ଦୈନିକ ରାଶିଫଳ: ୫ ଅଗଷ୍ଟ ୨୦୧୯, ମହାଦେବଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କର ଆକସ୍ମିକ ଧନ ଲାଭର ଯୋଗ ଅଛି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-

ସ୍ଵାସ୍ଥ୍ୟରେ ସୁଧାର ଆସିବ। ଗୃହୋପକରଣ, ନୂତନଦ୍ରବ୍ୟ କ୍ରୟ କରିବେ। ପରିବାରର ଅନ୍ୟ ସଦସ୍ୟଙ୍କ ପ୍ରତି ସମ୍ବନ୍ଧ ସୁଦୃଢ ହେବ ଓ ପରିବର୍ତ୍ତନର ସ୍ଥିତି ଅନୁଭବ କରିବେ। ମନୋରଞ୍ଜନ ଓ ହସ-ଖୁସିରେ ସମୟ ବ୍ୟତୀତ ହେବ। ଚାକିରୀରେ ପଦୋନ୍ନତି ମିଳିବ ଓ ଯଶ, ମାନ-ସମ୍ମାନ, ପ୍ରତିଷ୍ଠା ତଥା ଲୋକପ୍ରିୟତା ମଧ୍ୟ ହାସିଲ କରିପାରିବେ। ରାଜନୀତି କ୍ଷେତ୍ରରେ ଇଛାଶକ୍ତି ପ୍ରବଳ ହେବା ଫଳରେ ଲୋକସମ୍ପର୍କ ବଢିବ। ପ୍ରଶାସନ, ପ୍ରକାଶନ, ଅଧ୍ୟୟନ ଓ ଅଧ୍ୟାପନା, ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରୁ ଶୁଭଫଳ ମିଳିବ। ଆଇନ ଅଦାଲତ କ୍ଷେତ୍ରରେ ବିଜୟୀ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ଲୋକମାନେ ଆପଣଙ୍କ ସଚ୍ଚୋଟ ଓ ସରଳତାଭାବର ଫାଇଦା ଉଠେଇବେ। ବୌଦ୍ଧିକ କ୍ଷମତାରେ ବୃଦ୍ଧି ହେବ, କୌଣସି ମିତ୍ରଙ୍କ ଉପଦେଶ କାମରେ ଲାଗିବ। ବନ୍ଧୁଙ୍କ ସହଯୋଗରେ ପଇସା ମିଳିବାର ସୂଚନା ମିଳିବ। ଆଖପାଖକୁ ଯାତ୍ରା କରିବାର ସମ୍ଭାବନା ଅଛି। ଶୁଭ ସମାଚାର ଶୁଣି ମାନସିକ ଚିନ୍ତା ଦୂର ହେବ। ପୁରୁଣା ବନ୍ଧୁଙ୍କ ସହାୟତାରେ ଆର୍ଥିକସ୍ଥିତି ବଦଳିବ। ମିତ୍ର ସହଯୋଗୀମାନେ ସାହାଯ୍ୟ ସହଯୋଗ କରିବେ। ପ୍ରେମୀ-ମିକାଙ୍କ ସମ୍ପର୍କ ସ୍ଥାପିତହେଲେ ଦୃଢୀଭୂତ ହେବ। ଗୁରୁ-ଗୁରୁଜନ ଓ ମାତା-ପିତାଙ୍କ ଆଶୀର୍ବାଦ ସ୍ନେହ ପ୍ରାପ୍ତ ହେବ। ପ୍ରତିକାର– ଷଣ୍ଢକୁ ଖାଇବାକୁ ଦିଅନ୍ତୁ।

ମିଥୁନ:-

ଧୈର୍ଯ୍ୟ ଓ ବୁଦ୍ଧିମତା ଯୋଗେ ଅଟକିଥିବା କାର୍ଯ୍ୟର ପରିସମାପ୍ତି ଘଟିବ। ଉଧାର ଦେଇଥିବା ବା ଅଟକିଥିବା ଟଙ୍କା ମଧ୍ୟ ମିଳିଯିବ। କାମ କାର୍ଯ୍ୟରେ କୌଣସି ନୂତନ କୌଶଳ ପ୍ରୟୋଗ କରି ଦୁଇଗୁଣା ଲାଭ ଉଠେଇବେ। ବ୍ୟବସାୟ ପାଇଁ ନୂଆ ଅର୍ଡର ପାଇବେ ଓ ନୂତନ ଏଗ୍ରୀମେଣ୍ଟ କରିପାରିବେ। ଗୁରୁଜନଙ୍କ ଠାରୁ ଆଶୀର୍ବାଦ ପାଇ ମାଲିମୋକଦ୍ଦମାରେ ଜିତିବେ। ପରିବାର ସଦସ୍ୟଙ୍କ ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। ସମସ୍ତ ପ୍ରକାର ପରିବେଶ ଓ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ଚାକିରୀକ୍ଷେତ୍ରରେ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ ହେବ। ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

