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।
କନ୍ୟା:-ଶତୃମାନଙ୍କୁ ମୁକାବିଲା କରିପାରିବେ । ବିଦ୍ୟାର୍ଥୀମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ । କର୍ମ କ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ । ପାରିବାରିକ ସ୍ଥିତି ସନ୍ତୋଷ ଜନକ ହେବ । ପିଲାମାନଙ୍କ କାର୍ଯ୍ୟରେ ଆନନ୍ଦିତ ହେବେ । ଧୀରସ୍ଥିର ଭାବରେ ସମସ୍ୟା ଗୁଡିକ ସୁଧାରୀ ନେବା ଉଚିତ୍ । ହାତକୁ ନେଇଥିବା କାର୍ଯ୍ୟଟି ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ପ୍ରତିକାର- ସବୁଜ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ନତୁବା ସବୁଜ ରୁମାଲ ଟିଏ ପାଖରେ ରଖନ୍ତୁ ।
ତୁଳା:-ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ସଫଳତା ଲାଭ କରିବେ । ବ୍ୟବସାୟରେ ବାଧା ଉପୁଜିଲେ ମଧ୍ୟ ଲାଭବାନ୍ ହେବେ । ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ଶତୃ ପରାଜିତ ହେବେ । ବାକିଥିବା ଅର୍ଥପ୍ରାପ୍ତି ହେବ । ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳିବ । ଉତ୍ତମ ରୋଜଗାର ମିଳିବ । ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।
ବିଚ୍ଛା:-ବୁଦ୍ଧିମତା କାରଣରୁ ଆଶାତୀତ ଲାଭ ପାଇବେ ଓ ମନୋବାଞ୍ଛିତ କାର୍ଯ୍ୟ ପୂର୍ଣ୍ଣ ହେବ । ପରିବାରରେ ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ଦୂରେଇଯିବ । ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ । ପ୍ରବାସ ଯାତ୍ରାରେ ଲାଭବାନ ହେବେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । ପୁରାତନରୋଗର ଉପଶମ ମିଳିବ । କର୍ମକ୍ଷେତ୍ରରେ ସ୍ଥାନାନ୍ତର ଓ ମତାନ୍ତର ଭୟ ଦୂରେଇ ଯିବ । ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ ।
ଧନୁ:-ସମସ୍ତ ସମସ୍ୟା ଅପସରି ଯିବ ଶତୃମାନେ ତଳମୁହାଁ ହେବେ । ବିରାଟ ଯୋଜନାର ସଂକଳ୍ପ ନେବା ଫଳରେ ମାନ ସମ୍ମାନ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ । ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ ଆରମ୍ଭ କରିପାରିବେ । ରିଅଲଷ୍ଟେଟ ସହିତ ଜଡିତ ଥିବା ବ୍ୟକ୍ତିମାନଙ୍କୁ ଏକ ବଡ ଧରଣର ଡିଲ୍ ମିଳିପାରେ । ସମସ୍ତ ପ୍ରକାର ବ୍ୟବସାୟରେ ଉନ୍ନତି ଓ ଲାଭବାନ୍ ହେବେ । ଆର୍ଥିକ କ୍ଷେତ୍ରରେ ଉନ୍ନତି, ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ବହୁ ସୁବିଧା ସୁଯୋଗ ପାଇବେ । ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।
ମକର:-ସ୍ୱାସ୍ଥ୍ୟ ଠିକ୍ ରହିବ । ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ । ବିରୋଧୀମାନେ ହଇରାଣ ହୋଇ ମଥାନତ କରିବେ । ମାନସିକ ଦୁଶ୍ଚିନ୍ତା, ଶତୃବଧା ଦୂରେଇ ଯିବ । କର୍ମଚାରୀ ଓ ଶ୍ରମିକମାନେ ବେସୀ ଉପକୃତ ହେବେ । ତଳ ମହଲରୁ ଆଶାତୀତ ଲାଭ ପାଇବେ । ରାଜନୀତି କ୍ଷେତ୍ରରେ ଯଶ ମାନକୁ ଅଧିକ ମହତ୍ତ୍ଵ ଦେଇ ସମ୍ମାନ ପାଇବେ । ପ୍ରେମିକ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳତାର ସୁଯୋଗ ପାଇବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।
କୁମ୍ଭ:-ଶତୃ ବୃଦ୍ଧି ହେଲେ ମଧ୍ୟ ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ । ଅତ୍ୟଧିକ କଠିନ ପରିଶ୍ରମ କରିବା ଫଳରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ । ବଦନାମ ହେବାର ସମ୍ଭାବନା ରହିଛି । ସେଥିପାଇଁ ଭାବିଚିନ୍ତି ବୁଝିବିଚାରୀ ସାର୍ବଜନୀକ ସ୍ଥାନରେ ପ୍ରତିକ୍ରିୟା କରିବା ଉଚିତ୍ । ଆଇନ୍ କାନୁନ୍ ସମସ୍ୟାକୁ ଅବହେଳା କରନ୍ତୁ ନାହିଁ । ପ୍ରେମ କ୍ଷେତ୍ରରେ ରୋମାଣ୍ଟିକ୍ ମନୋ ଭାବରେ ରହିବେ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।
ମୀନ:-ସାନ ଭାଇ ଭଉଣୀଙ୍କ ଠାରୁ ଲାଭ ପାଇବା ସହ ଆପଣ ସେମାନଙ୍କର ସବୁ ଆବଶ୍ୟକତାର ସଂପୂର୍ଣ୍ଣ ଯତ୍ନ ନେବେ । ନୂତନ ବ୍ୟବସାୟ ଦ୍ୱାରା ବିଶେଷ ଲାଭାନ୍ୱିତ ହେବେ ଓ ଧନ ସଂଗ୍ରହ କରିବାର ଚେଷ୍ଟା ସଫଳ ହେବ । ଯେ କୌଣସି ରଚନାତ୍ମକ କାର୍ଯ୍ୟରେ ବ୍ୟସ୍ତ ରହିବେ । ପରିବାର ସହିତ ଭଲରେ ସମୟ ବିତାଇବେ । ଆପଣ ବିଚାର କରିଥିବା କାର୍ଯ୍ୟ ଗୁଡିକୁ ପୁଣି ଆରମ୍ଭ କରିବାକୁ ଚେଷ୍ଟା କରିବେ । ଜୀବନ ପ୍ରତି ସକାରାତ୍ମକ ମନୋଭାବ ରହିବ । ପ୍ରତିକାର- ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ ।
Jyotirbid Dr. Pramod Satapathy
Jantra Jyotisha, Cuttack
For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674