୨୦୨୦ ମସିହା, ଅକ୍ଟୋବର ମାସ ୮ ତାରିଖ, ଗୁରୁବାର, କନ୍ୟାମାସ ୨୩ ଦିନ, ମଳ ଆଶ୍ଵିନମାସ, କୃଷ୍ଣପକ୍ଷ, ଷଷ୍ଠୀ ତିଥି । ତୁଳା, କୁମ୍ଭରାଶିର ଘାତବାର। ଧନୁରାଶିର ଘାତଚନ୍ଦ୍ର। ଆମିଷ ନ ଖାଇଲେ ଭଲ। ଶୁଭସମୟ- ପ୍ରାତଃ ୫ଟା ୫୪ମିନିଟ୍ ରୁ ୭ଟା ୪୯ମିନିଟ୍, ଦିବା ୧୦ଟା ୧୩ ମିନିଟ୍ ରୁ ୧୧ ଟା ୪୧ ମିନିଟ୍, ଦିବା ୧ଟା ନିଟ୍ ରୁ ୩ଟା ୩୯ ମିନିଟ୍, ସନ୍ଧ୍ୟା ୬ଟା ୧୧ମିନିଟ୍ ରୁ ରାତ୍ର ୯ଟା ୨୧ମିନିଟ୍।
ମେଷ:-
ଆଜି ଆପଣ ନିଜର ମାତା ପିତାଙ୍କ ସହିତ ସୁଖମୟ ସମୟ ବ୍ୟତୀତ କରିବେ । ଜୀବନସାଥିଙ୍କ ସହିତ ଭଲ ସାମଞ୍ଜସ୍ୟ ସ୍ଥାପିତ ହେବ । କୌଣସି ମିତ୍ର ସହ ମିଶି ପଢିବେ । ପ୍ରେମୀ ଯୁଗଲଙ୍କ ପାଇଁ ଆଜିର ଦିନ ଭଲ ଅଟେ । ଆପଣଙ୍କୁ ବିଜନେସରେ କୌଣସି ବଡ ଅଫର ମିଳିପାରେ । କୌଣସି ଖାସ କାମ ପାଇଁ ପରିବାର ଲୋକମାନଙ୍କ ଠାରୁ ସାହାର୍ଯ୍ୟ ମିଳିପାରେ । ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
ବୃଷ:-
ଆଜି ଘର ପରିବାରରେ ରୂପରେଖା ବଦଳି ପାରେ । କୌଣସି ବିଷୟରେ ଯଦି ସମସ୍ୟା ଅଛି ତେବେ ଆଜି ସହଜରେ ସମଧାନ ହୋଇ ଯିବ । ସକାଳ ସମୟରେ ଘରେ ବାୟାମ କରିବା ଦ୍ଵାରା ଆପଣ ଫିଟ ରହିବେ । ଆଜି ଆପଣଙ୍କୁ ବ୍ୟବସାୟ ସହ ଜଡିତ ମାମଲାରେ କିଛି ଭଲ ଅବସର ପ୍ରାପ୍ତ ହେବ । ସାମାଜିକ ସ୍ତରରେ ଆପଣଙ୍କ ଲୋକପ୍ରିୟତା ବଢିବ । ଆପଣଙ୍କୁ କୌଣସି ବଡ ଦାୟିତ୍ଵ ମିଳିପାରେ । ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।
ମିଥୁନ:-
ଆଜି ଆପଣଙ୍କୁ କୌଣସି ଶୁଭ ସମାଚାର ପ୍ରାପ୍ତି ହେବ । ଜୀବନରେ ଆଗକୁ ବଢିବା ପାଇଁ ଚାନ୍ସ ମିଳିବ । ଏହି ରାଶିର ଲୋକମାନଙ୍କ ନିଜର ଅନୁଭବ ଦ୍ଵାର ବଡରୁ ବଡ କାମରେ ସଫଳତା ହାସଲ କରି ନେବେ । ଏହି ରାଶିର ଲୋକମାନଙ୍କୁ ଆୟ ବଢିବାର ଉପାୟ ମିଳିବ। ଆପଣଙ୍କୁ ନିଜର ପରିଶ୍ରମ ହିସାବରେ ନିଶ୍ଚିତ ଫଳ ପ୍ରାପ୍ତି ହେବ । ଜୀବନସାଥିଙ୍କ ସହଯୋଗ ମିଳିବା ଦ୍ଵାରା ଆପଣଙ୍କ ମନ ଉତ୍ସାହିତ ରହିବ । ପ୍ରତିକାର– ଅସହାୟଙ୍କୁ ସାହାଯ୍ୟ କରନ୍ତୁ।
