ମାର୍ଚ୍ଚ 14 ତାରିଖ ରୁ ମାର୍ଚ୍ଚ 20 ତାରିଖ ସାପ୍ତାହିକ ରାଶିଫଳ, ଏହି 5ଟି ରାଶିଙ୍କର ବନୁଛି ରାଜଯୋଗ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ। ଦୂରଯାତ୍ରାର ସୁଯୋଗ ପାଇ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ଶାରିରୀକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ବ୍ୟବସାୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତି ହେବା ସହ ପ୍ରଚୁର ଲାଭ ହେବ। ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ଭଲ ଓ ଘରୋଇ ସଂସ୍ଥାର କର୍ମକ୍ଷେତ୍ରରେ ସହଯୋଗୀ ମାନେ ସହଯୋଗ କରିବେ। ଭାଇ, ବନ୍ଧୁ, ମିତ୍ର ଓ ସହକର୍ମୀ ମାନଙ୍କ ସହିତ ମତଭେଦ ସମାପ୍ତ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ। ଛାତ୍ର ଛାତ୍ରୀମାନଙ୍କର ନିଜର ଆତ୍ମନିରୀକ୍ଷଣ, ମନୋବୈଜ୍ଞାନିକ ତଥ୍ୟ, ଅନ୍ୱେଷଣ, ଅନ୍ତର୍ଦୃଷ୍ଟି ଏବଂ ଆନ୍ତରିକ ମୂଲ୍ୟାଙ୍କନର ଅନୁଭୂତି ଜାଗ୍ରତହେବ। ପ୍ରତିକାର:- କଦଳୀଗଛ ମୂଳରେ ଗୁଡ଼ଟିକେ ଥୋଇ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ସାମାଜିକ କଲ୍ୟାଣ ଓ ଜୀବନସ୍ତର ପରିବର୍ତ୍ତନର ଉଦ୍ୟମ କରିବା ଫଳରେ ମାନସମ୍ମାନ ବୃଦ୍ଧିହେବ। କ୍ୟାରିଅର କ୍ଷେତ୍ରରେ ପରିବର୍ତ୍ତନ ଆସିବ। କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ସମାଧାନ ହୋଇ ସହକର୍ମୀ ମାନଙ୍କ ଦ୍ୱରା ବହୁ ସୁବିଧା ସୁଯୋଗ ପାଇବେ। ପାରିବାରିକ କ୍ଷେତ୍ରରେ ଭୂଲ ବୁଝାମଣା କଟି ଯାଇ ଶାନ୍ତି ବାତାବରଣ ସୃଷ୍ଟି ହେବ। ନୂତନ ଯୋଜନା ପ୍ରସ୍ତୁତ କରି ବ୍ୟବସାୟର ପ୍ରସାର ପ୍ରଚାର ଫଳରେ ଆଶାତୀତ ଆୟ ବୃଦ୍ଧି ପାଇବ। ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ। ଦୂରଯାତ୍ରାର ସୁଯୋଗ ପାଇବେ। ଆୟ ଉପାର୍ଜନର ବୃଦ୍ଧି ହେବ। ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦର ଅବସାନ ଘଟିବ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

ମିଥୁନ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଅନେକ ପ୍ରକାର ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ। ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ। ଏକ ବିରାଟ କାର୍ଯ୍ୟର ସଂକଳ୍ପ ନେବେ ଯାହା ଫଳରେ ଆର୍ଥିକ କ୍ଷେତ୍ରରେ ସ୍ଵଚ୍ଛଳତା ଦେଖାଦେବ। ଦେହମନ ଭଲ ରହିବ ଓ ଶାନ୍ତି ପାଇବେ। ବ୍ୟବସାୟ ବାଣିଜ୍ୟ କିମ୍ବା ଯୌଥ ପରିବାର ସମ୍ପର୍କୀୟ କୌଣସି ଘଟଣା ଯୋଗୁ ବିଶେଷ ବ୍ୟସ୍ତ ରହିବେ। ଜମିବାଡ଼ି ନେଇ କେତେକ ସମସ୍ୟା ଉପୁଜି ସମାଧାନ ହୋଇ ପାରେ। ଆର୍ଥିକଦିଗରୁ ଉନ୍ନତି ହେବାସହ ସ୍ୱାସ୍ଥ୍ୟ ଠିକ୍ ରହିବ। ପାରିବାରିକ କ୍ଷେତ୍ରରେ ବସନ ଭୂଷଣରେ ଅଧିକ ବ୍ୟୟ ଘଟିବ। ସନ୍ତାନ ମାନଙ୍କ ଭବିଷ୍ୟତ ନେଇ ଖୁସି ରହିବେ। ପ୍ରତିକାର- ପ୍ରତ୍ୟେକ ଦିନ କଦଳୀଗଛ ମୂଳରେ ହଳଦୀ ପାଣି ଦିଅନ୍ତୁ।

