ଦୈନିକ ରାଶିଫଳ: 05 ଏପ୍ରିଲ 2021, ମହାଦେବଙ୍କ କୃପାରୁ ଆଜି ଏହି ରାଶି ବ୍ୟକ୍ତିଙ୍କୁ ମିଳିବ ଆକସ୍ମିକ ଧନଲାଭ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଅପ୍ରେଲ ମାସ ୫ତାରିଖ, ସୋମବାର, ମୀନ ମାସ ୨୩ଦିନ, ଚୈତ୍ର ମାସ, କୃଷ୍ଣପକ୍ଷ, ନବମୀ ତିଥି, ଉତ୍ତରାଷାଢା ନକ୍ଷତ୍ର, ଧନୁ ରାଶିରେ ଚନ୍ଦ୍ର, ସକାଳ ୮ଟା ୩ମିନିଟ୍ ଗତେ ମକର ରାଶିରେ ଚନ୍ଦ୍ର । ମିଥୁନ ରାଶିର ଘାତବାର । ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର, ସକାଳ ୮ଟା ୩ମିନିଟ୍ ଗତେ ସିଂହ ରାଶିର ଘାତଚନ୍ଦ୍ର । ଲାଉ ନ ଖାଇଲେ ଭଲ । ଶୁଭସମୟ- ପ୍ରାତଃ ୫ଟା ୪୧ମିନିଟ୍ ରୁ ୭ଟା ୧୧ମିନିଟ୍, ଦିବା ୧୦ଟା ୩୬ମିନିଟ୍ ରୁ ୧ଟା ୨ମିନିଟ୍, ଦିବା ୪ଟା ୨୭ମିନିଟ୍ ରୁ ୫ଟା ୮ମିନିଟ୍, ସନ୍ଧ୍ୟା ୬ଟା ୪୬ମିନିଟ୍ ରୁ ରାତ୍ର ୯ଟା ୫ମିନିଟ୍, ରାତ୍ର ୧୧ଟା ୫୦ମିନିଟ୍ ରୁ ୨ଟା ୩୧ମିନିଟ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ସମସ୍ତ ପ୍ରକାର ବ୍ୟବସାୟରେ ଉନ୍ନତି ଓ ଲାଭବାନ୍ ହେବେ । ଜମି, ଜାଗା, ବାସ ଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । କର୍ମକ୍ଷେତ୍ରରେ ସଙ୍କୁଚିତ ହେଲେ ମଧ୍ୟ ସ୍ଵାଭିମାନକୁ ବଜାୟ ରଖି ଉପରିସ୍ଥଙ୍କ ଶ୍ରଦ୍ଧା ବା କୃପାଭାଜନ ହୋଇ କର୍ମୋନ୍ନତି ଭାଗ୍ୟୋନ୍ନତି କରି ପାରିବେ । ଦୂରଯାତ୍ରା କରି ପରିଶ୍ରମର ଉଚିତ୍ ମୂଲ୍ୟ ପାଇବେ । ରାଜନୀତିରେ ଲୋକ ସମ୍ପର୍କକୁ ଆଧାରକରି ତିଷ୍ଠି ପାରିବେ । ବିଦ୍ୟାର୍ଥୀମାନେ ପରୀକ୍ଷା ପ୍ରତିଯୋଗିତାରେ ବିଜୟୀ ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବୃଷ:-

ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । କର୍ମକ୍ଷେତ୍ରରେ ମାନ ମନାନ୍ତର ଦୂର ହେବା ଫଳରେ ପ୍ରଶଂସିତ ହେବେ । ରାଜନୀତି କ୍ଷେତ୍ରରେ ଜନସେବାରେ ନିଜକୁ ନିୟୋଜିତ କରି ଆଶାତୀତ ଲାଭ ପାଇବେ । ପାରିବାରିକ ଜୀବନ ସୁଖ ଓ ଶାନ୍ତିରେ କଟିବ । ବନ୍ଧୁ ମିତ୍ରମାନେ ସମର୍ଥନ ଓ ପରିବାର ଲୋକଙ୍କର ସାହାଯ୍ୟ ସହଯୋଗ ହେତୁ ଖୁସି ହେବେ । ବ୍ୟକ୍ତିଗତ ସୁଖ, ଦୁଃଖ ତଥା ମନର ଭାବ କେହି ଠିକ୍ ଭାବେ ଠଉରେଇ ପାରିବେ ନାହିଁ । ପ୍ରତିକାର:- ଚାଉଳ କୁଆ ପାରାଙ୍କୁ ଖାଇବାକୁ ଦିଅନ୍ତୁ ।

