ଦୈନିକ ରାଶିଫଳ: ୦୮ ମାର୍ଚ୍ଚ ୨୦୨୦, ସୂର୍ଯ୍ୟ ଦେବଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ କୌଣସି ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ମାର୍ଚ୍ଚ ମାସ ୮ତାରିଖ, ରବିବାର, କୁମ୍ଭ ମାସ ୨୫ ଦିନ, ଫାଲଗୁନ ମାସ, ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ପ୍ରାତଃ ୬ଟା ୩୨ମିନିଟ୍ ଗତେ ଚତୁର୍ଦ୍ଦଶୀ ତିଥି, ଅଶ୍ଳେଷା ନକ୍ଷତ୍ର, ୬ଟା ୫୨ମିନିଟ୍ ଗତେ ମଘା ନକ୍ଷତ୍ର, କର୍କଟ ରାଶିରେ ଚନ୍ଦ୍ର, ୬ଟା ୫୨ମିନିଟ୍ ପରେ ସିଂହ ରାଶିରେ ଚନ୍ଦ୍ର। ମେଷ ରାଶିର ଘାତବାର। ୬ଟା ୫୨ମିନିଟ୍ ପରେ କର୍କଟ, ମକର ରାଶିର ଘାତଚନ୍ଦ୍ର।  ବିରି ଜାତୀୟ ଦ୍ରବ୍ୟ ନ ଖାଇଲେ ଭଲ। ଶୁଭସମୟ- ପ୍ରାତଃ ୬ଟା ୫ମିନିଟ୍ ରୁ ୯ଟା ୫୮ମିନିଟ୍, ଦିବା ୧ଟା ୨୬ମିନିଟ୍ ରୁ ୧ଟା ୫୫ମିନିଟ୍, ସନ୍ଧ୍ୟା ୬ଟା ୪୦ମିନିଟ୍ ରୁ ୯ଟା ୫ମିନିଟ୍। ପର୍ବଦିନରାଜାଗ୍ନି ଉତ୍ସବ, ବରାହ ଦୋଳ, ଓଳକଣା ମେଳନ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ଧର୍ମ କାର୍ଯ୍ୟରେ ଯୋଗଦେଇ ଦେବଦର୍ଶନ କରିବେ। ଆର୍ଥିକସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ। ପାରିବାରିକ କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ସୁସମ୍ବାଦ ପ୍ରାପ୍ତି ହେବ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ। ବିଦ୍ୟାର୍ଥୀଙ୍କର ବିଦ୍ୟାରେ ଉନ୍ନତି ହେବାରୁ ମନ ଖୁସି ରହିବ। ସାମ୍ବାଦିକ, ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ରାଜନୀତିରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ। କୌଣସି ସମାରୋହରେ ସମ୍ମିଳିତ ହେବାକୁ ପଡିପାରେ। କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ପ୍ରତିକାରଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ବୃଷ:-

ବ୍ୟବସାୟ ବାଣିଜ୍ୟ ସମ୍ପର୍କୀୟ କୌଣସି ଘଟଣା ଯୋଗୁଁ ବିଶେଷ ବ୍ୟସ୍ତ ରହି ଲାଭବାନ ହେବେ। ଜମିବାଡି ଜନିତ କେତେକ ସମସ୍ୟା ସମାଧାନ ହେବ। ଆର୍ଥିକ ଦିଗରୁ ଉନ୍ନତି ଓ ସ୍ୱାସ୍ଥ୍ୟ ଠିକ୍ ରହିବ। ରାଜନୈତିକ କ୍ଷେତ୍ରରେ ବନ୍ଧୁ ବାନ୍ଧବଙ୍କଦ୍ଵାରା ସମସ୍ୟାର ସମାଧାନ ହୋଇ ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ। ଭାଇ ଭଉଣୀଙ୍କ ସହ ଉତ୍ତମ ସମ୍ପର୍କ ରହିବା ଫଳରେ  ପାରିବାରିକ ଜୀବନରେ ଶାନ୍ତି ପାଇବେ। ଆତ୍ମୀୟବର୍ଗରେ ଉନ୍ନତି ତଥା ଉତ୍ତମ ବୁଝାମଣା ଜନିତ ଉତ୍ସାହ ଉଦ୍ଦୀପନା ଯୁକ୍ତ ହେବେ। ବନ୍ଧୁବାନ୍ଧବଙ୍କ ସହ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ପାଇବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ:-