କର୍କଟ:-
ଆଜି ଆପଣ କେବଳ ଘର କାମରେ ବ୍ୟସ୍ତ ରହିବେ । କିନ୍ତୁ ଆପଣଙ୍କ ସମସ୍ୟା କିଛି ବଢିପାରେ । ଜୀବନସାଥିଙ୍କ ସହଯୋଗ ପାଇବା ପାଇଁ ଚେଷ୍ଟା କରିବାକୁ ପଡିପାରେ । ଆଜି ବନ୍ଧୁମାନଙ୍କ ସହିତ କଥାବାର୍ତ୍ତା କରିବେ । ଆଜି ମସଲା ଖାଦ୍ୟ ପଦାର୍ଥ ଠାରୁ ଦୂରେଇ ରୁହନ୍ତୁ । ଏହା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିବ ନାହିଁ । ପ୍ରତିକାର- ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
ସିଂହ:-
ଏହି ରାଶିର ଲୋକମାନଙ୍କୁ ଜୀବନସାଥିଙ୍କ ସାହାର୍ଯ୍ୟ ଦ୍ଵାରା ଆପଣଙ୍କ ସମସ୍ତ କାମ ପୁରା ହେବାର ରାସ୍ତା ଦେଖାଦେବ । ଆଜି ବନ୍ଧୁତାର ଲାଭ ମିଳିବ । ଆଜି ଆପଣଙ୍କୁ ଟଙ୍କା ଆୟ କରିବାର ନୂତନ ଜରିଆ ମିଳିବ । ଆପଣଙ୍କୁ କିଛି କାମରେ ସଫଳତା ମଧ୍ୟ ମିଳିବ । କିନ୍ତୁ ଅନ୍ୟ କିଛି କାମରେ ସଫଳତା ମିଳିବ ନାହିଁ । ସ୍ୱାସ୍ଥ୍ୟ କିଛି ଖାସ ରହିବ ନାହିଁ । ଯୋଗ କରିବା ଦ୍ଵାରା ଆପଣଙ୍କ ସୁସ୍ଥ ରହିବେ । କୌଣସି କାମକୁ ନେଇ ଜଲ୍ଦି ନିଷ୍ପତି ନିଅନ୍ତୁ ନାହିଁ । କାମ ଖରାପ ହୋଇପାରେ । କାହାକୁ ବି ଅପମାନିତ କରନ୍ତୁ ନାହିଁ । ପ୍ରତିକାର– ଅସହାୟଙ୍କୁ ସାହାଯ୍ୟ କରନ୍ତୁ।
କନ୍ୟା:-
ଆଜି ଆପଣ କୌଣସି ଜରୁରୀ କାମକୁ ପୂର୍ଣ କରିବେ । ଆପଣଙ୍କ ଆତ୍ମବିଶ୍ଵାସ ବଢିବ । ଆପଣଙ୍କ ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ । ବନ୍ଧୁମାନଙ୍କ ସହିତ ସମୟ ବିତାଇବା ଦ୍ଵାରା ଖୁସି ମିଳିବ । ଧନ ସହ ଜଡିତ ଚିନ୍ତା ଦୂର ହେବ । ଆପଣ ନିଜର କାର୍ଯ୍ୟକ୍ଷମତା ଦ୍ଵାରା ନିଜକୁ ପ୍ରମାଣିତ କରିବେ । ନିଦ ପୁରା ହେବା କାରଣରୁ ଆପଣ ସତେଜ ଅନୁଭବ କରିବେ । କାମରେ ସଫଳତା ସୁନିଶ୍ଚିତ ମିଳିବ । ପ୍ରତିକାର– କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ତୁଳା:-
