ଦୈନିକ ରାଶିଫଳ: ୩୧ ଅଗଷ୍ଟ ୨୦୨୦, ମହାଦେବଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଶାରୀରିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ଅଗଷ୍ଟ ମାସ ୩୧ ତାରିଖ, ସୋମବାର, ସିଂହ ମାସ ୧୬ ଦିନ, ଭାଦ୍ରବମାସ, ଶୁକ୍ଳପକ୍ଷ, ତ୍ରୟୋଦଶୀତିଥି, ସକାଳ ୮ଟା ୪୯ମିନିଟ୍ ଗତେ ଚତୁର୍ଦ୍ଦଶୀ ତିଥି, ଶ୍ରବଣା ନକ୍ଷତ୍ର, ମକର ରାଶିରେ ଚନ୍ଦ୍ର। ମିଥୁନ ରାଶିର ଘାତବାର। ସିଂହ ରାଶିର ଘାତଚନ୍ଦ୍ର। ବିରି ଜାତୀୟଦ୍ରବ୍ୟ ନ ଖାଇଲେ ଭଲ। ଶୁଭସମୟ- ପ୍ରାତଃ ୫ଟା ୩୫ମିନିଟ୍ ରୁ ୭ଟା ୬ମିନିଟ୍, ଦିବା ୧୦ଟା ୩୩ମିନିଟ୍ ରୁ ୧ଟା ୧ମିନିଟ୍, ଦିବା ୪ଟା ୨୬ମିନିଟ୍ ରୁ ୫ଟା ୮ମିନିଟ୍, ସନ୍ଧ୍ୟା ୬ଟା ୪୬ମିନିଟ୍ ରୁ ରାତ୍ର ୯ଟା ୩ମିନିଟ୍, ରାତ୍ର ୧୧ଟା ୪୭ମିନିଟ୍ ରୁ ୨ଟା ୨୮ମିନିଟ୍।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତ ପାହାନ୍ତାରେ ପହଞ୍ଚିବ। ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନ ପଦାର୍ଥ ସଂଗ୍ରହ କରିବା ସହ ବ୍ୟାଙ୍କବାଲାନ୍ସ ବୃଦ୍ଧି ହେବ। ଜନସେବାଦ୍ଵାରା ଉଚ୍ଚସମ୍ପର୍କରୁ ଲାଭବାନ ହେବେ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ କର୍ମକ୍ଷେତ୍ରରେ ଉନ୍ନତି କରି ପାରିବେ। ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚମାନ୍ୟତାରେ ବୃଦ୍ଧି ହେବ। ଶତୃଙ୍କ ସହିତ ମୁକାବିଲା କରି ପାରିବେ। ଚେଷ୍ଟା କଲେ କାହାକୁ ଦେଇଥିବା ଧନ ମିଳିଯିବ। ଦୟାଳୁ ପ୍ରବୃତି ଜାଗ୍ରତ ହେବା ଫଳରେ ପ୍ରିୟଜନ ଓ ପରିବାର ସଦସ୍ୟ ନିକଟତର ହେବେ। ରାଜନୈତିକ କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧିହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବୃଷ:-

ମାନସିକ ଦୁଶ୍ଚିନ୍ତା ଓ ଶତୃବଧା ଦୂରେଇ ଯିବ। ଆୟବୃଦ୍ଧି ହେବାଫଳରେ ଋଣମୁକ୍ତି ହେବାର ରାସ୍ତା ପରିଷ୍କାର ହୋଇଯିବ। ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ପ୍ରଶଂସା ପାଇବେ। ଅର୍ଥସମ୍ବନ୍ଧୀୟ କଥାବାର୍ତ୍ତା ଆଗକୁ ବଢିବ। ନିଜର ଦକ୍ଷତା ଲୋକମାନଙ୍କୁ ପ୍ରଭାବିତ କରିବ। ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତି ହେବ। ସନ୍ତାନ ପକ୍ଷର ଚିନ୍ତା ଦୂର ହୋଇଯିବ। ପରିବାରର ସଦସ୍ୟଙ୍କ ସହ ସମ୍ବନ୍ଧ ଦୃଢ ହେବ। ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ। ବିଦ୍ୟାର୍ଥୀମାନେ ନିଜ ଲକ୍ଷ୍ୟରେ ସଫଳତା ପାଇବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ:-

