ଦୈନିକ ରାଶିଫଳ: ୪ ଜାନୁୟାରୀ ୨୦୧୯, ଏହି ରାଶିର ଲୋକମାନଙ୍କର ଆଜି କର୍ମ କ୍ଷେତ୍ରରେ ହେବ ଉନ୍ନତି, ମିଳିବ ପ୍ରଶଂସା

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୪ ଜାନୁୟାରୀ ୨୦୧୯

ମେଷ:–

ମହିଳାମାନେ ସତ୍‌ କାର୍ଯ୍ୟରେ ଲିପ୍ତ ହୋଇ ସମ୍ମାନିତା ହେବେ। କର୍ମକ୍ଷେତ୍ରରେ ସୁଯୋଗ ହାତଛଡା ହେବାର ନାହିଁ। ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବ। ବ୍ୟବସାୟରେ ସାମାନ୍ୟ ପରିଶ୍ରମ କରି ଅତ୍ୟଧିକ ଲାଭ ପାଇବେ। ମାନସିକ ଶାନ୍ତି ଅନୁଭବ କରିବେ। ଛାତ୍ରଛାତ୍ରୀମାନେ ବିଦ୍ୟାରତ ହେବେ। ରାଜନୀତି କ୍ଷେତ୍ରରେ ମତାମତ ସଂଗ୍ରହ କରିବେ ଓ ପଦୋନ୍ନତି ହେବାର ସମ୍ଭାବନା ଅଛି। ସ୍ୱର୍ଣ୍ଣାଦି ଧାତୁ ଦ୍ରବ୍ୟ ବ୍ୟବସାୟରେ ମାଲିକମାନଙ୍କର ମନତୃପ୍ତ କରାଇବେ। କୃଷିକର୍ମରେ ପରିଶ୍ରମ ଫଳରେ ଆଶାନୁରୂପ ଲାଭ ହେବ। ପ୍ରେମିକ ପ୍ରେମିକା ମାନଙ୍କର ଚିତ୍ତପ୍ରସନ୍ନ ରହିବ ଓ କାର୍ଯ୍ୟ ସିଦ୍ଧି ହେବ। ପ୍ରତିକାର- ଷଣ୍ଢକୁ ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:–

କୌଣସି ଶୁଭ ସମାଚାର ଶୁଣି ଆନନ୍ଦିତ ହେବେ। ଛାତ୍ରଛାତ୍ରୀମାନେ ଶିକ୍ଷାକ୍ଷେତ୍ରରେ ଆଗ୍ରହୀ ହେବେ। ମହିଳାମାନେ ପରିବାର ମଧ୍ୟରେ ବାତ୍ସଲ୍ୟ ମମତାରେ ଆବଦ୍ଧ ରହିବେ। ରାଜନୈତିକ କ୍ଷେତ୍ରରେ ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ। ବ୍ୟବସାୟୀ ମାନଙ୍କର ଲାଭ ହେଲେ ମଧ୍ୟ ବ୍ୟୟ କିଛି କରିବେ। କର୍ମଚାରୀମାନେ ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁଁ ଏବଂ କଠିନ ପରିଶ୍ରମ ହେତୁ ଶାରିରୀକ ଓ ମାନସିକ କଷ୍ଟ ଭୋଗି ପାରନ୍ତି। ବିଭିନ୍ନ ପ୍ରକାର କଥା ଚିନ୍ତାକରି କୌଣସି କାମ ପ୍ରତି ମନ ଲାଗିବ ନାହିଁ। ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ।

