ଦୈନିକ ରାଶିଫଳ: ୭ ଅପ୍ରେଲ ୨୦୧୯, ସୂର୍ଯ୍ୟ ଦେବଙ୍କ କୃପାରି ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କର ବ୍ୟବସାୟରେ ପ୍ରଚୁର ଲାଭ ହେବ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୭ ଅପ୍ରେଲ ୨୦୧୯

ମେଷ:-

ବ୍ୟବସାୟରେ ଉନ୍ନତି ହେବାଫଳରେ ଖୁସି ରହିବେ। କୌଣସି ଶୁଭ ସମାଚାର ଶୁଣି ହସ-ଖୁସିରେ ସମୟ ବ୍ୟତୀତ ହେବ। କିନ୍ତୁ ବିରୋଧି ଓ ଶତୃମାନଙ୍କୁ ନଜର ରଖିବାକୁ ହେବ। କୌଣସି କାର୍ଯ୍ୟ ଆରମ୍ଭ କଲେ ପୁରଣରେ ବିଳମ୍ବ ହେବ।  କୌଣସି ମହତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହୋଇ ଆର୍ଥିକ ସହାୟତାରେ ଉତ୍ସାହ ବୃଦ୍ଧି ପାଇବ।  ଖେଳ, କୁଦ, ପ୍ରତିଯୋଗିତାରେ ବିଜୟୀ ହେବେ। କଳା, ସାହିତ୍ୟ, କ୍ରିଡାକ୍ଷେତ୍ରରେ ପ୍ରଶଂସା ମିଳିବ। ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବାପାଇଁ କରିଥିବା ଯୋଜନା ସଫଳ ହୋଇପାରିବ। ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।       

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ନିଜର କାର୍ଯ୍ୟରେ ଲାଭ ହେବାର ସମ୍ଭାବନା ଅଛି।  ସରକାରୀ କ୍ଷେତ୍ରରେ ସଫଳତା ମିଳିବ।  ଧୈର୍ଯ୍ୟ ସାହସ ଦ୍ଵାରା ହୋଇପାରୁ ନଥିବା କାମ ସୁରୁଖୁରୁରେ ହୋଇଯିବ। ଜାଗାଜମି ଓ ଯାନବାହାନ ସମ୍ବନ୍ଧୀୟ କେତେ ସମସ୍ୟା ସମାଧାନ ହୋଇଯିବ। ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ମହିଳାମାନେ ନୂତନପନ୍ଥା ଅନୁସରଣ କରିବେ।  ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ।  ଏମିତି କାର୍ଯ୍ୟ ଆଜି କରିବେ ଯାହାକି ଭବିଷ୍ୟତ ଆକାଂକ୍ଷାକୁ ପୂର୍ଣ୍ଣ କରିବ।  ମନରେ ଭୟ ଆଶଙ୍କା, ଶାରୀରିକ ଅସୁସ୍ଥତା ଦୂରେଇଯିବ। ପ୍ରତିକାର-ପିତା ମାତାଙ୍କ ଆଜ୍ଞା ପାଳନ କରନ୍ତୁ।

ମିଥୁନ:-

ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ଲାଭ ପାଇବେ। ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ।  ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ। ରାଜନୀତି କ୍ଷେତ୍ରରେ ଶତୃ ଓ ବିରୋଧୀମାନେ ଆପଣଙ୍କ ସାମ୍ନା କରିପାରିବେ ନାହିଁ। ଦାମ୍ପତ୍ୟ ଓ ପାରିବାରିକ ସ୍ତରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ। କୌଣସି କାମରେ ବିଶେଷଜ୍ଞତା ହାସିଲ କରିବେ।  ପରିବାରର ଉନ୍ନତି ପାଇଁ ପ୍ରୟାସରତ ହେବେ। ନିଜକୁ ମଧ୍ୟ ଖୁସି ଓ ସୁରକ୍ଷିତ ଅନୁଭବ କରିବେ।  ଅଧୁରା କାର୍ଯ୍ୟ ପୂରଣ ହେବ। ବ୍ୟବସାୟରେ ସବୁ କିଛି ସୁନ୍ଦର ହିଁ ସୁନ୍ଦର ଦେଖା ଦେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କର୍କଟ:-

ପରିବାରରେ ମାନ ମନାନ୍ତର ଦୂର ହୋଇ ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ ଓ ଉଚ୍ଚ ସମ୍ମାନ ପାଇବେ। ରାଜନୀତି କ୍ଷେତ୍ରରେ ଶତୃମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରି ପାରିବେ ନାହିଁ। କାମ-କାର୍ଯ୍ୟରେ ନୂଆ ଉପଲବ୍ଧି ଆପଣଙ୍କ ପ୍ରତୀକ୍ଷାରେ ରହିବ। ସମସ୍ତ କ୍ଷେତ୍ରରେ ଖୁସି ମିଳିବ। କୌଣସି ଅଚିହ୍ନା ବ୍ୟକ୍ତିଙ୍କ ସାହାଯ୍ୟରେ ଉଚ୍ଚଆଶା ସଫଳ ହେବ। ସନ୍ତାନମାନଙ୍କ ଉନ୍ନତି ପାଇଁ ଆନନ୍ଦିତ ହେବେ। ଧନର ଆଗମନ ହୋଇପାରେ। ମାନସିକ ସ୍ଥିରତା ଦେଖାଦେବ। ବନ୍ଧୁ ମିତ୍ରଙ୍କର ଆର୍ଥିକ ସହାୟତାରେ ନୂତନ ଦ୍ରବ୍ୟ କ୍ରୟ କରିବେ। ପ୍ରତିକାର- ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:-

