ଦୈନିକ ରାଶିଫଳ: 30 ମାର୍ଚ୍ଚ 2021, ମା ମଙ୍ଗଳାଙ୍କ କୃପାରୁ ଆଜି ଏହି ରାଶି ବ୍ୟକ୍ତିଙ୍କୁ ମିଳିବ ଆକସ୍ମିକ ଧନଲାଭ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ମାର୍ଚ୍ଚମାସ ୩୦ତାରିଖ, ମଙ୍ଗଳବାର, ମୀନମାସ ୧୭ଦିନ, ଚୈତ୍ରମାସ, କୃଷ୍ଣପକ୍ଷ, ଦ୍ଵିତୀୟାତିଥି, ଚିତ୍ରାନକ୍ଷତ୍ର, ତୁଳା ରାଶିରେ ଚନ୍ଦ୍ର । ମକର ରାଶିର ଘାତବାର । ବୋଇତିକଖାରୁ ନ ଖାଇଲେ ଭଲ, ସନ୍ଧ୍ୟା ୫ଟା ୨୭ମିନିଟ୍ ପରେ ପୋଟଳ ନ ଖାଇଲେ ଭଲ । ଶୁଭସମୟ- ସକାଳ ୮ଟା ୪୯ମିନିଟ୍ ରୁ ୧୦ଟା ୩୭ମିନିଟ୍, ଦିବା ୧ଟା ୫ମିନିଟ୍ ରୁ ୧ଟା ୨୧ମିନିଟ୍, ଦିବା ୪ଟା ୨୬ମିନିଟ୍ ରୁ ୫ଟା ୭ମିନିଟ୍, ସନ୍ଧ୍ୟା ୫ଟା ୫୭ମିନିଟ୍ ରୁ ୬ଟା ୪୨ମିନିଟ୍, ରାତ୍ର ୯ଟା ୬ମିନିଟ୍ ରୁ ୧୧ଟା ୨୬ମିନିଟ୍ । ପର୍ବଦିନ- ଚୈତ୍ର ମଙ୍ଗଳବାର ଓଷା ପ୍ରଥମ ପାଳି, ମା ମଙ୍ଗଳାଙ୍କର ପ୍ରଥମ ପାଳି ଝାମୁ ଯାତ୍ରା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ଘରୋଇ ସଂସ୍ଥାର କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ନେଇ ଧାଁ ଦଉଡ଼ କରିବାକୁ ପଡ଼ିବ ଓ ଦୂରଯାତ୍ରାର ସୁଯୋଗ ପାଇବେ । ପୈତୃକ ସମ୍ପତ୍ତିକୁ ନେଇ କୋର୍ଟକଚେରୀ ମାମଲାରେ ସମସ୍ୟା ସମାଧାନର ବାଟ ମିଳିବ । ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଦ୍ଵନ୍ଦିତା ପରୀକ୍ଷାରେ କୃତକାର୍ଯ୍ୟ ହେବେ । ବ୍ୟାଙ୍କ, ବୀମା, ନିବେଶ ପରି ଆର୍ଥିକ ଗତିବିଧିରେ ବ୍ୟସ୍ତ ରହିବେ । ପ୍ରେମକ୍ଷେତ୍ରରେ ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ । ପ୍ରତିକାର- ନାଲି ରୁମାଲ ଟିଏ ପାଖରେ ରଖନ୍ତୁ ।

ବୃଷ:-

ସମସ୍ତ କ୍ଷେତ୍ରରେ ସଫଳତା ମିଳିବା ସହ ଶତୃ, ରୋଗ, ଋଣରୁ ମୁକ୍ତି ପାଇବେ । ବରିଷ୍ଠ କର୍ମୀଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଯୋଗେ କର୍ମଚାରୀମାନେ ପଦୋନ୍ନତିର ସୂଚନା ପାଇବେ । ନିଜ ଗୃହ ସମସ୍ୟା ସଜାଡି ବାର ସୁବିଧା ପାଇବେ । ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ । ନୂତନ ନିଯୁକ୍ତିର ସୁଯୋଗ ପାଇ ଲକ୍ଷ୍ୟ ସିଦ୍ଧିହେବ । କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ । ବ୍ୟବସାୟ କ୍ଷେତ୍ରରେ ଯଶମାନ ପ୍ରତିଷ୍ଠା ମିଳିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମିଥୁନ:-

ଶିକ୍ଷାକ୍ଷେତ୍ରରେ ଅଧିକ ପରିଶ୍ରମ କରି ପ୍ରଶଂସା ପାଇବେ । ବନ୍ଧୁ ମିତ୍ରଙ୍କ ଆଗମନ ହେବ । ବ୍ୟବସାୟିକ ସଫଳତା ମିଳିବ । କର୍ମଚାରୀମାନେ କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କ ଦ୍ଵାରା ବହୁ ସୁବିଧା ପାଇବେ ଓ କଳବଳ ଖଟାଇ ନିଜର ସ୍ଥାନକୁ କୌଣସିମତେ ଦୃଢ ରଖି ପାରିବେ । ପ୍ରେମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ । ସ୍ୱାସ୍ଥ୍ୟ ପାଇଁ ସତର୍କ ରହିବା ଉଚିତ୍ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