ମିଥୁନ:–

କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବାସହ ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, ସମସ୍ୟା ଦୂର ଓ ଉଚ୍ଚ ଆଶାରେ ଆଗେଇବେ। ବ୍ୟବସାୟରେ ଅର୍ଥ ସଂପର୍କିତ  ଚୁକ୍ତିପତ୍ର କଲେ ଲାଭବାନ ହେବେ ଓ ପ୍ରତିଦ୍ଵନ୍ଦିତା ସହ ଆୟ ବଢିବ। ନୂତନ କାର୍ଯ୍ୟଆରମ୍ଭ କରିପାରିବେ। କ୍ଷମା ଗୁଣରେ ଯଶ ପ୍ରାପ୍ତି, ସୁସମ୍ବାଦ ଶୁଣିବେ ଓ ଆର୍ଥିକ ସଙ୍କଟ ଦୂରେଇ ଯିବ। ମହିଳାମାନଙ୍କର କର୍ମକ୍ଷେତ୍ରରେ ନିଜସ୍ଵାର୍ଥ ପାଇଁ ଠିକିଲେ ଶିଖିବା ସ୍ଵଭାବ ପ୍ରକାଶ ପାଇବା ସହ ଗୃହବାହନ ପ୍ରାପ୍ତି ପରିଜନ ଓ ସାଧୁଜନପ୍ରିୟା ହେବେ।  ଯୁବକ ଯୁବତୀମାନଙ୍କର ନୂତନ କର୍ମ ପ୍ରାପ୍ତି, ପଦୋନ୍ନତି, ସୁଖ, ସମ୍ପତ୍ତି ଲାଭ ଓ ସାହାଯ୍ୟ ସହଯୋଗ ପ୍ରାପ୍ତି ହେବ। ପ୍ରତିକାର- ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:–

ଯେଉଁକାର୍ଯ୍ୟ କରିବେ ସେ କାର୍ଯ୍ୟରେ ଯଶଲାଭ ହେବ କିନ୍ତୁ ଚିନ୍ତାଧାରା ପୂର୍ଣ୍ଣମାତ୍ରାରେ ଘାରି ରହିବ। ନୂତନ ଗୃହାଦି ନିର୍ମାଣ ବା ନୂତନ ଦ୍ରବ୍ୟାଦି ଲାଭ ହେବ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବାର ସମ୍ଭାବନା ଅଛି। ପାରିବାରିକ କ୍ଷେତ୍ରରେ ସମସ୍ତ ବିବାଦ ମେଣ୍ଟିଯିବ। ଚାକିରୀରେ ସମ୍ମାନ ମିଳିବା ହେତୁ ସନ୍ତୁଷ୍ଟ ରହିବେ। ଛାତ୍ରଛାତ୍ରୀମାନେ ଧୈର୍ଯ୍ୟଶୀଳ ହେବେ। ମହିଳାମାନେ ସ୍ୱାମୀ ସେବିକା ହେବେ ଓ ପିଲାମାନଙ୍କ କାର୍ଯ୍ୟପ୍ରତି ଦ୍ରୁଷ୍ଟି ରଖିବା ଉଚିତ୍ ହେବ। ଯୁବକ ଯୁବତୀମାନଙ୍କର କର୍ମରେ ସମ୍ମାନ ଓ ସନ୍ତୋଷ ସୃଷ୍ଟି ହେବ। ପ୍ରେମିକ ପ୍ରେମିକା ମାନଙ୍କର ପୂର୍ଣ୍ଣ ସଫଳତା ପ୍ରାପ୍ତି ହେବ। ପ୍ରତିକାର- ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ।

ସିଂହ:–

ବ୍ୟବସାୟରେ ପରିଶ୍ରମ କଲେ ନିଶ୍ଚୟ ଲାଭ ହେବ। ଚାକିରୀରେ କେତେକ ସ୍ଥଳରେ ବିବାଦ ମେଣ୍ଟିଯିବା ଯୋଗେ ସମ୍ମାନ ପାଇବେ। ଛାତ୍ରଛାତ୍ରୀମାନଙ୍କର ସୁଖ୍ୟାତି ଲାଭ ହେବ ମାତ୍ର ତତ୍ପର ହେବା ମହିଳାମାନେ ପରୋପକାର କରି ପ୍ରଶଂସା ପାଇବେ ଓ କୃତଜ୍ଞତା ଜ୍ଞାପନ କରିବେ। ରାଜନୀତି କ୍ଷେତ୍ରରେ ସାବଧାନରେ ଚଳିବା ଦରକାର। ପ୍ରେମିକ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ହେବେ। ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ପ୍ରତିକାର- ଗ୍ରାମ୍ୟ ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