ବାସସ୍ଥାନ ଓ ଯାନବାହନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ପ୍ରାପ୍ତି ହେବ। ପୁରାତନ ରୋଗରୁ ଉପସମ ପାଇ ଶରୀର ସୁସ୍ଥ ରହିବ। ଯାନବାହାନ ବ୍ୟବସାୟରେ ତଥା ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟରେ ଲାଭ ପାଇବେ। ଦୂରଯାତ୍ରାରେ ସଫଳ ହେବେ। କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହେବେ। ପ୍ରେମପ୍ରସଙ୍ଗରେ ସଫଳତା ମିଳିବ। କୌଣସି ନୂତନ ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ। ବରିଷ୍ଠ ବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢୀଭୁତ ହେବ। ପ୍ରତିକାର ମୁହଁ ମିଠାକରି ଘରୁ ବାହାରନ୍ତୁ।

କର୍କଟ:-

ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇ ପାରେ। ଧନର ଆଗମନ ହୋଇପାରେ। ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ। ପାରିବାରିକ ସ୍ତରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ। କୌଣସି ସମାରୋହରେ ସମ୍ମିଳିତ ହେବାକୁ ପଡିପାରେ। ପ୍ରେମ ପ୍ରସଙ୍ଗରେ ଅଧିକ ଘନିଷ୍ଠତା ହେବ। ଦାମ୍ପତ୍ୟ ସୁଖରେ ଖୁସି ହେବେ। ନୂଆ ଜ୍ଞାନର ବୃଦ୍ଧି ହେବ। ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ପ୍ରଶଂସା ପାଇବେ। ରାଜନୀତି ମାମଲାରେ ସଫଳତା ମିଳିବ। କାର୍ଯ୍ୟ।ଳୟରେ କରିଥିବା କାମର ଶୁଭ ସୂଚନା ପାଇବେ। ପ୍ରତିକାର ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ।

ସିଂହ:-

କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହେବେ। ଶତୃ, ବିରୋଧୀମାନେ ଆପଣଙ୍କ ସାମ୍ନା କରିପାରିବେ ନାହିଁ।  କୌଣସି କାମରେ ବିଶେଷଜ୍ଞତା ହାସିଲ କରିବେ। ଦାମ୍ପତ୍ୟ ସୁଖରେ ଆନନ୍ଦିତ ହେବେ। ପ୍ରେମ ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ। ଜନସେବାରେ ନିଜକୁ ନିୟୋଜିତ କରିବେ ଓ ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ। ଗୁରୁଜନ ଓ ବୃଦ୍ଧଜନଙ୍କ ସେବା କଲେ ଅନେକ ଆଶୀର୍ବାଦ ପାଇବେ। ସମସ୍ତ କ୍ଷେତ୍ରରେ ସଫଳତା ମିଳିବ। ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷାରେ ଓ ସାକ୍ଷାତକାରରେ ଉତ୍ତିର୍ଣ୍ଣ ହେବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କନ୍ୟା:-

ସମସ୍ତ କ୍ଷେତ୍ରରେ ସଫଳତା ମିଳିବ। ପ୍ରତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ପ୍ରେମୀ ପ୍ରେମିକାଙ୍କ ମିଳନ ଫଳରେ ଆନନ୍ଦିତ ହେବେ। ପ୍ରବାସ ଯାତ୍ରାରେ ଲାଭବାନ ହେବେ। କୌଣସି କାମରେ ବିଶେଷ ଜ୍ଞାନ ହାସିଲ କରିବେ। ନୂଆଲକ୍ଷ ପୂରଣ କରିବା ପାଇଁ ସମୟ ନିର୍ଦ୍ଧାରଣ କରିବେ। ସନ୍ତାନର ଖୁସି ଓ ସୁରକ୍ଷିତ ଅନୁଭବ କରିବେ।  ପ୍ରିୟଜନମାନଙ୍କୁ ଆର୍ଥିକ ଓ ଭାବନାତ୍ମକ ସାହାଯ୍ୟ କରିବେ। ପରିବାର ହିତ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ। ସହପାଠୀ ମାନଙ୍କ ମଧ୍ୟରେ ସମନ୍ଵୟ ରହି ବନ୍ଧୁତ୍ଵ ବୃଦ୍ଧି ପାଇବ। ପ୍ରତିକାର– ଷଣ୍ଢକୁ ଖାଇବାକୁ ଦିଅନ୍ତୁ।

