ଦୈନିକ ରାଶିଫଳ: ୫ ଜୁଲାଇ ୨୦୧୯, ମା ସନ୍ତୋଷୀଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କର କର୍ମ କ୍ଷେତ୍ରରେ ପଦୋନ୍ନତିର ଯୋଗ ଅଛି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-

ନୂତନ ବନ୍ଧୁମିଳନ ହେତୁ ମନଖୁସୀ ରହିବ। ଦୂରଯାତ୍ରାର ସୁଯୋଗ ପାଇ ସଫଳତା ମିଳିବ। ସ୍ୱାସ୍ଥ୍ୟ କିମ୍ବା ଆଇନ୍ ଅଦାଲତ୍ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ। କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ। ଅଧିକାରୀଙ୍କଠାରୁ ସହଯୋଗ ମିଳିବା ଫଳରେ ଅଫିସର, ସହକର୍ମୀ ଓ ମିତ୍ର କାମର ପ୍ରଶଂସା କରିବେ। ବ୍ୟବସାୟରେ ସଫଳତା ଅର୍ଜନ କରିବେ। ମହିଳାମାନେ ଉଚିତ୍ ପନ୍ଥା ଗ୍ରହଣ କରି ସନ୍ତାନଙ୍କ ଭବିଷ୍ୟତ ଚିନ୍ତାରେ ମାନସିକ ଶାନ୍ତି ପାଇବେ। ପୂର୍ବରୁ ଆରମ୍ଭ ହୋଇଥିବା କାର୍ଯ୍ୟ ପୁରଣ କରିବା ପାଇଁ ଚେଷ୍ଟା କରିବେ। ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ। ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ପଦମର୍ଯ୍ୟଦା ବୃଦ୍ଧି ପାଇବ। ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ସମସ୍ୟାକୁ ସୁଧାରିବା ପାଇଁ ଚେଷ୍ଟା କରି କୌଶଳକ୍ରମେ ସମାଧାନ କରିବେ। କୌଣସି ଗୁରୁତ୍ଵପୂର୍ଣ୍ଣ କର୍ମ ନେଇ ଆର୍ଥିକ ମାମଲା ସୁଧୁରି ଯିବ। ରାଜନୀତି କ୍ଷେତ୍ରରେ ପଦ ପଦବୀ ଲାଭ ହେବା ସହ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ନିଜର ରଚନାତ୍ମକତା ଚରମ ହେବ ତଥା ଲୋକଙ୍କୁ ନିଜର କରିପାରିବେ। ବୁଦ୍ଧିମତା କାରଣରୁ ଅନେକ କାମ ହାସିଲ କରି ପାରିବେ। ସମସ୍ତଙ୍କ ପ୍ରତି ସକରାତ୍ମକ ଚିନ୍ତା ଆଗକୁ ବଢିବାରେ ସାହାଯ୍ୟ କରିବ। ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ:-

ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। ଅପ୍ରିୟ ସତ୍ୟ ପ୍ରକାଶ କରି ବିବାଦୀୟ ହେବେ। ଧନ ସମ୍ବନ୍ଧୀୟ ମାମଲାରେ ବିବେକ ଦ୍ଵାରା ବିଚାର କଲେ ଲାଭ ମିଳିବ। କାହାକୁ ଦେଇଥିବା ଉଧାର ଟଙ୍କା ମିଳିଯିବ। ଲୋକଙ୍କ ପ୍ରତି ଉଦାର ଓ ଦୟାଳୁ ପ୍ରବୃତି ଜାଗ୍ରତ ହେବ। ମିଳିମିଶି କାମ କରିପାରିଲେ କଷ୍ଟ ଦୂର ହେବ। ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ବ୍ୟବସାୟରେ ଉଚିତ୍ ଲାଭ ପ୍ରାପ୍ତ ହେବ। ବ୍ୟବସାୟରେ ଲକ୍ଷପ୍ରତି ଯଥାର୍ଥବାଦୀ ହେବେ। ଯାତ୍ରା କରିବା ସମୟରେ କୌଣସି ଶୁଭ ସମାଚାର ଶୁଣିବାକୁ ମିଳିବ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କର୍କଟ:-