କର୍କଟ:-

ମାନସିକ ଶାନ୍ତି ଓ ସ୍ୱାସ୍ଥ୍ୟରେ ଉନ୍ନତୀ ଘଟିବ। ବନ୍ଧୁମିତ୍ରଙ୍କ ସହ ହସଖୁସିର ବାତାବରଣ ସୃଷ୍ଟି ହେବ। ଆର୍ଥିକ ଦିଗରୁ ସୁବିଧା ହୋଇ ପୈତୃକ ସମ୍ପତ୍ତି ନେଇ ପାରିବାରିକ ଦ୍ୱନ୍ଦ ମେଣ୍ଟିଯିବ। ପଦନ୍ନୋତି, ସ୍ଥାନପରିବର୍ତ୍ତନ, ବିନା ପରିଶ୍ରମରେ ଧନପ୍ରାପ୍ତି ହେବ। ଯେଉଁ କ୍ଷେତ୍ରରେ ନିବେଶ କରିଲେ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବ। ଭବିଷ୍ୟ ଯୋଜନାରେ ସେୟାର ବଜାରରେ ପୁଞ୍ଜି ନିବେଶ କରିଲେ ବହୁତ ଧନ ପ୍ରାପ୍ତ ହେବ। ରୋଜଗାର ମିଳିବାର ଉପଯୁକ୍ତ ସମୟ ହୋଇଥିବାରୁ ବ୍ୟବସାୟ ପାଇଁ ଦୂରଯାତ୍ରା କରିବେ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହିତ ସମ୍ପର୍କ ସୃଷ୍ଟି ହେବ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:- 

ଧୈର୍ଯ୍ୟ ଓ ବୁଦ୍ଧିମତା ଯୋଗେ କରିଥିବା କାର୍ଯ୍ୟର ପରିଣାମ ଆପଣଙ୍କ ସପକ୍ଷରେ ରହିବ। ମିତ୍ର ଓ ସହଯୋଗୀ ସହଯୋଗ କରିବେ। କୌଣସି ବଡ ସମସ୍ୟାର ସମାଧାନ ହୋଇଯିବ। ଆତ୍ମବିଶ୍ଵାସ ଓ ମନବଳ ଦୃଢ ହେବ। ଚାକିରୀରେ ପଦୋନ୍ନତି ମିଳିବ ଓ ଯଶ, ମାନ-ସମ୍ମାନ, ପ୍ରତିଷ୍ଠା ତଥା ଲୋକପ୍ରିୟତା ମଧ୍ୟ ହାସିଲ କରିପାରିବେ। ମନରେ ଶାନ୍ତି ସନ୍ତୋଷ ଦେଖାଦେବ। ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ। ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ। ସାମାଜିକ ପତିଆରା ଅମଳିନ ରହିବ। ଆୟ ଉପାର୍ଜନ ବୃଦ୍ଧି ହେବ। ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

କନ୍ୟା:-

ବ୍ୟବସାୟରେ ଅଚାନକ ଧନପ୍ରାପ୍ତି ହେବା ଫଳରେ ବ୍ୟାପାର ଓ କାରବାରରେ ସୁଧାର ହେବ। ନିଜର ଚତୁରତା ଓ ବିବେକ ହେତୁ ବିପରୀତ ପରିସ୍ଥିତିକୁ ମୁକାବିଲା କରିବେ। ପ୍ରେମୀ-ପ୍ରେମିକାଙ୍କ ସାମଞ୍ଜସ୍ୟ ସୃଷ୍ଟି ହେବ। ନିଜର ଧ୍ୟାନ ଲକ୍ଷ ଉପରେ କେନ୍ଦ୍ରିତ କରିବେ। ବୁଦ୍ଧିମତା ଓ ଚତୁରତା ଯୋଗେ ସାଂସାରିକ ମହତ୍ଵ କାମ ତୁଲେଇ ପାରିବେ। ସନ୍ତାନଙ୍କ ପାଇଁ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇପାରେ। ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ। ଜଣେ ପୁରୁଣା ମିତ୍ର ଅଚାନକ ଭାବେ ଦେଖା ହେବ, ଯାହା ଦ୍ଵାରା ପୁରୁଣା କଥା ମନ ପଡି ପ୍ରସନ୍ନ ହୋଇଯିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ତୁଳା:-