କନ୍ୟା:–

ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। ଛାତ୍ର ଛାତ୍ରୀମାନେ ପରୀକ୍ଷା, ପ୍ରତି ଯୋଗୀତା, ସାକ୍ଷାତକାରରେ ବିଜୟୀ ହେବେ। ରାଜନୀତି କ୍ଷେତ୍ରରେ ସ୍ଵାର୍ଥକୁ କେନ୍ଦ୍ରକରି ସବୁଥିରେ ପଶିବାର ସୁଯୋଗ ପାଇବେ। ମହିଳାମାନଙ୍କର ଦାମ୍ପତ୍ୟ କଳହ ମେଣ୍ଟିଯିବ, ମାନସିକ ଶାନ୍ତିମିଳିବ, ପଶୁ ସମ୍ପଦପ୍ରାପ୍ତିହେବ, ମିଷ୍ଟାନ ଭୋଜନ, ଉଚ୍ଚଆଶା ପୂରଣ ହେବ। ଯୁବକ ଯୁବତୀମାନଙ୍କର ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ ଓ ଉଚ୍ଚ ସମ୍ମାନ ପାଇବେ ଓ ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରିପାରିବେ। ବିଚାର ବିଭାଗ ରାୟ ସପକ୍ଷରେ ଯିବ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ତୁଳା:–

ସରକାରୀ କର୍ମଚାରୀମାନେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ। ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ।  ବ୍ୟବସାୟରେ ସଫଳତା, ଆର୍ଥିକ ଉନ୍ନତିରେ ବୃଦ୍ଧି ଓ ଅଚାନକ ଧନ ପ୍ରାପ୍ତି ହେବା ସହ ମାନ ସମ୍ମାନ ବୃଦ୍ଧି ହେବ।  ମହିଳା ମାନେ କର୍ମକ୍ଷେତ୍ରରେ ଉନ୍ନତି  କରିବା ସହ ଉପରିସ୍ଥ  ଅଧିକାରୀଙ୍କର କୃପା ଲାଭ କରିବେ।  ପ୍ରେମିକ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ। ଶିକ୍ଷାକ୍ଷେତ୍ରରେ ସଫଳତା ଅର୍ଜନ କରିବେ। ଘରୋଇ କର୍ମଚାରୀମାନେ ଦ୍ରୁତଗତିରେ କାର୍ଯ୍ୟ କରି ଆୟ ଅଧିକ ହେବେକୁ ଚେଷ୍ଟା କରିବେ। ବ୍ୟବସାୟରେ ପ୍ରସାର ପ୍ରଚାର କରି ବଢ଼ାଇବାକୁ ମନ ବଳାଇ ଦକ୍ଷତା ଅର୍ଜନ କରିବେ। ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।

ବିଛା:–

ଯେଉଁ କାର୍ଯ୍ୟରେ ହାତ ଦେବେ ସବୁଥିରେ ଲାଭବାନ ହେବେ। ଧନଲାଭ କରିବାର ଆଶା ଦେଖାଯାଏ। ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ପରିବାରରେ ମାନ ମନାନ୍ତର ଦୂର ହେବ। ମହିଳାମାନେ ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ। ସ୍ଵାସ୍ଥ୍ୟରେ ଉନ୍ନତି, ମାନସିକ ସ୍ଥିରତା ଓ ମାଲିମୋକଦ୍ଦମା, ସାକ୍ଷାତକାରରେ ଜୟଲାଭ ହେବ। ଦାମ୍ପତ୍ୟ ସ୍ତରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ। ଚାକିରୀକ୍ଷେତ୍ରରେ ସରକାରୀ ଚାପ ପଡିଲେ ମଧ୍ୟ ସଫଳତା ମିଳିବ। ସ୍ୱାସ୍ଥ୍ୟ ସଙ୍କଟ ଦୂରେଇଯିବ ଓ ଧନ ସମ୍ପତିରେ ଘର ହସି ଉଠିବ ଏବଂଉଚ୍ଚଆଶା ସଫଳ ହେବ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ଧନୁ:–

ଚାକିରୀକ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ଦୂର ହେବା ସହ ସମ୍ମାନିତ ଓ ପ୍ରଶଂସିତ ହେବେ। ପାରିବାରିକ କ୍ଷେତ୍ରରେ ଶତୃମାନେ ଦୂରେଇ ଯିବେ। କିଣାବିକା ବ୍ୟବସାୟରେ ପ୍ରବଳ ଲାଭ ହେବ। ମହିଳାମାନେ ଅନେକ ଶୁଭକର୍ମରେ ଯୋଗ ଦେବାର ସୁଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା, ପ୍ରତିପତ୍ତି ବୃଦ୍ଧି ପାଇବ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଛାତ୍ରଛାତ୍ରୀମାନେ ଶିକ୍ଷାକୁ ଉଚିତ୍‌ ମନେକରି ପାଠ ପଢାରେ ମନଯୋଗ ଦେବେ। ପୈତୃକ ସମ୍ପତ୍ତିକୁ ନେଇ  ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ। ପ୍ରତିକାର- ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ।