ତୁଳା:-

ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇଯିବ। ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ। ପ୍ରେମୀ ପ୍ରେମିକାଙ୍କ ଉନ୍ନତି ପାଇଁ ପ୍ରୟାସରତ ହେବେ। ଆର୍ଥିକ ଉନ୍ନତିରେ ସଫଳତା ଓ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ। କ୍ଷମତା ଓ ଶକ୍ତି ବଳରେ ନିଜର ସମୟ ବିତାଇବେ। ଆମୋଦ, ପ୍ରମୋଦ, ମନୋରଞ୍ଜନ, ଦୀର୍ଘ ଯାତ୍ରା, ଛୋଟ ବଡ଼ ମିଟିଂରେ ଯୋଗ ଦେବେ। ନୂତନ ବନ୍ଧୁ ମିତ୍ରଙ୍କ ମିଳନ ହେବ। ଅଧା ଅଧୁରାଥିବା କାର୍ଯ୍ୟ ପୂରଣ ହୋଇଯିବ। ଉଚ୍ଚ ଶିକ୍ଷା ହାସିଲ କରିବା ପାଇଁ ପ୍ରୟାସରତ ରହିବେ। ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷାରେ ଓ ସାକ୍ଷାତକାରରେ ଉତ୍ତିର୍ଣ୍ଣ ହେବେ। ପ୍ରତିକାର ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା:-

ଶୁଭ ସମ୍ବାଦ ପାଇ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ। ସହନଶୀଳତା ଯୋଗେ ପ୍ରଶଂସା ମିଳିବ।ସ୍ୱାସ୍ଥ୍ୟସମସ୍ୟା ସୁଧୁରିଯିବା ଫଳରେ ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ। ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ମିଳିବ। ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା, ପ୍ରତିପତ୍ତି ମାନସମ୍ମାନ କ୍ଷାତି ବଢିବ। ସମସ୍ତ କର୍ମ ବହୁତ ସହଜରେ ହିଁ ସମ୍ପନ୍ନ ହେବ। ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବ ନାହିଁ। ଶତୃମାନେ ପରାଜିତ ହେବେ। ବନ୍ଧୁ ପରିବାର ଠାରୁ ସୁଖ ମିଳିବ। ପ୍ରେମୀ ପ୍ରେମିକାଙ୍କର ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ। ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ଧନୁ:-

ସ୍ୱାସ୍ଥ୍ୟରେ ଉନ୍ନତି, ଆର୍ଥିକ ଉନ୍ନତି ଓ ଅଚାନକ ଧନ ପ୍ରାପ୍ତି ହେବ। ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ଉନ୍ନତି ଫଳରେ ଅଶାତୀତ ଲାଭବାନ୍ ହେବେ। ନିଜ ଆତ୍ମୀୟ ଲୋକଙ୍କ ସହ ସାକ୍ଷାତ ହେବ। ପିଲାମାନଙ୍କ ସଫଳତାରେ ଖୁସିହେବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ। ରାଜନୀତି କ୍ଷେତ୍ରରେ ସାଫଲ୍ୟ, ଉଚ୍ଚସମ୍ମାନ ଓ ପଦ ପଦବୀ ଲାଭହେବ। ଆୟର ପନ୍ଥା ସହଜ ହେବ। ଧର୍ମ କର୍ମରେ ରୁଚି ବୃଦ୍ଧି ହେବ। ସାଧୁ, ସତ୍ୟବାଦୀ, ଧର୍ମାତ୍ମା, ଗୁରୁବ୍ରାହ୍ମଣଙ୍କ ସହ ସମ୍ପର୍କ ସ୍ଥାପନ ହେବ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମକର:-