ପ୍ରଚୁର ଅର୍ଥ ଲାଭ ହେବ ଓ ପରିସ୍ଥିତି ବଦଳିଯିବ। ଗୃହପୋକରଣ ବା ନୂତନ ବସ୍ତୁ କ୍ରୟ କରି ପାରିବେ। ବାହନ ଓ ଭୌତିକ ଐଶ୍ଵର୍ଯ୍ୟ ସାଧନରେ ବୃଦ୍ଧି ହେବ। ପାରିବାରିକ ଜୀବନରେ ସୁଧାର ହେବ। କୋର୍ଟ-କଚେରୀ ମାମଲା ସମାଧାନ ହୋଇଯିବ। କୌଣସିଠାରୁ ପ୍ରିୟ ଓ ଶୁଭ ସମାଚାର ପ୍ରାପ୍ତ ହେବ। ଚାକିରୀ ଜୀବିମାନେ ଯଶ, ମାନକୁ ଅଧିକ ମହତ୍ତ୍ୱ ଦେବେ। ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ଏବଂ ରାଜନୀତି କ୍ଷେତ୍ରରେ ତଳୁ ଉପର ସ୍ତର ଯାଏଁ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ। ପରୀକ୍ଷା ଓ ପ୍ରତିଯୋଗୀତାରେ ଆଶା ମୁତାବକ ଫଳ ପାଇବେ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ସିଂହ:-

ନିଜର ଯୋଜନା ମୁତାବକ କାମକଲେ କୌଣସିପ୍ରକାର ଅସୁବିଧା ହେବନାହିଁ। ଆତ୍ମବିଶ୍ଵାସ ବୃଦ୍ଧି ପାଇବ। ସାମାଜିକ କ୍ଷେତ୍ରରେ ସଫଳତା ପାଇବା ପାଇଁ ଅଧିକ ଧାଁ ଦଉଡ଼ କରିବାକୁ ପଡ଼ିବ। କର୍ମଚରୀମାନେ ନିଜର କର୍ତ୍ତବ୍ୟ ପ୍ରତିପାଦିତ କରିବା ଫଳରେ ପ୍ରଶଂସିତ ହେବେ। ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ଜାଗା, ଜମି ଗୃହ  ସମ୍ବନ୍ଧୀୟ କୌଣସି ମାମଲା ଅଧିକ ସମସ୍ୟା ଭିତରକୁ ଟାଣି ନେବ ଯାହା ଫଳରେ କାର୍ଯ୍ୟ ବିଗିଡ଼ି ଯିବ। ପରୀକ୍ଷା ପ୍ରତିଯୋଗିତାରେ ଅଚାନକ ବିପରୀତ ଖବର ଶୁଣି ଗୃହରେ ଅଶାନ୍ତ ବାତାବରଣ ଦେଖା ଦେବ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା:-

ସରକାରୀ କର୍ମଚରୀମାନେ ନିଜର କର୍ତ୍ତବ୍ୟ ପ୍ରତିପାଦିତ କରିବା ଫଳରେ ପ୍ରଶଂସିତ ହେବେ। ସମ୍ପର୍କ ବୃଦ୍ଧି ହେବା ଫଳରେ ଭବିଷ୍ୟତରେ ଅତ୍ୟନ୍ତ ଲାଭଦାୟକ ହେବ। କୌଣସି ପ୍ରିୟମିତ୍ରଙ୍କ ଯୋଗେ ବ୍ୟବସାୟରେ ବିଶେଷ ଲାଭବାନ୍ ହେବେ। ପୈତୃକ ସମ୍ପତ୍ତି ନେଇ ପାରିବାରିକ ଦ୍ଵନ୍ଦର ସମାଧାନ ବାଟ ଫିଟି ଯିବ। ପୁରୁଣା ରୋଗର ଉପଶମ ସହ ସ୍ୱାସ୍ଥ୍ୟରେ ଆଶାଜନକ ପରିବର୍ତ୍ତନ ଦେଖାଦେବ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ କୃତକାର୍ଯ୍ୟ ହେବେ। ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ପ୍ରତିକାର-ମାଦକଦ୍ରବ୍ୟ ସେବନ କରନ୍ତୁ ନାହିଁ।