ବ୍ୟବହାର କୁଶଳତା ଦ୍ଵାରା ନିଜର ଶତୃଙ୍କୁ ମଧ୍ୟ ମିତ୍ର କରିପାରିବେ। ଅଧ୍ୟୟନ କ୍ଷେତ୍ରରେ ମଧ୍ୟ ଉନ୍ନତି ହେବ। ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ। ବାହାରକୁ ଯାତ୍ରା କରିବା ପାଇଁ ଯୋଜନା କରିବେ। କଳହ, ବାଦବିବାଦରୁ ଦୂରେଇ ଯିବେ। ପରିଶ୍ରମ ସାର୍ଥକ ହେବ। ପରିବାରରେ କୌଣସି ଶୁଭକାର୍ଯ୍ୟ ହେବ। ବ୍ୟାଙ୍କ, ବୀମା, ନିବେଶ ପରି ଆର୍ଥିକ ଗତିବିଧିରେ ଉନ୍ନତି ହେବ। ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ। ନିଜର କାମକୁ ଅଧିକ ଗୁରୁତ୍ଵ ଦେବେ। ସାମାଜିକ ସ୍ତରରେ ବାଣୀଯୋଗେ ପ୍ରତିଷ୍ଠା ବଢିବ। ଯୋଗ ଓ ବ୍ୟାୟାମ ଦିନଚର୍ଯ୍ୟାକୁ ବ୍ୟବସ୍ଥିତ ରଖିବ। ପ୍ରତିକାର- ମୁହଁ ମିଠାକରି ଘରୁ ବାହାରନ୍ତୁ।

ବିଚ୍ଛା:-

ଚାକିରୀକ୍ଷେତ୍ରରେ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ ହେବ। କର୍ମକ୍ଷେତ୍ରରେ ନିଜର ଶକ୍ତି, ଉତ୍ସାହ ଓ ପ୍ରେରଣା ଭରପୁର ରହିବ। ମାନ-ସମ୍ମାନ, ଯଶ-ପ୍ରତିଷ୍ଠାରେ ବୃଦ୍ଧି ହେବ। କୌଣସି ରଚନାତ୍ମକ କାମ ନିଜ ହାତରେ ସମ୍ପନ୍ନ କରିବେ। ସମ୍ୟକ ବୁଦ୍ଧି ଜାଗ୍ରତ ଓ ଇଛାଶକ୍ତି ପ୍ରବଳ ହେବ। ସ୍ୱାସ୍ଥ୍ୟସମସ୍ୟା ସୁଧୁରିବ। ସମସ୍ତଙ୍କ ଠାରୁ କାମରେ ପ୍ରଶଂସା ମିଳିବ। ନିଜ ବୁଦ୍ଧିରେ ସମସ୍ତ ସମସ୍ୟାରୁ ମୁକୁଳି ଯିବେ। ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ଗୁରୁ-ଗୁରୁଜନ ଓ ମାତା-ପିତାଙ୍କ ଆଶୀର୍ବାଦ ସ୍ନେହ ପ୍ରାପ୍ତ ହେବ। ନିର୍ମାଣମୂଳକ ଯୋଜନାରେ ଆଗେଇବେ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ଧନୁ:-

ସ୍ଵାସ୍ଥ୍ୟରେ ଉଚିତ ସୁଧାର ହେବ। କିଛି ଭଲ କାର୍ଯ୍ୟ କରିବା ପାଇଁ ମନ ଇଛୁକ ହେବ। ପୁରାତନ ରୋଗର ଉପଶମ। ପାରିବାରିକ କ୍ଷେତ୍ରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ। ଉଚ୍ଚାଧିକାରି ଓ ସହକର୍ମୀମାନେ କର୍ମକ୍ଷେତ୍ରରେ ସହଯୋଗ କରିବା ଦ୍ଵାରା କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ପାଇବେ। କୌଣସି ବନ୍ଧୁଙ୍କ ମାଧ୍ୟମରେ ଉନ୍ନତିର ରାସ୍ତା ଉନ୍ମୁକ୍ତ ହେବ। ବନ୍ଧୁଙ୍କ ସହିତ କୌଣସି ସମାରୋହରେ ବ୍ୟସ୍ତ ରହିବେ। ଅସହାୟ ଓ ନୀଚ ଲୋକଙ୍କୁ ସାହାରା ବା ସାହାଯ୍ୟ କରିବାକୁ ମନ ବଳାଇବେ। କାମ-କାର୍ଯ୍ୟରେ ଉନ୍ନତି ହେବ। ଉଚ୍ଚପଦସ୍ଥ ବ୍ୟକ୍ତି ଓ ବରିଷ୍ଠ ବ୍ୟକ୍ତି କାମରେ ଖୁସି ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମକର:-