କର୍କଟ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଭୋଗବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ ସାଙ୍ଗକୁ ସ୍ୱାସ୍ଥ୍ୟକର ପରିବେଶ ଓ ସମ୍ମାନଜନକ ଘଟଣା ଲାଗି ରହିବ। ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ପ୍ରଚୁର ଲାଭବାନ ହେବେ। ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ବ୍ୟବସାୟ ଶୁଭାରମ୍ଭ କରିବାର ସୁଯୋଗ ପାଇବେ। ବ୍ୟବସାୟରେ ସଫଳତା, ନୂଆ ନୂଆ ବ୍ୟବସାୟିକ ସଂପର୍କ ସ୍ଥାପନ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ। କୌଣସି କାର୍ଯ୍ୟକ୍ରମରେ ସମ୍ମାନିତ ହେବେ। ନୂତନ କର୍ମ ସଂସ୍ଥାରେ ନିଯୁକ୍ତି ପାଇବାର ଯୋଗ ମଧ୍ୟ ରହିଛି। କର୍ମକ୍ଷେତ୍ରରେ ଉନ୍ନତି କରିବା ସହ ଉପରିସ୍ଥ ଅଧିକାରୀଙ୍କର କୃପା ଲାଭ କରିବେ। ପ୍ରେମିକ ପ୍ରେମିକାମାନେ ଆମୋଦ-ପ୍ରମୋଦ, ମନୋରଞ୍ଜନ, ନୃତ୍ୟଗୀତ, ଭୋଜିଭାତ, ମଉଜ ମଜିଲିସ୍ ରେ ମଜ୍ଜି ରହିବେ। ପ୍ରତିକାର-ଧଳା ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ।

ସିଂହ:- ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଭାଇ ଭଉଣୀ ମାନଙ୍କ ସହିତ ଉତ୍ତମ ସମ୍ପର୍କ ରହିବ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ସମ୍ମାନିତ ହେବେ। ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ। ଉଚ୍ଚଅଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ଆନନ୍ଦିତ ହେବେ। ନୂତନକର୍ମ ନିଯୁକ୍ତି ପାଇବେ। ଗୃହରେ ଥିବା କଳହ, ପତିପତ୍ନୀ ମଧ୍ୟରେ ମତଭେଦ, ବିରୋଧଭାବ ଏବଂ ତିକ୍ତତା ଭାବର ସମାଧାନ ହେବ। ବ୍ୟବସାୟୀମାନେ ଆବଶ୍ୟକତା ଠାରୁ ଅଧିକ ଆଦାନ ପ୍ରଦାନ କରି ଉଚିତ ଲାଭ ପାଇବେ। ଶିକ୍ଷାକ୍ଷେତ୍ରରେ ରୁଚି ବୃଦ୍ଧି ପାଇବା ସହ ପରୀକ୍ଷା ପରିଣାମ ଅନୁକୂଳ ହେବ। ରାଜନୀତି କ୍ଷେତ୍ରରେ ସାଧାରଣ ଲୋକ ସମ୍ପର୍କକୁ ଅତିକ୍ରମ କରିବା ଲକ୍ଷ୍ୟରେ ଭୋଗମାର୍ଗୀ ହୋଇ ନିଜକୁ ପ୍ରତିଷ୍ଠିତ କରି ପାରିବେ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