କଳା, ସାହିତ୍ୟ, କ୍ରିଡା, ଚଳଚିତ୍ର, ଶିଳ୍ପବାଣିଜ୍ୟ ଓ ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ରାଜନୀତିରେ ସଫଳତା ମିଳିବ। ବ୍ୟବସାୟରେ  ସାମାନ୍ୟ ଲାଭ ପାଇବେ। ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ପରିବାରରେ ମାନ ମନାନ୍ତର ଦୂର ହେବ। ଆତ୍ମୀୟ ସ୍ଵଜନଙ୍କ ପାଇଁ ଭୋଗ ବିଳାସଦ୍ରବ୍ୟ ଓ ଗୃହୋପକାରଣ କ୍ରୟକରି ପାରନ୍ତି। ଗୃହରେ ମାଙ୍ଗଳିକ କାର୍ଯ୍ୟରେ ଧନ ବ୍ୟୟହେବ। ପିଲାମାନଙ୍କ ପାଇଁ ବ୍ୟସ୍ତ ବିବ୍ରତ ହେବେ। କଠିନ ପରିଶ୍ରମ କରିବା ଯୋଗୁଁ ଶାରରୀକ ଅସୁସ୍ଥତା ଦେଖା ଦେଇ ପାରେ। ଆୟ ଅପରିବର୍ତ୍ତିତ ରହିଲେ ମଧ୍ୟ ବ୍ୟୟ ବୃଦ୍ଧି ପାଇବ। ପ୍ରତିକାର ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-

ସ୍ୱାସ୍ଥ୍ୟରେ ଉନ୍ନତି ହୋଇ ସାଧାରଣ ଦିନଚର୍ଯ୍ୟ। ଅତୁଟ ରହିବ। ବ୍ୟବସାୟ ସଂସ୍ଥାନ, ଶିଳ୍ପ ପ୍ରତିଷ୍ଠା ବା ଯୋଜନା ସାଫଲ୍ୟ ଦାୟକ ହେବ। ବିଦେଶୀ ବନ୍ଧୁଙ୍କ ଦ୍ଵାରା ଅଧିକ ଉପକୃତ ହେବେ। ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରୀ ହୋଇ ପାରିବେ। ରାଜନୈତିକ କ୍ଷେତ୍ରରେ ପ୍ରବଳ ଲୋକ ସମର୍ଥନ ମିଳିବ। ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ସଫଳ ହେବେ। ପ୍ରେମିକ ପ୍ରେମିକାମାନେ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ପାଇବେ। ବନ୍ଧୁମିଳନ ତୀର୍ଥ ଭ୍ରମଣ ଓ ସଂସ୍କୃତିକ ତଥା ସାମାଜିକ କାର୍ଯ୍ୟରେ ଭାଗନେବେ। ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ମୀନ:-

ପୁରୁଖା ନେତା ବା ଦଳର ମୁଖ୍ୟଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇ ପାରିବେ। ଦୀର୍ଘଦିନ ଧରି ଚିନ୍ତା କରୁଥିବା ନୂତନ କାର୍ଯ୍ୟ ଏବଂ ନୂତନ ବ୍ୟବସାୟ ଅତି ସହଜରେ ଆରମ୍ଭ କରି ପାରିବେ। ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କଠାରୁ ସାହାଯ୍ୟ ପାଇ ଧନ୍ୟ ହେବେ। ପରୀକ୍ଷାରେ ଆଶା ମୁତାବକ ଫଳ ପାଇବେ। ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇ କର୍ମନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ଦୀର୍ଘଦିନର ଆଶା ଆଜି ପୂରଣ ହେବ। ଉଚ୍ଚପଦବୀରେ ଅଧିଷ୍ଠିତ ହୋଇ ପାରନ୍ତି। ପର ହାତରେ ଥିବା ଧନ ପ୍ରାପ୍ତି ହେବ। ଅଧା ହୋଇଥିବା କାର୍ଯ୍ୟ ସହଜରେ ପୂରଣ ହେବ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!