ଦୈନିକ ରାଶିଫଳ: ୯ ଅକ୍ଟୋବର ୨୦୧୯, ଶ୍ରୀ ଗଣେଶଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ କିଛି ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-

ବନ୍ଧୁ ମିତ୍ରଙ୍କର ସହଯୋଗ ପାଇବେ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ରାଜନୀତି କ୍ଷେତ୍ରରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ଆର୍ଥିକସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ। ଶତୃମାନେ ପରାଜିତ ହେବେ। ସେୟାର ମାର୍କେଟ, ଲଟେରୀ, ଜୁଆ ଆଦିରେ ଅର୍ଥ ଖଟେଇଲେ ବିଶେଷ ଲାଭବାନ୍ ହେବେ। ଧନଲାଭ ହେବାଦ୍ୱାରା ସମସ୍ତକାର୍ଯ୍ୟ ପୂର୍ଣ୍ଣ ହେବ। ଶୁଭ ସମାଚାର ମିଳିବ ଓ ନିଜଲୋକ ସାହାଯ୍ୟ କରିବେ। କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ରେ କୃତକାର୍ଯ୍ୟ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ବିରୋଧିମାନେ ଦୂରେଇ ଯିବେ। ପ୍ରାୟକାର୍ଯ୍ୟ ପୂରଣ ହେବ। ଦୂରଯାତ୍ରାରେ ସଫଳତା ଓ ଲାଭପାଇବେ। ପ୍ରିୟଜନଙ୍କ ସହ ମିଳନ ହେବ। ଅଟକିଥିବା କାର୍ଯ୍ୟ ଚାଲୁ ହେବ। ଉତ୍ତରଦାୟିତ୍ୱ ବଢ଼ିବ। ବିଦ୍ୟାରେ ଉନ୍ନତିହେବ। ଆଶାଜନକ ଫଳ ପ୍ରାପ୍ତିହେବ। ବ୍ୟବସାୟିକ କ୍ଷେତ୍ରରେ ଉନ୍ନତିହେବ। ପ୍ରଶାସନିକ ସ୍ତରରେ ପରିଚାଳନା ଦାୟିତ୍ୱ ବୃଦ୍ଧି ପାଇବ। ଧାତୁ ବା ଅଳଙ୍କାରାଦି କ୍ରୟ କରିବେ। ମନୋବିଜ୍ଞାନ ସମ୍ବନ୍ଧରେ ବିଶେଷ ରୁଚି ରହିବ। କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ପ୍ରତିକାର:- ଅସହାୟାଙ୍କର ସେବା କରନ୍ତୁ।

ମିଥୁନ:-

ମନୋକାମନା ପୂରଣ ହୋଇ ଲାଭର ମାର୍ଗ ପ୍ରଶସ୍ଥ ହେବ। ସାମ୍ବାଦିକତାରୁ ଲାଭ ଓ ଶୁଭ ସମାଚାର ମିଳିବ। ପରୀକ୍ଷା ଓ ସାକ୍ଷାତ କାରରେ ସଫଳତା ମିଳିବ। ରାଜନୀତି ଓ ସାମାଜିକ କାର୍ଯ୍ୟରେ ସଫଳ ସିଦ୍ଧହେବେ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ଆଶା ପୂରଣ ହେବ। ପରିବାରରେ ଅପ୍ରିତିକର ପରିସ୍ଥିତିକୁ କୌଶଳକ୍ରମେ ସମାଧାନ କରିବେ। ସନ୍ତାନଙ୍କ ପାଇଁ ଶୁଭସମ୍ବାଦ ପାଇବେ। ସ୍ୱାସ୍ଥ୍ୟ, ଅର୍ଥ, କର୍ମକ୍ଷେତ୍ର ଓ ମନୋରଞ୍ଜନ ପାଇଁ ସମୟ ଅନୁକୂଳ ହୋଇ ନପାରେ। ପ୍ରତିକାର:- ଭୋକିଲା ଲୋକକୁ କିଛି ଖାଦ୍ୟ ଦିଅନ୍ତୁ।

କର୍କଟ:-

ବ୍ୟବସାୟ କ୍ଷେତ୍ରରେ ନୂଆ ଯୋଜନା ଉପରେ କାର୍ଯ୍ୟ କରିବେ। ସ୍ଥଗିତ ଥିବା ଧନ ମିଳିଯିବ। ରାଜନୀତି କ୍ଷେତ୍ରରେ ଅପ୍ରିତିକର ପରିସ୍ଥିତିକୁ ସମାଧାନ କରି କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ ଓ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ପରିବାରରେ ନିଜର ଲୋକମାନେ ସାହାଯ୍ୟ ସହଯୋଗର ହାତ ବଢେଇବେ ଓ ବନ୍ଧୁ ମିତ୍ରଙ୍କ ଠାରୁ ସାହାଯ୍ୟ ସହଯୋଗ ମିଳିବ। ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ ଓ ପରୀକ୍ଷା ପରିଣାମ ଅନୁକୂଳ ହେବ। ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ପ୍ରତିକାର:- କୁକୁରକୁ କିଛି ଖାଦ୍ୟ ଦିଅନ୍ତୁ।

