ଦୈନିକ ରାଶିଫଳ: ୭ ନଭେମ୍ବର ୨୦୧୯, ମା ଲକ୍ଷ୍ମୀଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ହେବ ଆକସ୍ମିକ ଧନ ଲାଭ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-

ଉଚ୍ଚାଧିକାରୀ, ସହକର୍ମୀ, ଭାଇ ବନ୍ଧୁ ବା କୌଣସି ବିଶିଷ୍ଠ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢ଼େଇ ଦେବ। ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ହେଲେ ଆଗେଇ ନବା ଉଚିତ୍। ଅନେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ। ଯାତ୍ରା ଫଳରେ ଉତ୍ସାହିତ ହେବେ। ଜମି, ଜାଗା, ବାସ ଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ। ଶିକ୍ଷାଖେତ୍ରରେ ଉଚ୍ଚାକାଂକ୍ଷା ପୁର୍ତ୍ତିର ଫଳ ସ୍ୱରୂପ ନିଜ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରି ପାରିବେ। ପ୍ରତିକାରକୌଣସି ପିଲାକୁ ମିଠା ଖାଇବାକୁ ଦେବେ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

କର୍ମ କ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସାହାଯ୍ୟ ସହଯୋଗ ମିଳିବ। ସନ୍ତାନର ସୁ-ଖବର ଶୁଣି ଖୁସି ହେବେ। ସ୍ୱାସ୍ଥ୍ୟର କିଛି ପରିବର୍ତ୍ତନ ଘଟିବ। ଗୃହୋପକରଣ କ୍ରୟ କରିବେ। ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ। ବ୍ୟବସାୟ କ୍ଷେତ୍ରରେ ଖୁବ ଅଗ୍ରଗତି ଘଟିବ। କରଜ ଭାରରୁ ମୁକ୍ତି ମିଳିବ। ଆଇନ ଅଦାଲତରେ ଜୟଯୁକ୍ତ ହେବେ। ମହିଳାମାନଙ୍କର କର୍ମକ୍ଷେତ୍ରରେ ସୁଯୋଗ ହାତଛଡା ହେବାର ନାହିଁ। ରାଜନୈତିକ କ୍ଷେତ୍ରରେ ଉପରିସ୍ଥ କର୍ମକର୍ତ୍ତା ଆପଣଙ୍କର ସହଯୋଗ ଲୋଡିବେ ଓ ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ ଓ କ୍ଷାତି ବଢ଼ିବ। ପ୍ରତିକାରମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

ମିଥୁନ:-

ବ୍ୟବସାୟୀମାନେ ନିଜର ପ୍ରତିପତ୍ତି ବିସ୍ତାର କରି ପାରିବେ। ମହିଳାମାନଙ୍କର ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ ନିମ୍ନବର୍ଗ ଲୋକଙ୍କ ଠାରୁ ସମ୍ମାନ ପାଇବା ସମ୍ଭବ ହେବ। ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ଅଧ୍ୟୟନରେ ମନ୍ଥର ହେବାଫଳରେ ଅଧିକ ପରିଶ୍ରମ କରିବା ଆବଶ୍ୟକ। ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ମାଲି ମକଦ୍ଦମାର ସମାଧାନ ହେବ। ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ସ୍ଥାପିତ ହେବ। ରାଜନୈତିକ କ୍ଷେତ୍ରରେ ବ୍ୟକ୍ତିଗତ ସୁଖ, ଦୁଃଖ ତଥା ମନର ଭାବ କେହି ଠିକ୍ ଭାବେ ଠଉରେଇ ପାରିବେ ନାହିଁ। ପ୍ରତିକାର– ଷଣ୍ଢକୁ ଖାଇବାକୁ ଦିଅନ୍ତୁ।  