ସ୍ଵାସ୍ଥ୍ୟରେ ଉନ୍ନତି, ମାନସିକ ସ୍ଥିରତା ଆସିବ। ରାଜନୀତିରେ ଧୈର୍ଯ୍ୟ ଓ ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରି ପାରିବେ। ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇପାରେ। ଗୃହବାହନ ପ୍ରାପ୍ତି ପରିଜନଙ୍କ ତରଫରୁ ଶୁଭ ସମାଚାର ମିଳିପାରେ। ପ୍ରେମୀ-ପ୍ରେମିକାଙ୍କ କାର୍ଯ୍ୟ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ। ସମାଜ ସେବା ଓ ସାଧାରଣ ଲୋକ ସମ୍ପର୍କକୁ ଅତିକ୍ରମ କରିବା ଲକ୍ଷ୍ୟରେ ଭୋଗମାର୍ଗୀ ହୋଇ ନିଜକୁ ପ୍ରତିଷ୍ଠିତ କରିପାରିବେ। ନୂତନ ବ୍ୟବସାୟ ଯୋଜନାର ଶିଳାନ୍ୟାସ କଲେ, ତାହା ଦୀର୍ଘ ସ୍ଥାୟୀହେବ ଓ ବହୁବିଧ ଲାଭ ମିଳିବ। ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

କନ୍ୟା:-

ବାଦ-ବିବାଦ, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ଉଚ୍ଚପ୍ରଶଂସିତ ହେବେ। କାର୍ଯ୍ୟ କ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବ। ପରିବାରରେ ମାନସିକ ଶାନ୍ତି ମିଳିବ। ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ। ଦୂରସ୍ଥାନକୁ ଯାତ୍ରା କାଲେ ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ଦାମ୍ପତ୍ୟ କଳହ ମେଣ୍ଟିଯାଇ ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ। ବ୍ୟବସାୟରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ। ବଡପଣିଆ ଦେଖାଇଲେ ମନ୍ଦଫଳ ଭୋଗିବାକୁ ପଡିବ। ବାକ୍ୟ ସଂଯମତା ନରଖିଲେ ମାଲିମୋକଦ୍ଦମାର ଭୟ ରହିବ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା:-

କାରବାରରେ ସୁଧାର ଆସିବା ଫଳରେ ମନ ଓ ଶରୀର ଭଲ ରହିବ। କୃଷିଜାତ ଦ୍ରବ୍ୟ ବାଣିଜ୍ୟରେ ବ୍ୟୟ ଅପେକ୍ଷା ଆୟ ଅଧିକ ହେବ। ବିଦେଶ ଯାତ୍ରାରେ ସଫଳ ହେବେ। ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବଢିବ। ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ। ସନ୍ତାନ ସନ୍ତତିଙ୍କ ତରଫରୁ ଆଶାବାଦୀ ହେବେ। କେତେକ କ୍ଷେତ୍ରରେ ଉଚ୍ଚାକାଂକ୍ଷ। ପୂର୍ତ୍ତି ନିମନ୍ତେ କଠିନ ପରିଶ୍ରମ କରିବାକୁ ପଡିବ। ରାଜନୀତି କ୍ଷେତ୍ରରେ ବନ୍ଧୁ ମିତ୍ରମାନଙ୍କର ଓ ବରିଷ୍ଠ କର୍ମୀଙ୍କ ପ୍ରିୟପାତ୍ର ହେବେ। କାମରେ ପ୍ରସନ୍ନ ରହିବେ ଓ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ।  ଟଙ୍କାର ଆବଶ୍ୟକତା ପୂରଣ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବିଚ୍ଛା:-

ଜଗାଜମି, ଗୃହ ଉପକରଣ କ୍ରୟ କରିବେ। ଋଣପ୍ରାପ୍ତି ଓ ଋଣମୁକ୍ତିର ରାସ୍ତା ପରିଷ୍କାର ହେବ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। ବ୍ୟବସାୟରେ ଲାଭ ପାଇ ମନର ଅଶାନ୍ତି ଦୂରହେବ। ଆୟ ଊତ୍ତମ ସ୍ଥଳେ ସଙ୍କଟ ଜନକ ପରିସ୍ଥିତିର ଅବସାନ ଘଟିବ। ବନ୍ଧୁ ମିତ୍ରଙ୍କର ଆର୍ଥିକ ସହାୟତାରେ ଧନ ଲାଭ ହେବାରୁ ମନ ଖୁସି ରହିବ। ସ୍ଥଗିତଥିବା କର୍ମଟି ପୂରଣ ହେବ। ରାଜନୀତି କ୍ଷେତ୍ରରେ ଭରପୁର ଆନନ୍ଦ ପାଇଲାଭଳି ଫାଇଦା ଉଠେଇବେ। ପରିବାରରେ ସାଧାରଣ ପରିବର୍ତ୍ତନ ଯୋଗେ ଆଶା ଆକାଂକ୍ଷା ପୂରଣ ହୋଇପାରିବ। ଆପଣଙ୍କ ପାଇଁ କିଛି ଅସମ୍ଭବ ହେବ ନାହିଁ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ଧନୁ:-

