ଦୈନିକ ରାଶିଫଳ: 31 ମାର୍ଚ୍ଚ 2022, ମା’ ଲକ୍ଷ୍ମୀଙ୍କ କୃପାରୁ ଏହି 4ଟି ରାଶିଙ୍କୁ ମିଳିବ କିଛି ବଡ ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ ମସିହା, ମାର୍ଚ୍ଚ ମାସ ୩୧ ତାରିଖ, ଗୁରୁବାର, ମୀନ ମାସ ୧୭ ଦିନ, ଚୈତ୍ରମାସ, କୃଷ୍ଣପକ୍ଷ, ଚତୁର୍ଦ୍ଦଶୀ ତିଥି ଦିବା ୧୨ଟା ୨୩ ମିନିଟ୍ ପରେ ଅମାବାସ୍ୟା ତିଥି, ପୂର୍ବଭାଦ୍ରପଦ ନକ୍ଷତ୍ର, ଦିବା ୧୦ଟା ୩୨ ମିନିଟ୍ ପରେ ଉତ୍ତରଭାଦ୍ରପଦ ନକ୍ଷତ୍ର, ମୀନ ରାଶିରେ ଚନ୍ଦ୍ର । ଶୁକ୍ଳ ଯୋଗ ଦିବା ୧୧ଟା ୮ ମିନିଟ୍ ପରେ ବ୍ରହ୍ମଯୋଗ । ଶକୁନି କରଣ ଦିବା ୧୨ଟା ୨୩ମିନିଟ୍ ପରେ ଚତୁଷ୍ପଦ କରଣ । ତୁଳା ଓ କୁମ୍ଭ ରାଶିର ଘାତବାର । ଧନୁ ରାଶିର ଘାତଚନ୍ଦ୍ର । ବିରି ଜାତୀୟଦ୍ରବ୍ୟ ନ ଖାଇଲେ ଭଲ ଦିବା ୧୨ ଟା ୨୩ ମିନିଟ୍ ପରେ ଆମିଷ, ନ ଖାଇଲେ ଭଲ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯୋଗିନୀ- ପଶ୍ଚିମେ ଦିବା ୧୨ ଟା ୨୩ ମିନିଟ୍ ପରେ ଐଶାନ୍ୟେ ଯାତ୍ରା ନିଷେଧ । ଶ୍ରାଦ୍ଧତର୍ପଣ- ଚତୁର୍ଦ୍ଦଶୀର ଏକୋଦ୍ଧିଷ୍ଟ ଏବଂ ଅମାବାସ୍ୟା ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୨ଟା ୫୪ମିନିଟ୍ ରୁ ଦିବା ୫ଟା ୫୭ମିନିଟ୍, ରାତ୍ରି ୧୧ଟା ୫୦ମିନିଟ୍ ରୁ, ରାତ୍ରି ୧ଟା ୧୯ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୪୬ମିନିଟ୍ ରୁ ୭ଟା ୨୨ମିନିଟ୍, ଦିବା ୧୦ଟା ୩୮ମିନିଟ୍ ରୁ ୧ଟା ୦୪ମିନିଟ୍, ରାତ୍ର ୨ଟା ୩୬ମିନିଟ୍ ରୁ ୩ଟା ୨୨ମିନିଟ୍ ।

ମେଷ:-ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଭୁଜାତ ଦ୍ରବ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । ପାରିବାରିକ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହୋଇ ଶାନ୍ତି ବିରାଜମାନ କରିବ । ଅନେକ କାର୍ଯ୍ୟ ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ । ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠା, ପ୍ରତିପତି, ମାନ ସମ୍ମାନ ବଢ଼ିବ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ବୃଷ:-ସୁଖ ସମୃଦ୍ଧି ବୃଦ୍ଧିହେବା ସହ ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ । ବ୍ୟବସାୟିକ ଅନୁବନ୍ଧ, ବେପାର ବିସ୍ତାର ଯୋଗେ ଲାଭ ପାଇବେ । ଆର୍ଥିକ ଦିଗରୁ ସୁବିଧା ଜନକ ପରିସ୍ଥିତି ଦେଖାଦେବ । ମୂଲ୍ୟବାନ ବା ସୌଖୀନ ପଦାର୍ଥ ସଂଗ୍ରହ କରି ପାରନ୍ତି ପାରିବାରିକ ସୁଖ ସମୃଦ୍ଧିରେ ମୁଖ୍ୟଭୂମିକା ତୁଲାଇବେ । ପ୍ରେମିକ ପ୍ରେମିକାମାନେ ଆମୋଦ ପ୍ରମୋଦ, ମନୋରଞ୍ଜନ, ନୃତ୍ୟ ଗୀତ, ଭୋଜିଭାତ, ମଉଜ ମଜିଲିସ୍ ରେ ମଜ୍ଜି ରହିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମିଥୁନ:-ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ଦୂରଯାତ୍ରାର ସୁଯୋଗ ପାଇବେ । ଅଚାନକ ଧନପ୍ରାପ୍ତି, ମାନସିକ ଏକାଗ୍ରତା ବଜାୟ ରହିବ । ବ୍ୟବସାୟୀମାନେ କାରବାର ଦିଗରୁ ପ୍ରଚୁର ଲାଭବାନ୍ ହୋଇ ଉତ୍ତମ ରୋଜଗାର କରି ପାରିବେ । ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ । ବିଦ୍ୟାକ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ଯୋଗେ ପ୍ରଶଂସା ପାଇବେ । ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