ମିଥୁନ:-

ପାରିବାରିକ ଜୀବନରେ ପ୍ରୀତିଲାଭ, ବନ୍ଧୁମିଳନ ଓ ଆନନ୍ଦ ଉତ୍ସାହ ବୃଦ୍ଧି ପାଇବ । ନୂଆ ବେପାରୀଙ୍କ ସହ ସମ୍ପର୍କ ଯୋଗୁଁ ନୂତନ ବ୍ୟବସାୟର ଯୋଜନା କରିବେ । ପ୍ରେମ ସମ୍ବନ୍ଧ ଓ ଦାମ୍ପତ୍ୟ ଜୀବନରେ ମଧୂରତା ସୃଷ୍ଟି ହେବ । ବନ୍ଧୁ ମିତ୍ରଙ୍କଠାରୁ ଉପହାର ପ୍ରାପ୍ତି ହେବ । ଗୁରୁ ଗୁରୁଜନଙ୍କ ଆଶୀର୍ବାଦ ବହୁକ୍ଷେତ୍ରରେ ସୁରକ୍ଷା ଦେବ । ପୁଅ ଝିଅଙ୍କ କର୍ମସ୍ଥିର ହେବା ଫଳରେ ଖୁସି ହେବେ । ଅଧ୍ୟୟନରେ ମନ୍ଥର ହେବାଫଳରେ ଅଧିକ ପରିଶ୍ରମ କରିବା ଆବଶ୍ୟକ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

କର୍କଟ:-

ସୁଯୋଗ ପାଇ ଗଠନମୂଳକ ଚିନ୍ତାଧାରାକୁ ଉଜ୍ଜୀବିତ କରି ଯୋଜନାବଦ୍ଧ ରୀତି ଗ୍ରହଣ କରି ପାରିବେ । ପରିବାରଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ । ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ । ବ୍ୟବସାୟରେ ଆଶାତିତ ଲାଭ କରି କିଛି ନୂତନ ପଦାର୍ଥ ସଂଗ୍ରହ କରି ହେବ । ରାଜନୀତି ସ୍ତରରେ ମୁଣ୍ଡ ଉଚ୍ଚା ରହିବ । ଘରୋଇ କର୍ମଚାରୀମାନେ କର୍ତ୍ତବ୍ୟ ନିଷ୍ଠା ରକ୍ଷାକରି ସାଧୁ ଓ ସଚ୍ଚୋଟ ଭାବେ ଦାୟିତ୍ୱ ତୁଲାଇବେ । ତଳୁ ଉପର ସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ । ପ୍ରତିକାର- ଆମିଷ ସେବନ କରନ୍ତୁ ନାହିଁ ।

ସିଂହ:-

ବ୍ୟବସାୟ କ୍ଷେତ୍ରରେ ପ୍ରସାର, ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବା ସହ ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ । ମାଲିମୋକଦ୍ଦମାରେ ଉତ୍ସାହ ବୃଦ୍ଧି ହେବ । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ଦୂର ସ୍ଥାନକୁ ଯାତ୍ରା କରିବେ । ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ । କାର୍ଯ୍ୟ କ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବ ଓ ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କନ୍ୟା:-

ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, କର୍ମୋନ୍ନତି ବାସସ୍ଥାନ ବା ଯାନବାହାନର ପ୍ରାପ୍ତି ହେବ । ଅଳଙ୍କାର କ୍ରୟ କରିବେ । ସ୍ୱାସ୍ଥ୍ୟ ଦିଗରୁ ଆଶ୍ଵସ୍ତି ଲାଭ କରିବେ । ଅଚାନକ ଭାବରେ ଧନ ପ୍ରାପ୍ତି କରିବାର ସୁଯୋଗ ମିଳିବ । ଗୃହରେ କୌଣସି ଶୁଭକର୍ମ ସମ୍ପାଦନ କରିପାରନ୍ତି । ପାରିବାରିକ ଜୀବନ ଆନନ୍ଦମୟ ହେବ । କୌଣସି ବ୍ୟାଙ୍କରୁ ମଧ୍ୟ ଋଣ ପାଇବା ଯୋଗ ଅଛି । ନିମ୍ନବର୍ଗ କର୍ମୀଙ୍କ ପ୍ରତି ସତର୍କ ରହି ଚଉଆଖିଆହୋଇ କର୍ତ୍ତବ୍ୟ ପାଳି ଚାଲିଲେ ପରେ ହଇରାଣ ହେବେ ନାହିଁ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ତୁଳା:-

ସମସ୍ତ ପ୍ରକାର ବ୍ୟବସାୟରେ ଉନ୍ନତି ଓ ଲାଭବାନ୍ ହେବେ । କର୍ମ କ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସାହାଯ୍ୟ ସହଯୋଗ ମିଳିବ । ବୈଷୟିକ ଅଭିବୃଦ୍ଧି ପାଇଁ ସମାଧାନର ରାସ୍ତା ପ୍ରସ୍ତୁତ କରିବେ । ଆଇନ ଅଦାଲତରେ ଜୟଯୁକ୍ତ ହେବେ । ରାଜନୈତିକ କ୍ଷେତ୍ରରେ ଉପରିସ୍ଥ କର୍ମକର୍ତ୍ତା ଆପଣଙ୍କର ସହଯୋଗ ଲୋଡିବେ ଓ ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-