କର୍ମକ୍ଷେତ୍ରରେ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ ହେବ। ଆତ୍ମବିଶ୍ଵାସରେ ବୃଦ୍ଧି ହେବ। କଠିନ ପରିଶ୍ରମ ଦ୍ଵାରା ସଫଳତା ପାଇବେ। ନୂଆ-ନୂଆ ଲୋକଙ୍କ ସହିତ ସମ୍ପର୍କ ସୃଷ୍ଟି ହେବ। ବ୍ୟବସାୟୀମାନେ ଉତ୍ସାହଜନକ ସମାଚାର ଶୁଣିବାକୁ ପାଇବେ। ଅଧୁରା କାମକୁ ମନଦେଇ ପୂରଣ କରିବେ। ପୁରୁଣା ପ୍ରେମୀ ବା ମିତ୍ର ମାନେ ଯୋଡିହୋଇ ରହିବା ପାଇଁ ଚାହିଁବେ। ପରାକ୍ରମ କାରଣରୁ ପରିବାରରେ ଶାନ୍ତି ବିରାଜମାନ କରିବ। ସନ୍ତାନଙ୍କ ପାଇଁ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇପାରେ। ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-

ଲକ୍ଷ୍ୟ ପ୍ରାପ୍ତି ପାଇଁ ପ୍ରଯତ୍ନଶୀଳ ରହିବେ। କୋର୍ଟ-କଚେରୀ ମାମଲା ଓ ବିବାଦ ଆପଣଙ୍କ ସପକ୍ଷରେ ରହିବ। ଆଧ୍ୟାତ୍ମିକ ଓ ବୌଦ୍ଧିକ ଜାଗ୍ରତ ହେବ। ଅଧ୍ୟୟନ, ଅନୁସନ୍ଧାନ, ଧ୍ୟାନ ଓ ପ୍ରାର୍ଥନା ପାଇଁ ସମୟ ଦେବେ। ନିଜର ଚତୁରତା ଓ ବିବେକ ହେତୁ ବିପରୀତ ପରିସ୍ଥିତିକୁ ମୁକାବିଲା କରିବେ। ବିଦ୍ୟାର୍ଥୀଙ୍କ ପାଇଁ ସୁ ସମୟ ଭୋଗ ହେଉ ଥିବାରୁ ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ। ପରିବାରରେ କୌଣସି ଶୁଭକାର୍ଯ୍ୟ ହେବ ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ଭେଟ ହେବ। କୌଣସି ମହତ୍ଵପୂର୍ଣ୍ଣ ସୂଚନା ପ୍ରାପ୍ତ ହେବ। ବ୍ୟବସାୟରେ ନୂତନଧାରା ଖୋଲିବେ ଓ ଆଶାତୀତ ଲାଭବାନ ହେବେ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ମୀନ:-

କାର୍ଯ୍ୟରେ ଗମ୍ଭୀରତା ସହ ଧ୍ୟାନ ଦେଇ ବହୁତ ପଇସା ଇନକମ୍ କରିବେ। ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବାର ସମ୍ଭାବନା ଅଛି। ସ୍ୱାସ୍ଥ୍ୟସମସ୍ୟା ସୁଧୁରିଯିବା ଯୋଗେ ମନ ଆନନ୍ଦ ରହିବ। କର୍ମକ୍ଷେତ୍ରରେ ସମସ୍ୟା ସୁଧୁରିବା ସହ ନିଜର ସମସ୍ତ ଦୁଃଖ ଭୁଲିଯିବେ। ମାନ-ସମ୍ମାନ, ଯଶ, କୀର୍ତ୍ତି ଓ ପ୍ରତିଷ୍ଠାରେ ବୃଦ୍ଧି ହେବ। କୋର୍ଟ-କଚେରୀ ସମ୍ବନ୍ଧୀୟ ମାମଲା ଆପଣଙ୍କ ସପକ୍ଷରେ ଆସିବ। ଅଟକିଥିବା ଟଙ୍କା ଅଚାନକ ପ୍ରାପ୍ତ ହେବା ଦ୍ଵାରା ମନ ହର୍ଷିତ ରହିବ। ଉଚିତ୍ ସାଧନରେ ଧନପ୍ରାପ୍ତ ହେବ। ପାରିବାରିକ ସମ୍ବନ୍ଧରେ ଅଧିକ ମଧୁରତା ଆସିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!