ତୁଳା:-

ନୂତନ ବ୍ୟବସାୟର ସୁଯୋଗ ପାଇବେ। ନୂତନ କାର୍ଯ୍ୟଆରମ୍ଭ କରି ପାରିବେ। ପରୀକ୍ଷା ପ୍ରତିଯୋଗିତାରେ ଓ ସମାଜିକ ସ୍ତରରେ ନିଜର ଖ୍ୟାତି ବୃଦ୍ଧି ପାଇବ। ପାରିବାରିକ କ୍ଷେତ୍ରରେ ସୁସମ୍ପର୍କ ବଜାୟ ରହିବ। ଚିନ୍ତା କରୁଥିବା କାର୍ଯ୍ୟ ପୂରଣ ହେବା ଫଳରେ ଆନନ୍ଦିତ ହେବେ। ଦେଇଥିବା କଥା କାର୍ଯ୍ୟରେ ପୂରଣ କରିବେ। ବ୍ୟବସାୟିକ ଗତିବିଧି ସାମାନ୍ୟ ରୂପରେ ଚଳିବ। ବିଦ୍ୟାର୍ଥିମାନଙ୍କର ମନୋଅନୁକୂଳ ଫଳପ୍ରାପ୍ତି ହେବ। କୋର୍ଟ, କଚେରୀ ମାଲି ମକଦ୍ଦମା, ବାଦବିବାଦର ସମାଧାନ କରି ପାରିବେ। ବିଗିଡି ଯାଇଥିବା କାର୍ଯ୍ୟ ବା ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବିଚ୍ଛା:-

ପାରିବାରିକ ସମ୍ବନ୍ଧରେ ମଧୁରତା ଆସିବ। ସରକାରୀ କାମରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ବରିଷ୍ଠ ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ ଚାକିରୀ କ୍ଷେତ୍ରରେ ସୁଧାର ଆସିବ। ବନ୍ଧୁ ମିତ୍ରଙ୍କ ଆଗମନ ହେବ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ। କୌଣସି ନୂତନ ବନ୍ଧୁଙ୍କ ସହିତ ଭେଟ ହେବ। ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ। କୌଣସି ମିତ୍ରଙ୍କୁ ସହାୟତା ପାଇଁ ହାତ ବଢେଇବେ। ଶତୃମାନେ ଦୂରେଇ ଯିବେ। ସାଂସାରିକ ଜୀବନରେ ମହତ୍ଵପୂର୍ଣ୍ଣ କାର୍ଯ୍ୟରେ ପରାକ୍ରମ ପରିଶ୍ରମରେ ଲାଭ ଓ ସୁଖ ପ୍ରାପ୍ତି ହେବ। ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ଧନୁ:-

ଉନ୍ନତିର ମାର୍ଗ ପ୍ରଶସ୍ତ ହେବ। ସନ୍ତାନମାନେ ପରିଶ୍ରମ ଓ କଷ୍ଟକରି ଶାନ୍ତି ବଜାୟ ରଖିବେ। ବନ୍ଧୁଙ୍କ ଚେଷ୍ଟାରେ ବହୁତ ଦିନରୁ ଚିନ୍ତା କରୁଥିବା କାମ ଅଳ୍ପ ପ୍ରୟାସରେ ପୂର୍ଣ ହୋଇଯିବ। ରାଜନୀତିରେ ନିଜର କର୍ତ୍ତବ୍ୟ ପ୍ରତି ଧ୍ୟାନ ରଖିବା ଅତ୍ୟନ୍ତ ଆବଶ୍ୟକ ଅଟେ। କୌଣସି ଗୋପନୀୟ କଥା ଉଜାଗର ହେବାର ସମ୍ଭାବାନା ଅଛି। ପ୍ରିୟଜନ ଓ ପରିବାର ସଦସ୍ୟ ଆପଣଙ୍କ ନିକଟତର ହେବେ। ଦୃଢସଂକଲ୍ପ ଓ ଆତ୍ମବିଶ୍ଵାସରେ ଭରପୁର ହେବ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ମିତ୍ରମାନଙ୍କ ଦ୍ଵାରା ଲାଭ ପାଇବେ। ପାରିବାରିକ ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମକର:-