ଜାଗା, ଜମି, ଗୃହପୋକରଣ କ୍ରୟ କରିବେ । ନୂତନକର୍ମପ୍ରାପ୍ତିର ସୁଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ । ଧୈର୍ଯ୍ୟ ଓ ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରିପାରିବେ । ମିଷ୍ଟାନ ଭୋଜନ, ଉଚ୍ଚଆଶା ପୂରଣ ହେବ । ପ୍ରତିଦ୍ୱନ୍ଦିତା ପରୀକ୍ଷାରେ ସଫଳତା ଲାଭ କରିବେ । ରାଜନୈତିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ ଓ ସୁନାମ ଅର୍ଜନ କରିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ଧନୁ:-

ସରକାରୀ କର୍ମଚାରୀ ମାନେ ପ୍ରତିଷ୍ଠାର ଅଧିକାରୀ ହେବେ ଓ ଅଳ୍ପରେ ସନ୍ତୁଷ୍ଟ ହେବେ । ବ୍ୟବସାୟ କ୍ଷେତ୍ରରେ ପ୍ରସାର, ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ଲୋକ ସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ଲାଭ ପାଇବେ । ରାଜନୀତି ସ୍ତରରେ ମୁଣ୍ଡ ଉଚ୍ଚା ରହିବ । ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । ଆୟ ଉତ୍ତମ ଓ ବ୍ୟୟ ହ୍ରାସ ପାଇବା ସହ ଅର୍ଥଲାଭର ଯୋଗ ରହିଛି । କିନ୍ତୁ ଗୃହୋପକରଣ କ୍ରୟ କରି ଖର୍ଚ୍ଚାନ୍ତ ହେବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:-

ଚାକିରୀଜୀବିମାନେ ନିଜ କ୍ଷେତ୍ରରେ କର୍ମ ଯୋଗକୁ ଅଧିକ ମହତ୍ତ୍ୱ ଦେବେ । ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ । ପାରିବାରିକ ଦ୍ଵନ୍ଦର ଅବସାନ ଘଟିବା ଫଳରେ ପିଲାଙ୍କ ସହ ଖୁସିଗପ କରିବାରେ ମଉକା ଜୁଟିବ । ବ୍ୟବସାୟ ବୃଦ୍ଧି ପାଇବ ଓ ଲାଭାଂଶ ଉପରେ ସୁପ୍ରଭାବ ପଡିବ । ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ କରି ପ୍ରଶଂସା ପାଇବେ । ରାଜନୈତିକ କ୍ଷେତ୍ରରେ ନିଜର ପ୍ରତିପତ୍ତି ବିସ୍ତାର କରି ପାରିବେ । ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

କୁମ୍ଭ:-

ସନ୍ତାନର ସୁ-ଖବର ଶୁଣି ଖୁସି ହେବେ । କର୍ମକ୍ଷେତ୍ରରେ ସୁଯୋଗ ହାତଛଡା ହେବାର ନାହିଁ । ଅନେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ । ମିତ୍ର ସହଯୋଗୀମାନେ ସାହାଯ୍ୟ ସହଯୋଗ କରିବେ । ବିଦ୍ୟାର୍ଥୀମାନେ ପିକ୍ଚର, ପାର୍ଟି ବା କୌଣସି ସମାରୋହ ଆଦିରେ ଭାଗ ନେଇ ପାରନ୍ତି । ରାଜନୈତିକ କ୍ଷେତ୍ରରେ ପ୍ରଶଂସା ପାଇବେ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ମୀନ:-

ଆର୍ଥିକ ଦିଗରୁ ବେଶ୍ ଅନୁକୂଳ ଥିବାରୁ କିଛି ନୂତନ ପଦାର୍ଥ ସଂଗ୍ରହ ବା ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ । ପାରିବାରିକକ୍ଷେତ୍ରରେ ବୁଝାମଣା ଠିକ୍ ରହିବା ସହ ଦାମ୍ପତ୍ୟ ସମସ୍ୟା ସମାଧାନ ହେବ । ବ୍ୟବସାୟ କ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପ ନେଇ ଧନମାନ ଦିଗରୁ ସୁରକ୍ଷିତ ରହିବେ । ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ ଓ ଉଚ୍ଚ ସମ୍ମାନ ପାଇବେ । ପ୍ରତିକାର- ମହୁଟିକେ ଖାଇ ଘରୁ ବାହାରନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!