କର୍କଟ:-

ଗୁରୁ ଗୁରୁଜନଙ୍କ ଆଶୀର୍ବାଦ ବହୁକ୍ଷେତ୍ରରେ ସୁରକ୍ଷା ଦେବ। ବୈଷୟିକ ଅଭିବୃଦ୍ଧି ପାଇଁ ସମାଧାନର ରାସ୍ତା ପ୍ରସ୍ତୁତ କରିବେ। ମାଲିମୋକଦ୍ଦମା ଓ ରାଜନୀତିରେ ଶତ୍ରୁ ଓ ବିରୋଧୀମାନଙ୍କୁ ପରାସ୍ତ କରି ବିଜୟୀ ହେବେ। ଆମୋଦ, ପ୍ରମୋଦ, ମନୋରଞ୍ଜନ, ଦୀର୍ଘ ଯାତ୍ରା, ଛୋଟ ବଡ଼ ମିଟିଂରେ ଯୋଗ ଦେବେ। ନିମ୍ନବର୍ଗ କର୍ମୀଙ୍କ ପ୍ରତି ସତର୍କ ରହି ଚଉଆଖିଆହୋଇ କର୍ତ୍ତବ୍ୟ ପାଳି ଚାଲିଲେ ପରେ ହଇରାଣ ହେବେ ନାହିଁ। ମହିଳାମାନେ ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ। ପ୍ରତିକାର:- ଗୋମାତାକୁ ଖାଇବାକୁ ଦିଅନ୍ତୁ।

ସିଂହ:-

ବ୍ୟବସାୟ କ୍ଷେତ୍ରରେ ପ୍ରସାର, ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ। ଲୋକ ସମ୍ପର୍କ, ସମାଜ ସେବା, ଧାର୍ମିକ ଅନୁଷ୍ଠାନରେ ଲାଭ ପାଇବେ। ସରକାରୀ କର୍ମଚାରୀ ମାନେ ପ୍ରତିଷ୍ଠାର ଅଧିକାରୀ ହେବେ। ନୂତନ ଜାଗା ଜମି ଗୃହ, ବାହନ ଆଦି କ୍ରୟ କରିବାର ଯୋଜନା କରି ପାରିବେ। ରାଜନୀତି ସ୍ତରରେ ମୁଣ୍ଡ ଉଚ୍ଚା ରହିବ। ଆର୍ଥିକ କ୍ଷେତ୍ରରେ  ଉନ୍ନତି ସହ ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ। ପାରିବାରିକ ଜୀବନରେ ପ୍ରୀତିଲାଭ, ବନ୍ଧୁମିଳନ ଓ ଆନନ୍ଦ ଉତ୍ସାହ ବୃଦ୍ଧି ପାଇବ। ଛାତ୍ରଛାତ୍ରୀମାନେ ଯାତ୍ରାରେ ସୁଭଫଳ ପାଇ ବାନ୍ଧବୀଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ। ପ୍ରତିକାରପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

କନ୍ୟା:-

ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ ଓ ଉଚ୍ଚ ସମ୍ମାନ ପାଇବେ। ଆୟ ଉତ୍ତମ ଓ ବ୍ୟୟ ହ୍ରାସ ପାଇବାସହ ଅର୍ଥଲାଭର ଯୋଗ ରହିଛି। କୌଣସି ବ୍ୟାଙ୍କରୁ ମଧ୍ୟ ଋଣ ପାଇବା ଯୋଗ ଅଛି। ନୂଆ ବେପାରୀଙ୍କ ସହ ସମ୍ପର୍କ ଯୋଗୁଁ  ନୂତନ  ବ୍ୟବସାୟର ଯୋଜନା କରିବେ। ପ୍ରେମ ସମ୍ବନ୍ଧ ଓ ଦାମ୍ପତ୍ୟ ଜୀବନରେ ମଧୂରତା ସୃଷ୍ଟି ହେବ। ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, କର୍ମୋନ୍ନତି ବାସସ୍ଥାନ ବା ଯାନବାହାନର ପ୍ରାପ୍ତି ହେବ। ଅଳଙ୍କାର କ୍ରୟ କରିବେ। ବନ୍ଧୁ ମିତ୍ରଙ୍କଠାରୁ ଉପହାର ପ୍ରାପ୍ତି ହେବ। ପୁଅ ଝିଅଙ୍କ କର୍ମସ୍ଥିର ହେବା ଫଳରେ ଖୁସି ହେବେ। ପ୍ରତିକାର ମୁହଁ ମିଠା କରି ଘରୁ ବାହାରନ୍ତୁ।