ଆତ୍ମୀୟଙ୍କ ସମ୍ବନ୍ଧୀତ ଚିନ୍ତା ଦୂର ହୋଇ ପାରିବାରିକ ଜୀବନ ଆନନ୍ଦରେ କଟିବା ସହ ଦାମ୍ପତ୍ୟ ସୁଖରେ ଖୁସି ହେବେ।  ବ୍ୟାପାର କାରବାରରେ ସୁଧାର ଆସିବ।  ରାଜନୈତିକ କ୍ଷେତ୍ରରେ ଜଟିଳ ପରିସ୍ଥିତି ଥିଲେ ସରଳ ହେବ। ଆଚାର ଓ ବ୍ୟବହାରରେ ଶାନ୍ତ ହୋଇ କାର୍ଯ୍ୟ କରି ନିଅନ୍ତୁ। ଛାତ୍ର ଛାତ୍ରୀମାନେ ପଢ଼ା ପଢ଼ିରେ ମନଯୋଗ ନ ଦେଇ ଅଯଥାରେ ସମୟ ନଷ୍ଟ କରି ପାରନ୍ତି। ଯାହାର ବେଶି ଉପକାର କରିଥିବେ ତାହାଦ୍ୱାରା ବେଶି ଆଘାତ ପାଇବେ। ସୁଯୋଗ ହାତପାହାନ୍ତାରେ ଥିଲେ ମଧ୍ୟ ଶେଷ ସମୟରେ ହରାଇ ମନ ବ୍ୟସ୍ତ ହେବ। ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳିବା ଉଚିତ୍। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:-

ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତପାହାନ୍ତାରେ ପହଞ୍ଚିବ।  କେତେକ ସୂତ୍ରରୁ କିଛି ଧନ ପାଇବାର ଯୋଗ ଅଛି। ଅନେକ ସମସ୍ୟାର ସମାଧାନ ହୋଇ ପରିବାରରେ ହସ ଖୁସିର ବାତାବରଣ ଖେଳିଯିବ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ବୈଷୟିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରି ଉଚ୍ଚମାନ୍ୟତାର ଅଧିକାରୀ ହେବେ। ଅର୍ଥସଙ୍କଟରୁ ମୁକ୍ତି ମିଳିବା ସହ କରଜ ଭାରରୁ ମୁକ୍ତି ମିଳିବ। ଉପରିସ୍ଥ କର୍ମଚାରୀ ଆପଣଙ୍କର ସହଯୋଗ ଲୋଡିବେ। ସାମ୍ବାଦିକ ମାନେ ନିଜ କାର୍ଯ୍ୟରେ କୃତିତ୍ଵ ଲାଭ କରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ସିଂହ:-

ସହକର୍ମୀ ଓ ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ। ବ୍ୟବସାୟୀମାନେ କଠିନ ପରିଶ୍ରମ ଫଳରେ ନୂଆଲକ୍ଷ ନିର୍ଦ୍ଧାରିତ କରି ତାହାର ସଫଳତା ପାଇଁ ପ୍ରଯତ୍ନଶୀଳ ରହିବେ। ଆପଣା ଲୋକଙ୍କ ମଧ୍ୟରୁ କେହି କ୍ଷୟକ୍ଷତି ଘଟାଇବାର ଉଦ୍ୟମ କରି ଲଜିତ ହେବେ। ଆର୍ଥିକ ଦିଗରୁ ଉନ୍ନତି ହେଲେ ମଧ୍ୟ ବ୍ୟୟ ଭାର ବୃଦ୍ଧି ହେବ। ରାଜନୀତି କ୍ଷେତ୍ରରେ ଧୀରସ୍ଥିର ଭାବରେ ସମସ୍ୟା ସୁଧାରୀ ନେବା ଉଚିତ୍। ଇଛା ନ ଥିଲେ ମଧ୍ୟ କେତେକ କର୍ମ କରିବାକୁ ବାଧ୍ୟ ହେବେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ସ୍ଥାୟି ରୋଗୀମାନେ ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା:-