ନିଜର ଯୋଜନା ମୁତାବକ କାର୍ଯ୍ୟକରିବେ। ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ।  ପରିବାରରେ ଅପ୍ରୀତିକର ପରିସ୍ଥିତି ଦୂରେଇ ଯିବ। ସଭାସମିତି, ସାହିତ୍ୟ ଓ କଳାରେ ପ୍ରଶଂସିତ ହେବେ। ରାଜନୀତି କ୍ଷେତ୍ରରେ ଯଥା ସମ୍ଭବ ପ୍ରକୃତିସ୍ଥ ରହି ଅଳ୍ପ ପରିଶ୍ରମରେ ଅଧିକ ଲାଭର ଉପଭୋକ୍ତା ହେବେ। ନୂତନ ବନ୍ଧୁମିଳନ ହେତୁ ମନଖୁସୀ ରହିବ।  ଦୂରଯାତ୍ରାର ସୁଯୋଗ ପାଇ ସଫଳତା ମିଳିବ। ସ୍ୱାସ୍ଥ୍ୟ କିମ୍ବା ଆଇନ୍ ଅଦାଲତ୍ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ। ବାଦ-ବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

ମକର:-

ରାଜନୀତି କ୍ଷେତ୍ରରେ ସେବାକାରୀ ମାନଙ୍କ କଠିନ ପରିଶ୍ରମ ଦ୍ଵାରା ଯଶ-ମାନ ସମ୍ମାନ ମିଳିବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ସନ୍ତାନଙ୍କ ଉନ୍ନତି ଚିନ୍ତାରେ ମାନସିକ ଶାନ୍ତି ପାଇବେ । ବନ୍ଧୁ ମିତ୍ରଙ୍କର ସହଯୋଗ ପାଇ ନୂତନପନ୍ଥା ଅନୁସରଣ କରିବେ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ବ୍ୟବସାୟରେ ଭାରସାମ୍ୟ ରକ୍ଷାକରି ନିମ୍ନବର୍ଗଙ୍କ ଯୋଗେ ପରିସ୍ଥିତିକୁ ନିଜ ତରଫରେ ନେଇ ପ୍ରଶଂସା  ପାଇବେ। ଆମୋଦ-ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟ ଗୀତ, କଳା ସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍ ରେ ଉତ୍ସାହ ବଢିବ। ପ୍ରତିକାର- ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-

ଜମି ଜମା ସଙ୍କ୍ରାନ୍ତିୟ ସମସ୍ୟାରେ ସଫଳତା ମିଳିବ। ଅନେକ କ୍ଷେତ୍ରରେ ପୂର୍ବ ଯୋଜନା ସଫଳତା ହେବ। ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ରୋଜଗାର ସମସ୍ୟା ସୁଧୁରି ଯିବ। ରାଜନୀତି କ୍ଷେତ୍ରରେ ସାମାଜିକ ଭାବମୂର୍ତ୍ତି-ସୁରକ୍ଷା ହେବ। ବ୍ୟବସାୟରେ ସାହାଯ୍ୟ ସହଯୋଗ ମିଳି ପୁରୁଣାପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରିବ। ପାରିବାରିକ କ୍ଷେତ୍ରରେ କିଛି ଅସୁବିଧା ଥିଲେ ସମାଧାନ କରି ପାରିବେ ଓ ଶାନ୍ତି ବିରାଜମାନ କରିବ। ଆମୋଦ-ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟ ଗୀତ, କଳା ସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍ ରେ ଆଗ୍ରହ ବଢିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମୀନ:-

ଧାର୍ମିକ କାର୍ଯ୍ୟରେ ସଫଳତା ପାଇବା ସହ ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସ ରତ ହେବେ। ପାଖରେ ଥିବା ସାଥୀ, ବନ୍ଧୁ, ପ୍ରିୟଜନ ଓ ସହକର୍ମୀ ମାନଙ୍କ ଆର୍ଥିକ ସାହାଯ୍ୟ ସହଯୋଗ ଦ୍ଵାରା ବିଶେଷ ଲାଭବାନ ହେବେ। ସୁବିଧା ବାଦକୁ ଆପଣେଇ ନେଇ ମନବିକାର ଦୂରହେବ। ରାଜନୀତି କ୍ଷେତ୍ରରେ ଜନ କଲ୍ୟାଣ କାର୍ଯ୍ୟ ଇଛା ଅନୁସାରେ ସମ୍ପନ୍ନ କରିବେ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢେଇଦେବ। ବ୍ୟବସାୟରେ ସଫଳତା ଅର୍ଜନ କରିବେ। ବାଦ-ବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!