ତୁଳା:-

ଧୈର୍ଯ୍ୟ ଓ ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରିପାରିବେ। ମିଷ୍ଟାନ ଭୋଜନ, ଉଚ୍ଚଆଶା ପୂରଣ ହେବ। ପ୍ରତିଦ୍ୱନ୍ଦିତା ପରୀକ୍ଷା ରେ ସଫଳତା ଲାଭ କରିବେ। ବନ୍ଧୁ ମିତ୍ରମାନେ ସମର୍ଥନ ଓ ପରିବାର ଲୋକଙ୍କର ସାହାଯ୍ୟ ସହଯୋଗ ହେତୁ ଖୁସି ହେବେ। ରାଜନୈତିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ ଓ ସୁନାମ ଅର୍ଜନ କରିବେ। ଅଚାନକ ଭାବରେ ଧନ ପ୍ରାପ୍ତି କରିବାର ସୁଯୋଗ ମିଳିବ। ଗୃହରେ କୌଣସି ଶୁଭକର୍ମ ସମ୍ପାଦନ କରିପାରନ୍ତି। ପାରିବାରିକ ଜୀବନ ଆନନ୍ଦମୟ ହେବ। ସ୍ୱାସ୍ଥ୍ୟ ଦିଗରୁ ଆଶ୍ଵସ୍ତି ଲାଭ କରିବେ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।  

ବିଚ୍ଛା:-

ଆର୍ଥିକ ଦିଗରୁ ବେଶ୍ ଅନୁକୂଳ ଥିବାରୁ କିଛି ନୂତନ ପଦାର୍ଥ ସଂଗ୍ରହ ବା ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ। ପାରିବାରିକକ୍ଷେତ୍ରରେ ବୁଝାମଣା ଠିକ୍ ରହିବା ସହ ଦାମ୍ପତ୍ୟ ସମସ୍ୟା ସମାଧାନ ହେବ। ବ୍ୟବସାୟ କ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପ ନେଇ ଧନମାନ ଦିଗରୁ ସୁରକ୍ଷିତ ରହିବେ। ମହିଳାମାନେ ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ କରି ପ୍ରଶଂସା ପାଇବେ। ରାଜନୈତିକ କ୍ଷେତ୍ରରେ ନିଜର ପ୍ରତିପତ୍ତି ବିସ୍ତାର କରି ପାରିବେ। ପ୍ରତିକାର:- ମାଦକ ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ।

ଧନୁ:-

ପାରିବାରିକ ଦ୍ଵନ୍ଦର ଅବସାନ ଘଟିବ। ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। କର୍ମକ୍ଷେତ୍ରରେ ମାନ ମନାନ୍ତର ଦୂର ହେବା ଫଳରେ ପ୍ରଶଂସିତ ହେବେ। ରାଜନୀତି କ୍ଷେତ୍ରରେ ଜନସେବାରେ ନିଜକୁ ନିୟୋଜିତ କରି ଆଶାତୀତ ଲାଭ ପାଇବେ। ପାରିବାରିକ ଜୀବନ ସୁଖ ଓ ଶାନ୍ତିରେ କଟିବ। ଦୂର ସ୍ଥାନକୁ ଯାତ୍ରା କରିବେ। ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ। କାର୍ଯ୍ୟ କ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବ ଓ ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ। ଜାଗା, ଜମି, ଗୃହପୋକରଣ କ୍ରୟ କରିବେ। ନୂତନକର୍ମପ୍ରାପ୍ତିର ସୁଯୋଗ ପାଇବେ। ପ୍ରତିକାର ମୁହଁ ମିଠା କରି ଘରୁ ବାହାରନ୍ତୁ।