ସନ୍ତାନ ସୁଖରେ ସୁଖୀ ହେବେ। ନିଜର ଚତୁରତା ଓ ବିବେକରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇ ପାରିବେ। ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ। ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ। ରାଜନୀତି କ୍ଷେତ୍ରରେ ମାନସମ୍ମାନ ପ୍ରତିଷ୍ଠା ପ୍ରତିପତ୍ତି ଅକ୍ଷୁର୍ଣ୍ଣ ରହିବ। ଆଲୋଚନା କ୍ଷେତ୍ରରେ ଠିକ୍ ନିସ୍ପତି ନେଇ ଆର୍ଥିକ ସଙ୍କଟ ଦୂରେଇ ହେବ। ପାରିବାରିକ ସୁଖ ଶାନ୍ତିରେ ଦିନଟି କଟାଇବେ। ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ। ସହକର୍ମୀ କେହି ଇର୍ଷାତୁର ହେଲେବି କ୍ଷତିକାରୀ ହେବେ ନାହିଁ।  ସ୍ୱାସ୍ଥ୍ୟ ପାଇଁ ସତର୍କ ରହିବା ଉଚିତ୍। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ତୁଳା:-

କାରବାର ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ସଂପାଦନ କରିବା ଫଳରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ପଡୋଶୀ ବା କୁଟୁମ୍ବଙ୍କ ସହ ମାନମନାନ୍ତର ଥିଲେ ମେଣ୍ଟିଯିବ। ପିଲାମାନଙ୍କ ପ୍ରତି ସତର୍କ ରହି ଆନନ୍ଦିତ ହେବେ। ଶିକ୍ଷା କ୍ଷେତ୍ରରେ ମନଯୋଗ ଦେଇ ପ୍ରଶଂସା ପାଇବେ। ଅନେକ ଗୁଡ଼ିଏ କାର୍ଯ୍ୟବ୍ୟସ୍ତତା ଭିତରେ ରହି ନିଜର ମାନସିକ ଭାରସାମ୍ୟ ଠିକ୍ ରହି ନପାରେ। ପୁରାତନ ରୋଗର ପ୍ରକୋପରେ ହଇରାଣ ହରକତ ହୋଇ ପାରନ୍ତି। ଦୂର ସମ୍ପର୍କୀୟ ବ୍ୟକ୍ତିଙ୍କୁ ବିଶ୍ୱାସ କଲେ ଠକାମୀ ଭଣ୍ଡାମୀର ଶୀକାର ହେବେ। ବରିଷ୍ଠ କର୍ମୀ, ସହକର୍ମୀ ଓ ବନ୍ଧୁ ମିତ୍ରମାନେ ଶତ୍ରୁତା ଆଚରଣ କରି ପାରନ୍ତି। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା:-

ସାମାଜିକ ସ୍ତରରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ। ସନ୍ତାନଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ। ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ, ଉଚ୍ଚସମ୍ମାନ ପାଇବେ। ନୁତନ କାର୍ଯ୍ୟ ନିର୍ଦ୍ୱୋନ୍ଦରେ ଆଗେଇ ନେବେ। ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ। ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିଯିବ। ଶିକ୍ଷାକ୍ଷେତ୍ରରେ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି, ଉଚ୍ଚସ୍ଥାନ ଲାଭ ବା ପଦୋନ୍ନତି ଭଳି ମର୍ଯ୍ୟଦା ପ୍ରାପ୍ତିହେବ। ବିଗିଡି ଯାଇଥିବା କାର୍ଯ୍ୟ ସୁଧୁରି ଯିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ଧନୁ:-

ସାମାଜିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ। ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବା ସହ ପରିସ୍ଥିତିରେ ଉନ୍ନତି ଘଟିବ। ପାରିବାରିକ ପରିସ୍ଥିତି ଯେତେ ଜଟିଳ ଥିଲେ ମଧ୍ୟ ସମାଧାନ କରି ପ୍ରଶଂସିତ ହେବେ। ଧାର୍ମିକସାହିତ୍ୟ ପଢିବା ପାଇଁ ରୁଚି ବୃଦ୍ଧି ହେବ। ଗୃହୋପକରଣ କ୍ରୟ କରିବା ପାଇଁ ମନ ବଲେଇବେ। କଳେବଳେ କୌଶଳରେ ଅର୍ଥ ସଂଗ୍ରହ ଅଭିଯାନ କରି ସଫଳତା ପାଇବେ। ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ। ରାଜନୀତି କ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବ।  ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମକର:-

ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। ପରିବହନ ବ୍ୟବସାୟରେ ପରିଣାମ ଅନୁକୂଳ ହୋଇ ବିଶେଷ ଲାଭବାନ ହେବେ। ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବା ଫଳରେ ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ମନରେ ଭୟ ଆଶଙ୍କା, ଶାରୀରିକ ଅସୁସ୍ଥତା ଦୂରେଇଯିବ। କର୍ମ କ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ। ସନ୍ତାନ ମାନଙ୍କ ଉନ୍ନତିର ଶୁଭ ସୂଚନା ପାଇ ଖୁସି ରହିବେ। ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ। ବିଦ୍ୟାକ୍ଷେତ୍ରରେ ମନଯୋଗ ଦେଇ ସଫଳ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କୁମ୍ଭ:-

ସାସାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ। ପରିବାର ସଦସ୍ୟଙ୍କ ସ୍ନେହ ଶ୍ରଦ୍ଧା ବୃଦ୍ଧି ପାଇବା ସହ ଅଟକିଥିବା କାର୍ଯ୍ୟ ସହଜ ସରଳରେ ପୂରଣ କରି ପାରିବେ। ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବେ। ଜୀବନସାଥିଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବ। ନୂଆ ବେପାରୀଙ୍କ ସହ ସମ୍ପର୍କ ଯୋଗୁଁ ନୂତନ ବ୍ୟବସାୟର ଯୋଜନା କରି ନିଜ ପରିଶ୍ରମରେ ସଫଳତା ପାଇବେ। ପ୍ରେମସମ୍ବନ୍ଧ ଓ ଦାମ୍ପତ୍ୟ ଜୀବନରେ ମଧୁରତା ସୃଷ୍ଟି ହେବ। ଛାତ୍ର ଛାତ୍ରୀମାନେ ପଢ଼ା ପଢ଼ିରେ ମନଯୋଗ ଦେବେ। ଈର୍ଷାପରାୟଣ ବ୍ୟକ୍ତିମାନେ କଟୁ ବଚନ ଶୁଣେଇବେ। ଆବଶ୍ୟକତା ପୂରଣ ଦିଗରେ ବହୁତ ଖର୍ଚ୍ଚାନ୍ତ ହେବେ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:-

ସ୍ୱାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ। ନୂତନ କାର୍ଯ୍ୟକିଛି ଶୁଭାରମ୍ଭ କରି ପାରନ୍ତି। ସାମାଜିକ ସ୍ତରରେ ସମ୍ମାନଲାଭ ଯଶ ପ୍ରଶଂସା ମିଳିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ମେଣ୍ଟିଯିବା ଫଳରେ ସନ୍ତୋଷ ହେବେ। ପରିବାରରେ ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ସ୍ୱର୍ଣ୍ଣ ଅଳଙ୍କାର କ୍ରୟ କରିବା ପାଇଁ ମନ ବଳାଇବେ। ବ୍ୟବସାୟରେ ଶତୃମାନେ ଦୂରେଇ ଯିବା ଫଳରେ ଆନନ୍ଦ ଅନୁଭବ କରିବେ। ପରିବହନ ବ୍ୟବସାୟରେ ବିଶେଷ ଲାଭବାନ ହେବେ। ଛାତ୍ରଛାତ୍ରୀ ମାନଙ୍କର ମାନସିକ ବିକାଶ ଘଟିବ ଓ ଶୁଭ କାମ କରି ପ୍ରଶଂସିତ ହେବେ। ପ୍ରେମିକ ପ୍ରେମିକା ମାନେ କାର୍ଯ୍ୟଦକ୍ଷତା ଦେଖାଇବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!