କନ୍ୟା:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ। ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବା ସହ ଶୁଭ ସୂଚନା ମଧ୍ୟ ପାଇବେ। ସ୍ୱାସ୍ଥ୍ୟରେ ଉନ୍ନତି ହୋଇ ଗୃହସ୍ଥ ଜୀବନ ସୁଖମୟ ହେବ। ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ମିଳିବ। ନୂତନ ଗୃହସୁଖ ଓ ଯାନବାହନ ସୁଖ ମିଳିବ। ସମସ୍ତ କାର୍ଯ୍ୟ ମନଇଛା ଅନୁସାରେ ସମ୍ପନ୍ନ ହେବ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରିବେ। ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ। ପାରିବାରିକ କ୍ଷେତ୍ରରେ ସ୍ନେହ-ସଦ୍ଭାବ ବଜାୟ ରହିବ। ବିଦ୍ୟାର୍ଥିମାନେ ବିଦ୍ୟାରେ ଉନ୍ନତି କରିବା ସହ ପରୀକ୍ଷା, ପ୍ରତିଯୋଗିତାରେ ବିଜୟୀ ହେବେ। ପ୍ରତିକାର- ପାଣିରେ କିଛି ଫିଟିକିରି ପକାଇ ପ୍ରତ୍ୟେକ ଦିନ ଘରକୁ ପୋଛନ୍ତୁ।

ତୁଳା:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ସାମାନ୍ୟ ଚେଷ୍ଟାରେ ବକେୟା ଅର୍ଥ କିଛି ପାଇବେ। ବିରାଟ ଯୋଜନାର ସଂକଳ୍ପ ନେବେ। ଆକସ୍ମିକ ଧନ ଲାଭ ହୋଇ ଜାଗା, ଜମି, ଗୃହ ବାହନ ପାଇଁ ଚୂକ୍ତିପତ୍ର କରି ପାରିବେ। କର୍ମକ୍ଷେତ୍ରରେ ପଦୋନ୍ନତି ସହ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ଉତ୍ତମ ରୋଜଗାର ହେବା ସହ ବେଶ୍ ଦୁଇ ପଇସା ଲାଭ ହେବ। ନୂତନ ଆୟର ପନ୍ଥା ଖୋଲିଯିବ। ଅବିବାହିତ ଯୁବକ-ଯୁବତୀମାନଙ୍କର ବିଭିନ୍ନ ସ୍ଥାନରୁ ପ୍ରସ୍ତାବ ମାନ ଆସିବ। ଯେ କୌଣସି କାମରେ ହାତ ଦେଲେ, ସେଥିରେ ସଫଳତା ପାଇବେ। ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା, କ୍ରିଡା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ। ରାଜନୀତିରେ ଉଚ୍ଚପ୍ରଶଂସିତ ହେବେ। ଶାରିରୀକ ସୁସ୍ଥତା ଦେଖା ଦେବ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ବିଚ୍ଛା:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ। ବନ୍ଧୁ ମିତ୍ରମାନେ ସାହାଯ୍ୟ କରିବେ। କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟକରି ପଦୋନ୍ନତି ପାଇବେ। ଛାତ୍ର-ଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସମ୍ମାନିତ ହେବେ। ସାଧାରଣ ସମସ୍ୟା ଦୂରହୋଇ ଉଚ୍ଚ ଆଶାରେ ଆଗେଇବେ। କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ। କାରବାର ଓ କାର୍ଯ୍ୟ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ। ବ୍ୟବସାୟ କ୍ଷେତ୍ରରେ ମନ ଲାଗିବା ଦ୍ଵାରା ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ। ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ପ୍ରେମିକ ପ୍ରେମିକାମାନେ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ଉତ୍ସାହ ଉଦ୍ଦିପନା ବୃଦ୍ଧିହୋଇ ବୀଜୟ ପ୍ରାପ୍ତ ହେବ। ପ୍ରତିକାର:- ହଳଦୀ ଟିକେ ପାଣିରେ ମିଶେଇ ଗାଧାନ୍ତୁ।

ଧନୁ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ପରିବହନ ବ୍ୟବସାୟରେ ସମସ୍ୟା ସମାଧାନ ହେବ। ଅନ୍ୟ ବ୍ୟବସାୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ଫଳରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ। ନୂତନ କର୍ମପାଇଁ ପ୍ରୟାସ ରତ ଥିଲେ ନିଯୁକ୍ତି ପାଇବେ। ଦୂରଯାତ୍ରାର ସୁଯୋଗ ପାଇ ମାନସିକ ସୁସ୍ଥତା ଅନୁଭବ କରିବେ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। କର୍ମ କ୍ଷେତ୍ରରେ କିଛି ନୂଆସୁଯୋଗ ଆସିବ। ପ୍ରେମିକ ପ୍ରେମିକା ମାନଙ୍କର ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ। ଛାତ୍ର ଛତ୍ରୀମାନେ କଠିନ ପରିଶ୍ରମ କରିବା ସହିତ ପଢ଼ା ପଢ଼ିରେ ମନଯୋଗ ଦେଇ ପରୀକ୍ଷା ପ୍ରତିଯୋଗିତାରେ ବିଜୟୀ ହେବେ। ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ପ୍ରତିକାର- ପାଣିରେ ଟିକେ ଗୋମୁତ୍ର ପକାଇ ଘରକୁ ପୋଛନ୍ତୁ।

ମକର:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ବ୍ୟବସାୟରେ ଭଲ ଲାଭ ହେବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ। ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ। କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବା ଫଳରେ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ। ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଅଶାନ୍ତି ଅସନ୍ତୋଷ ଦୂରେଇ ଯିବା ଫଳରେ ପାରିବାରିକ ଜୀବନରେ କୌଣସି ବିଶୃଙ୍ଖଳା ଦେଖାଦେବ ନାହିଁ। ଛାତ୍ରଛାତ୍ରୀ ମାନେ ସହପାଠୀ ମାନଙ୍କଠାରୁ ସାହାଯ୍ୟ, ସହଯୋଗ ପାଇ ସଫଳତା ଲାଭ କରିବେ। ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ ଉତ୍ତିର୍ଣ୍ଣ ହେବେ। ଉତ୍ତମ ରୋଜଗାର ହେଲେ ମଧ୍ୟ ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଶାରିରୀକ ସୁସ୍ଥତା ଅନୁଭବ କରିବା ସହ ପିଲା ମାନଙ୍କ ଉନ୍ନତିରେ ଆନନ୍ଦିତ ହେବେ। ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ଗୃହପାଳିତ ପଶୁ ଓ ଯାନବାହାନ ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ। କଳକାରଖାନା, କୋଇଲା ଖଣି, ରେଳବିଭାଗ, ଡାକ ଓ ତାର ବିଭାଗ, ଟ୍ରାନ୍ସପୋର୍ଟ ବିଭାଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଅଧିକ ପରିଶ୍ରମ କରି ପ୍ରଶଂସା ପାଇବେ। ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ, ଦଳ ସମର୍ଥନ ବଢିବା ସହ ମୁଖ୍ୟନେତାଙ୍କର ପ୍ରିୟପାତ୍ର ହେବେ। କର୍ମକ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପ ନେଇ ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ। କିନ୍ତୁ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟରେ ଗତି କରିବା ସାଙ୍ଗକୁ ପାରିବାରିକ ଦୁଶ୍ଚିନ୍ତାରେ ମାନସିକ ଅଶାନ୍ତି ଦେଖାଦେବ।କେତେକ କ୍ଷେତ୍ରରେ ବ୍ୟସ୍ତତା ଅନୁଭବ କରି ପାରନ୍ତି। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

ମୀନ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଆକସ୍ମିକ ଧନ ପ୍ରାପ୍ତି ହେବା ସହ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧିହେବ। ପ୍ରେମିକ ପ୍ରେମିକା ମାନଙ୍କର ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ। ଦାମ୍ପତ୍ୟ ସୁଖ ବୃଦ୍ଧି ହେବା ସହ ନୂତନ ଆୟର ପନ୍ଥା ପ୍ରାପ୍ତି ହେବ। ସନ୍ତାନ ମାନଙ୍କ ଭବିଷ୍ୟତ ନେଇ ଆନନ୍ଦିତ ରହିବେ। କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ସମାଧାନ ହୋଇ ସହକର୍ମୀ ମାନଙ୍କ ଦ୍ୱରା ବହୁ ସୁବିଧା ସୁଯୋଗ ପାଇବେ। ପାରିବାରିକ କ୍ଷେତ୍ରରେ ଭୂଲ ବୁଝାମଣା କଟି ଯାଇ ଶାନ୍ତି ବାତାବରଣ ସୃଷ୍ଟି ହେବ। ନୂତନ ଯୋଜନା ପ୍ରସ୍ତୁତ କରି ବ୍ୟବସାୟର ପ୍ରସାର ପ୍ରଚାର ଫଳରେ ଆଶାତୀତ ଆୟ ବୃଦ୍ଧି ପାଇବ। ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ। ଦୂରଯାତ୍ରାର ସୁଯୋଗ ପାଇବେ। ଆୟ ଉପାର୍ଜନର ବୃଦ୍ଧି ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!