ସାପ୍ତାହିକ ରାଶିଫଳ: ମାର୍ଚ୍ଚ ୩୦ ରୁ ଅପ୍ରେଲ ୫, ଏହି ସପ୍ତାହରେ ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ମାନସିକ ଶାନ୍ତିସହ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ବନ୍ଧୁମିତ୍ରଙ୍କ ସହ ମନୋରଞ୍ଜନ, ଭ୍ରମଣ ଫଳରେ ହସଖୁସିର ବାତାବରଣ ସୃଷ୍ଟି ହେବ। ନୂତନକର୍ମ ନିଯୁକ୍ତିରେ ସଫଳ ହେବେ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ହେବେ। ଗୃହପାଳିତ ପଶୁ ଓ ଯାନବାହାନ  ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ। ପାରିବାରିକ କ୍ଷେତ୍ରରେ ଗୋଟିଏ ପାଖରେ ସ୍ନେହ ଶ୍ରଦ୍ଧାର ସ୍ରୋତ ଛୁଟୁଥିଲାବେଳେ ଅନ୍ୟ ପାଖରେ ଉପେକ୍ଷା ଓ ଅଶାନ୍ତିର ବାତାବରଣ ଦେଖାଦେଇ ପାରେ। ଉତ୍ତମ ରୋଜଗାର ହେଲେ ମଧ୍ୟ ଗୃହୋପକରଣ କ୍ରୟ କରିବା ଯୋଗେ କିଛି ବ୍ୟୟ ହେବ। ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ। ଧାର୍ମିକ କାର୍ଯ୍ୟରେ ଯୋଗଦେବା ଫଳରେ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କ୍ରିଡା, ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର କର୍ମକ୍ଷେତ୍ରରେ ପୁରୁଣା ସମସ୍ୟାର ସମାଧାନ ହୋଇଯିବ। ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ଓ ଆତ୍ମବିଶ୍ୱାସ ବୃଦ୍ଧିପାଇବ। ବ୍ୟବସାୟକ୍ଷେତ୍ରରେ କଠିନ ପରିଶ୍ରମ କରି ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବେ। ହାତ ପାହାନ୍ତାରେ ଥିବା ସୁଯୋଗ ଆପେ ଆପେ ଆସିଯିବ। ନୂତନ କର୍ମପାଇଁ ଯୋଗାଯୋଗ କରିଥିବା କ୍ଷେତ୍ରରୁ ଡାକରା ପାଇ ଯାତ୍ରା କରିବାକୁ ବାଧ୍ୟ ହେବେ। ଅଧ୍ୟୟନ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ। କଳା ସଙ୍ଗୀତରେ ସୁନାମ ଅର୍ଜନ କରିବେ। ପ୍ରତିଯୋଗିତା ଓ ପରୀକ୍ଷାରେ କୃତକାର୍ଯ୍ୟ ହେବେ। କର୍ମକ୍ଷେତ୍ରରେ ଯୋଗାଯୋଗ କଲେ ଆଶା କରୁଥିବା ସ୍ଥାନକୁ ସ୍ଥାନାନ୍ତରଣ ହୋଇପାରେ। ପାରିବାରିକ ସମସ୍ୟା ସହଜ ସରଳରେ ସମାଧାନ ହୋଇଯିବା ଫଳରେ ମନ ଶାନ୍ତି ହେବ। ହୋଇପାରୁ ନଥିବା କାମକୁ ଧୈର୍ଯ୍ୟ ଓ ସାହସ ଦ୍ଵାରା କରି ଦେଖାଇବେ। ପ୍ରତିକାରପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ମିଥୁନ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଶୁଭ ସମାଚାର ଶୁଣି ଆନନ୍ଦିତ ହେବେ। ସମସ୍ତ ଦୁଃଶ୍ଚିନ୍ତା ଦୂର ହେବ। ଚାଲୁଥିବା କାର୍ଯ୍ୟରେ ବାଧା ଉପୁଜିବ ନାହିଁ। ବରିଷ୍ଠ ଅଧିକାରୀଙ୍କ ସହ ଦୂର ଯାତ୍ରା କରିବାକୁ ପଡ଼ିପାରେ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ପ୍ରତିଯୋଗିତା ପରୀକ୍ଷାରେ ଆନନ୍ଦିତ ହେବେ। ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟାରେ ଉତ୍ସାହିତ ହେବେ ଓ ପ୍ରସାର ପ୍ରଚାର ଫଳରେ ଅତ୍ୟଧିକ ଲାଭହେବ। ଶତ୍ରୁ ବିରୋଧିମାନେ କ୍ଷତି କରିବାକୁ ଚେଷ୍ଟା କରି ବିଫଳ ହେବେ। ନିଜର କାର୍ଯ୍ୟ ପୂରଣ କରିବା ପାଇଁ ବାହାର ଲୋକଙ୍କ ସହଯୋଗ ମିଳିବ। ସେବା ସମ୍ବନ୍ଧିୟ କାର୍ଯ୍ୟରେ ପ୍ରଶଂସିତ ହେବେ। ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ସନ୍ତାନର ଶୁଭ ଖବର ଶୁଣି ଖୁସି ହେବେ। ଧର୍ମାନୁଷ୍ଠାନରେ ଯୋଗ ଦେଇ ସମ୍ମାନ ପାଇବେ। ରାଜନୀତି କ୍ଷେତ୍ରରେ ସ୍ଥିତି ସୁଧୁରିଯିବା ଫଳରେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ। ପ୍ରତିକାର ନିମ୍ବକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

କର୍କଟ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନେ ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ। ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷାରେ ଓ ସାକ୍ଷାତକାରରେ ଉତ୍ତିର୍ଣ୍ଣ ହେବେ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ। ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ। ରାଜନୀତି କ୍ଷେତ୍ରରେ ସହଯୋଗୀମାନେ ଅସହଯୋଗ କରିବେ ଓ ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ। କର୍ମକ୍ଷେତ୍ରରେ କିଛି ନୂଆସୁଯୋଗ ଆସିବ ପରିଶ୍ରମ କାର୍ଯ୍ୟ କରି ପ୍ରଶଂସିତ ହେବେ।  ରାଜନୀତି କ୍ଷେତ୍ରରେ ଉଚ୍ଚଆଶା ସଫଳ ହୋଇ ଦୂରଯାତ୍ରାରେ ଲାଭପାଇବେ। ସହକର୍ମୀ ମାନଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇ ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବ। ବ୍ୟବସାୟିକ ସ୍ଥିତି ଅଚାନକ ବୃଦ୍ଧି ହେବା ଫଳରେ ଆଶାନୁରୂପ ଅର୍ଥାଗମ ହେବ।  ନୂତନ ଚାକିରୀ ପାଇଁ ପ୍ରୟାସ ରତ ଯୁବକଯୁବତୀ ମାନେ ଉତ୍ସାହ ବର୍ଦ୍ଧକ ସମାଚାର ପାଇବେ। ଅଚାନକ ବନ୍ଧୁ ବାନ୍ଧବମାନଙ୍କର ସମାଗମ ହେବ। ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ପ୍ରତିକାର:-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ସିଂହ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ପରିବହନ ବ୍ୟବସାୟରେ ସମସ୍ୟା ସମାଧାନ ହେବ। ମାନସିକ ସୁସ୍ଥତା ଅନୁଭବ କରିବେ ଓ ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ ଏବଂ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ଶତ୍ରୁ ମାନଙ୍କ ଉପରେ ନଜର ନରଖିଲେ କ୍ଷତିରେ ପଡିବେ। ବ୍ୟବସାୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ଫଳରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ। ଶାରିରୀକ ଅସୁସ୍ଥତା ଦୂରହେବ। ଗୃହପାଳିତ ପଶୁ ଓ ଯାନବାହାନ ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ।  ପରିବାରଜନଙ୍କ ଉନ୍ନତିରେ ଆନନ୍ଦିତହେବେ। ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ। ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ ହେବେ। ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ହେବ। ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ, ଦଳ ସମର୍ଥନ ବଢିବା ସହ ମୁଖ୍ୟନେତାଙ୍କର ପ୍ରିୟପାତ୍ର ହେବେ। ବିଦ୍ୟାର୍ଥୀବର୍ଗ ଅତ୍ୟନ୍ତ ସଫଳତା ସହ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେବେ। ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଆର୍ଥିକ ଉନ୍ନତି ଓ ଅଚାନକ ଧନ ପ୍ରାପ୍ତି ହେବା ସହ ମାନ ସମ୍ମାନ ବୃଦ୍ଧି ହେବ। ସରକାରୀ କର୍ମକ୍ଷେତ୍ରରେ ଉନ୍ନତି  କରିବା ସହ ଉପରିସ୍ଥ  ଅଧିକାରୀଙ୍କର କୃପା ଲାଭ କରିବେ।  ନୂତନକର୍ମ ସଂସ୍ଥାନ ରେ ନିଯୁକ୍ତି ପାଇବାର ଯୋଗ ରହିଛି। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ। ଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପାରିବାରିକ ଜୀବନରେ ଶାନ୍ତି, ଭାଇ ଓ ଭଉଣୀ ମାନଙ୍କ ସହିତ ଉତ୍ତମ ସମ୍ପର୍କ ରହିବ। ବନ୍ଧୁବାନ୍ଧବଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ। ବ୍ୟବସାୟ  ଶୁଭାରମ୍ଭ କରିବାର ସୁଯୋଗ ପାଇବେ। ଅନେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ। ଯାତ୍ରା ଫଳରେ ଉତ୍ସାହିତ ହେବେ। ଗୃହୋପକରଣ କ୍ରୟ କରିବେ। ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ। ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ। ପରୋକ୍ଷ ଶତ୍ରୁତା କାରଣରୁ ଆଶା କରିଥିବା କାମଟି ସମ୍ପନ୍ନ କରିପାରିବେ ନାହିଁ। ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଶାରିରୀକ ସୁସ୍ଥତା ଦେଖା ଦେବ। ଯେ କୌଣସି କାମରେ ହାତ ଦେଲେ, ସଫଳତା ପାଇବେ। ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ଘରୋଇ କର୍ମଚାରୀମାନଙ୍କର କର୍ମ କ୍ଷେତ୍ରରେ ପଦୋନ୍ନତି  ସହ ସଫଳତା ଲାଭ କରିବେ। ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ। କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ। ବନ୍ଧୁ ବାନ୍ଧବଙ୍କଦ୍ଵାରା ସମସ୍ୟାର ସମାଧାନ ହୋଇ ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ। ପାରିବାରରେ କୌଣସି ଜଟିଳ ସମସ୍ୟାର ସମାଧାନ ହୋଇ ଶାନ୍ତି ଦେଖା ଦେବ ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ସାମ୍ବାଦିକତାରୁ ଲାଭ ଓ ଶୁଭ ସମାଚାର ମିଳିବ। ପରୀକ୍ଷା ଓ ସାକ୍ଷାତ କାରରେ ସଫଳତା ମିଳିବ। ନୂଆ ଯୋଜନା ଉପରେ କାର୍ଯ୍ୟ କରିବେ ଓ  ସ୍ଥଗିତ ଥିବା ଧନ ମିଳିବାରୁ ଖୁସି ହେବେ। ଶତୃ, ରୋଗ, ଋଣରୁ ମୁକ୍ତି ହେବେ ଓ ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବିଚ୍ଛା:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଦିବ୍ୟ ଗୁଣ ଗୁଡିକ ପ୍ରକାଶ ପାଇବ। ରାଜନୀତି କ୍ଷେତ୍ରରେ କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, ସୁବକ୍ତା, ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ। କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଦୂରେଇଯାଇ ଶାନ୍ତି ବିରାଜମାନ କରିବ। ଧାର୍ମିକ କାର୍ଯ୍ୟରେ ରୁଚି ବଢିବ ଓ ଭାବମୂର୍ତ୍ତି ଅମଳିନ ରହିବ। ଧନମାନ ଦିଗରୁ ସୁରକ୍ଷିତ ରହିବେ। ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ। ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ। ନ୍ୟାୟମାର୍ଗ ଓ ମିଷ୍ଟବଚନ ଦ୍ଵାରା ସମସ୍ତଙ୍କ ମନ କିଣି ପାରିବେ। ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି  ବେଶ୍ ଆନନ୍ଦ ଅନୁଭବ କରିବେ। ପ୍ରତିକାର ନିମ୍ବକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

ଧନୁ:-

ଏ ସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ। ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ। ମାନସମ୍ମାନ ତଥା ପରାକ୍ରମର ବୃଦ୍ଧି ହେବ। ବ୍ୟବସାୟୀମାନେ ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ ହେବେ। ଅଟକି ଯାଇଥିବା ଧନ, ଉଧାର ଦେଇଥିବା ଟଙ୍କା, ଋଣ କରିଥିବା ଅର୍ଥ ସହଜରେ ହସ୍ତଗତ ହେବ। ଭୂମିକ୍ରୟ, ବାହନକ୍ରୟ, ଗୃହନିର୍ମାଣ କରିବାରେ ଖର୍ଚ୍ଚ କରିବାକୁ ପଡ଼ିବ। ବିଦ୍ୟାର୍ଥୀବର୍ଗ ଅତ୍ୟନ୍ତ ସଫଳତା ସହ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେବେ। ବିଦେଶ ଯାତ୍ରା ଫଳରେ ବିଶେଷ ଲାଭବାନ ହେବେ। ସମାଜ କଲ୍ୟାଣ, ଧର୍ମାନୁଷ୍ଠାନରେ ଯୋଗଦାନ କରି ପ୍ରଶଂସିତ ହେବେ। ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ ବଢିଯିବ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମକର:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସ୍ୱାସ୍ଥ୍ୟ ଭଲ ରହିବ। କର୍ମକ୍ଷେତ୍ରରେ ଲକ୍ଷ୍ୟହାସଲ ହିଁ ମୂଳ ଆଭିମୁଖ୍ୟ ହେବ। ପରିବାରରେ ମାନ ମନାନ୍ତର ଦୂର ହୋଇ ସୁଖ ଶାନ୍ତି ମିଳିବ। ବାଦବିବାଦ, ମାଲିମୋକଦ୍ଦମା ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ବିଜୟଲାଭ ହେବ। ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ, ଉଚ୍ଚ ସମ୍ମାନ ପାଇବେ। ଯାନବାହାନ ଓ ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟରେ ଲାଭବାନ ହେବେ। ସମାଜ ସେବାରେ ସ୍ଵନାମ ଅର୍ଜନ କରି ପାରିବେ। ଛାତ୍ର ଛାତ୍ରୀମାନଙ୍କର ଶିକ୍ଷା କ୍ଷେତ୍ର ବ୍ୟବସ୍ଥିତତା ହେତୁ ଶାନ୍ତି ଉପୁଜିବ। କାରବାରର ସୀମା ବଢାଇବା ଫଳରେ ସନ୍ତୋଷ ଦେଖା ଦେବ। ସନ୍ତାନ ସନ୍ତତି ମାନଙ୍କର ଶୁଭ ଖବର ପାଇ ଖୁସିହେବେ। ନିଜର ପ୍ରତିଷ୍ଠା ଓ ସୁନାମ ବଢିବା ସହ ଆୟ ମଧ୍ୟ ଉତ୍ତମ ହେବ। ନାନା ବାଟରେ ଧନାଗମ ଘଟିବ। ନୂଆଲକ୍ଷ ପୂରଣ କରିବା ପାଇଁ ସମୟ ନିର୍ଦ୍ଧାରିତ କରିବେ। ନୂତନ ବନ୍ଧୁ ମିତ୍ରଙ୍କ ମିଳନ ହେବ। ପ୍ରେମ ପ୍ରସଙ୍ଗରେ ମଧ୍ୟ ସଫଳତା ମିଳିବ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କୁମ୍ଭ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଧୀର ସ୍ଵଭାବ, ସ୍ଥିରଚିତ୍ତ ଓ ଦୃଢ ବିଚାର ବଳରେ ବିଶେଷ ଉପକୃତ ହେବେ।କର୍ମସଂଧାନୀ ମାନେ କର୍ମ ନିଯୁକ୍ତି ପାଇବେ।  ମାଲିକ ସପକ୍ଷ ସଂଗଠନର ନେତୃତ୍ଵ ନେଇ କର୍ତ୍ତୁପକ୍ଷଙ୍କ ଶ୍ରଦ୍ଧାଭାଜନ ହେବେ। ଉଚ୍ଚଆଶା ସଫଳ ହେବ। ଗୁରୁଜନଙ୍କ ସ୍ନେହ ସହାନୁଭୁତି ହାସଲରେ ସମର୍ଥ ହେବେ। କର୍ମକ୍ଷେତ୍ରରେ ଆକସ୍ମିକ ଭାବରେ କୌଣସି ସୂତ୍ରରୁ ମୋଟା ଅର୍ଥ ପାଇ ଯିବେ। ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ଦୂରେଇ ଯିବ। ସ୍ଥଳ ବିଶେଷେ ସ୍ଥାନ ପରିବର୍ତ୍ତନ ଯୋଗେ ଅସନ୍ତୋଷର କାରଣ ହେବ। ବାଦବିବାଦ ଓ ମାଲିମୋକଦ୍ଦମାରେ ସଫଳତା ମିଳିବ।  ବିଚାର ବିଭାଗ ରାୟ ସପକ୍ଷରେ ଯିବ। ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ସେବାୟତ ମାନଙ୍କ ଉପରେ କର୍ତ୍ତୃତ୍ଵ ବିସ୍ତାର କରି କାର୍ଯ୍ୟ ହାସଲ କରିବେ।  ଅଧିକ ପରିଶ୍ରମ ତୁଳନାରେ ଅଧିକ ପାରିଶ୍ରମିକ ଆଦାୟର ପ୍ରଚେଷ୍ଟା ଚଳାଇବେ। ପ୍ରତିକାର ଗୋମାତାକୁ ଖାଇବାକୁ ଦିଅନ୍ତୁ।

ମୀନ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବା ଫଳରେ ଦେହମନ ଭଲ ରହିବ ଓ କର୍ମଚାରୀ ମାନେ କର୍ମକ୍ଷେତ୍ରରେ ପଦୋନ୍ନତି ପାଇ ସଫଳତା ଲାଭ କରିବେ। ବାଦବିବାଦ, କ୍ରିଡା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ରାଜନୀତିରେ ଉଚ୍ଚପ୍ରଶଂସିତ ହେବେ। ବନ୍ଧୁ ମିତ୍ରମାନେ ସାହାଯ୍ୟ କରିବେ। ମାଲିମୋକଦ୍ଦମାରେ ସଫଳ ହୋଇ ବରିଷ୍ଠ କର୍ମୀଙ୍କ ପ୍ରିୟ ପାତ୍ର ହେବେ। ବିଦେଶ ଯାତ୍ରାରେ ସଫଳ ହେବେ। ପୂର୍ବ ଶତ୍ରୁମାନେ ପଛଘୁଞ୍ଚା ଦେବେ। ଶତୃ, ରୋଗ, ଋଣରୁ ମୁକ୍ତି ହେବେ। ଯେ କୌଣସି କାମରେ ହାତ ଦେଲେ, ସେଥିରେ ସଫଳତା ପାଇବେ। ବରିଷ୍ଠ ବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢ଼ୀଭୂତ ହେବ। ଚିକିତ୍ସକ, ରସାୟନଜ୍ଞ, ଔଷଧନିର୍ମାଣ ଓ ବିକ୍ରୟ କରୁଥିବା ବ୍ୟକ୍ତିମାନେ ବିଶେଷ ଲାଭାନ୍ୱିତ ହେବେ। ଦୂରଯାତ୍ରା କରି ଆର୍ଥିକସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ। ଶିକ୍ଷାକ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ବିଚାର ବିଭାଗ ରାୟ ସପକ୍ଷରେ ଯିବ। ପ୍ରତିକାର:- ଗୋମାତାକୁ ଖାଦ୍ୟ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!