ଆଜି କେମିତି ରହିବ ଆପଣଙ୍କ ଦିନ : ୫ ଜୁନ୍ ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୫ ଜୁନ୍ ୨୦୧୮

ମେଷ :-

ଉଚ୍ଚାଧିକାରୀ, ସହ କର୍ମୀ, ଭାଇ ବନ୍ଧୁ ବା କୌଣସି ବିଶିଷ୍ଠ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢ଼େଇ ଦେବ। ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ଆଜି ପୂରଣ କରିବାକୁ  ଚେଷ୍ଟା କରିବେ। ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ହେଲେ ଆଗେଇ ନବା ଉଚିତ୍। କର୍ମ ଓ ବ୍ୟବସାୟ ସମ୍ବନ୍ଧିତ ଯାତ୍ରା କରିବାକୁ ପଡ଼ିବ। ପ୍ରତିକାର : ଶିବ ଦର୍ଶନ କରି ପାଦୁକ ସେବନ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:–

ଅନେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ। ଯାତ୍ରା ଫଳରେ ଉତ୍ସାହିତ ହେବେ। ଗୃହୋପକରଣ କ୍ରୟ କରିବେ। ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ। ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ। ବିଦ୍ୟାରେ ଉନ୍ନତି କରିବେ।  ପ୍ରତିକାର : ପାରାଙ୍କୁ ଖାଦ୍ୟ ଦିଅନ୍ତୁ  ।

<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ମିଥୁନ:–

ପ୍ରବାସ ଓ ଯାତ୍ରାରେ ଲାଭବାନ୍ ହେବେ। ବରିଷ୍ଠବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢ଼ୀଭୂତ ହେବ। ପରିବାର ହିତପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ। ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ କ୍ଷତି ସହିବେ। କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ବାଦ ବିବାଦ ସୃଷ୍ଟି ହେବ। ପ୍ରତିକାର : ଗାଈକୁ କିଛି ଖାଦ୍ୟ ଖୁଆନ୍ତୁ।

କର୍କଟ :–

ଭାବନାର ବଶୀଭୂତ ହୋଇ ଅମିନୀ, ଜାମିନି, ମଧ୍ୟସ୍ଥତା  ଠିକ୍ ହେବ ନାହିଁ। ନୂଆସମସ୍ୟାର ସମ୍ମୁଖୀନ ହେଲେମଧ୍ୟ  ନିଜରବୁଦ୍ଧି, ବିବେକ ଖଟାଇ ସମାଧାନ କରିପାରିବେ। ଆମୋଦ, ପ୍ରମୋଦ, ମନୋରଞ୍ଜନ, ଦୀର୍ଘ ଯାତ୍ରା, ଛୋଟ ବଡ଼ ମିଟିଂରେ ଯୋଗଦେବେ। ଆକସ୍ମିକଦୁର୍ଘଟଣା, ଶଲ୍ୟଚିକିତ୍ସା, ଶତ୍ରୁମାନେ ଷଡ଼ଯନ୍ତ୍ରକରି କ୍ଷତିକରିବେ।  ପ୍ରତିକାର : ଶିବଦର୍ଶନ କରି ପାଦୁକ ସେବନ କରନ୍ତୁ।

ସିଂହ:–

ବ୍ୟବସାୟସମ୍ବନ୍ଧୀୟ ଜରୁରୀ କାର୍ଯ୍ୟପାଇଁ ଯାତ୍ରାକରିବାକୁ ପଡ଼ିବ। କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସାହାଯ୍ୟ ସହଯୋଗ ମିଳିବ। ସନ୍ତାନର ସୁ-ଖବର ଶୁଣି ଖୁସିହେବେ। ସ୍ୱାସ୍ଥ୍ୟର କିଛି ପରିବର୍ତ୍ତନ ଘଟିବ। ଅଟକି ଥିବା କାର୍ଯ୍ୟ ପୂରଣ ହେବ। ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। କଠିନ କାର୍ଯ୍ୟ ସହଜରେ ସମାଧାନ କରିବେ।  ପ୍ରତିକାର :- ଷଣ୍ଢକୁ ଗୁଡ଼ ଓ ରୁଟି ଖାଇବାକୁ ଦିଅନ୍ତୁ  ।