ମକର:–

ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ। ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ଓ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି। ପୂର୍ବ ଶତୃମାନେ ପଛଘୁଞ୍ଚା ଦେବେ। ଅନେକ ଶୁଭ କର୍ମର ସୁଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ। ମାନସିକ ଦୁଶ୍ଚିନ୍ତା, ଶତୃବଧା ଦୂରେଇ ଯିବ। ବନ୍ଧୁବାନ୍ଧବଙ୍କ ମଧ୍ୟରେ କଳହ ଓ ମନାନ୍ତର ଦୂରେଇ ଯିବ। ଜୁଆ ଓ ଲଟେରୀ ଖେଳରେ ମନମୁତାବକ ଲାଭବାନ ହେବାର ସମ୍ଭାବନା ଅଛି। ବ୍ୟବସାୟରେ ଦୃଢ଼ ପ୍ରତିଜ୍ଞାରେ ଆବଦ୍ଧ ରହି ଆନେକ ସ୍ଥଳରେ ଲାଭବାନ ହେବେ। ପ୍ରତିକାର-ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ।

କୁମ୍ଭ:–

ଆୟବୃଦ୍ଧି, ଋଣମୁକ୍ତି, କର୍ମ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ।  ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ ଓ ବକେୟା ଅର୍ଥ କିଛି ଆଦାୟ ହେବ। ପାରିବାରିକ କ୍ଷେତ୍ରରେ ସ୍ନେହ  ସଦ୍ଭାବ ଦେଖାଦେବ। ମହିଳାମାନେ ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ। ଶତୃମାନେ ମଥାନତ କରିବେ। ପୁରାତନ ରୋଗର ଉପସମ ଓ ବନ୍ଧୁ ସମାଗମ ହେବ। ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବ। ରାଜନୈତିକ କ୍ଷେତ୍ରରେ ପ୍ରବଳ ଶତୃମାନେ ଦୁର୍ବଳ ହେବେ। କେତେକ ସ୍ଥାନରେ ଦୈବ ଦୁର୍ଘଟଣା ଯୋଗେ ଭାଗ ନେବେ। ଛାତ୍ରଛାତ୍ରୀମାନେ ସାଙ୍ଗମେଳ ହୋଇ ମୌଜ ମଜଲିଶ୍ ରେ ବ୍ୟସ୍ତ ରହିବେ। ଧର୍ମକାର୍ଯ୍ୟକୁ ମନ ବଳାଇଲେ ଯୋଗ ଦେଇପାରିବେ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ମୀନ:–

କେତେକ କାର୍ଯ୍ୟରେ ବିକ୍ରମଶାଳୀ ହେଲେ ମଧ୍ୟ ନିଜର ମର୍ଯ୍ୟାଦାକୁ ଜଗି ରଖି ଚଳିବେ। ରାଜନୈତିକ କ୍ଷେତ୍ରରେ ସଫଳତା ପାଇ ପ୍ରଶଂସିତ ହେବେ। ଛାତ୍ରଛାତ୍ରୀମାନେ ଆମୋଦ ପ୍ରମୋଦ ମନୋରଞ୍ଜନ କାର୍ଯ୍ୟରେ ମନଦେବେ। ପାରିବାରିକ ସ୍ନେହ ସହାନୁଭୁତି ସନ୍ତୋଷ ଜନକ ହେବ। ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଶତୃମାନେ ପରାଜିତ ହେବେ। ନିର୍ମାଣ ମୂଳକ ଯୋଜନାରେ ଆଗେଇପାରିବେ। ମହିଳାମାନଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇ ବ୍ୟବସାୟରେ ଶତୃମାନେ ଦୂରେଇ ଯିବେ ଓ ଉନ୍ନତି ହେବାସହ ଗୃହବାହାନ ପ୍ରାପ୍ତି ହେବ। ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!