କର୍କଟ:-

କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହେବେ । ପାର୍ଟି ବା ସମାରୋହରେ ସମ୍ମିଳିତ ହେବାକୁ ପଡିପାରେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବାପାଇଁ ଆଲୋଚନା କରିବେ । ପାରିବାରିକ ଜୀବନ ସୁଖମୟ ହେବ । ବ୍ୟବସାୟ କ୍ଷେତ୍ରରେ ତୈଳବୀଜ ଓ ରବି ଫସଲ ବ୍ୟବସାୟରେ ବେଶ୍ ଲାଭବାନ ହେବେ । କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବା ଦ୍ଵାରା ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ପ୍ରତିକାର:- ଚାଉଳ କୁଆ ପାରାଙ୍କୁ ଖାଇବାକୁ ଦିଅନ୍ତୁ ।

ସିଂହ:-

ବ୍ୟବସାୟ କ୍ଷେତ୍ରରେ ଭିନ୍ନ ରାସ୍ତାରେ ଆୟବୃଦ୍ଧିର ଯୋଜନା କରିବେ । ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ । ଆର୍ଥିକସ୍ଥିତି ସୁଧୁରିବା ସହ ଯଥେଷ୍ଟ ଆର୍ଥିକ ଉନ୍ନତି ଘଟିବ । ଦାମ୍ପତ୍ୟ କଳହ ମେଣ୍ଟିଯାଇ ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ । ପ୍ରତେକ କ୍ଷେତ୍ରରେ ମାନସିକସ୍ଥିତି ସୁଦୃଢ ରହିବ । ରାଜନୀତିରେ ଲୋକସମର୍ଥନ ପ୍ରଚୁର ମିଳିବା ଫଳରେ ପ୍ରଶଂସିତ ହେବେ । ପରୀକ୍ଷା ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

କନ୍ୟା:-

କର୍ମ ବ୍ୟସ୍ତତାକୁ ନେଇ ଭ୍ରମଣ କରିବାକୁ ପଡିବ । ସନ୍ତାନଙ୍କର କୌଣସି ମହତ୍ଵପୂର୍ଣ୍ଣ କାମ ସମ୍ପର୍ଣ୍ଣକରି ଆନନ୍ଦିତ ହେବେ । ସମ୍ପତ୍ତି ସମ୍ବନ୍ଧିୟ ମାମଲାରେ ବିଜୟ ହେବ । ଗୁରୁଜନ ଓ ବୃଦ୍ଧଜନଙ୍କ ସେବା କରି ଅନେକ ଆଶୀର୍ବାଦ ପାଇବେ । ପାରିବାରିକ କ୍ଷେତ୍ରରେ ଅସନ୍ତୋଷ, କ୍ଷୋଭ ଓ ଅବଶୋଷ ଦୂରେଇ ଯିବ । ବ୍ୟାପାର ଓ କାରବାରରେ ସୁଧାର ଆସିବ । ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବା ସହ ସାମାଜିକ ପତିଆରା ଅମଳିନ ରହିବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ତୁଳା:-

ସ୍ଵାର୍ଥକୁ କେନ୍ଦ୍ରକରି ସୁବର୍ଣ୍ଣ ସୁଯୋଗକୁ ହାତଛଡା କରିବେ ନାହିଁ । ପାରିବାରିକ ସ୍ତରରେ ଶାନ୍ତି ଶୃଙ୍ଖଳା ସହ ଦାମ୍ପତ୍ୟ ଜୀବନରେ କୁହୁଳା ଅଶାନ୍ତି ଦୂରେଇ ଯିବ । ସାହିତ୍ୟ, ସାମ୍ବାଦିକ, ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ । ଜାଗାଜମି, ଗୃହ ଉପକରଣ କ୍ରୟ କରିବେ । କର୍ମ କ୍ଷେତ୍ରରେ କୌଣସି ଅସୁବିଧା ହେବ ନାହିଁ । ରାଜନୀତିରେ ସଙ୍କଟ ଜନକ ପରିସ୍ଥିତିର ଅବସାନ ଘଟିବ । ପଢାପଢିରେ ମାନସିକ ଶାନ୍ତି ମିଳିବ । ପ୍ରତିକାର- ଶ୍ଵେତଚନ୍ଦନ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ ।