କର୍କଟ:-ସାଧୁସନ୍ଥ ଓ ଗୁରୁଜନଙ୍କ ଶୁଭାଶୀର୍ବାଦ ପ୍ରାପ୍ତ ହେବ । ପ୍ରତିଯୋଗିତାରେ ବିଜୟୀ ହେବେ । ବିଭିନ୍ନ ପ୍ରକାର ସମସ୍ୟା ଭିତରେ ରହି କାର୍ଯ୍ୟ ହାସଲ କରିବେ । ବିଦ୍ୟା କ୍ଷେତ୍ରରେ ମନ ଲାଗିବ । ଅତୀତ କଥାକୁ ଚିନ୍ତା କରି ଭାବପ୍ରବଣତା ବୃଦ୍ଧି ହେବ । ପଡୋଶୀମାନେ ସ୍ଵାର୍ଥ ହାସଲ କରିବା ପାଇଁ ବାକ୍ ଚତୁରୀ କଥା କହି କାର୍ଯ୍ୟ ପୂରଣ କରିବେ । ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ସିଂହ:-ଧାର୍ମିକ କାର୍ଯ୍ୟପ୍ରତି ମନ ବଳାଇବେ । କର୍ମକ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ । ପରସ୍ପରକୁ ସାହାଯ୍ୟ କରି ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ । ରାଜନୀତି କ୍ଷେତ୍ରରେ ସାମାଜିକ ସ୍ତରରେ ନିଜର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । ମନକଥା ମନରେ ରଖି ବନ୍ଧୁଙ୍କ ସହ ମିଶିଲେ ଭଲ ହେବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା:-ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ । ନିର୍ମାଣ କ୍ଷେତ୍ରରେ ଅଗ୍ରଗତି ନିମନ୍ତେ ସମର୍ଥ ହୋଇ ପାରିବେ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ଭାତୃ ବିବାଦ, ଜମିବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହୋଇପାରେ । କର୍ମକ୍ଷେତ୍ରରେ ସମୟ ଗୁଡିକ ହସ ଖୁସିରେ ବିତିବ । ବ୍ୟବସାୟ କ୍ଷେତ୍ରରେ ଧନ ଲାଭ ହେବାରୁ ମନ ଖୁସି ରହିବ । ଅଟକିଥିବା ବା ଉଧାର ଦେଇଥିବା ଟଙ୍କା ମିଳିଯିବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ତୁଳା:-ଉଚ୍ଚାଧିକାରି ଓ ସହକର୍ମୀମାନେ କର୍ମକ୍ଷେତ୍ରରେ ସହଯୋଗ କରିବେ । ମନୋବିଜ୍ଞାନ ସମ୍ବନ୍ଧରେ ବିଶେଷ ରୁଚି ରହିବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ବିଦ୍ୟା କ୍ଷେତ୍ରରେ ଆଶାମୁତାବକ ଫଳ ପାଇବେ । ଛୋଟ ଛୋଟ କାମକୁ ବୁଝିବିଚାରି ନକଲେ ଦ୍ଵନ୍ଦରେ ପଡିବେ । ପରିବାର ପାଇଁ କୌଣସି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଧାର କରିବାକୁ ପଡିପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-ବିଦ୍ୟାର୍ଥୀମାନେ ମନପସନ୍ଦ ଜିନିଷପାଇ ଖୁସି ହେବେ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । ଉଚ୍ଚ କର୍ମକର୍ତ୍ତାଙ୍କର ସୁଦୃଷ୍ଟି ପ୍ରାପ୍ତି ହେବ । ଦୂରଯାତ୍ରାର ସୁଯୋଗ ପାଇ ବ୍ୟବସାୟରେ ସଫଳତା ଅର୍ଜନ କରିବେ । ପରିବାରରେ ଖୁସିର ବାତାବରଣ ସ୍ଥାୟି ରହିବ । ପ୍ରେମିକ ପ୍ରେମିକାମାନେ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ପାଇବେ । ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିବ । ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ଧନୁ:-ସାଧାରଣ ଲୋକ ସମ୍ପର୍କକୁ ଅତିକ୍ରମ କରିବା ଲକ୍ଷ୍ୟରେ ଭୋଗମାର୍ଗୀ ହୋଇ ନିଜକୁ ପ୍ରତିଷ୍ଠିତ କରି ପାରିବେ । କାର୍ଯ୍ୟ କ୍ଷେତ୍ରରେ ସୁଖ ଶାନ୍ତି ବୃଦ୍ଧି ହେବ । ଧର୍ମ କାର୍ଯ୍ୟରେ ଯୋଗଦେଇ ଦେବଦର୍ଶନ କରିବେ । କାରବାର ସ୍ଥିତିରେ ସୁଧାର ଆସିବାରୁ ମନ ଖୁସି ରହିବ । ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହି ନ ପାରେ । ସ୍ୱାସ୍ଥ୍ୟ ଦିଗରୁ ବିଶେଷ ସତର୍କ ରହିବା ଉଚିତ୍ । ବିଳାସବ୍ୟସନ ଖାଦ୍ୟପେୟ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:-ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ବକେୟା ଅର୍ଥ କିଛି ମିଳିଯିବା ଫଳରେ ବ୍ୟବସାୟୀକ କ୍ଷେତ୍ରରେ ଉନ୍ନତି ହେବା ସହ ଧନ ଲାଭ ହେବାରୁ ମନ ଖୁସି ରହିବ । ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବା ସହ ସନ୍ତାନ ସୁଖ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି କରି ପାରିବେ । ରାଜନୀତି କ୍ଷେତ୍ରରେ ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବ । ପରିବାରରେ ରୋଜ ଗାର ସମସ୍ୟା ସୁଧୁରି ଯାଇ ସୁଖଶାନ୍ତି ଫେରି ଆସିବ । ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

କୁମ୍ଭ:-ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବା ସହ ଦାମ୍ପତ୍ୟ ସୁଖ ବୃଦ୍ଧି ହେବ । ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ କେତେକ କ୍ଷେତ୍ରରେ ଉନ୍ନତିକର ହେବ । କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ପରୀକ୍ଷା ପ୍ରତୀଯୋଗିତାରେ ସଫଳ ହେବେ । ଅନେକ କାର୍ଯ୍ୟ ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ । କିନ୍ତୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିପଦରେ ପକାଇବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:-ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ । ଶୁଭ ସମ୍ବାଦ ପାଇ ଦୂରଯାତ୍ରାରେ ସଫଳ ହେବେ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସିତ ହେବେ । ଦାମ୍ପତ୍ୟ ସୁଖରେ ମଧୁରତା ଆସିବ । ରାଜନୈତିକ କ୍ଷେତ୍ରରେ ଲୋକସମର୍ଥନ, ଦଳସମର୍ଥନ ବୃଦ୍ଧି ପାଇବା ସହ ମୁଖ୍ୟନେତାଙ୍କର ପ୍ରିୟପାତ୍ର ହେବେ । ପ୍ରେମ ପ୍ରସଙ୍ଗରେ ଅଧିକ ଘନିଷ୍ଠତା ହେବ । ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!