ମକର:-

ବ୍ୟବସାୟ ବୃଦ୍ଧି ପାଇବ ଓ ଲାଭାଂଶ ଉପରେ ସୁପ୍ରଭାବ ପଡିବ। ଚାକିରୀଜୀବିମାନେ ନିଜ କ୍ଷେତ୍ରରେ କର୍ମ ଯୋଗକୁ ଅଧିକ ମହତ୍ତ୍ୱ ଦେବେ। ତଳୁ ଉପର ସ୍ତର ଯାଏଁ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ। ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ। ଘରୋଇ କର୍ମଚାରୀମାନେ କର୍ତ୍ତବ୍ୟ ନିଷ୍ଠା ରକ୍ଷାକରି ସାଧୁ ଓ ସଚ୍ଚୋଟ ଭାବେ ଦାୟିତ୍ୱ ତୁଲାଇବେ। ରାଜନୀତିରେ ଲୋକ ସମ୍ପର୍କକୁ ଆଧାରକରି ତିଷ୍ଠି ପାରିବେ। ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ। ବିଦ୍ୟାର୍ଥୀମାନେ ପରୀକ୍ଷା ପ୍ରତିଯୋଗିତାରେ ବିଜୟୀ ହେବେ। ମହିଳାମାନଙ୍କର ପିଲାଙ୍କ ସହ ଖୁସିଗପ କରିବାରେ ମଉକା ଜୁଟିବ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କୁମ୍ଭ:-

କର୍ମକ୍ଷେତ୍ରରେ ସଙ୍କୁଚିତ ହେଲେମଧ୍ୟ ସ୍ଵାଭିମାନକୁ ବଜାୟ ରଖି ଉପରିସ୍ଥଙ୍କ ଶ୍ରଦ୍ଧା ବା କୃପାଭାଜନ ହୋଇ କର୍ମୋନ୍ନତି ଭାଗ୍ୟୋନ୍ନତି କରି ପାରିବେ। ମହିଳାମାନେ ସୁଯୋଗ ପାଇ ଗଠନମୂଳକ ଚିନ୍ତାଧାରାକୁ ଉଜ୍ଜୀବିତ କରି ଯୋଜନାବଦ୍ଧ ରୀତି ଗ୍ରହଣ କରି ପାରିବେ। ରାଜନୀତି କ୍ଷେତ୍ରରେ ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ବ୍ୟବସାୟରେ ନିଜର ଅବହେଳାରୁ ହ୍ରାସ ମୂଲ୍ୟରେ ଦ୍ରବ୍ୟ ବିକ୍ରୟ ହୋଇ ପାରେ। ବ୍ୟକ୍ତିଗତ ସୁଖ, ଦୁଃଖ ତଥା ମନର ଭାବ କେହି ଠିକ୍ ଭାବେ ଠଉରେଇ ପାରିବେ ନାହିଁ। ଅଧ୍ୟୟନରେ ମନ୍ଥର ହେବାଫଳରେ ଅଧିକ ପରିଶ୍ରମ କରିବା ଆବଶ୍ୟକ। ପ୍ରତିକାର:- ଶିବ ଲିଙ୍ଗ ଉପରେ କଞ୍ଚା କ୍ଷୀର ଢ଼ାଳନ୍ତୁ।

ମୀନ:-

ବ୍ୟବସାୟରେ ଲାଭ କ୍ଷତି ପ୍ରତି ଭୃକ୍ଷେପ କରିବେ ନାହିଁ ଯାହା ଫଳରେ ମନଅଧିକ ପ୍ରଭାବିତ ହେବ। ଛାତ୍ର ଛାତ୍ରୀ ମାନଙ୍କର ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବନାହିଁ। କର୍ମ କ୍ଷେତ୍ରରେ କଠିନ ପରିଶ୍ରମ ଯୁକ୍ତ ହେବେ ଓ ନିଜ କ୍ଷେତ୍ରରେ ଭାବମୂର୍ତ୍ତି ସୁରକ୍ଷିତ ରହିବ। ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ। ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇ ପାରେ। ସଂଘର୍ଷ ଦ୍ୱାରା ସଫଳତା ମିଳିବ। ମହିଳାମାନେ ସୁଖ ସମ୍ପଦ ପ୍ରାପ୍ତି ଓ ବ୍ରତ, ଉପାସନାରେ ବ୍ରତୀ ହେବେ। ଦୂରଯାତ୍ରା କରି ପରିଶ୍ରମର ଉଚିତ୍ ମୂଲ୍ୟ ପାଇବେ। ବାହନ ଆଦି କିଣନ୍ତୁ ନାହିଁ। ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!