ସିଂହ:-

ପୁରାତନ ରୋଗର ଉପଶମ ପରିଲକ୍ଷିତ ହେବ। ବ୍ୟବସାୟ ପାଇଁ ଦୂରଯାତ୍ରାର ସୁଯୋଗ ପାଇ ସଫଳତା ଅର୍ଜନ କରିବେ। କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ। ଆକସ୍ମିକ ଧନପ୍ରାପ୍ତି ହୋଇ ଆର୍ଥିକ କ୍ଷେତ୍ରରେ ଉନ୍ନତିହେବ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ବିଭିନ୍ନ ପ୍ରକାରର ସମସ୍ୟା ସମାଧାନ ହେବ। କ୍ରୀଡ଼ାବିଦ୍ ମାନେ ପ୍ରଶଂସିତ ହେବେ। ସ୍ୱାସ୍ଥ୍ୟ, ପରିବାର, କର୍ମକ୍ଷେତ୍ର, ସତସଙ୍ଗ ଓ ମନୋରଞ୍ଜନ ପାଇଁ ସମୟ ଅନୁକୂଳ ରହିବ। ସମସ୍ତ ଚେଷ୍ଟା ସଫଳ ହେବ। ନୂତନ କାର୍ଯ୍ୟରେ ଉନ୍ନତି ହେବା ସହ ଶାନ୍ତିପାଇବେ। ପ୍ରତିକାର:- ଷଣ୍ଢକୁ ଖାଇବାକୁ ଦିଅନ୍ତୁ।

କନ୍ୟା:-

କର୍ମକ୍ଷେତ୍ରରେ କିଛି ନୂଆସୁଯୋଗ ଆସିବ। ବ୍ୟବସାୟିକ କ୍ଷେତ୍ରରେ ଉନ୍ନତିହେବ। ଦୂରଯାତ୍ରାରେ ଲାଭପାଇବେ। ପରିଶ୍ରମ କାର୍ଯ୍ୟ କରି ପ୍ରଶଂସିତ ହେବେ। ଚିକିତ୍ସକ, ରସାୟନଜ୍ଞ, ଔଷଧନିର୍ମାଣ ଓ ବିକ୍ରୟ କରୁଥିବା ବ୍ୟକ୍ତିମାନେ ବିଶେଷ ଲାଭାନ୍ୱିତ ହେବେ। ଛାତ୍ରଛାତ୍ରୀମାନଙ୍କର ସୁଖ୍ୟାତି ଲାଭ ହେବ ମାତ୍ର ତତ୍ପର ହେବା ଆବଶ୍ୟକ। ପ୍ରେମିକ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ। ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ରାଜନୀତି କ୍ଷେତ୍ରରେ ଦୂରଯାତ୍ରା କରି ନିଜକୁ ଅସୁସ୍ଥ ମନେକରିବେ। ପ୍ରତିକାର:- ଗୋମାତାକୁ ଖାଇବାକୁ ଦିଅନ୍ତୁ।

ତୁଳା:-

ଉଚ୍ଚଆଶା ସଫଳ ହେବ। ବିଚାର ବିଭାଗ ରାୟ ସପକ୍ଷରେ ଯିବ। ସରକାରୀ ଚାପ ପଡିଲେ ମଧ୍ୟ ରାଜନୀତିରେ ସଫଳତା ମିଳିବ। ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ। ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ପରିବାରରେ ମାନ ମନାନ୍ତର ଦୂର ହେବ। ବିଦେଶ ଯାତ୍ରାରେ ଲାଭବାନ ହେବେ। ଆର୍ଥିକ ଦିଗରୁ ସୁବିଧା ମିଳିବ। ପୈତୃକ ସମ୍ପତ୍ତି, ପାରିବାରିକ ଦ୍ଵନ୍ଦର ସମାଧାନ ହେବ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ପିଲାମାନଙ୍କ କାର୍ଯ୍ୟପ୍ରତି ଦ୍ରୁଷ୍ଟି ରଖିବା ଉଚିତ୍ ହେବ। ଚକ୍ଷୁପୀଡା ପ୍ରତି ସତର୍କତା ଅବଲମ୍ବନ କରିବେ। ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।  