କନ୍ୟା :–

ବ୍ୟବସାୟକ୍ଷେତ୍ରରେ ପ୍ରସାର, ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ। ସ୍ୱାସ୍ଥ୍ୟକ୍ଷେତ୍ରରେ ପରିବର୍ତ୍ତନ ଆସିବ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ମାଲି ମକଦ୍ଦମାର ସମାଧାନ ହେବ। ବରିଷ୍ଠବ୍ୟକ୍ତିଙ୍କ ସହ ସୁସମ୍ପର୍କ ସ୍ଥାପିତ ହେବ। ଜମି, ଜାଗା, ବାସ ଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ। ପ୍ରତିକାର :- ଗାଈକୁ ଖାଇବାକୁ ଦିଅନ୍ତୁ।

ତୁଳା:–

ନୂଆ ବେପାରୀଙ୍କସହ ସମ୍ପର୍କ ଯୋଗୁଁ  ନୂତନ  ବ୍ୟବସାୟର ଯୋଜନା କରିବେ। ପ୍ରେମ ସମ୍ବନ୍ଧ ଓ ଦାମ୍ପତ୍ୟ ଜୀବନରେ ମଧୂରତା ସୃଷ୍ଟିହେବ। ଆତ୍ମୀୟଙ୍କ ସହ ଯୋଗରେ କେତେକ ସମସ୍ୟାର ସମାଧାନ ହେବ। ବିଶେଷକରି ମହିଳାମାନେ ସାବଧାନତା ପୂର୍ବକ ନ ଚଳିଲେ ବିପଦରେ ପଡ଼ିବେ। ଖରାପ ପିଲାଙ୍କ ସହ ସାଙ୍ଗ ହୋଇ ସନ୍ତାନ କୁ-ମାର୍ଗଗାମୀ ହେବେ। ପ୍ରତିକାର :- ପ୍ରତିକାର :- ବିଧବାଙ୍କୁ ସାହାଯ୍ୟ କରନ୍ତୁ।

ବିଛା :–

ସୁଖ ସମୃଦ୍ଧି ବୃଦ୍ଧିହେବ। ସାମାଜିକକ୍ଷେତ୍ରରେ ପ୍ରଶଂସିତ ହେବେ। ଅଚାନକ ଧନପ୍ରାପ୍ତି, ବ୍ୟବସାୟିକ ଅନୁବନ୍ଧ, ବେପାର ବିସ୍ତାର, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ ଏବଂ ସ୍ୱର୍ଣ୍ଣ ଅଳଙ୍କାର କ୍ରୟ କରିବେ। ବନ୍ଧୁ ମିତ୍ରଙ୍କଠାରୁ ଉପହାର ପ୍ରାପ୍ତିହେବ। ପୁଅ ଝିଅଙ୍କ କର୍ମସ୍ଥିର ହେବା ଫଳରେ ଖୁସିହେବେ।  ତୀର୍ଥାଟନ କରି ଯାତ୍ରା କାଳରେ ଯନ୍ତ୍ରଣା ଭୋଗିବେ। ପ୍ରତିକାର :- ପାରାଙ୍କୁ ଖାଦ୍ୟ ଦିଅନ୍ତୁ  ।