କୌଣସି ଶୁଭ ସମାଚାର ଶୁଣି ହସ-ଖୁସିରେ ସମୟ ବ୍ୟତୀତ ହେବ। ପ୍ରେମପ୍ରସଙ୍ଗରେ ସଫଳତା ମିଳିବା ସହ ପାରିବାରିକ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ମିଳିବ। ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ସମସ୍ତ ସମସ୍ୟା ସମାଧାନ ହୋଇଯିବା ଫଳରେ ବ୍ୟବସାୟରେ ଆଶାଜନକ ଫଳପ୍ରାପ୍ତି ହେବ। ସ୍ୱାସ୍ଥ୍ୟ ସ୍ଥିତି ମଧ୍ୟମ ରହିବ ଓ ସୁଖ ସମୃଦ୍ଧି ବୃଦ୍ଧି ହେବ।  ବନ୍ଧୁଙ୍କ ସହ ଭୁଲ୍ ବୁଝାମଣାର ନିରାକରଣ ହେବ। ଭାଗୀଦାର ବା ମିତ୍ରଙ୍କ ସହିତ ଲାଗିଥିବା ବିବାଦ ଦୂର ହେବ। ଶତୃଙ୍କ ଠାରୁ ସାହାଯ୍ୟ ପାଇବେ। କୌଣସି ଅଚିହ୍ନା ବ୍ୟକ୍ତି ସାହାଯ୍ୟ କରିବେ। ପ୍ରତିକାର- ମୁହଁ ମିଠାକରି ଘରୁ ବାହାରନ୍ତୁ।

କୁମ୍ଭ:-

ବାହନ ଆଦି କ୍ରୟ କରିପାରିବେ। ସ୍ଵାସ୍ଥ୍ୟରେ ସୁଧାର ଆସିବ। ଦୀର୍ଘ ସମୟରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ପୈତୃକ ସମ୍ପତ୍ତିକୁ ନେଇ ବାଦବିବାଦ ମେଣ୍ଟିବା ପାଇଁ ଚେଷ୍ଟା କରି ସଫଳତା ପାଇବେ। ଅଚାନକ ଭାବରେ ଦୂରଯାତ୍ରା କରିବେ। କାର୍ଯ୍ୟ କ୍ଷେତ୍ରରେ ଯଶ ଓ ସମ୍ମାନ ବଢିବ। ନିଜ ପରିଶ୍ରମରେ ସଫଳତା ପାଇବେ। ଅଫିସରେ ଟେନସନ ଦୂର ହେବ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ମିତ୍ରମାନଙ୍କ ଦ୍ଵାରା ଲାଭ ପାଇବେ। ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ଯୋଗଦାନ ଦେଲେ ଯଶ କୀର୍ତ୍ତିରେ ଉନ୍ନତି ହେବ। ଶତୃଙ୍କ ଠାରୁ ସାହାଯ୍ୟ ପାଇବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମୀନ:-

ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବେ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। ଜୀବନସାଥିଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବ। ରାଜନୀତି କ୍ଷେତ୍ରରେ ଲୋକଙ୍କ ସମ୍ପର୍କରେ ରହିବେ। ଘର-ପରିବାରକୁ ପ୍ରାଥମିକତା ଦେବେ। ପାଖ ପଡୋଶୀଙ୍କ ସହିତ ସମ୍ପର୍କ ବୃଦ୍ଧି ହେବ। ବହୁତ ଦିନରୁ ଲାଗିଥିବା ଚିନ୍ତା ଓ ବିବାଦରୁ ମୁକ୍ତି ମିଳିବ। ଧନ ଲାଭହେବା ସହିତ କର୍ତ୍ତବ୍ୟ ଦାଇତ୍ଵ ବଢିଯିବ। ବ୍ୟବସାୟ ସୂତ୍ରରୁ ବହୁତ ଲାଭ ଉଠାଇପାରିବେ। ପରିବାରର ସଦସ୍ୟଙ୍କ ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। ସ୍ଥଗିତ ଥିବା କର୍ମ ସହଜ ସରଳରେ ପୂର୍ଣ୍ଣ ହେବ। ପ୍ରତିକାର-ମାଦକଦ୍ରବ୍ୟ ସେବନ କରନ୍ତୁ ନାହିଁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!