ଭବିଷ୍ୟତରେ କୌଣସି ବିଶେଷ କାମ ପାଇଁ ଆଜି ବନ୍ଧୁର ଉପଦେଶ ନେବାକୁ ପଡିବ । ଯାହା ଦ୍ଵାରା ଆପଣଙ୍କ କାମ ସହଜ ହୋଇଯିବ । ସ୍ୱାସ୍ଥ୍ୟ ଦ୍ରୁଷ୍ଟିରେ ଆପଣ ଅଳସୁଆ ଅନୁଭବ କରିବେ । ଆପଣଙ୍କୁ ବ୍ୟାୟମ କରିବା ବହୁତ ଜରୁରୀ ଅଟେ । ଏହା ଦ୍ଵାରା ଆପଣଙ୍କୁ ଫ୍ରେସ ଅନୁଭବ କରିବେ । ଆଜି ଆପଣଙ୍କୁ କୌଣସି ଅଜଣା ବ୍ୟକ୍ତି ଉପରେ ବିଶ୍ଵାସ କରିବା ଉଚିତ ନୁହେଁ । ଏହି ରାଶିର ଛାତ୍ରମାନେ ଘରେ ବସି କିଛି ନୂତନ ଜିନିଷ ଶିଖିବାକୁ ଚେଷ୍ଟା କରିବେ । ପ୍ରତିକାର- ଗୁରୁଜନଙ୍କୁ ପ୍ରଣାମ କରନ୍ତୁ।
ବିଚ୍ଛା:-
ଆଜି ବ୍ୟାପାରରେ ସଫଳତା ପାଇଁ ନୂଆ ଉପାୟ ମିଳିବ । ଧନ ଲାଭର ଅଫର ମିଳିବ । ଛୋଟ ପିଲାମାନଙ୍କ ପାଇଁ ଆଜି ଘର ପରିବାରର ବାତାବରଣ ଭଲ ରହିବ । ଆଜି ବାପା ମା ଗୁରୁଜନମାନଙ୍କ ପାଦ ଛୁଅନ୍ତୁ। ଆପଣ ନିଜର କ୍ୟାରିୟରକୁ ଭଲ କରିବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କ ଚେଷ୍ଟା ସଫଳ ହେବ । କିଛି ଲୋକମାନେ ଆପଣଙ୍କ ସକାରତ୍ମକ ଚିନ୍ତା ଦ୍ଵାରା ପ୍ରଭାବିତ ହେବେ । ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
ଧନୁ:-
ଆଜି ଆପଣଙ୍କ ଖୁସି ଭରା ବ୍ୟବହାର ଘରର ପରିବେଶକୁ ସୁଖମୟ କରିଦେବ । ଚାକିରି କରୁଥିବା ଲୋକମାନଙ୍କୁ କିଛି ଖୁସି ଖବର ମିଳିପାରେ । ଆପଣଙ୍କୁ ଆଜି କିଛି ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ । ସାମାଜିକ ସ୍ତରରେ ଆପଣଙ୍କୁ ସାହାର୍ଯ୍ୟ ମିଳିବ । ଏହା ଦ୍ଵାରା ଆପଣଙ୍କ ମାନ ସମ୍ମାନ ମିଳିବ । ମିଡିଆ କ୍ଷେତ୍ର ସହ ଜଡିତ ଲୋକମାନଙ୍କୁ କିଛି ଭଲ ଅବସର ପ୍ରାପ୍ତ ହେବ । କିନ୍ତୁ ଜୀବନସାଥିଙ୍କ ସହ ଛୋଟ କଳହ ହୋଇପାରେ । ପ୍ରତିକାର– କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ମକର:-