ଧନୁ :–

ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନପଦାର୍ଥ ସଂଗ୍ରହ ବା ବ୍ୟାଙ୍କ ବାଲାନ୍ସ ବୃଦ୍ଧି ହେବ। ଜନସେବାରେ ନିଜକୁ ନିୟୋଜିତ କରିବେ। କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ଯୋଗୁଁ ଶାନ୍ତି ପାଇବେ। ପରିବାରରେ ସୁଖ ଶାନ୍ତି ଓ ସାମଞ୍ଜସ୍ୟ ବାତାବରଣ ରହିବ। ଉଚ୍ଚ ଶିକ୍ଷାପାଇଁ ବିଦେଶ ଯାତ୍ରାର ସୁଯୋଗ ପାଇବେ। ପୁରାତନ ରୋଗର ଉପଶମ ଫଳରେ ସ୍ୱାସ୍ଥ୍ୟ ଠିକ୍ ରହିବ। ପ୍ରତିକାର :- ଦିବ୍ୟାଙ୍ଗ ବ୍ୟକ୍ତିକୁ ଖାଦ୍ୟ ଦିଅନ୍ତୁ।

ମକର :–

ଉଚ୍ଚାଧିକାରୀ ଓ ବରିଷ୍ଠବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତି ହେବ। ଅଚାନକ ଧନ ପ୍ରାପ୍ତିହେବ ଓ ଭବିଷ୍ୟତପାଇଁ ଯୋଜନାକରି ପୁଞ୍ଜି ନିବେସ କରିବେ। ପରିବାରରେ ଓ କୁଟୁମ୍ବରେ ଗୁରୁକାର୍ଯ୍ୟର ଦାୟିତ୍ୱ ନେଇ ଧାଁ ଦଉଡ଼ କରିବା ଫଳରେ କଷ୍ଟ ସ୍ୱୀକାର କରିବେ। ଶିକ୍ଷାକ୍ଷେତ୍ରରେ ପରୀକ୍ଷା, ପରିଣାମ ଅନୁକୂଳ ହେବ। ଚକ୍ଷୁପୀଡ଼ା ସହ ଦୈନିକ କାର୍ଯ୍ୟରେ ବ୍ୟବଧାନ ଉତ୍ପନ୍ନ ହେବ। ପ୍ରତିକାର:- ବିଧବାଙ୍କୁ ସାହାଯ୍ୟ କରନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy

Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988

କୁମ୍ଭ :–

ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ। ସନ୍ତାନ ପକ୍ଷର ଚିନ୍ତା ଦୂର ହେଇଯିବ। କର୍ମପ୍ରତି ହତୋତ୍ସାହ ଏବଂ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ। ବ୍ୟବସାୟରେ ଭାଗୀଦାର ମାନଙ୍କ ସହ ମତାନ୍ତର ସୃଷ୍ଟି ହେବ। ପରିବାରର କେତେକ ସମସ୍ୟା ନେଇ, ମାନସିକ ପୀଡ଼ା ଅନୁଭବ କରିବେ। ସ୍ଥାନାନ୍ତରଣ ପାଇଁ ଚେଷ୍ଟା କଲେ ବିଫଳ ହେବେ। ପ୍ରତିକାର :- ପାରାଙ୍କୁ ଖାଦ୍ୟ ଦିଅନ୍ତୁ  ।

ମୀନ :–

ପଡୋଶୀଙ୍କ ସହ ପୂର୍ବ ଝଗଡ଼ା ବଢ଼ିଯିବା ଫଳରେ ନିଜେ ସଫଳ ହେବେ। ବ୍ୟବସାୟରେ ଭାଗିଦାରମାନେ ପାଦ ସହିତ ପାଦ ମିଶେଇ ବେପାର ବୃଦ୍ଧି କରିବେ। ବନ୍ଧୁ ମିତ୍ର ନିକଟ ସମ୍ପର୍କୀୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିବେ। ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, କର୍ମୋନ୍ନତି ବାସସ୍ଥାନ ବା ଯାନବାହାନ ପାଇଁ ଖର୍ଚାନ୍ତ ହୋଇ ପାରନ୍ତି। କ୍ରୋଧ ନିୟନ୍ତ୍ରଣ ନ ରଖିଲେ ଅନେକ  କ୍ଷତି ହେବ। ପ୍ରତିକାର:- କୁକୁରକୁ ଖାଇବାକୁ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!