ବିଚ୍ଛା:-

ଆଇନ ଅଦାଲତ କ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇଯିବ । ବିଦେଶ ଯାତ୍ରାରେ ସଫଳ ହେବେ । ବନ୍ଧୁମାନଙ୍କ ସାହାଯ୍ୟ ପାଇ ପାରିବାରିକ ତିକ୍ତତାର ସମାପ୍ତି ହେବ । ବିଦ୍ୟା କ୍ଷେତ୍ରରେ ଯଶ ପ୍ରାପ୍ତି ହେବ । କେତେକ କ୍ଷେତ୍ରରେ ଉଚ୍ଚାକାଂକ୍ଷ । ପୂର୍ତ୍ତି ନିମନ୍ତେ କଠିନ ପରିଶ୍ରମ କରିବାକୁ ପଡିବ । ବନ୍ଧୁ ମିତ୍ରମାନଙ୍କର ଓ ବରିଷ୍ଠ କର୍ମୀଙ୍କ ପ୍ରିୟପାତ୍ର ହେବେ । ବ୍ୟବସାୟୀମାନଙ୍କର ଲାଭ ଅଧିକ ହେବା ଫଳରେ ମନ ଖୁସି ରହିବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ଧନୁ:-

ସନ୍ତାନ ସନ୍ତତିଙ୍କ ତରଫରୁ ଆଶାବାଦୀ ହେବେ । ଅଚାନକ ଭାବରେ କୌଣସି ସୁସମ୍ବାଦ ଶୁଣିବେ । କୃଷିଜାତ ବାଣିଜ୍ୟରେ ବ୍ୟୟ ଅପେକ୍ଷା ଆୟ ଅଧିକ ହେବ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ପରିବହନରେ ବିଶେଷ ଲାଭବାନ ହେବେ । ରାଜନୀତିରେ ଲୋକ ସମର୍ଥନକୁ ଆଧାର କରି ବଳୀୟାନ ହେବେ । ଦୂରଯାତ୍ରା କରି ମନ ଖୁସି ରହିବ । ସନ୍ତାନମାନଙ୍କ ଉନ୍ନତି ପାଇଁ ଆନନ୍ଦିତ ହେବେ । ମନରେ ଭୟ ଆଶଙ୍କା, ଶାରୀରିକ ଅସୁସ୍ଥତା ଦୂରେଇଯିବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ମକର:-

ରାଜନୀତି କ୍ଷେତ୍ରରେ ବରିଷ୍ଠ କର୍ମୀଙ୍କ ସ୍ନେହର ପାତ୍ର ହେବେ । ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଆୟ ତୁଳନାରେ ବ୍ୟୟ ବହୁତ ହେବା ଫଳରେ ଆର୍ଥିକ ଅନାଟନ ଦେଖା ଦେବ । ଆର୍ଥିକ କ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ପୂର୍ବରୁ ବୁଝି ବିଚାରି କର୍ମ କରିବା ଉଚିତ୍ । ଭଲ ଭାବରେ ଚିନ୍ତାକରି କାମକଲେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଧାର୍ମିକ କାର୍ଯ୍ୟରେ କମ୍ ରୁଚି ରହିବ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

କୁମ୍ଭ:-

ସନ୍ତାନ ସନ୍ତତି ମାନଙ୍କରଶୁଭ ଖବର ପାଇ ଖୁସିହେବେ । ବ୍ୟବସାୟ କ୍ଷେତ୍ରରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ । ଆୟ ମଧ୍ୟ ଉତ୍ତମ ହେବ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ପରିଶ୍ରମ ଓ ମେହନତର ଶୁଭ ପରିଣାମ ମିଳିବା ଯୋଗେ ଚିତ୍ତପ୍ରସନ୍ନ ଓ କାର୍ଯ୍ୟ ସିଦ୍ଧି ହେବ । ରାଜନୀତି କ୍ଷେତ୍ରରେ ଏକବୁଝା ପ୍ରକୃତି ନିମନ୍ତେ ଆପଣା ଲୋକଙ୍କୁ ଉପେକ୍ଷା କରି ନିଜେ ଅବାଞ୍ଛିତ ହୋଇ ପାରନ୍ତି । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମୀନ:-

ବ୍ୟବସାୟୀମାନେ ସ୍ଥଳବିଶେଷରେ ବିନା ପରିଶ୍ରମରେ ଅଧିକ ଲାଭବାନ ହେବେ । ପାରିବାରିକ ଜୀବନରେ ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ ଓ ସ୍ୱାସ୍ଥ୍ୟ ଭଲ ରହିବ । ସମାଜ ସେବାରେ ସ୍ଵନାମ ଅର୍ଜନ କରି ପାରିବେ ଏବଂ ସନ୍ତାନ ସନ୍ତତିଙ୍କ ତରଫରୁ ଆଶାବାଦୀ ହେବେ । ରାଜନୀତିରେ ଅଚାନକ ଭାବରେ ଧନ ପ୍ରାପ୍ତି କରିବାର ସୁଯୋଗ ମିଳିବ । ସ୍ୱାସ୍ଥ୍ୟ ଦିଗରୁ ଆଶ୍ଵସ୍ତି ଲାଭ କରିବେ । ପ୍ରତିଦ୍ୱନ୍ଦିତା ପରୀକ୍ଷା ରେ ସଫଳତା ଲାଭ କରିବେ । ପ୍ରତିକାର:- ଚାଉଳ କୁଆ ପାରାଙ୍କୁ ଖାଇବାକୁ ଦିଅନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!