ଆଜି ଆପଣଙ୍କୁ ଆର୍ଥିକ ଲାଭର ନୂଆ ଉପାୟ ମିଳିବ । ଆଜି ଅଧିକ ଘରୋଇ କାର୍ଯ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇ ପାରେ । ନିଜର ସ୍ୱାସ୍ଥ୍ୟକୁ ନେଇ ଆପଣ ସକାଳ ଓ ସନ୍ଧ୍ୟା ସମୟରେ ଘରେ EXCERCISE କରନ୍ତୁ । ଏହା ଦ୍ଵାରା ଆପଣ ସତେଜ ମନେ କରିବେ । ଆଜି ଆପଣଙ୍କୁ ଅନ୍ୟ ବ୍ୟକ୍ତିଙ୍କ ନକାରାତ୍ମକ ଚିନ୍ତାଦ୍ଵାରା ବଞ୍ଚିବାକୁ ହେବ । ପରିବାର ଲୋକମାନଙ୍କ ସହିତ କୌଣସି ମାମଲାକୁ ନେଇ କଥାବାର୍ତ୍ତା କରିବେ । ଟଙ୍କା ନେବା ଦେବାରେ ଆପଣଙ୍କୁ ସାବଧାନ ହେବାକୁ ହେବ । ପ୍ରତିକାର- ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
କୁମ୍ଭ:-
ଆଜି ପରିବାରରେ ଖୁସୀର ବାତାବରଣ ହେବ । କିନ୍ତୁ ଦାମ୍ପତ୍ୟ ଜୀବନରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ କିଛି ସାମଞ୍ଜସ୍ୟ ଦେଖାଦେଇପାରେ । ସ୍ୱାସ୍ଥ୍ୟ ମାମଲାରେ ଆପଣ ସୁସ୍ଥ ରହିବେ । ଲୋକମାନେ ଆପଣଙ୍କ କଥାରେ ପ୍ରଭାବିତ ହେବେ । ଏହା ସହିତ ଆପଣଙ୍କ ସହିତ ଯୋଡି ହେବା ପାଇଁ ଚେଷ୍ଟା କରିବେ । IT ସେକ୍ଟର ସହ ଜଡିତ ଛାତ୍ରମାନଙ୍କୁ ସଫଳତାର ଖବର ମିଳିବ । ଭାଇ ଭଉଣୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ । କୌଣସି କାମରେ ଆପଣଙ୍କୁ ସେମାନଙ୍କ ସହଯୋଗ ମିଳିବ । ଘରର ସୁଖସମୃଦ୍ଧିରେ ବୁଦ୍ଧି ହେବ । ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
ମୀନ:-
ଆଜି ଆପଣଙ୍କ ଭିତରେ ଆତ୍ମବିଶ୍ଵାସ ଅଧିକ ରହିବ । ଏହା ସହିତ ଆପଣଙ୍କୁ କରୁନଥିବା କାମ କରିବାର ଅବସର ମିଳିବ । ଆଜି ପରିବାର ସହିତ ଭବିଷ୍ୟତ ଧାର୍ମିକ ଯାତ୍ରାର ଯୋଜନା କରିବେ । ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ଆପଣ କୌଣସି ନୂଆ କାମ ବିଷୟରେ ଚିନ୍ତା କରିବେ । ଦାମ୍ପତ୍ୟ ଜୀବନରେ ବୁଝି ସୁଝି ନିଷ୍ପତି ନିଅନ୍ତୁ । ଆପଣଙ୍କ ଦିନ ଖାସ ଭଲ ରହିବ ନାହିଁ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।