ବିଚ୍ଛା:-

ଚିତ୍ତପ୍ରସନ୍ନ ରହିବ ଓ କାର୍ଯ୍ୟ ସିଦ୍ଧି ହେବ। ଉଚ୍ଚ ଆଶାରେ ଆଗେଇବେ। ବ୍ୟବସାୟରେ ପ୍ରତିଦ୍ଵନ୍ଦିତା ଯୋଗେ ଆୟ ବଢିବ। କର୍ମକ୍ଷେତ୍ରରେ ଶ୍ରମ ସାର୍ଥକ ହେବ। ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ। ଦୂରସ୍ଥାନକୁ ଯାତ୍ରା କରିବେ। ଆଶା କରିଥିବା କାର୍ଯ୍ୟଟି ପୂରଣ ହେବ। ଶୁଭ ସମାଚାର ପାଇ ଖୁସି ହେବେ। ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ। ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ।

ଧନୁ:-

କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢୀଭୁତ ହେବା ଫଳରେ ଟେନସନ ଦୂର ହେବ। ଧର୍ମକାର୍ଯ୍ୟପ୍ରତି ମନବଳାଇ ବହୁତ ଶାନ୍ତି ଲଭିବେ। ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେବେ। ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ। ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ। ବିଦ୍ୟାରେ ଉନ୍ନତି, ପରୀକ୍ଷା ପ୍ରତିଯୋଗିତାରେ ଶୁଭଫଳ ମିଳିବ। ପ୍ରବାସ ଓ ଯାତ୍ରାରେ କଷ୍ଟସହି ଲାଭବାନ ହେବେ। ଖେଳରେ ପ୍ରଶଂସିତ ହେବେ। ଆର୍ଥିକସ୍ଥିତି ପୂର୍ବପରି ରହିବ। ମହିଳାମାନେ ପିଲାଙ୍କସହ ଖୁସିରେ ରହିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମକର:-

ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢୀଭୁତ ହେବ। ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ଠିକ୍ ସମୟରେ ପୂରଣ ହୋଇପାରିବେ। ନୂତନ କାର୍ଯ୍ୟଆରମ୍ଭ, ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, କ୍ଷମା ଗୁଣରେ ଯଶ ପ୍ରାପ୍ତି, ସୁସମ୍ବାଦ ଶୁଣିବେ ଓ ଆର୍ଥିକ ସଙ୍କଟ ଦୂରେଇଯିବ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ। ପାରିବାରିକ ତିକ୍ତତା ଦୂରହେବ। ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। ନୂତନ କାର୍ଯ୍ୟରେ ହାତଦେଇ କୃତ କାର୍ଯ୍ୟ ହେବେ। କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ। ପ୍ରତିକାର- ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ।

କୁମ୍ଭ:-

କର୍ମକ୍ଷେତ୍ର ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ସଂପାଦନ ହେବ ଓ ସହଯୋଗୀ ମାନଙ୍କ ଯୋଗୁଁ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ। ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ଯଶସ୍ଵୀ ହେବେ। ଜନ ସେବାରେ ନିଜକୁ ନିୟୋଜିତ କରିବେ। ଯାତ୍ରାଫଳରେ ଉତ୍ସାହିତ ହେବେ। ଗୃହୋପକରଣ କ୍ରୟ କରିବେ। ପରିବାର ହିତ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ। ଶେଷ କରିବାକୁ ଚାହୁଁଥିବା କର୍ମଟି ପୂରଣ କରିବା ପାଇଁ ବହୁତ କଷ୍ଟ କରିବାକୁ ପଡିବ। କେତେକ କ୍ଷେତ୍ରରେ ଅନ୍ୟମାନଙ୍କର ଭଲ କରିବାକୁ ଯାଇ ଅପଦସ୍ତ ହେବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:-

ଅଚାନକ ଧନ ପ୍ରାପ୍ତି ହେବ ଓ ଉଚ୍ଚଅଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତି ହେବ। ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ଵାରା ସହଜ ସୁବିଧାରେ ହୋଇଯିବ। ସାଙ୍ଗ ସାଥିମାନେ ସାହାଯ୍ୟ ସହଯୋଗ କରିବେ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ସ୍ଥଗିତଥିବା କର୍ମଟି ପୂରଣ ହେବ। ରାଜନୀତିରେ ବିବେକ ବୁଦ୍ଧି ଖଟେଇ ଉଚିତ୍ମାର୍ଗରେ ଗତିକରିବାର କ୍ଷମତା ଜନ୍ମହେବ। ପ୍ରତିକାର- ଗଙ୍ଗାଜଳ ସେବନ କରନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!